ନପୁଂସକତା
ଅର୍ଥାତ୍ ପୁରୁଷ ସ୍ତ୍ରୀ ସଂପୂର୍ଣ୍ଣ ମୈଥୁନ ନ କରି ପାରିବାକୁ ବା ଯୌନକ୍ରିୟା ସମ୍ପନ୍ନ ନ କରି ପରିବାକୁ ନପୁଂସକତା କୁହାଯାଏ ।
କାମଶକ୍ତି ହ୍ରାସର ବିଭିନ୍ନ କାରଣ
- ମେହ ପରିସ୍ରା ଶେଷରେ ଲାଲ ପଡିବା, ପରିସ୍ରାରେ ମିଠା ଅଂଶ ବା ସୁଗାର ଯିବା,Albumin ଯିବା, ଓ ମଧୁମେହ (Diabetis) ଥିଲେ ଇନ୍ଦ୍ରିୟ ଦୁର୍ବଳ ହୋଇଥାଏ ।
- ଯକୃତ୍ ରୋଗ ( liverDisease)– ଯକୃତଜନିତ ରୋଗ ହେଲେ କୋଷ୍ଠକାଠିନ୍ୟ ହୁଏ ତେଣୁ ଦେହ ଭଲ ଲାଗେ ନାହିଁ, ଫଳରେ ମନ ଭଲ ଲାଗେ ନାହିଁ କାମଶକ୍ତି ହ୍ରାସ ହୋଇ କାମେଚ୍ଛକୁ ଅତି ମାତ୍ରାରେ ହ୍ରାସ କରିଥାଏ ।
- ଶୁକ୍ରତାରଲ୍ୟ ( liquificationofsperm)– ଅତି ହସ୍ତମୈଥୁନ, ଅତି ମୈଥୁନ, ଅତି ଉତ୍ତେଜକ ଦ୍ରବ୍ୟ ସେବନ ଓ ଅତି ଉକ୍ଷ୍ମ ବିହାର ଅର୍ଥାତ ଗରମ ସ୍ଥାନରେ କର୍ମଦ୍ଵାରା ଶୁକ୍ରତାରଲ୍ୟ ହୋଇ ଶୁକ୍ରହୀନତା ସୃଷ୍ଟି ହୋଇଥାଏ ତେଣୁ କାମେଚ୍ଛା ହ୍ରାସ ହୋଇଥାଏ ।
- ସ୍ନାୟବିକ ଦୁର୍ବଳତା ( nervousdebility)– ଅତି ହସ୍ତମୈଥୁନ, ଅତି ମୈଥୁନ, କଠିନ ଦ୍ରବ୍ୟରେ ମୈଥୁନ, ନୀଚଯୋନିରେ ମୈଥୁନ ଅତ୍ୟଧିକ ଉତ୍ତେଜକ ନିଶାଦ୍ରବ୍ୟ ସେବନ, ଯଥା – ମଦ ଗଞ୍ଜେଇ, ଚରସ୍ ଆଦି ସେବନ ଧାତୁ ଅତି କ୍ଷୟଦ୍ଵାରା ଇନ୍ଦ୍ରିୟର ସ୍ନାୟୁ ଦୁର୍ବଳ ହୋଇଥାଏ । ଫଳରେ ଯୌନକ୍ରିୟା ସମୟରେ ତାହା କାର୍ଯ୍ୟକ୍ଷମ ହୋଇ ନ ଥାଏ । ଏହାହିଁ କାମଶକ୍ତି ହ୍ରାସମୁଖ୍ୟ କାରଣ ଅଟେ ।
- ଧ୍ଵଜଭଙ୍ଗ ( Debilitity)– ଅତ୍ୟଧିକ ମୈଥୁନ ବା ଇନ୍ଦ୍ରିୟର ସ୍ନାୟୁମଣ୍ଡଳରେ କୌଣସି ଶକ୍ତି ଆଘାତ ହେଲେ କୌଣସି କାରଣରୁ ସ୍ନାୟୁମଣ୍ଡଲ\ଛିଡିଗଲେ ଧ୍ଵଜଭଙ୍ଗ ହୋଇଥାଏ । ଏଥିରେ ମଧ୍ୟ ଯୌନାଙ୍ଗ ଉତ୍ତେଜିତ ହୋଇ ନ ଥାଏ ବା ହୁଏ ନାହିଁ ।
- ହସ୍ତମୈଥୁନ ( masturbation)– ହସ୍ତମୈଥୁନ ଅତ୍ୟଧିକ କରିବାଦ୍ଵାରା ଶୁକ୍ରସ୍ରାବ ଅଧିକ ହୋଇଯାଏ। ତଥା ଇନ୍ଦ୍ରାୟର ସ୍ଥାନିକ ଦୁର୍ବଳତା ହୋଇଥାଏ । ତେଣୁ ଇନ୍ଦ୍ରିୟ ବକ୍ର ହୋଇ ତେଚନ ଶକ୍ତି ବା କ୍ରିୟାଶକ୍ତି ( Sensation) ହରାଇଥାଏ ।
- ଯୌନରୋଗ ( sexualDisease)– ଅତି ସାଘାତିକ ଯୌନରୋଗ ଯଥା- ଉପଦଂଶ, ଫିରଙ୍ଗ, ହୋଇଥିଲେ, ଯକ୍ଷ୍ମା ଆଦି କ୍ଷୟଜ ରୋଗ ହୋଇଥିଲେ, ଅତି ବେଶ୍ୟାଗମନ କରିଥିଲେ ମଧ୍ୟ କାମେଚ୍ଛା ହ୍ରାସ ହୋଇ ଇନ୍ଦ୍ରାୟ ଉତ୍ତେଜିତ ହୋଇ ନ ଥାଏ । ଶେଷରେ ଅତି ପରିଶ୍ରମାନ୍ତେ, ରାତ୍ରି ଜାଗରଣ ପରେ, ବାରମ୍ଭର ମୈଥୁନ ପରେ ମଧ୍ୟ ସାଧାରଣତଃ କାମଇଚ୍ଛା ବା ଯୌନକ୍ରିୟା ଇଚ୍ଛା ହ୍ରାସ ହୋଇଥାଏ । ଇନ୍ଦ୍ରିୟ ଅଗ୍ରଭାଗ ମୋଟା ବା ମୂଳଭାଗ ସାରୁ ବା ମଧ୍ୟ ଭାଗ ଅତି ବଙ୍କା ତେବେ ମଧ୍ୟ ସ୍ନାୟବିକ ଦୁର୍ବଳତା ( Nervousdebility) ଜାଣି ବାହ୍ୟ ମାଲିସ ଚିକିତ୍ସା ସ୍ୱରୂପ କରିବା ଉଚିତ୍ ।
- ମାନସିକ ସ୍ଥିତି ( MentalStability)– କାମଶକ୍ତି ହ୍ରାସ ମୁଖ୍ୟ କାରଣ ହେଲା ମାନସିକ ସ୍ଥିତି ଅର୍ଥାତ୍ ଉଭୟପକ୍ଷ ଅର୍ଥାତ୍ ଉଭୟ ସ୍ତ୍ରୀପୁରୁଷ ଯଦି ବ୍ୟସ୍ତତା ମଧ୍ୟରେ, ବା ଭୟଭୀତ ଭାବେ ବା ଗୃନା ମନୋଭାବ ନେଇ ମିଲନ କଲେ ବା ମୁଁ ଅପରପକ୍ଷକୁ ଯୌନଖୁସି ହୋଇପାରିବି ନାହିଁ ବୋଲି ମନୋଭାବ ଆସିଲେ ମଧ୍ୟ କାମ ଶକ୍ତି ହ୍ରାସ ହୋଇଥାଏ ।
କାମଶକ୍ତି ହ୍ରାସଲକ୍ଷଣ
- କିଛି ସମୟକାମେନ୍ଦ୍ରିୟର ଶକ୍ତି ଓ କିଛି ସମୟପରେ ପୁନଶ୍ଚ ଶିଥିଳ ହୋଇଯାଏ । ଫଳତଃ କାମ କର୍ମ ସମ୍ପାଦିତ ହୋଇପାରେ ନାହିଁ । ଏହା ଉଭୟ ସ୍ତ୍ରୀପୁରୁଷଙ୍କ କ୍ଷେତ୍ରରେ ଦେଖାଯାଏ ।
- ମୈଥୁନ ଇଚ୍ଛା ଥାଏ ମଧ୍ୟ ଇନ୍ଦ୍ରିୟ ଶିଥିଳ ରହିବା ।
- ବୀର୍ଯ୍ୟ ସ୍ଖଳନ ସମୟରେ ଶିହରଣ ବା ଆନନ୍ଦ ଅନୁଭବ ନ କରିବା । ମୈଥୁନାନ୍ତେ ଅତି ଦୁର୍ବଳ ଅନୁଭବ କରିବା ।
- ମୈଥୁନାନ୍ତେ ଅତି ଦୁର୍ବଳ ଅନୁଭବ କରିବା ।
- ପରିସ୍ରା ତ୍ୟାଗ ସମୟରେ ଜ୍ଵଳନ ବା ଇନ୍ଦ୍ରିୟ ମଧ୍ୟରେ ସମୟ ସମୟରେ ଜ୍ଵଳନ ହେବା ।
- ମୈଥୁନ ଇଛା ସମ୍ପର୍କ ଥାଇ ମଧ୍ୟ କିଛି ସମୟ ପରେ ଅତି ବିରକ୍ତ ଲାଗିବା ।
- ଅତିଶୀଘ୍ର ସ୍ଖଳନ ହୋଇଯିବା ।
- ଇନ୍ଦ୍ରାୟ ଓ ଅଣ୍ଡକୋଷ ସର୍ବଦା ଓହଳିବା ( Relaxed ) ଅବସ୍ଥାରେ ରହିବା ।
- ଇନ୍ଦ୍ରାୟରୁ ସାମାନ୍ୟ ସ୍ରାବ ପରେ ଇନ୍ଦ୍ରିୟ ଶିଥିଳ ହୋଇଯିବା ବା ମୈଥୁନ ଇଚ୍ଛା ନ ହେବା ଅତୃପ୍ତି ଦୁର୍ବଳବୋଧ କରିବା ।
10. ସ୍ତ୍ରୀ ସର୍ବଦା ଅତୃପ୍ତ ବା ପୁରୁଷ ସର୍ବଦା ଅତୃପ୍ତ ରହିବା ଓ ବୀର୍ଯ୍ୟ ବଦଳରେ ରକ୍ତସ୍ରାବ ହେବା ଅତି ଶୁକ୍ରନାଶର ଲକ୍ଷଣ ଅଟେ ।
ଚିକିତ୍ସା
- ସର୍ବଦା କୋଷ୍ଠକାଠିନ୍ୟ ନ ହେବା ବା ଖଡା ସଫା ଖାଦ୍ୟ ସେବନ କରିବ ବା ଔଷଧ କ୍ଷୟବ ।
- ଯକୃତ ଉତ୍ତେଜକ ( liverStimulant) ବା ଜୀର୍ଣ୍ଣକାରୀ ଔଷଧ ବା ଖାଦ୍ୟ ତଥା ଶକ୍ତିକାରକ ଖାଦ୍ୟ ଖାଇବା ଉଚିତ୍।
- ଘିଅ ଲହୁଣୀ, ଛେଳିର ଅଣ୍ଡକୋଷ ହଜମ ହେଲାଭଳି ବିରି ଓ ଚାଉଳମିଶା ପିଠା, ରୁଟି ଗହମ ଜାତୀୟ ଖାଦ୍ୟ ସରୁଚାଉଳ ଯଥ୍ୟ ଅଟେ ବା ଖାଇବା ଉଚିତ୍ ।
- ଅମୃତଭଣ୍ଡା, କଦଳୀ ଗାଜର ବିଟ୍ ଆଦି ପାରିବା ଅତି କମ୍ ରେ ୩୦୦ ରୁ ୪୦୦ ଗ୍ରାମସିଝାଇ ସାମାନ୍ୟ ଜୀରା ଗୁଣ୍ଡ ଦେଇ ଖାଇବା ଉଚିମୂଳ ଜନିତ କରିବା,ଯଥା – ଆଳୁ ସାରୁ, କନ୍ଦ ଆଦି ପାରିବା ଯେତେ କମ୍ ଖାଇବ ସେତେ ଭଲ ।
- ଗଜା ହୋଇଥିବା ମୁଗ ସୋଲା ବାଦାମ ଆଦି ସକାଳୁ ଅତି କମ୍ ରେ ୫୦ ଗ୍ରାମ୍ ସାମାନ୍ୟ ମିଠା ଦେଇ ଖାଇବା ଉଚିତ୍ । ଏହାଦ୍ଵାରା ବୀର୍ଯ୍ୟ ବୃଦ୍ଧି ହୁଏ ।
- ପ୍ରତ୍ୟେକ ଦିନ ଦୁଇଟି ଦେଶୀ କଦଳୀ ଗୋଘୁତରେ ବୁଡାଇ ଖାଇବା ଉଚିତ୍ ।
- ଦିବାନିଦ୍ରା ଅର୍ଥାତ୍ ଦିନରେ ସୟନ ଓ ଭୋରୁ ବା ପ୍ରାତଃକାଳରେସୟନ କରିଲା ପରେପୁନଶ୍ଚ ଶୟନ ନିଷେଧ ।
- ଶୟନ ପୂର୍ବରୁ ଗୋଡ, ହାତ ଳିଙ୍ଗ ଧୋଇ ଶୟନ କରିବା ଉଚିତ୍ ।
- ସକାଳୁ ଶଯ୍ୟାତ୍ୟାଗ ପରେ ମଳତ୍ୟାଗ ପରେ ଓ ରାତ୍ରିରେ ଶୟନ ପୂର୍ବରୁ ଅତି କମ୍ ରେ ୩୦ ରୁ ୪୦ ଥର ମଳଦ୍ଵାରକୁ ସଂକୋଚନ ଓ ପ୍ରସାରଣ କରିବା ଉଚିତ୍ । ଏହା ଫଳରେ ଯୋନିଦ୍ଵାରର ମାଂସପେଶୀ ଓ ପୁରୁଷ ଯୌନାଙ୍ଗ ମାଂସପେଶୀ ଟାଣ ଓ ଶକ୍ତିଯୁକ୍ତ ରହେ ଓ କାନ୍ତି ବା ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ହୁଏ ।
10. ଶୋଧିତ ବାଇଡଙ୍କ ମଞ୍ଜି ଓ ଅଶ୍ଵଗନ୍ଧା ସମଭାଗ ନେଇ ଚୂର୍ଣ୍ଣ କରି ପ୍ରତ୍ୟହ ୩ ରୁ ୫ ଗ୍ରାମ ଓ ସକାଳ- ସନ୍ଧ୍ୟା କ୍ଷୀର ସହ ସେବନୀୟ ।
11. ଅପଥ୍ୟ – ଖଟା, ପଖାଳ, ଅତି ଗରିଷ୍ଠ ଖାଦ୍ୟ, ଅତି ଉତ୍ତେଜକ ଖାଦ୍ୟ, ବେଶି ଭୋଜନ ନିଶାସେବନ, ମସଲାଯୁକ୍ତ ଖାଦ୍ୟ, ନିକୃଷ୍ଟ ଖାଦ୍ୟ କୋଷ୍ଠକାଠିନ୍ୟ ଦ୍ରବ୍ୟ,ଅତି ଉଷ୍ଣ, ବାଇଗଣ, ତେଲ ମରିଚ ଆଦି ଦ୍ରବ୍ୟ ଖାଇବା ଅନୁଚିତ୍, ସମସ୍ତ ପ୍ରକାର ଯୌନରୋଗରେ ।
ତୁଟୁକା ଚିକିତ୍ସା
- ପ୍ରଥମତଃ ଉପରୋକ୍ତ ମିଥ୍ୟାହାର- ବିହାର ନିଷେଧ ।
- ଧାରୋଷ୍ଣ କ୍ଷୀର ଅର୍ଥାତ କ୍ଷୀର ଦୁହାଁଗଲା ପରେ ତଳେ ଏକ ଗ୍ଲାସ୍ ବା ନ ରାଖୀ ସେହି ଫେଣଯୁକ୍ତ ଉଷୁମ କ୍ଷୀର ଛାଣି ଏକ ଗ୍ଲାସ ବା ୨୫୦ ମି. ଲି . କ୍ଷୀରରେ ଗୋଟିଏ କଞ୍ଚା ଦେଶୀ କୁକୁଡା ଅଣ୍ଡା ଫେଣ୍ଟି ମିସିଗଲା ଭଳିହେଲେ ତାକୁ ପିଇବା ଦରକାର । ଆବଶ୍ୟକସ୍ଥଳେ ଚିନି ଅଧା ଚାମଚ ମିଶାଯାଇ ପାରେ, ଦିନକୁ ୨ ଥର ।
- ୨୦୦ ମି.ଲି. କ୍ଷୀର ୧୫ ମି.ଲି. ବା ୩ ଠିପି ବ୍ରାଣ୍ଡି ଓ ଗୋଟିଏ କୁକୁଡା ଅଣ୍ଡା ମିଶାଇ ଫେଣ୍ଟି ଦିନକୁ ୨ ଥର ପିଇବ ସକାଳ ସନ୍ଧ୍ୟା ।
- ସ୍ଵ ଅନୁଭୂତ ଯୋଗ –A ଅଶ୍ଵଗନ୍ଧା – ୧୦୦ ଗ୍ରାମ, ଶୋଧିତ ବାଇଡଙ୍କ ମଞ୍ଜି ୧୦୦ ଗ୍ରାମ ଯଷ୍ଟିମଧୁ ୨୦ ଗ୍ରାମ, ଏ ସମସ୍ତଙ୍କୁ ଖରରେ ଶୁଖାଇ କୁଟି କାନାରେ ଚଣି ସେଥିରେ ମିଶ୍ରି – ୨୦୦ ଗ୍ରାମ ଓ ଗୋଘୁତ – ୧୦୦ ଗ୍ରାମ୍ ମିଶାଇ ପାଞ୍ଚରୁ ଦାସ ଗ୍ରାମ ଅର୍ଥାତ୍ ଏକଚାମଚ ଲେଖାଏଁ ଏକ କପ୍ କ୍ଷୀର ସହ ଦିନକୁ ୨ ଥର ସେବନୀୟ ।
(B) ଅଶ୍ଵଗନ୍ଧା – ୫୦ ଗ୍ରାମ୍, ବୁରଛାଲି ବା ଶିମୁଲି ଛାଲି – ୫୦ ଗ୍ରାମ,ବଙ୍ଗଭସ୍ମ – ୧୦ ଗ୍ରାମ୍, ଶୋ: ବାଇଡଙ୍କ ମଞ୍ଜି – ୧୦୦ ଗ୍ରାମ, ବବୁଲ ଅଠା- ୨୦ ଗ୍ରାମ – ଏ ସମସ୍ତ ଗୁଣ୍ଡ କରି ୨୦୦ ଗ୍ରାମ ଚିନି ଘୁତ – ୧୦୦ ଗ୍ରାମ୍ ସହ ମିଶାଇ ସକାଳ ସନ୍ଧ୍ୟାରେ କ୍ଷୀର ସହ ୧ ରୁ ୨ ଚାମଚ ଲେଖାଏଁ ପାନ କରିବ । ଏହା ଅତି ଫଳପ୍ରଦ ଅଟେ । ଏହା କାମଶକ୍ତି ଅତି ବଢେଇଥାଏ । ଆଦି ଠିକ୍ ରୂପେତିଆରି କରାଯାଇଥାଏ । ମାତ୍ର ଏଥିରେ କିଛିତା ସଂଯମ ହେବା ଅତି ଆବଶ୍ୟକ ।
(C) ବୁରଛାଲି – ୨୦୦ ଗ୍ରାମ, ଶତାବରୀ – ୧୦୦ ଗ୍ରାମ, ଶୋ: ଆମଳା ସାର ଗନ୍ଧିକ– ୧୦୦ ଗ୍ରାମ, ବାରୁ ଅଠା- ୫୦ ଗ୍ରାମ, ଶ୍ଵେତପୁରୁଣି – ୧୦୦ ଗ୍ରାମ ଏ ସମସ୍ତ ଚୂର୍ଣ୍ଣ କରି ମିଶ୍ରି – ୨୦୦ ଗ୍ରାମ ଓ ଘୁତ – ୧୦୦ ଗ୍ରାମ ଓ ମହୁ – ୫୦ ଗ୍ରାମ ମିଶାଇ ଏକ କାଚ ବୋତଲରେ ଠିପି ବନ୍ଦ ୨୦୦ ମି.ଲି. କ୍ଷୀର ସହ ସେବନୀୟ ।
ସ୍ଵ- ରଚିତ ଓ ପରୀକ୍ଷିତ ଔଷଧ – (D) ଆତ୍ମଗୁପ୍ତ ବା ବାଇଡଙ୍ଗ ମଞ୍ଜି ପାଞ୍ଚଗ୍ରାମ୍ ଅଶ୍ଵଗନ୍ଧା – ପଚାଶ ଗ୍ରାମ, ଭାଙ୍ଗ – ପାଞ୍ଚ ଗ୍ରାମ, କର୍ପୂର – ଦୁଇ ଗ୍ରାମ, ଗନ୍ଧକ ( ଶୋଧିକ) – ଏକ ଗ୍ରାମ, ଶିମୁଲି ମୂଳ କ୍ଵାଥ – ତିନି ଗ୍ରାମ କର୍କଟ ଶୃଙ୍ଗି – ଦୁଇ ଗ୍ରାମ୍ ଶ୍ଵେତକୋଇଲେଖା – ଦାସ ଗ୍ରାମ, ବଙ୍ଗଭଷ୍ମ – ଏକ ଗ୍ରାମ୍ , ଲୌହଭସ୍ମ –ନ ଏକ ଗ୍ରାମ, ଶିଳାଜିତ୍ – ଦୁଇ ଗ୍ରାମ୍ , ଯଷ୍ଟିମଧୁ – ଏକ ଗ୍ରାମ , ଟାଙ୍ଗାଣା – ତିନି ଗ୍ରାମ ଓ ଏ ସମସ୍ତର ସମଭାଗ – ମିଶ୍ରି ମିଶାଇ ଚୂର୍ଣ୍ଣ କରି ୧ ଚାମଚ ଲେଖାଏଁ ଦିନକୁ ଦୁଇଥର କ୍ଷୀର ସହ ପାନ କରିବ ।
(E) ବଙ୍ଗଭସ୍ମ – କୋଡିଏ ଗ୍ରାମ୍, ଲୌହଭସ୍ମ – ୫ ଗ୍ରାମ ଶିଳାଜିତ୍ ଦାସ ଗ୍ରାମ୍। ଅଶ୍ଵଗନ୍ଧା – ଏକ ସହ ଗ୍ରାମ ମିଶାଇ ତା’ ଗ୍ରାମ ଶିଳାଜିତ୍ ଦାସ ଗ୍ରାମ, ଅଶ୍ଵଗନ୍ଧା – ଏକ ସହ ଗ୍ରାମ ମିଶାଇ ତା’ ସହ ବାଇଡଙ୍କ ମଞ୍ଜିଓ ଟାଙ୍ଗଣା ଦୁଇ ଗ୍ରାମ ଲେଖାଏଁ ଓ ଭାଗ – ଦାସ ଗ୍ରାମ୍ ମିଶାଇ କୁଟି ଶତାବରୀ ରସରେ ଭାବନା ଦେଇ ପାଞ୍ଚଶହ ମି.ଗ୍ରା.ର ବଟିକା କରିବା ।
ଆଧାର ଡା. ଅନିଲ କୁମାର ଦାଶ , ସରକାରୀ ଆୟୁର୍ବେଦ ଚିକିତ୍ସକ