ଓଜନ ହ୍ରାସ ଏବଂ ଓଜନ ବୃଦ୍ଧି ପାଇଁ ଘରୋଇ ଉପଚାର
ଓଜନ ହ୍ରାସ ଏବଂ ଓଜନ ବୃଦ୍ଧି
ଯେପରି " ଦିନକୁ ଗୋଟିଏ ସେଓ ଡାକ୍ତର ଟୋ ଦୂର ରଖି ଥାଏ" ସେପରି " ଗୋଟିଏ ନାସପାତି ମୋଟାପା ଟୋ ଦୂର ରଖି ଥାଏ"
ଓଜନ ହ୍ରାସ ପାଇଁ ବହୁତ ଲୋକ ସର୍ଜରୀ କରନ୍ତି ଏବଂ କିଛି ଲୋକ ଏଲୋପାଥିକ ମେଡ଼ିସିନ ଖାନ୍ତି । ଏଥିରେ ପାର୍ଶ୍ୱ ପ୍ରତିକ୍ରିୟା ଦେବାର ସମ୍ଭାବନା ଥାଏ ଏବଂ ପଇସା ବି ଖର୍ଚ ହୁଏ |ତେଣୁ କିଛି ଘରୋଇ ଉପଚାର କରିବା ଭଲ ରହିବ ।
ଯଦି ଆପଣ ବ୍ୟାୟାମ କରୁଛନ୍ତି ତାହେଲେ ଉପବାସ କିମ୍ବା କମ ଖାଦ୍ୟ ଖାଇବା ଦେହ ପାଇଁ ଭଲ ନୁହଁ ,କାରଣ ଏହା ଆପଣଙ୍କ ଦେହକୁ କମଜୋର କରିଦେବ । ତେଣୁ ବ୍ୟୟାମ କରିବା ସହ କ୍ୟାଲରିକ ଥିବା ଖାଦ୍ୟ ଖାଇବା ଦରକାର । ଦୈନିକ ପୁରୁଷମାନଙ୍କ ପାଇଁ ୨୫୦୦ କ୍ୟାଲୋରୀ ଏବଂ ସ୍ତ୍ରୀ ମାନଙ୍କ ପାଇଁ ୨୦୦୦ କ୍ୟାଲୋରୀ ଖାଦ୍ୟ ଖାଇବା ଦରକାର।
ଦେହର ଚର୍ବିରେ ଭିଟାମିନ ଇ ଥାଏ । ତେଣୁ ଯେତେବେଳେ ଜଣେ ଲୋକ ମୋଟାପା କମେଇବା ପାଇଁ ଚେଷ୍ଟା କରେ ଦେହରୁ ଭିଟାମିନ ଇ କମ ହୋଇ ଯାଏ ଯା ଫଳରେ କ୍ୟାନ୍ସସର, ହୃଦରୋଗ ଏବଂ ଆଲ୍ଜ଼ହିମର ରୋଗ ହେବାର ଆଶଙ୍କା ଥାଏ |ତେଣୁ ସେମାନେ ଭିଟାମିନ ଇ ଥିବା ଖାଦ୍ୟ ଖାଇବା ଦରକାର ଯେମିତି କି ବାଦାମ ,ବ୍ରୋକୋଲି ,ଅମୃତଭଣ୍ଡା ଏବଂ ଧନିଆ ଇତ୍ୟାଦି ।
ଓଜନ ହ୍ରାସ ପାଇଁ ଘରୋଇ ଉପଚାର
- ସକାଳୁ ଉଠି ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ଚାମଚ ଲେମ୍ବୁ ରସ ଆଉ ଅଧା ଚାମଚ ମହୁମିଶାଇ ପିଅନ୍ତୁ.
- ଗୋଟିଏ କପ ପାଣି ଏବଂ ୨-୩ ଖଣ୍ଡ ଅଦାକୁ ୧୦ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ |ପାଣିକୁ ଛାଣି ଚା ଭଳିଆ ପିଅନ୍ତୁ । ଦିନକୁ ଏମିତି ୨-୩ ଥର ପିଇଲେ ଓଜନ ହ୍ରାସ ପାଇଁ ଭଲ କାମ ଦିଏ|
- କିଛି ଧନିଆ ପତ୍ର ତାସହ କିଛି ପୁଦିନା ପତ୍ର ବାଟି ଚଟଣି ବନାନ୍ତୁ| ସେଥିରେ କିଛି ଲେମ୍ବୁ ରସ ଏବଂ ଲୁଣ ମିଶାଇ ଖାଇବା ସହ ଖାଆନ୍ତୁ ।
- ୨ ଚାମଚ ଘିକୁଆଁରି ରସ ସହିତ ୧ ଚାମଚ ଜିରା ଗୁଣ୍ଡକୁ ଗୋଟିଏ ଗ୍ଲାସ ପାଣିରେ ମିଶାନ୍ତୁ । ସକାଳୁ ଏହି ମିଶ୍ରଣକୁ ଖାଲି ପେଟରେ ପିଅନ୍ତୁ । ଏକ ଘଣ୍ଟା ପରେ କିଛି ଖାଇ ନିଅନ୍ତୁ ।
- ୧୦-୧୫ଟି ଚୀନ ବାଦାମକୁ ରାତିରେ ଭିଜାଇ ରଖନ୍ତୁ ଏବଂ ସକାଳେ ଖାଆନ୍ତୁ ।
- ପ୍ରତିଥର ଖାଇ ସାରିବା ପରେ ଖଣ୍ଡେ ବରଫ କୁ ଚୋବାଇ ଖାଆନ୍ତୁ ।
- ଗୋଟିଏ ପାନ ପତ୍ରରେ ୫-୬ଟି ଗୋଲମରିଚ ରଖନ୍ତୁ । ଏହାକୁ ପାଟିରେ ରଖି ତାର ରସ କୁ ପିଅନ୍ତୁ । ଧ୍ୟାନ ଦେବଦରକାର ଜେ ପାନ ପତ୍ରଟି ସବୁଜ ଏବଂ ତାଜା ହୋଇ ଥିବା ଦରକାର ନହେଲେ ଏହା ପେଟ ରୋଗ ବାହାର କରି ଥାଏ। ୮-୧୦ ସପ୍ତାହ ଏମିତି କଲେ ଏହା ବହୁତ ଭଲ ଫଳ ଦେଇଥଏ ।
- କ୍ୟାପସିକମରେ ଥିବା କ୍ୟାପସିନ ଓଜନ ହ୍ରାସ କରିବାରେ ସାହାଯ୍ୟ କରି ଥାଏ | ତେଣୁ ଯେତେ ସମ୍ଭବ କ୍ୟାପସିକମ ଖାଆନ୍ତୁ |
- ଦିନକୁ ଗୋଟିଏ ନାସପାତି ଖାଆନ୍ତୁ ଏହା ଓଜନ ହ୍ରାସ କରି ଥାଏ ।
- ସକାଳ ସୂର୍ଯ୍ୟ କିରଣ ଓଜନ ହ୍ରାସ କରି ଥାଏ | ସବୁଦିନ ସକାଳୁ ଅଧା ଘଣ୍ଟା ସୂର୍ଯ୍ୟ କିରଣରେ ବୁଲିଲେ ଓଜନ ହ୍ରାସ ହୋଇଥାଏ |କିନ୍ତୁ ୮ଟା ପରେ ସୂର୍ଯ୍ୟ କିରଣ ଓଜନ ବୃଦ୍ଧି କରିଥାଏ ।
- ଗଧ କ୍ଷୀର ଓଜନ ହ୍ରାସ ପାଇଁ ସବୁଠୋ ଅଧିକ ଉପକାରୀ | ଗଧ କ୍ଷୀର ପିଇଲେ ଥଣ୍ଡା, କାଶ ହେବନି ଏବଂ ଏଥିରେ ବହୁତ ଭିଟାମିନ ଥାଏ |
- ଯଦି ଆପଣ ବାହାରେ କାମ କରୁଛନ୍ତି, ତାହେଲେ ଦିନକୁ ୫-୬ ଘଣ୍ଟା ଛିଡା ହୋଇ ରହିଲେ ଓଜନ ଜଲଦି କମ ହୁଏ |
- ପ୍ରତିଦିନ ଏକ ଗ୍ଲାସ ଆଲୋଭେର ଜୁସ ପିଇଲେ ଏହା ଓଜନ କମେଇବାରେ ଭଲ କାମ ଦିଏ ।
- କିଛି ଅଦା ଖଣ୍ଦ କୁ ପାଣିରେ ଫୁଟାଇ ଥଣ୍ଡା କରି ସବୁଦିନ ପେଇଲେ, ଓଜନ ହ୍ରାସ ହୁଏ ।
- ସବୁଦିନ ତରଭୁଜ ଖାଇଲେ ଓଜନ ହ୍ରାସ ହୁଏ ।
- ସବୁଦିନ କାଳର ରସ ଏବଂ ଲେମ୍ବୁ ରସ ମିଶାଇ ପିଇଲେ ଓଜନ ହ୍ରାସ ହୁଏ ।
- ମାଛ ତେଲ ଖାଇଲେ ଓଜନ ହ୍ରାସ ପାଇଁ ଭଲ ଫଳ ଦିଏ |
ଓଜନ ବୃଦ୍ଧି ପାଇଁ ଘରୋଇ ଉପଚାର
- ଓଜନ ବୃଦ୍ଧି କରିବା ବହୁତ ସହଜ କିନ୍ତୁ ଓଜନ କମାଇବା ବହୁତ କଷ୍ଟ | ଓଜନ ବୃଦ୍ଧି ପାଇଁ ପ୍ରତିଦିନ କ୍ୟାଲୋରୀ ଖାଦ୍ୟ ଖାଆନ୍ତୁ ;ଏହା ଆପଣଙ୍କ ଓଜନ ବୃଦ୍ଧି କରିବ ।
- ଦିନକୁ ୨୦-୨୫ ଗ୍ରାମ ଭଜା ଚଣା ଖାଆନ୍ତୁ ଏହା ଆପଣଙ୍କ ଓଜନ ବୃଦ୍ଧି କରାଇବ ।
- ଦିନକୁ ୩-୪ ଟି କଦଳୀ ଖାଆନ୍ତୁ ଏବଂ ସକାଳ ଟିଫିନରେ ଗୋଟିଏ କଦଳୀ ଖାଆନ୍ତୁ ; ଏହା ମଧ୍ୟ ଆପଣଙ୍କ ଓଜନ ବୃଦ୍ଧି କରାଇବ ।
ଆଧାର: ଆୟୁର୍ବେଦ ସେବା ସଦନ
Last Modified : 12/13/2019
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.