অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦୀର୍ଘାୟୁ ହେବେ କିପରି

ଭାରତୀୟ ସଂସ୍କୃତି ରେ ଧର୍ମ, ଅର୍ଥ, କାମ ତଥା ମୋଷକୁ ଜୀବନର ମୂଳ ଲକ୍ଷ୍ୟ କୁହାଯାଇଛି ଏବଂ କେବଳ ଆରୋଗ୍ୟଯୁକ୍ତ  ଦୀର୍ଘଜୀବନ ଦ୍ଵାରାହିଁ ଏହି ଲକ୍ଷ୍ୟକୁ ସଫଳ କରିବା ସମ୍ଭବ ।

“ ଶରୀର ମାଦ୍ୟ ଖଳୁଧର୍ମ ସାଧନମ୍” ଅର୍ଥାତ୍ ଶରୀର ମାନବ ଜୀବନର ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ପ୍ରମୁଖ ସାଧନ ବା ମାଧ୍ୟମ ଅଟେ ଏବଂ କାର୍ଯ୍ୟର ସଫଳତା ପାଇଁ ଶରୀର ସୁସ୍ଥ ରହିବା ଏକାନ୍ତ ଅପରିହାର୍ଯ୍ୟ । ସେଥିପାଇଁ ଶରୀରକୁ ସୁସ୍ଥ ଏବଂ ଦୀର୍ଘାୟୁ କରିବା ପ୍ରତ୍ୟକ ବ୍ୟକ୍ତିଙ୍କର ପ୍ରଥମ କର୍ତ୍ତବ୍ୟ ହେବା   ଉଚିତ ।

ଦୀର୍ଘାୟ ହେବାର ଉପାୟ -

  1. ସାତ୍ତ୍ଵିକ ଆହାର
  2. ଉତ୍ତମ ଜୀବନଚର୍ଯ୍ୟା ଓ ବ୍ରହ୍ମଚର୍ଯ୍ୟ
  3. ଶୁଦ୍ଧ ବିଚାର

ଦୀର୍ଘାୟୁକାରକ ଆହାର

ଉତ୍ତମ ସ୍ୱାସ୍ଥ୍ୟର ତିନୋଟି ମୂଳ ଆଧାର ହେଲା – ଆହାର, ନିଦ୍ରା ତଥା ବ୍ରହ୍ମଚର୍ଯ୍ୟ । ବଞ୍ଚି ରହିବା ପାଇଁ ଖାଦ୍ୟପେୟର ଆବଶ୍ୟକତା ରହିଛି ।

ଆହାରରୁ ହିଁ ଆୟୁ, ତେଜ ଉତ୍ସାହ, ସ୍ମୃତି ଓ ଶକ୍ତି ବୃଦ୍ଧି ପାଇଥାଏ ଏବଂ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ଉତ୍ପନ୍ନ ହୋଇଥାଏ । ଖାଦ୍ୟରୁ ରସ, ରସରୁ ରକ୍ତ, ରକ୍ତରୁ ମାଂସ ଏହିପରି ସପ୍ତଧାତୁରା ନିର୍ମାଣ ହୋଇ ଶରୀର ପରିପୁଷ୍ଟ ହୋଇଥାଏ ।

ସୁତରାଂ ମନୁଷ୍ୟ ଶରୀର ବୃଦ୍ଧି, ବିକାଶ ପାଇଁ ଅନୁକୂଳ ଖାଦ୍ୟପେୟ ଗ୍ରହଣ କରାଯିବା ଉଚିତ୍ । ନିମ୍ନରେ ଆୟୁବୃଦ୍ଧିକାରୀ ଆହାର ସଂପର୍କରେ କେତେକ ନିୟାମୋବାଲିକୁ ଉଲ୍ଲେଖ କରାଯାଇଛି ଏବଂ ଭୋଜନ ଗ୍ରହଣ ସମୟରେ ଏହା ପ୍ରତି ଧ୍ୟାନ ଦିଆଯିବା ଏକାନ୍ତ ଆବଶ୍ୟକ ।

  • ଆୟୁବୃଦ୍ଧି ପାଇଁ ରସଂଯୁକ୍ତ ପୌଷ୍ଟିକ ତଥା ସ୍ନିଗ୍ଧ ଭୋଜନ ଉପଯୁକ୍ତ ଆହାର ଅଟେ । ଆମେ ଖାଉଥିବା ଖାଦ୍ୟ ସୁପାଚ୍ୟ, ଶରୀରକୁ ସ୍ଥିରତା ଏବଂ ମନ ତଥା ମସ୍ତିଷ୍କକୁ ଶକ୍ତି ପ୍ରଦାନକାରୀ ହେବା ଆବଶ୍ୟକ । ପ୍ରାଚୀନ ଶାସ୍ତ୍ରମାନଙ୍କରେ ଏପରି ଆହାରକୁ ସାତ୍ତ୍ଵିକ ଆହାର ରୂପ ଉଲ୍ଲେଖ କରାଯାଇଛି ।
  • ପ୍ରାଚୀନ ଚିକିତ୍ସା ଶାସ୍ତ୍ରମାନଙ୍କରେ ସନ୍ତୁଳିତ ଭୋଜନ (Balanced Diet) ଏବଂ ମଧୁର, ଅମ୍ଳ, ଲବଣ, କଟୁ ତିକ୍ତ ଏବଂ କଷା ଏହିପରି ଷଡର ସଂଯୁକ୍ତ ଖାଦ୍ୟକୁ ଆୟୁବୃଦ୍ଧିକାରୀ ଖାଦ୍ୟ ରୂପେ ବିବେଚନା କରାଯାଇଛି ।
  • ଆମେ ଖାଉଥିବା ଦୈନନ୍ଦିନ ଖାଦ୍ୟରେ ସୁଷମ ପରିମାଣରେ ପୁଷ୍ଟିସାର (Proteins) ସ୍ନେହସାର (Fats), ଶ୍ଵେତସାର (Carbohydrates), ଖଣିଜସାର (Minerals) ଏବଂ ଜଳ (Water) ରହିବା ଆବଶ୍ୟକ । ଏହିସବୁର ସନ୍ତୁଳିତ ଖାଦ୍ୟସାର ଶାରୀରିକ ଓ ମାନସିକ ବିକାଶ ପାଇଁ ଆଣିବାର୍ଯ୍ୟ ଅଟେ ।
  • ପ୍ରାତଃକାଳରେ ସୂର୍ଯ୍ୟଦୟ ପୂର୍ବରୁ ପାଣି, ଦହି ଆଦି ଥଣ୍ଡା ତରଳ ପାନୀୟ ପିଇବା ଅଭ୍ୟାସ କରିବା ଉଚିତ୍ । ଏହାବ୍ୟତୀତ ଲେମ୍ବୁ ସରବତ୍ ମଧ୍ୟ ପିଇବାରେ ଉପକାର ମିଳିଥାଏ । ଏପରି କରିବା ଦ୍ଵାରା ପଚନତନ୍ତ୍ରର ନବିକାର ଦୂର ହୋଇଥାଏ । ଉପରୋକ୍ତ ପରାମର୍ଶଗୁଡିକ ପାନଳ କରିବା ସମୟରେ ସ୍ମରଣ ରହିବା ଉଚିତ୍ ଯେ ଆମେ ଖାଉଥିବା ଖାଦ୍ୟ ସୁପାଚ୍ୟ ଏବଂ ସନ୍ତୁଳିତ ହେବା ଆବଶ୍ୟକ । ଅତ୍ୟଧିକ ଭିଟାମିନ୍ ଶର୍କରା ମଧ୍ୟ ଶରୀର ପାଇଁ ଅହିତକର ଅଟେ । ସୁତରାଂ, ସୁଷମ ଏବଂ ସନ୍ତୁଳିତ ସାତ୍ତ୍ଵିକ ଆହାର ହିଁ ଆୟୁ ବୃଦ୍ଧିକାରୀ ଆହାର ଅଟେ ।

ଉତ୍ତମ ଜୀବନଚର୍ଯ୍ୟା

ଆହାର ବ୍ୟତୀତ ଉଚିତ ଜୀବନଚର୍ଯ୍ୟା ଦୀର୍ଘାୟୁ ହେବାର ପ୍ରଥମ ଆବଶ୍ୟକତା ଅଟେ ।

  • ପ୍ରାତଃ ସମୟରେ ସୂର୍ଯ୍ୟଦୟ ପୂର୍ବର ଶଯ୍ୟାତ୍ୟାଗ ଜୀବନଚର୍ଯ୍ୟା ଦୀର୍ଘାୟୁ ହେବାର ପ୍ରଥମ ଆବଶ୍ୟକତା ଅଟେ । ବାଳି, ଅଶ୍ଵତ୍ ଥାମା, କୃପାଚର୍ଯ୍ୟା ଇତ୍ୟାଦି ଚିରଞ୍ଜିବୀଙ୍କୁ ସ୍ମରଣ କରାଯିବା ଉଚିତ । ଏହି ସପ୍ତ ଚିରଞ୍ଜିବୀ ମହାତ୍ମାମାନଙ୍କ ସ୍ମରଣ ଦ୍ଵାରା ଦୁର୍ଘଟଣା ତଥା ଅପମୃତ୍ୟୁ ନିବାରଣ ହୋଇଥାଏ । ଏହାବ୍ୟତୀତ, ପ୍ରାତଃ ସମୟରେ ଶଯ୍ୟାତ୍ୟାଗ କରିବା ପରେ ସୂର୍ଯ୍ୟ ନମସ୍କାର କରିବା ଦ୍ଵାରା ବଳ ଏବଂ ଆୟୁ ବୃଦ୍ଧି ହୋଇଥାଏ ।
  • ପ୍ରାତଃକାଳରେ ସୂର୍ଯ୍ୟଦୟା ପୂର୍ବରୁ ଶୀତଋତୁରେ ତାଜା ପଣି ଏବଂ ଅନ୍ୟଋତୁମାନଙ୍କରେ ବାସୀ ପାଣି ପିଇବା ଉଚିତ୍ । ଏହାକୁ ଉଷାପନ କୁହନ୍ତି । ଏହାକୁ ଅଭ୍ୟାସ କରିବା ଦ୍ଵାରା କୋଷ୍ଠକାଠିନ୍ୟ ସମସ୍ୟାଋ ମୁକ୍ତି ମିଳେ ଏବଂ ସମସ୍ତ ଉଦର ବିକାର ଦୂର ହୋଇଥାଏ ।
  • ପ୍ରତିଦିନ ପ୍ରାତଃ ସମୟ ଖଳିପେଟରେ ବ୍ୟାୟାମ, ଯୋଗାସନ ଏବଂ ପ୍ରାଣାୟାମ ଆଦିର ଅଭ୍ୟାସ କରାଯିବା ଉତ୍ତମ ଅଟେ । ଏହାଦ୍ଵାରା ଶରୀର ଏବଂ ମନରେ ସତେଜତା ବୃଦ୍ଧି ପାଇଥାଏ ଏବଂ ରକ୍ତ ଶୁଦ୍ଧ ହେବା ଦ୍ଵାରା ଶରୀର ସୁସ୍ଥ ଏବଂ ସୁନ୍ଦର  ହୋଇଥାଏ । ପ୍ରାତଃ ବ୍ରମଣ ସର୍ବୋତ୍ତମ ଅଟେ ।

ଶୁଦ୍ଧ ବିଚାର ଏବଂ ସୁସ୍ଥ ମନ

ମନ ଏବଂ ଶରୀର ପରସ୍ପର ପରିପୂରକ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସାତ୍ତ୍ଵିକ ଓ ପୁଷ୍ଟିକର ଆହାର ଯେତିକି ଆବଶ୍ୟକ ମାନସିକ ସୁସ୍ଥାତା ମଧ୍ୟରେ ସେତିକି ଅଧିକ ଆବଶ୍ୟକ । ଅନିଦ୍ରା, ଉଚ୍ଚ ରକ୍ତଚାପ, ହିଷ୍ଟ୍ରିଆ, ହୃଦ୍ ରୋଗ, କ୍ୟାନସର ଓ କୋଲାଇଟିସ୍ ଆଦି ମାରାତ୍ମକ ରୋଗଗୁଡିକ ମାନସିକ ଅସୁସ୍ଥାତା ପ୍ରଭାବରୁ ବୃଦ୍ଧି ପାଇଥାଏ । ସେଥିପାଇଁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟ ପାଇଁ ଶୁଦ୍ଧ ବିଚାର ଏବଂ ସୁସ୍ଥ ମନର ଆବଶ୍ୟକତା ରହିଛି । ବିଛର ବା ଚିନ୍ତନର ଆମ ମନ ମସ୍ତିଷ୍କ, ସ୍ୱାସ୍ଥ୍ୟ ତଥା ଆୟୁ ଉପରେ ଗଭୀର ପ୍ରଭାବ ରହିଛି । ସୁତରାଂ ଆୟୁ ବୃଦ୍ଧି ପାଇଁ ସୁସ୍ଥ ମାନସିକା ଏବଂ ବିଚାରାଗତ ଶୁଦ୍ଧତା ପ୍ରତି ଯତ୍ନବାନ୍ ହେବା ଅନିବାର୍ଯ୍ୟ  ଅଟେ ।

  1. ଉତ୍ତମ ଏବଂ ସୁସ୍ଥ ବିଚାର ଜୀବନକୁ ସରଳ ତଥା ଆୟୁଷ୍ମାନ୍ କରିଥାଏ । ପ୍ରତ୍ୟେକ ବ୍ୟକ୍ତିକୁ ସର୍ବଦା ଅନୁକୂଳ ଚିନ୍ତନ କରିବା ଆବଶ୍ୟକ । ମୋର ସମସ୍ତେ ମିତ୍ର ଅଟନ୍ତି କେହି ଶତ୍ରୁ ନାହାଁନ୍ତି ତଥା ଇଶ୍ଵର ସର୍ବଦା ମୋ ସହିତ ଅଛନ୍ତି ଏବଂ ମୁଁ ପ୍ରଭୁଙ୍କର ଓ ଇଶ୍ଵର ମୋର ଅଟନ୍ତି ଇତ୍ୟାଦି ଭାବନା ମନ ମଧ୍ୟରେ ରଖିବା ଉଚିତ୍ । ବ୍ୟକ୍ତି ସର୍ବଦା ଅନ୍ୟର କଲ୍ୟାଣ କାମନା କରିବା ସହ ନିଜ ଦ୍ଵାରା ଯେପରି ଅନ୍ୟକୁ କଷ୍ଟ ନ ମିଳେ ସେଥିପ୍ରତି ସତର୍କ ରହିବା ଆବଶ୍ୟକ । ନିଜର ସାମର୍ଥ୍ୟ ଅନୁସାରେ ଆବଶ୍ୟକ ସମୟରେ ପରର ଉପକାର କରିବା ଉଚିତ୍ । ଏହିପରି ଭାବନା ବ୍ୟକ୍ତିକୁ ନୈତିକ ବଳ ପ୍ରଦାନ କରିଥାଏ ।
  2. ବ୍ୟକ୍ତି ମନରେ ସଦଭାବନା ପାଇଁ ଉତ୍ତମ, ଆଧ୍ୟାତ୍ମିକ ତଥା ନୀତିଗତ ସାହିତ୍ୟ ପଠନରେ ମନୋନିବେଶ କରିବା ଜରୁରୀ । ଏହାକୁ ସ୍ଵଧ୍ୟାୟ କହନ୍ତି । ସାଧନା, ସ୍ଵଧ୍ୟାୟ ଏବଂ ସତ୍ ସଙ୍ଗ ଆଧ୍ୟାତ୍ମିକ ଲକ୍ଷ୍ୟ ସାଧନ ପାଇଁ ତିନୋଟି ଉତ୍ତମ ମାର୍ଗ ଅଟେ । ସମୟ ମିଳିଲେ ସତ୍ ସଙ୍ଗ ଦ୍ଵାରା ପ୍ରାର୍ଥନା, ଜପ , ଧ୍ୟାନ ଏବଂ ସଂକୀର୍ତ୍ତନ ମାଧ୍ୟମରେ ଇଶ୍ଵରଙ୍କ ଗୁଣକୀର୍ତ୍ତନ କରିବା ଦ୍ଵାରା ବିଭୁକୃପା ଲାଭ କରାଯାଇଥାଏ ବା ଏହାଦ୍ଵାରା ମାନସିକ ଶାନ୍ତି ମିଳିଥାଏ ।

ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଜଣାପଡେ ଯେ ଉତ୍ତମ ସ୍ୱାସ୍ଥ୍ୟ ଅଧିକାରୀ ହେବା ପାଇଁ ଶାରୀରିକ ସୁସ୍ଥତା ଏବଂ ମାନସିକ ସୁସ୍ଥତା ସହିତ ବ୍ୟକ୍ତିକୁ ସାମାଜିକ ସୁସ୍ଥତା ମଧ୍ୟ ହାସଲ କରିବାକୁ ପଡିଥାଏ । ବ୍ୟକ୍ତି ନିଜର ଦୈନନ୍ଦିନ ଜୀବନଚର୍ଯ୍ୟାକୁ ପରିମାର୍ଜିତ ଓ ଶୃଙ୍ଖଳିତ କରିବା ସହ ଖାଦ୍ୟପେୟରେ ସାତ୍ତ୍ଵିକତା ଓ ସଂଯମତା ତଥା ବିଚାରାଗତ ଶୁଦ୍ଧତାକୁ ବଜାୟ ରଖିଲେ ନିଶ୍ଚିତ ଭାବେ ଦୀର୍ଘାୟୁ  ଏବଂ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହୋଇପାରିବ, ଏଥିରେ ସନ୍ଦେହ ନାହିଁ ।

ଆଧାର - ଓଡିଶା ଆୟୁର୍ବେଦ ସେବା ସଦନ

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate