অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦୈନନ୍ଦିନର ଖାଦ୍ୟପେୟର ଔଷଧୀୟ ଗୁଣ

ଦୈନନ୍ଦିନର ଖାଦ୍ୟପେୟର ଔଷଧୀୟ ଗୁଣ

କଫି

କଫି ସ୍ୱାସ୍ଥ୍ୟ ପକ୍ଷେ ବେଶ୍ ହିତକର । ଏଣୁ ପ୍ରତିଦିନ କଫିରୁ ସକାଳ ଆରମ୍ଭ କରନ୍ତୁ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ବିଭିନ୍ନ ପ୍ରକାର ରୋଗ ଦୂର କରେ । ତେବେ କଫିରେ କେଉଁ କେଉଁ ରୋଗ ଦୂର ହୁଏ ଆସନ୍ତୁ ଜାଣିବା ଚିନି କିମ୍ବା କ୍ଷୀର ନମିଶାଇ କଫି ପିଅନ୍ତୁ କଫୋନ୍ କିଛି ଘଣ୍ଟା ପାଇଁ କାମ କରିଥାଏ, ଏଣୁ ଦିନକୁ ୪-୫ ଥର କଫି ପିଆନ୍ତୁ ।  ବ୍ୟାୟାମ କରିବାର ୩୦ ମିନିଟ୍ ପୂର୍ବରୁ କଫି ପିଅନ୍ତୁ ।

ମେଟାବୋଲିଯିମ୍ ସକ୍ରିୟ

ଏକ କପ୍ କଫି ମେଟାବୋଲିଯିମ୍ ତଥା ଶରୀରର ଶକ୍ତି ବୃଦ୍ଧିକାରୀ ପ୍ରକ୍ରିୟାକୁ ୧୦ ପ୍ରତିଶତ ସକ୍ରିୟ କରେ । ଏହାସହ କ୍ୟାଲୋରୀକୁ ନିୟନ୍ତ୍ରଣ କରି ଶରୀରକୁ ଫିଟ୍ ରଖେ ।

ଭୋକ ନିୟନ୍ତ୍ରଣ

ଡାଏଟିଂ କରୁଥିଲେ କଫିକୁ ସାମିଲ କରନ୍ତୁ । ଏହା ଭୋକ ନିୟନ୍ତ୍ରଣ କରିବା ସହ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ବିନା ଚିନି ଓ କ୍ଷୀରରେ କଫି ପିଅନ୍ତୁ ।

ଶରୀର ଫିଟ୍ ରହେ

କଫିରେ ଥିବା କାଫେନ୍ ଶରୀରକୁ ଫିଟ୍ ରଖେ। ମାଂସପେଶୀ ଶକ୍ତିଶାଳୀ, ମେଦହ୍ରାସ ଆଦି କଫି ପିଇବା ଦ୍ଵାରା ହୋଇଥାଏ । ଯାହା ପ୍ରାୟ ୩୦-୧୨୦ ମିନିଟ୍ ବ୍ୟାୟାମ କରିବା ଦ୍ଵାରା ମିଳିଥାଏ ।

ସ୍ମରଣ ଶକ୍ତି ବୃଦ୍ଧି

କଫି ପିଇବା ଦ୍ଵାରା ସ୍ମରଣ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ । ଏଥିରେ ଥିବା କାଫେନ୍ ସ୍ମରଣ ଶକ୍ତି ବୃଦ୍ଧି କରିବା ସହ ଏକାଗ୍ରତା ବଢାଏ ।

ଡାଇବେଟିସ୍

ପ୍ରତିଦିନ କଫି ପିଉଥିବା ବ୍ୟକ୍ତିଠାରେ ଟାଇଫ୍ ୨ ଡାଇବେଟିସ୍ ଆଶଙ୍କା କମ୍ ଥାଏ । କଫି ପିଇବା ଦ୍ଵାରା ଇନ୍ସୁଲିନ୍ ସୃଷ୍ଟି କରୁଥିବା କୋଷ ସକ୍ରିୟ ରହେ । ରକ୍ତ ଶର୍କରା ନିୟନ୍ତ୍ରଣରେ ରହେ । ଶରୀରର ପ୍ରତ୍ୟେକ କୋଷ ସକ୍ରିୟ ହୁଏ । କଫିରେ କାଫିନ୍ ଏସିଡ୍ ରହିଛି, ଯାହା ଟାଇଫ୍ ୨ ଡାଇବେଟିସ୍ କୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ ।

କର୍କଟ

କଫି ପିଇବା ଦ୍ଵାରା କ୍ୟାନସର ଆଶଙ୍କା ହ୍ରାସ ପାଏ । ଗବେଷକଙ୍କ କହିବ ଅନୁଯାୟୀ ଯେଉଁ ମହିଳା ଦିନକୁ ଏକ କପ୍ କଫି ପିଅନ୍ତି, ତାଙ୍କଠାରେ ଦନ୍ତ୍ର, ସ୍ତନ ଓ ଗର୍ଭାଶୟକର୍କଟ ଆଶଙ୍କା ହ୍ରାସ ପାଏ । ଗବେଷଣାରେ ଦେଖା ଯାଇଥିଲା, ନିୟମିତ କଳାକଫି ପିଉଥିବା ୨୫ ପ୍ରତିଶତ ମହିଳାଙ୍କଠାରେ କ୍ୟାନସର ଆଶଙ୍କା ନଥିଲା

ଆଲ୍ଜିମର୍

ନିୟମିତ କଫି ପିଉଥିବା ଲୋକଠାରେ ଆଲ୍ଜିମର୍ ରୋଗ ହେଖାଯାଏ ନାହିଁ । ବିଭିନ୍ ପ୍ରକାର ଚିନ୍ତାକୁ ଦୂର କରିବାରେ ମଧ୍ୟ କଫି ସହାୟକ ହୋଇଥାଏ । ଗବେଷକମାନେ ପ୍ରକାଶ କରିଛନ୍ତି ଯେ ଆଲ୍ଜିମର୍ ରୋଗୀ ଦିନକୁ ୫ କପ୍ କଫି ପିଇଲେ, ରୋଗରୁ କ୍ରମଶଃ ଉପଶମ ମିଳିଥାଏ ।

ଗାଉଟ୍

କଫିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ଗ୍ରାନ୍ ଟି’ଠାରୁ ମଧ୍ୟ ଅଧିକ ଆଣ୍ଟିଅକ୍ସିଡାଣ୍ଟ ଏଥିରେ ରହିଛି । ଗଣ୍ଠିବାତ, ଦେହହାତ ପନ୍ତ୍ରଣା ତଥା ଗାଉଟ୍ ପରି ରୋଗ ଏହାଦ୍ଵାରା ଦୂର ହୁଏ । ଶରୀରର ପ୍ରତ୍ୟେକ ନିଷ୍କ୍ରିୟ କୋଷ ସକ୍ରିୟ ହୋଇଥାନ୍ତି । ଏହାଦ୍ଵାରା ହୃଦ୍ ରୋଗ ମଧ୍ୟ ଦୂର ହୋଇଥାଏ ।

ଯକୃତ କର୍କଟ

ପ୍ରତ୍ୟହ କଫି ପିଉଥିବା ଲୋକଠାରେ ଯକୃତ କର୍କଟ ଆଶଙ୍କା କମ୍ ଦେଖାଯାଏ । ଗବେଷଣାରେ କିଛି ଲୋକଙ୍କୁ ସାମିଲ କରଯାଇଥିଲା । ପରେ ଦେଖାଯାଇଥିଲା କଫି ଯକୃତକୁ ଅଧିକ ସକ୍ରିୟ ରଖିଥିଲା । କଫି ପିଇବା ଦ୍ଵାରା ଯକୃତ ସହିତ ସମଗ୍ର ଶରୀର ସୂସ୍ଥ ଥିଲା ।

ଭୁଲିବାପଣ

ଏକ କପ୍ କଫିରେ ୧୦୦ ମିଲିଗ୍ରାମ୍ କାଫେନ୍ ଥାଏ । ଆମେରିକାର ଗବେଷକଙ୍କ କହିବାନୁଯାୟୀ, ସ୍ମରଣ ଶକ୍ତି ଓ ଏକାଗ୍ରତା ଧରି ରଖୁଥିବା କୋଷ ଉପରେ କାଫେନ୍ ର ସକ୍ରିୟ ପ୍ରଭାବ ପଡେ । ଫଳରେ କଫି ପିଇବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ଏକାଗ୍ରତା ବଢିଥାଏ ।

ହୃଦ୍ ରୋଗ

୩୭ ହଜାର ଲୋକଙ୍କୁ ନେଇ ହୋଇଥିବା ଗବେଷଣାରୁ ଜଣାପଡିଛି, ଦିନକୁ ୨ ରୁ ୪ କପ୍ କଫି ପିଉଥିବା ବ୍ୟକ୍ତିର ହୃଦ୍ ରୋଗ ୨୦ ପ୍ରତିଶତ କମ୍ ଅନ୍ୟ ବ୍ୟକ୍ତିମାନଙ୍କଠାରୁ । ଏଣୁ  ହୃଦ୍ ରୋଗୀଙ୍କୁ କଫି ପିଇବା ପାଇଁ ଡାକ୍ତରମାନେ ପରାମର୍ଶ ହେଇଥାନ୍ତି ।

ହୁଶ୍ଚିନ୍ତା

ଗବେଷଣାରୁ ଜଣାପଡିଛି ଜେଆର, କଫି ପିଇବା ଦ୍ଵାରା ଉଭୟ ମହିଳା ଓ ପୁରୁଷଙ୍କୁ ଚିନ୍ତା ଦୂର ହୁଏ । କଫିରେ ଥିବା କାଫେନ୍ ସ୍ନାୟୁକୁ ସକ୍ରିୟ କରେ । ମନରେ ଶାନ୍ତ ଓ ଏକାଗ୍ରତା ଆଣେ । ଏଣୁ ପ୍ରତିଦିନ ୨-୩ ଥର କଫି ପିଇବା ଆବଶ୍ୟକ । ଏହା ମନକୁ ଶାନ୍ତ ରଖିବା ସହ ଶରୀରକୁ ଶକ୍ତି ଯୋଗାଏ ।

ସପେଟାରେ ବିଭିନ୍ନ ରୋଗ ଦୂର

ସପେଟା ଖାଇବା ଦ୍ଵାରା ଦୃଷ୍ଟିଶକ୍ତି ବୃଦ୍ଧି ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ବିଭିନ୍ନ ପ୍ରକାର କର୍କଟ ଓ ତ୍ଵଚା ରୋଗ ଦୂର ହୋଇଥାଏ । କୋଷ୍ଠକାଠିନ୍ୟ, ଡାଇରିଆ, ଥଣ୍ଡା, କଫ ଆଦି ସମସ୍ୟା ସପୋଟା ଖାଇବା ଦ୍ଵାରା ଦେଖାଯାଏ ନାହିଁ । ଗର୍ଭଧାରଣ ସମୟରେ ଏହାକୁ ଖାଇବା ବହୁତ ଭଲ । ଏହା ଚିନ୍ତା ଦୂର କରିବା ସହ ଶକ୍ତି ବୃଦ୍ଧି କରେ । ଦାନ୍ତ ସୁସ୍ଥ ରହିବା ସହ କିଡ୍ନୀ ଷ୍ଟୋନ୍ ଦୂର କରେ ଏବଂ ମାନସିକ ଅବସ୍ଥାକୁ ସୁଦୃଢ କରେ ।

ତ୍ଵଚା ଉଜ୍ଵଳ କରେ ବରକୋଳି

ବରକୋଳିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା ତ୍ଵଚାକୁ ଉଜ୍ଵଳ କରିବା ସହ ଶରୀରରେ ବୟସର ଛାପ ପକାଏ ନାହିଁ ରକ୍ତକୁ ଶୁଦ୍ଧ କରେ । ତ୍ଵଚା ରୋଗ ଦୂର କରିବା ସହ ଯକୃତକୁ ସୁସ୍ଥ ରଖେ । ଏହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ । ଏହାଦ୍ୱାରା ଖାଦ୍ଯ ସହଜରେ ହଜମ ହେବା ସହ ପାଚନ ତନ୍ତ୍ର ମଜବୃତ ହୋଇଥାଏ । ବରକୋଳିରେ ପ୍ରଚୁର ମାତ୍ରାରେ ଫସ୍ ଫରସ୍, କ୍ୟାଲସିୟୁମ୍ ଏବଂ ଆଇରନ୍ ରହିଛି । ଏହା ହାଡକୁ ମଜବୁତ କରିବା ସଙ୍ଗେ ଦାନ୍ତକୁ ସୁଦୃଢ କରିଥାଏ ଏବଂ ମାଂସାପେଶୀକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ ।

ପିଆଜ ସଣ୍ଡା

ପିଆଜ ସଣ୍ଡାରେ ହୃତ୍ପିଣ୍ଡ ସୁସ୍ଥ୍ୟ ରହେ, ରକ୍ତଚାପ ନିୟନ୍ତ୍ରଣ ହୁଏ, କୋଲେଷ୍ଟରଲ ହ୍ରାସ ପାଏ, ଡାଇବେଟିସ୍ ରୁ ମୁକ୍ତି ମିଳେ, ହଜମ କ୍ରିୟା ଠିକ୍ ଭାବରେ ହୁଏ, ରୋଗ ପ୍ରତିରୋଧକ ଶକ୍ତି ବଢେ, ଗଣ୍ଠି ଯନ୍ତ୍ରଣା ଓ ଶ୍ଵାସରୁ ରକ୍ଷା ମିଳେ, ଦ୍ରୁଷ୍ଟି ଶକ୍ତି ବୃଦ୍ଧି ହୁଏ ଓ ତ୍ଵଚାରେ ହେଉଥିବା କୁଞ୍ଚ ଦୂର ହୁଏ ।

କୃମି

ମୁଖ୍ୟତଃ ପିଲାଙ୍କଠାରୁ କୃମି ସମସ୍ୟା ଦେଖାଦେଇଥାଏ । ଏଭଳି ସମସ୍ୟା ଦୂରେଇବା ପାଇଁ ହାତପାହାନ୍ତାରେ ମିଳୁଥିବା କିଛି ଘରୋଇ ଚିକିତ୍ସା ଆପଣନ୍ତୁ ।

ତୁଳସୀ ପତ୍ର

କୃମି ପାଇଁ ତୁଳସୀ ପତ୍ର ତୁଲସୀ ମଞ୍ଜିକୁ ଶୁଖାଇ ଏହାକୁ ଚୂର୍ଣ୍ଣ କରି ପିଲାଙ୍କୁ ଖୁଆନ୍ତୁ । ଏହା ବହୁ ଶୀଘ୍ର କୃମିକୁ ମାରିଦିଏ ।

ଗାଜର

କୃମିରୁ ରକ୍ଷା ପାଇବା ପାଇଁ ସକାଳୁ ଖାଲି ପେଟରେ ଗାଜରକୁ ବାଟି ପିଲାକୁ ଖୁଆନ୍ତୁ । ସକାଳୁ ଖାଲି ପେଟରେ ଗାଜର ବତୀ ଖାଇବା ଦ୍ଵାରା କୃମି ମାରିବା ସହ ଶରୀର ସମସ୍ତ ପରଜୀବୀଙ୍କ ନାଶ ହୋଇଥାଏ । ଏଥିସହିତ ଶରୀର ସୁସ୍ଥ୍ୟ ରହିଥାଏ ।

ରସୁଣ

ରସୁଣରେ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣ ରହିଛି । ଦିନକୁ ୩ଟି ରସୁଣ କୋଲା ପିଲକୁ ଖୁଆନ୍ତୁ । ଏହାଦ୍ୱାରା ପେଟରୁ କୃମି ଶୀଘ୍ର ନଷ୍ଟ ହୋଇଯିବ ।

କଲରା

ଏକ ଚାମଚ କଲରା ରସ ସହ ଏକ ଗ୍ଲାସ କ୍ଷୀର ମିଶାଇ ତିନି ଦିନ ପର୍ଯ୍ୟନ୍ତ ପିଲାକୁ ପିଆନ୍ତୁ । ଏହାଦ୍ୱାରା ବହୁଶୀଘ୍ର କୃମି ଯନ୍ତ୍ରଣା ମୁକ୍ତି ମିଳେ ।

ଆଧାର: ପ୍ରମେୟ

 

Last Modified : 1/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate