অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦାନ୍ତ ଘଷିବାରେ ଗୁରୁତ୍ଵ ଦିଅନ୍ତୁ

ଦାନ୍ତ ଘଷିବାରେ ଗୁରୁତ୍ଵ ଦିଅନ୍ତୁ

ଦାନ୍ତ ଘଷିବା ନିୟମ

ଯୋଗ  ଶାସ୍ତ୍ର  ଓ ଆୟୁର୍ବେଦରେ  ମଳତ୍ୟାଗ  ପରେ  ଦାନ୍ତ  ଘଷିବାର  ବିଧାନ  ରହିଛି । ପିତା , କଷା , ତିକ୍ତ , ରସ  ବାଲା  ଔଷଧୀୟ  ବୃକ୍ଷର  ଡାଳ  ଆଙ୍ଗୁଳି ମୋଟା  ଅନୁସାରେ  ୬ ଇଞ୍ଚ  ଲମ୍ବର  ସିଧା  ତାଜା  କାଠି  ନେଇ  ଦାନ୍ତ  ସଫାକରିବା  ଦରକାର  ଦାନ୍ତ  କାଠିର  ଅଗ୍ରଭାଗକୁ  ଦାନ୍ତରେ  ଚୋବାଇ  ନରମ  କରାଯାଇ  ଦାନ୍ତ  ସଫା  କରାଯାଏ   ।  ଦାନ୍ତର  ଉପର  ତଳକୁ  ଓ  ବାମରୁ  ଡାହାଣକୁ  ସଫା  କରିବାକୁ  ହୋଇଥାଏ  । ପ୍ରତ୍ୟକ  ଦିନ  ଏକ  ନୂତନ  ଦାନ୍ତ  କାଠିରେ  ଦାନ୍ତ  ଘଷିବା  ଦ୍ଵାରା  ମୁଖ  ଓ  ଦାନ୍ତର  ଅନେକ  ଗୁଡିଏ   ରୋଗ  ଦୂର  ହେବା  ସହିତ  ମୁଖରୁ  ବ୍ୟାକ୍ଟେରିଆ  ଦୂର ହୋଇଥାଏ   । ରୋଗ  ନିରାକରଣ  ଦୃଷ୍ଟିରୁ  କରଞ୍ଜ , ନିମ୍ବ , ବବୁଲ୍ , ପିଜୁଳି , ଅପମାରଙ୍ଗ , ସାହାଡା , ଗିଲୋୟ  ଆଦି  ବୃକ୍ଷର  କାଠିକୁ  ପ୍ରୟୋଗ  କରାଯାଇଥାଏ   ।

ଦାନ୍ତର ସୁରକ୍ଷା

ଦାନ୍ତ  କାଠିରେ  ଦାନ୍ତ  ଘଷିବା  ଦ୍ଵାରା  ମୁଖର  ସମସ୍ତ  ସ୍ନାୟୁ  କୋଷ  ଗୁଡିକର  ବ୍ୟାୟାମ   ହୋଇଥାଏ   । ଦାନ୍ତର   ବ୍ୟାୟାମ  ହେବା  ସହିତ   ଦାନ୍ତ  ମଜବୁତ୍  ହୋଇଥାଏ   । ଦାନ୍ତ  କାଠି  ସହିତ  ଗୋବରକୁ   ଜଳାଯାଇ  ପ୍ରସ୍ତୁତ  କରାଯାଇଥିବା  ପାଉଁଶ , ହଳଦୀ , ଲୁଣ , ସୋରିଷ  ତେଲରେ  ମିଶ୍ରଣ , ବିଭିନ୍ନ  ଆୟୁର୍ବେଦରୁ  ନିର୍ମିତ  ପାଉଡର ବ୍ୟବହାର କରାଯିବାର  ବିଧାନ  ଆୟୁର୍ବେଦରେ  ବିଧାନ  ରହିଛି   ।

ଏହି ପ୍ରକାର  ଦାନ୍ତ  ଓ  ଜିଭ  ସଫା  କରିବା ଦ୍ଵାରା  ମୁହଁର   ଦୁର୍ଗନ୍ଧ  ସମେତ  ଜିଭ , ମୁଖ ଓ ଦାନ୍ତର  ମଇଳା  ଦୂର  ହେବା  ଦ୍ଵାରା  ବିଭିନ୍ନ  ଖାଦ୍ୟ  ପଦାର୍ଥର  ସ୍ଵାଦ  ଜଣାପଡିଥାଏ    । ଏହା  ଦ୍ଵାରା  ଶରୀରରେ  ସ୍ଵାଭାବିକ  ପାଚନ  କ୍ରିୟା  କରିବାରେ   ସହାୟକ  ହୋଇଥାଏ   । ଆଜିକାଲି   ଦାନ୍ତ  ଘସିବା  ପାଇଁ  ବଜାରରେ  ବ୍ରସ  ଉପଲବ୍ଧ   ହେଉଛି , ଯାହାର  ପ୍ରୟୋଗ  ଦାନ୍ତସଫା  କରିବା  ପାଇଁ  କରାଯାଇଥାଏ   । ଏଥିସହିତ   ବିଭିନ୍ନ  ପ୍ରକାରର  ଟୁଥପେଷ୍ଟ   ବ୍ୟବହାର   କରାଯାଇଥାଏ   । କିନ୍ତୁ  ଗୋଟିଏ  ବ୍ରସକୁ  ବାରମ୍ବାର  ବା  ମାସାଧିକ  କାଳ  ବ୍ୟବହାର  କରିବା  ଦ୍ଵାରା  ବ୍ରସରେ  ବ୍ୟାକ୍ଟେରିଆ  ସୃଷ୍ଟି   ହୋଇଥାଏ   । ଏହାଛଡା  ରୋଗଜୀବାଣୁ  ଉତ୍ପନ୍ନ  ହୋଇ  ଶରୀରର  ରୋଗ  ସୃଷ୍ଟି  କରିଥାନ୍ତି   । ପ୍ରଥମେ  ବ୍ରସ   ବ୍ୟବହାର  ପୂର୍ବରୁ  ଗରମ  ପାଣିରେ  ୧ ରୁ  ୨ ମିନିଟ   ପାଇଁ  ବୁଡାଇ  ରଖିଲେ  ଥିବା  ଜୀବାଣୁ  ନଷ୍ଟ  ହୋଇଯାଆନ୍ତି   । ଦାନ୍ତ  ସଫାକରିବା  ପରେ  ଜିଭ   ଉପରେ  ଜମା  ହୋଇଥିବା  ମଇଳାକୁ  ସଫା  କରିବା  ଦରକାର  କାହିଁକିନା  ଜିଭ  ଉପରେ   ଥିବା  ମଇଳା  କୋଷ୍ଠ  କାଠିନ୍ୟ ରୋଗର  ସୂଚକ   ହୋଇଥାଏ , ଯାହାକି  ରାତିରେ  ଖାଇଥିବା  ଭୋଜନ   ଠିକ୍  ରୂପରେ   ହଜମ  ନହୋଇଥିଲେ  ଜିଭର  ମୂଳରେ  ଜମା  ହୋଇଯାଇଥାଏ   କିମ୍ବା  ଶରୀରର  ଅସନ୍ତୁଳନ  ସଙ୍କେତ  ଜିଭରୁ  ମିଳିଯାଇଥାଏ   । ଏହାବ୍ୟତୀତ  ଜିଭର   ମୂଳରେ  ବହୁତ  ମଇଳା  ଜମା  ହୋଇଯାଇଥାଏ  ଯାହାଦ୍ଵାରା  ମୁଖର  ଦୁର୍ଗନ୍ଧ  ଆସିବା  ସହିତ  ସ୍ଵାଦ ଠିକ୍  ରହି  ନଥାଏ   । ପୂର୍ବୋକ୍ତ  ଦାନ୍ତ  କାଠିକୁ   ଦୁଇଫାଳ   କରି  ଜିଭ   ସଫା  କରାଯାଇଥାଏ  କିମ୍ବା  ଷ୍ଟିଲ , ସୁବର୍ଣ୍ଣ , ରୂପା , ତମ୍ବା , ପିତଳ  ଧାତୁରେ  ବି  ଜିଭ  ସଫା  କରିବା  ବା ଜିଭଛେଲା  ବନା  ଯାଇଥାଏ ; ଯାହା   ଆଜିକାଲି   ବଜାରରେ  ଉପଲବ୍ଧ   । ଜିଭ  କୋମଳ , ଚିକ୍କଣ  ଓ  ମଝିରେ  ଜିଭ  ବଙ୍କା  ହେଉଥିବା  ଦରକାର  ନହେଲେ  ଜିଭରେ  ଘା  ହେବାର  ସମ୍ଭାବନା   ବଢିଯାଇଥାଏ   । ଦିନର  ଆରମ୍ଭରେ  ଶୌଚପରେ   ଦାନ୍ତ  ସଫାକରିବା  ସହିତ  ରାତ୍ରିରେ  ଶୋଇବା  ପୂର୍ବରୁ  ଦାନ୍ତ  ସଫା  କରି  ଶୋଇବା  ବିଧାନ  ବର୍ଣ୍ଣିତ  ଅଛି  । ପ୍ରତ୍ୟକ  ଦିନ  ତାଜା  ଦାନ୍ତ  କାଠିରେ   ଦାନ୍ତ  ସଫାକଲେ  ଚର୍ମରୋଗ , ମୁଖଗହ୍ଵରର  ସମସ୍ତ  ରୋଗ , ପେଟ ଜନିତ  ରୋଗରୁ  ମୁକ୍ତି  ମିଳିଥାଏ   ।

ଦାନ୍ତ  ବିନ୍ଧୁଥିଲେ , ଜିଭରେ  କୌଣସି  ରୋଗ   ହୋଇଥିବା  ସମୟରେ , କାନ  ରୋଗ , ହୃଦ୍ ରୋଗ , ନେତ୍ର ରୋଗ , ହୋଇଥିବା  ଅବସ୍ଥାରେ  ଦାନ୍ତ  ସଫା  କରିବା  ଉଚିତ   ନୁହେଁ   । ଏହାଦ୍ୱାରା  ଅନ୍ୟାନ୍ୟ  ରୋଗ  ବଢିବାରେ  ଆଶଙ୍କା  ରହିଥାଏ  । ବେଳେବେଳେ  ଯାତ୍ରା  କରୁଥିବା  ସମୟରେ  କୌଣସି  କାରଣରୁ  ଦାନ୍ତ  ସଫା ପାଇଁ  ଯଦି  ସୁବିଧା  ନହୁଏ , ତାହେଲେ  ପାଣିରେ  କୁଳି  ଓ ଗଳା ସଫା  କରାଯାଇପାରିବ   । ଏହାଦ୍ୱାରା  ମୁହଁରେ  ତେଲିଆ  ଅଂଶ  ଦୂର  ହୋଇଯିବା  ସହିତ  ଗଳାର କଫ ଓ  ମୁଖର  ମଇଳା  ସହଜରେ  ବାହାରିଯାଇଥାଏ   ।

ଆଧାର –,ଡାକ୍ତର  ସଶାଙ୍କଶେଖର  ସାମଲ

Last Modified : 6/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate