অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏସିଡିଟି ପାଇଁ ଘରୋଇ ଉପଚାର

ଏସିଡିଟି ପାଇଁ ଘରୋଇ ଉପଚାର

ଏସିଡିଟି

ବର୍ତମାନ ଏସିଡ଼ିଟି ପ୍ରତି ଲୋକଙ୍କ ଗୋଟିଏ ସାଧାରଣ ରୋଗ ହୋଇ ଗଲାଣି । ଏସିଡ଼ିଟି ଏବଂ ଗ୍ୟାସ ରୋଗ ଅସମୟ ରେ ଖାଇବା ଯୋଗୁ ହୋଇ ଥାଏ । ପ୍ରଥମେ ପ୍ରଥମେ ଏସିଡ଼ିଟି ହୋଇଥିଲେ , ଏହା ଘରୋଇ ଉପଚାର ଦ୍ଵାରା ଜଲଦି ଭଲ ହୋଇଯିବ। ଏସିଡ଼ିଟି ବହୁତ ଦିନର ହେଲେ ଏହା ବହୁତ ଅସୁବିଧା କରାଇଥାଏ ।ଏହା ଗୋଟିଏ ସାଧାରଣ ରୋଗ କିନ୍ତୁ ଯଦି ଆମେ ଏହାର ଉପଚାର ନ କରନ୍ତି ଏହା ବହୁତ କଷ୍ଟ ଦେଇ ଥାଏ ଯେପରିକି ମୁଣ୍ଡ ବିନ୍ଧ, ପେଟ ବିନ୍ଧ ଓ ପେଟ ଫୁଲିବା । ଯଦି ଏହାର ଠିକ ରେ ଯତ୍ନ ନ ନେବା ବେଳେ ବେଳେ ଏସିଡ଼ିଟି ମଧ୍ୟ ମୃତ୍ୟୁ ର କାରଣ ହୋଇ ଥାଏ । ଏଲୋପାଥିକ ମେଡ଼ିସିନ ଅସ୍ଥାୟୀ ସମାଧାନ ଅଟେ ,ଆମେ ଘରୋଇ ଉପଚାର ରେ ଏସିଡ଼ିଟି ଏବଂ ଗ୍ୟାସ କୁ ସମ୍ପୂର୍ଣ ଭାବେ ଉପଚାର କରି ପାରିବା ।

ଏସିଡିଟି ପାଇଁ ଘରୋଇ ଉପଚାର :

ଧ୍ୟାନଦେବା ଉଚିତ :

  • ସବୁବେଳେ ଚା କଫି ନେବା ବନ୍ଦ କରନ୍ତୁ।
  • ପ୍ରଚୁର ପାଣି ପିଅନ୍ତୁ ।
  • ଫାଷ୍ଟ ଫୂଡ଼ ଖାଇବା ବନ୍ଦ କରନ୍ତୁ।
  • କମ କମ ବେଶୀ ଥର ଖାଦ୍ୟ ଗ୍ରହଣ କରନ୍ତୁ।
    1. ତୁଳସୀ ପତ୍ର
    2. ତୁଳସୀ ଗଛ ର ପତ୍ର ଜଲଦୀ ମିଳି ଯାଏ । ସକାଳୁ ଗାଧୋଇ ୪ ରୁ  ୫ ଟା ତୁଳସୀ ପତ୍ର କୁ ଚାବି ତା ସହ କିଛି ପାଣି ପିଅନ୍ତୁ| ଏସିଡ଼ିଟି ପାଇଁ ଏଇଟା ବହୁତ ଭଲ କାମ ଦେବ । ସବୁଦିନ ତୁଳସୀ ପତ୍ର ଖାଇଲେ ମଧ୍ୟ ଥଣ୍ଡା ଏବଂ କାଶ ହେବନି ।

    3. ଜୁଆଣୀ

       

      ଏହା ମଧ୍ୟ ଘରେ ଜଲଦୀ ମିଳି ଯାଏ ଏବଂ ଏସିଡ଼ିଟି ପାଇଁ ବହୁତ ଉପକାରୀ । କିଛି ପରିମାଣ ର ଜୁଆଣି କୁ ଗୋଟେ କପ ପାଣି ରେ ଫୁଟାନ୍ତୁ ଯେମିତି ସେଇ ଗୋଟେ କପ ଅଧା କପ ହୋଇ ଯିବା। ଜୁଆଣି କୁ ପାଣି ରୁ ଛାଣି ଥଣ୍ଡା କରି ପିଅନ୍ତୁ ।

    4. ଅଁଳା
    5. ଅଁଳା ଏସିଡ଼ିଟି ପାଇଁ ବହୁତ ଭଲ । ଯଦି ଆପଣଙ୍କର ଏସିଡ଼ିଟି ସବୁଦିନ ବାହାରୁଚି ତା ହେଲେ ସବୁଦିନ କିଛି କଞ୍ଚା ସବୁଜ ଅଁଳା ଖାନ୍ତୁ।  ଯଦି କଞ୍ଚା ଅଁଳା ମିଳୁନି ତା ହେଲେ ସବୁ ଦିନ ସକାଳେ ଖାଲି ପେଟ ରେ ଅଁଳା ଗୁଣ୍ଡ ରେ ପାଣି ମିଶାଇ ପିଅନ୍ତୁ ।

    6. ଜିରା
    7. କିଛି ପରିମଣର ଜିରା କୁ ବାଟି ଗୁଣ୍ଡ କରନ୍ତୁ ଏବଂ ଏହାକୁ କଲା ଲୁଣ ସହ ମିଶାଇ ଖାଇଲେ ଏସିଡ଼ିଟିରୁ  ସଂଗେ ସଂଗେ ଉପଶମ ମିଳେ

    8. ଜମୁ କୋଳି
    9. ଜାମୁ କୋଳିରେ ବହୁତ ଔଷଧୀୟ ଗୁଣ ଥାଏ | ଏଥିରେ କ୍ଲୋରିନ ,କାଲସିଅମ, ଆଇରନ, ମ୍ୟାଗ୍ନେସିଅମ, ପୋଟାସିଅମ ଏବଂ ଫଲିକ ଏସିଡ। କିଛି ଜିର କୁ ଗରମ ତାକୁ ଗୁଣ୍ଡ କରନ୍ତୁ |ସେଥିରେ କିଛି କଳା ଲୁଣ ମିଶାନ୍ତୁ | ସେଇ ମିଶ୍ରଣ କୁ ଜାମୁ କୋଳି ସହ ଖାଇଲେ ଏସିଡ଼ିଟି ପାଇଁ ବହୁତ ଭଲ କାମ ଦିଏ |

    10. ଗାଜର
    11. ଗାଜରରେ  ବି ବହୁତ ଔଷଧୀୟ ଗୁଣ ଅଛି|  ସଫା ଗାରରର ୩-୪ ଟୁକୁଡା କୁ ଅଧା କପ ପାଣି ସହ ବାଟି ପିଅନ୍ତୁ| ଏହା ଏସିଡ଼ିଟି ପାଇଁ ବହୁତ ଭଲ କାମ ଦେବ | ଏହାର ମଧ୍ୟ ଆଣ୍ଟି ଏଜିଙ୍ଗ ପ୍ରକୃତି ଅଛି | ଏହା ମଧ ହୃଦ ରୋଗ ରୁ ରକ୍ଷା କରେ, ଦେହରେ ରକ୍ତ ବଢ଼ାଏ, ଦେହର ରଙ୍ଗ ଫିଟାଏ ଏବଂ କେଶ ବଢିବା ରେ ସାହାଯ୍ୟ କରେ |

    12. ଦୁବ ଘାସ:
    13. କିଛି ଦୁବ ଘାସକୁ ପାଣିରେ ଫୁଟାଇ ଥଣ୍ଡା କରନ୍ତୁ। ଥଣ୍ଡା ହେଲାପରେ ତାକୁ ପେଇଲେ ଏସିଡ଼ିଟି ଦୂର ହୁଏ । ଏହା ଏସିଡ଼ିଟି ପାଇଁ ଭଲ କାମ ଦିଏ ।

    14. ପୁଦିନା ପତ୍ର
    15. ସବୁଦିନ ଖାଦ୍ୟରେ ପୁଦିନା ପତ୍ର ଖାଇଲେ ବା ସାଲାଡ଼ରେ ପୁଦିନା ପତ୍ର କାଟି ମିଶେଇ ଖାଇଲେ ଏସିଡ଼ିଟି ଦୂର ହୁଏ ।

    16. ବେଲ ପତ୍ର
    17. ପ୍ରତିଦିନ ତିନି ଡେମ୍ଫଥିବା ତିନୋଟି ବେଲ ପତ୍ରକୁ ୫ଟି ଗୋଲମରିଚ ଏବଂ କିଛି କଳାଲୁଣ  ସହ ମିଶାଇ ଛାବନ୍ତୁ । ତାକୁ ଢ଼ୋକି ୫ ମିନଟ ପରେ କିଛି ପାଣି ପିଅନ୍ତୁ ।

    ଆଧାର: ଆୟୁର୍ବେଦ ସେବା ସଦନ

 

 

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate