ସଂପ୍ରତି ପାରିପାର୍ଶ୍ୱିକ କାରଣ ଯୋଗୁଁ ବିଭିନ୍ନ ରୋଗ ଦେଖାଦେଉଛି । ଏହା ମଧ୍ୟରେ ଡେଙ୍ଗୁଜ୍ଵର ମୁଖ୍ୟ ଭୂମିକା ଗ୍ରହଣ କରିଛି। ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ଏହାକୁ ଦଣ୍ଡକ ଜ୍ଵର ବୋଲି କୁହାଯାଏ । ଏହାର କାରଣ ଓ ପ୍ରତିକାର ସମ୍ପର୍କରେ ସଚେତନତା ଅଭାବରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏଣୁ ଏହାର ଲକ୍ଷଣ ପ୍ରକାଶ ପାଇବା କ୍ଷଣି ଚିକିତ୍ସା କରିବା ଆବଶ୍ୟକ ।
ବହୁ ପୁରୁଣା କାଳରୁ ଡେଙ୍ଗୁ ଜ୍ଵରର ଚିକିତ୍ସା ଆମଦେଶରେ ରହିଛି । ଏଣୁ ରୋଗୀ ଭୟଭୀତ ନ ହୋଇ ଡେଙ୍ଗୁ ଜ୍ଵରର ଲକ୍ଷଣ ଦେଖିବା କ୍ଷଣି ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶ ନେବା ଆବଶ୍ୟକ । ଏଡିସ୍ ଇଜିପ୍ଟ ନାମକ ମଶା କାମୁଡିଲେ ଏହି ରୋଗ ହୁଏ । ଶିଶୁ ଓ ବୟସ୍କଙ୍କୁ ଏହି ରୋଗ ହୁଏ । ସୁସ୍ଥ ବ୍ୟକ୍ତିକୁ ଡେଙ୍ଗୁ ଭୁତାଣୁ ବାହକ ମଶା କାମୁଡିଲେ, ଭୂତାଣୁ ରକ୍ତକୁ ଯାଇ ଏହି ରୋଗ ସୃଷ୍ଟିକରେ । ପ୍ରତିବର୍ଷ ପ୍ରାୟ ୧୦୦ ମିଲିୟନ ଲୋକ ଏଥିରେ ଆକ୍ରାନ୍ତ ହୋଇ ପୃଥିବୀରେ ପ୍ରାଣ ହରାଇଥାନ୍ତି । ମଶା କାମୁଡିବାର ତିନିଦିନ ପରେ ଏହି ରୋଗ ଆରମ୍ଭ ହୋଇଯାଏ । ଅତିଦୁର୍ବଳ ବୋଧ ହୁଏ ।
ଅତ୍ୟଧିକ ଜ୍ଵର ହୁଏ । ତୀବ୍ର ମୁଣ୍ଡବ୍ୟଥା, ଚକ୍ଷୁର ପଛ ଭାଗ ତୀବ୍ର ବ୍ୟଥା ହୁଏ । ଅରୁଚି, ବାନ୍ତି, ଅଗ୍ନିମାଦ୍ୟ, ପାଦ , ଗୋଡ ଓ ଦେହରେ ନାଲି ଦାଗ ଦେଖାଯାଏ । ଜ୍ଵରର ତିନି ଚାରି ଦିନ ପରେ ଗଣ୍ଠି ଦରଜ ଓ ଫୁଲା ହୁଏ । ଦଶ ଦିନ ବେଳକୁ ଡେଙ୍ଗୁର ସମସ୍ତ ଲକ୍ଷଣ ପ୍ରକାଶ ପାଇଥାଏ । ଯେଉଁ ସବୁ ନାଲି ଦାଗ ଦେଖା ଯାଏ , ତାହାର କାରଣ ଶିରା ଜାଲକ ଫାଟି ରକ୍ତ ସ୍ରାବ ହେବା । ଏହି ଭୂତାଣୁ ରକ୍ତ କଣାରେ ଥିବା ଅଣୁ ଚକ୍ରିକାକୁ ନଷ୍ଟ କରିଦିଅନ୍ତି । ଶରୀରର ସବୁ ମାର୍ଗରୁ ରକ୍ତସ୍ରାବ ହୋଇ ମୃତ୍ୟୁ ହୁଏ । ଏଣୁ ରୋଗ ଆରମ୍ଭରୁ ଏହାରଚିକିତ୍ସା ଆବଶ୍ୟକ ।
ମଶା ଜନ୍ମ ନ ନେବା ପାଇଁ ପରିବେଶ ସଫା ରଖିବା ଉଚିତ । ମଶାକାମୁଡାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ମଶାରୀ ଟାଣି ଶୋଇବା ଆବଶ୍ୟକ ।
ଏହା ଭଲ ହେବାକୁ ଦୁଇ ସପ୍ତାହ ଲାଗେ । ଭୟ ଓ ମୂର୍ଚ୍ଛା ଦେଖାଗଲେ ଇଲେକ୍ଟ୍ରୋଲାଇଟ ଘୋଳ ଯଥେଷ୍ଟ ଦେବାକୁ ହୁଏ । ଜର କମିବା ଯାଏଁ ମୁଣ୍ଡକୁ ଧୋଇବେ କିମ୍ବା ଥଣ୍ଡା ଲୁଗା ମୁଣ୍ଡରେ ରଖିବେ । ୨ଗ୍ରାମ ଶୁଣ୍ଠି ଚୂର୍ଣ୍ଣ ସହ ହିଙ୍ଗୁଳେଶ୍ଵର ରସ ୧୨୫ ମି.ଗ୍ରା, ମହା ସୁଦର୍ଶନ, ଘନ ବଟି ଦୁଇଟି ମନ୍ଦୁ ଓ ଫୁଟା ପାଣି ସହ ଦେବେ । ତୁଳସୀ ରସ ବାରମ୍ବାର ଦେବେ । ଅମୃତାରିଷ୍ଟ ୨୦ ମିଲି.ଲେଖାଏଁ ଥଣ୍ଡା ପାଣି ସହ ପାଞ୍ଚଥର ଦିନରେ ଖାଇବେ । ରକ୍ତ ସ୍ରାବ ହେଲା, ଦୂବରସ କିମ୍ବା ଅଁଳାରସ ବା ଉଭୟ ୨୦ ମିଲି ଲେଖୋଏଁ ଦେବେ । ଅଣୁ ଚକ୍ରିକା ବଢିବା ପାଇଁ ଅମୃତଭଣ୍ଡା ପତ୍ରରସ ୫୦ ମିଲି ଲେଖାଏଁ ଦୁଇ ତିନିଥର ଦେବେ । ଶୁଖିଲା ଖାଦ୍ୟ, ଦହି, ରାଗ, ଖଟା ଦେବେନାହିଁ।
ସଂଗୃହିତ - ଡ଼ାକ୍ତର ନକୁଳ ସାହୁ
Last Modified : 12/10/2019