অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପନିପରିବାରେ ଔଷଧୀୟ ଗୁଣ

ପିଆଜରେ ଭରି ରହିଛି ଔଷଧୀୟ ଗୁଣ

ପିଆଜ କେବଳ ତରକାରୀ ପ୍ରସ୍ତୁତି ଓ ସାଲାଡ୍‌ ପାଇଁ ବ୍ୟବହାର ହୋଇନଥାଏ। ଦୈନନ୍ଦିନ ଜୀବନରେ ପିଆଜ ବ୍ୟବହାର କଲେ ଏହା ଔଷଧ ପରି  କାମ କରିଥାଏ। ପେଟରେ ଷ୍ଟୋନ୍ ସମସ୍ୟା ଥିଲେ ପିଆଜ ରସ ବରଦାନ ପରି କାମ କରିଥାଏ। ପ୍ରତିଦିନ ସକାଳେ ଖାଲି ପେଟରେ ଦୁଇ ଚାମଚ ପିଆଜ ରସ ପିଇବା ଦ୍ୱରା ଏହି ସମସ୍ୟାରୁ ରକ୍ଷା ମିଳିଥାଏ। ଗଣ୍ଠି ଦରଜ ହେଉଥିଲେ ପିଆଜ ରସ ଓ ସୋରିଷ ତେଲ ମିଶାଇ ମାଲିସ୍ କରିବା ଫଳରେ ଆରାମ ଲାଗିଥାଏ।  ଖରାଦିନେ ପିଆଜ ଖାଇଲେ ଦ୍ୱାରା ଅଶୁଂଘାତର ଭୟ ନ ଥାଏ। ପିଆଜ ଖଣ୍ଡ ପାଖରେ ରଖିଲେ ମଧ୍ୟ ଅଶୁଂଘାତ ହୋଇନଥାଏ ବୋଲି ସାଧାରଣରେ କୁହାଯାଇଥାଏ । ପିଆଜ ରସ ଲଗାଇବା ଦ୍ୱାରା କେଶ ଝଡ଼ୁଥିବା ସମସ୍ୟା ଦୂର ହୋଇଥାଏ। ଏହାସହିତ କେଶ  ଉଜ୍ଜ୍ୱଳ ଦେଖାଯାଇଥାଏ। ପେଟ ସମ୍ୱନ୍ଧୀୟ କିଛି ରୋଗ ଥିଲେ ପିଆଜ ରସ ପିଇବା ଦ୍ୱାରା ଆରାମ୍ ମିଳିଥାଏ।

ଯଦି ଆପଣଙ୍କୁ ଶର୍ଦ୍ଦି ହୋଇଯାଇଛି ପିଆଜ ଔଷଧ ପରି କାମ କରିଥାଏ। ପିଆଜ ଖାଇବା ଦ୍ୱରା ଥଣ୍ଡାରୁ ଉପଶମ ମିଳିଥାଏ। ପିଆଜ କୌଣସି ଔଷଧଠାରୁ କମ୍ ନୁହଁ। ଏହାର ବ୍ୟବହାର ଦ୍ୱାରା କେତେକ ରୋଗରୁ ଆମକୁ ରକ୍ଷା ମିଳିଥାଏ। ତେଣୁ ପିଆଜ ଖାଇବା ଦ୍ୱାରା ଆୟୁଷ ବଢିଯାଏ ବୋଲି କୁହାଯାଇଥାଏ।

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କଲରା

ସାଧାରଣତଃ କଲରା ନାଁ ଶୁଣିଲେ ଲୋକେ ନାକ ଟେକିଥା’ନ୍ତି। ଏଥିରେ ପିତା ଅଂଶ ରହିଥିବାରୁ ଅନେକେ ଏହା ଖାଇବାକୁ ପସନ୍ଦ କରି ନ ଥାଆନ୍ତି।  କିନ୍ତୁ କଲରାରେ ବହୁ ଭିଟାମିନ୍ ଭରି ରହିଥିବାରୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ପ୍ରତି  ୧୦ରୁ ୧୫ ଦିନ ମଧ୍ୟରେ ଦିନଟିଏ କଲରା ଖାଇବା ଉଚିତ। ଅନ୍ୟ ପରିବା ଓ ଫଳ ଅପେକ୍ଷା କଲରାରେ ଅଧିକ ଔଷଧୀୟ ଗୁଣ ରହିଛି। କଲରାରେ କାର୍ବୋହାଇଡ୍ରେଟ୍, ଫସ୍‌ଫରସ୍, ପ୍ରୋଟିନ୍  ଓ କ୍ୟାଲସିୟମ୍ ଭରି ରହିଛି। କଲରା ଖାଇବା ଦ୍ୱାରା ରକ୍ତ ସଫା ହୋଇଥାଏ। ଲିଭର ସହିତ ଜଡ଼ିତ କିଛି ରୋଗ ଥିଲେ କଲରା ଖାଇବା ଉଚିତ। କଲରା ପାଚନରେ ସହାୟକ ହୋଇଥାଏ।  କଲରା ଜୁସ୍‌ରେ ଲେମ୍ୱୁ ମିଶାଇ ପିଇବା ଦ୍ୱାରା ଶରୀରର ଓଜନ କମ୍ ହୋଇଥାଏ। କଲରାରେ ଫସ୍‌ଫରସ୍ ରହିଥିବାରୁ ଶରୀରରେ କଫ ଜମିଥିଲେ କଲରା ଖାଇବା ଦ୍ୱାରା ସାମାନ୍ୟ ହାଲ୍‌କା ଲାଗିଥାଏ। ଝାଡ଼ା କିମ୍ୱା ବାନ୍ତି ହେଉଥିଲେ କଲରା ଜୁସ୍‌ରେ କଳା ଲୁଣ ପକାଇ ଅଳ୍ପ ପିଇବା ଦ୍ୱାରା କିଛି ମାତ୍ରାରେ ଶରୀରକୁ ଉପଶମ ମିଳିଥାଏ। ମଧୁମେହ ରୋଗୀଙ୍କ ପାଇଁ କଲରା ବେଶ୍ ଲାଭଦାୟକ। ଶରୀରର ସୁଗାର ସ୍ତରକୁ ନିୟନ୍ତ୍ରିତ କରିବାରେ ଏହା ସହାୟକ ହୋଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କଞ୍ଚା କଦଳୀ

କଞ୍ଚା କଦଳୀରେ ପୋଟାସିୟମ୍ ଭରପୂର ହୋଇ ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଦିନ ତମାମ ଶରୀରକୁ ଫୂର୍ତ୍ତି ରଖିଥାଏ।

ଏଥିରେ ଥିବା  ଭିଟାମିନ୍ ବି-୬ ଓ ଭିଟାମିନ୍ ସି ଶରୀରର କୋଷିକାଗୁଡ଼ିକୁ ପୋଷଣ ଦେଇଥାଏ। କଞ୍ଚା କଦଳୀରେ  ଆଣ୍ଟି-ଅକ୍ସିଡାଣ୍ଡ୍ ରହିଛି। ଫଳରେ ପ୍ରତିଦିନ ଗୋଟିଏ କଞ୍ଚାକଦଳୀ ଖାଇବା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ।

ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ  ପ୍ରତିଦିନ ଗୋଟିଏ କଞ୍ଚା କଦଳୀ ଖାଇବାକୁ ପରାମର୍ଶ ଦିଆଯାଏ। ଏଥିରେ ଭରପୂର ମାତ୍ରାରେ ତନ୍ତୁ (ଫାଇବର୍) ରହିଥିବାରୁ ଏହା ଅନାବଶ୍ୟକ ଫ୍ୟାଟ୍‌ ସେଲ୍‌ଗୁଡ଼ିକୁ ସଫା କରିବାରେ ସାହାଯ୍ୟ କରିଥାଏ। କୋଷ୍ଠକାଠିନ୍ୟ ସମସ୍ୟା ରହୁଥିଲେ କଞ୍ଚା କଦଳୀ ବେଶ୍ ଲାଭଦାୟକ । ଏଥିରେ ଫାଇବର ଓ ହେଲଦୀ ଷ୍ଟାର୍ଚ ରହିଥିବାରୁ ଏହା ପେଟରେ କୌଣସି ଅପରିଷ୍କାର ଜିନିଷ ଜମିବାକୁ ଦେଇ ନ ଥାଏ। ମଧୁମେହ ରୋଗରେ ପୀଡ଼ିତ ଲୋକେ କଞ୍ଚା କଳଦୀ ଖାଇବା ଉଚିତ। ଏହା ଦ୍ୱାରା ମଧୁମେହକୁ ନିୟନ୍ତ୍ରିତ କରି ହୁଏ। ପ୍ରତିଦିନ କଞ୍ଚା କଦଳୀ ଖାଇବା ଦ୍ୱାରା ପାଚନ କ୍ରିୟା ସହଜ ହୋଇଥାଏ। କଞ୍ଚାକଦଳୀରେ କ୍ୟାଲସିୟମ୍ ବି ଅଛି। ଏହା ହାଡ଼କୁ ମଜଭୂତ ରଖିବାରେ ସହାୟକ ହୋଇଥାଏ।

କ୍ୟାନସରରୁ ରକ୍ଷା କରେ ଲଙ୍କା

ଲଙ୍କା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଆମେ ସାଧାରତଃ ଜାଣିଥାଉ। କିନ୍ତୁ ଏକ ଗବେଷଣାରୁ ଜଣାପଡ଼ିଛି ରାଗ ଖାଇବା ଦ୍ୱାରା କ୍ୟାନସର, ଡାଇବେଟିସ୍ ଓ ହୃଦ୍ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ। ଚାଇନିଜ୍ ଏକାଡେମୀ ଅଫ୍ ମେଡିକାଲ୍ ସାଇନ୍ସର ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତିଦିନ ରୋଷେଇ ସମୟରେ ସବୁଜ, ଲାଲ ଓ କଳା ଲଙ୍କା ବ୍ୟବହାର କରିବା ଉଚିତ।

ଗବେଷକମାନେ ୩୦ରୁ ୭୦ ବର୍ଷ ମଧ୍ୟରେ ବହୁ ଲୋକଙ୍କ ଖାଦ୍ୟପେୟ ଅଭ୍ୟାସ ଉପରେ ଗବେଷଣା କରିଥିଲେ। ଏହି ଅବସରରେ ସେମାନେ ଉକ୍ତ ଲୋକମାନଙ୍କୁ ସେମାନଙ୍କର ଖାଦ୍ୟାଭ୍ୟାସ, ଖାଇବାରେ ଲଙ୍କାର ପରିମାଣ ଓ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିଥିଲେ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

Last Modified : 5/12/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate