ସାଧାରଣତଃ ପୁରୁଷମାନଙ୍କ କ୍ଷେତ୍ରରେ ଏଭଳି କିଛି ଯୋଗ ଅଛି ଯାହା ସଂକ୍ରମିତ ହେଲେ ରୋଗୀର ମାନସିକ ଅଶାନ୍ତି ବଢିଯାଇଥାଏ । ସେଥିମଧ୍ୟରୁ ଶୁକ୍ର ତାରଲ୍ୟ ତଥା ଧ୍ଵଜଭଙ୍ଗ ଭଳି ଯୌନରୋଗ ଦେଖାଦେଇ ସଂପୂର୍ଣ୍ଣ ରୂପେ ପୁରୁଷତ୍ତ୍ଵହାନି ଘଟାଇଥାଏ ।
ଏହି ରୋଗ ପାଇଁ ରୋଗୀ ନିଜେ ଦାୟୀ ହୋଇଥିଲେ ହେଁ ନିଜର ସଚେତନତା ଗୁଣର ଅଭାବ ଓ କେତେକ ଉତ୍ତେଜକ ପଦାର୍ଥ ସେବନ ହେତୁ ଏହି ରୋଗରେ ଆକ୍ରାନ୍ତ ହୋଇଥାଏ । ଭାରତରେ ଏହି ରୋଗ ସଂପର୍କରେ ହୋଇଥିବା ଏକ ପରି ସଂଖ୍ୟାନରୁ ଜଣାଯାଇଛି ଯେ ପ୍ରାୟ ନବେ ପ୍ରତିଶତ ପୁରୁଷ ଏହି ଉୟାନକ ଯୌନରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ରୋଗରେ ପୁରୁଷ ତା’ର ସ୍ତ୍ରୀ ସହିତ ସହବାସ ବେଳେ ବ୍ୟତିକ୍ରମ ଅନୁଭବ କରେ ଓ ନିଜେ ଲଜ୍ଜିତ ହୋଇ ଭୟରେ ଏହାକୁ କାହା ଆଗରେ ପ୍ରକାଶ କରିପାରେ ନାହିଁ ।
ଏହି ରୋଗର ମୁଖ୍ୟ ଲକ୍ଷଣ ହେଲା – ପୁରୁଷର ବୋଲି ପ୍ରମାଣିତ ହୁଏ । ଇଂରାଜୀରେ ଏହାକୁ Impotency କୁହାଯାଏ । ଏହି ରୋଗରେ ମୁଖ୍ୟ କାରଣଗୁଡିକ ହେଲା – ଅପ୍ରାପ୍ତ ବୟସରୁ ହସ୍ତମୈଥୁନ ଆଚରଣ କିମ୍ବା କୃତ୍ରିମ ଯୌନ ସମ୍ଭୋଗ କିମ୍ବା ବୈବାହିକ ଜୀବନରେ ମାତ୍ରାଧିକ ମୈଥୁନ ଦ୍ଵାରା ଏହି ଯୌନ ରୋଗର ସୃଷ୍ଟି ହୋଇଥାଏ ।
ଏପରିକି ଶାରୀରିକ ଗଠନ ସହିତ ଆଚାର ବ୍ୟବହାରରେ ମଧ୍ୟ ଯଥେଷ୍ଟ ପରିବର୍ତ୍ତନ ଘଟିଥାଏ । କୈଶୋର ଅବସ୍ଥାରେ ଏହି ବିକାଶ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ବୀର୍ଯ୍ୟଧାତୁର ବୃଦ୍ଧି ହେବା ସହିତ ଅଗ୍ନିର ବଳ ବୃଦ୍ଧି ହୋଇଥାଏ । ଫଳରେ ଯେଉଁ ପ୍ରକାର ଖାଦ୍ୟଖାଇଲେ ମଧ୍ୟ ତାହା ସହଜରେ ହଜମ ହୋଇ ସେଥିରୁ ପର୍ଯ୍ୟାଯକ୍ରମେ ରସ - ରକ୍ତ ମାଂସ – ମେଦ - ଅସ୍ଥି - ମଜ୍ଜା ଓ ଶୁକ୍ର ଉତ୍ପନ୍ନ ହୋଇଥାଏ । ଆମେ ନିୟମିତ ଖାଉଥିବା ଆହାର ଏକମାସ ପରେ ଶୁକ୍ରରେ ପରିଣତ ହୋଇଥାଏ । ଏହିପରି କିଶୋରଗଣ ଯୌବନପ୍ରାପ୍ତ ହୋଇଥାନ୍ତି । ଏହି ସମୟରେ ଶରୀରର ଉଗ୍ରତା, ମାଂସପେଶୀ ବୃଦ୍ଧି ହୋଇ ସର୍ବାଙ୍ଗରେ ଦ୍ରୁତ ଅଭିବୃଦ୍ଧି ଘଟିଥାଏ । ପୁରୁଷର ଷୋଳବର୍ଷଠାରୁ ନାରୀ ସମ୍ଭାନ୍ଧୀୟ ବିଭିନ୍ନ ପରିକଳ୍ପନା ମନରେ ଜାଗ୍ରତ ହୋଇଥାଏ । ଏହି ସମୟରେ ପୁରୁଷ ନିଜକୁ ସଂଞ୍ଜମ ଆଚରଣ କରିବା ସର୍ବାଦୌ କର୍ତ୍ତବ୍ୟ । ଗଭୀର ଅଧ୍ୟୟନରେ ହେଉ କିମ୍ବା ଯେକୌଣସି କର୍ମକ୍ଷେତ୍ରରେ ହେଉ ନିଜକୁ ସଂପୂର୍ଣ୍ଣ ନିୟୋଜନ କରିବା ଉଚିତ୍ । ଏହି କିଶୋର ଅବସ୍ଥାରୁ ଯଦି କେହି ଦାୟିତ୍ଵମୁକ୍ତ ବା ଚିନ୍ତାମୁକ୍ତ ହୋଇ ମନରେ ସର୍ବଦା ନାରୀପ୍ରେମର ପରିକଳ୍ପନା କରି ଟିଭି, ଅଶ୍ଳୀଳ ଚଳଚ୍ଚିତ୍ର, ଉପନ୍ୟାସ ଓ ପ୍ରତିକାର ନଗ୍ନଚିତ୍ରର ଦର୍ଶନ, ପଠନ ଓ ଶ୍ରବଣ କାର୍ଯ୍ୟରେ ଲାଗିରହେ ତେବେ ତା'ର ଯୌବନର ଅପଚୟ ହୋଇ ସ୍ମୃତିଭ୍ରଂଶ ଓ ବୁଦ୍ଧିନାଶ ହୋଇଥାଏ । ଯଥା – ନିଦ୍ରାବସ୍ଥାରେ ସ୍ଵପ୍ନଦୋଷ ହୋଇଥାଏ ଏବଂ ହସ୍ତମୈଥୁନ ପ୍ରତି ଇଚ୍ଛା ପ୍ରକଟ କରେ । ଏହିସବୁ କୁଅଭ୍ୟାସ ଦ୍ଵାରା ଶରୀର ବୃଦ୍ଧିପ୍ରାପ୍ତ ହେବା ପରିବର୍ତ୍ତେ କ୍ଷୟପ୍ରାପ୍ତ ହୋଇଥାଏ । ଯାହାଦ୍ୱାରା ବ୍ୟକ୍ତି ଶରୀର ଦୁର୍ବଳ, ନିସ୍ତେଜ ଓ କ୍ଷୀଣ ଦେଖାଯାଏ । ଖାଦ୍ୟ ପରିପାକରେ ବାଧା ସୃଷ୍ଟିହୋଇ, ନିଦ୍ରାହୀନତା, କୋଷ୍ଠବଦ୍ଧତା, ମସ୍ତିଷ୍କ ବୁର୍ବଳତା ଦେଖାଦେଇ ଚକ୍ଷୁ କୋଟାରାଗତ ହୋଇ ଅକାଳ ବାର୍ଦ୍ଧକ୍ୟ ଗ୍ରାସ କରିଥାଏ । ଏହାଦ୍ଵାରା ପୁରୁଷର ବୈବାହିକ ଜୀବନ ହା ହତାସମୟ ହୋଇଉଠେ । ଶୁକ୍ର ତାରଲ୍ୟ ହୋଇ ଧ୍ଵଜଭଙ୍ଗ ରୋଗର ଶିକାର ହୁଏ । ଏହାଦ୍ଵାରା ରୋଗୀଠାରେ ଆହୁରି ଅନେକ ଲକ୍ଷଣ ପ୍ରକାଶ ପାଏ ।
ଏହିପରି ରୋଗୀ ଏହିସବୁ ଲକ୍ଷଣ ଜାଣିପାରିଲେ ତୁରନ୍ତ ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକଙ୍କ ସହ ପରାମର୍ଶ କରି ଔଷଧ ସେବନ କରିବା ଆବଶ୍ୟକ । ଏତଦ୍ ବ୍ୟତୀତ, ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି କେତୋଟି ନୀତି – ଉପଦେଶ ମାନି ଚାଲିବା ଉଚିତ୍ । ଯଥା - ସହବାସ ବା ମୈଥୁନ ଚିନ୍ତାରୁ ସର୍ବଦା ଦୂରେଇ ରହିବା ଉଚିତ୍ । ବିବାହିତା ହୋଇଥିଲେ ସପ୍ତାହରେ ଥରେ ସହବାସ କରିବା ଉଚିତ୍ । ସହବାସ ଶକ୍ତି ଫେରାଇ ଆଣିବା ପାଇଁ ସଂଞ୍ଜମ ଓ ବ୍ରହ୍ମଚର୍ଯ୍ୟ ପାଳନ କରିବା ଏକାନ୍ତ ଆବଶ୍ୟକ । ପଞ୍ଚାଜ୍ଞାନନ୍ଦ୍ରିୟ, ପଞ୍ଚକର୍ମେନ୍ଦ୍ରିୟ ଓ ମନକୁ ସର୍ବଦା ଭଗବତ୍ ପଦାରବିନ୍ଦ୍ରରେ ସମର୍ପଣ କରି ଈଶ୍ଵରଙ୍କୁ ପ୍ରାର୍ଥନା କରିବା ଉଚିତ୍ । ଭୋଜନ ପରେ ଓ ଋତୁକାଳରେ ସମ୍ଭୋଗ କରିବା ବେଶ୍ୟା ତଥା ବହୁପୁରୁଷ ଭାଗ୍ୟ ନାରୀ ମାଙ୍କଠାରୁ ସର୍ବଦା ଦୂରେଇ ରହିବା ଆବଶ୍ୟକ । ଏହାଦ୍ଵାରା ଟନ- ମନ -ଧାନ ତିନୋଟି ବିଷୟ କ୍ଷୟ ହୋଇଥାଏ । ସର୍ବଦା କୁସଙ୍ଗ ବର୍ଜନ କରି ମନକୁ ପ୍ରଫୁଲ୍ଲ ଓ ସାନ୍ତ ରଖିବା ଉଚିତ୍ । ଇନ୍ଦ୍ରିୟକୁ ଧୋଇ ପରିଷ୍କାର କରି ଶୟନ କକ୍ଷକୁ ଯିବା ଉଚିତ୍ । ମଳମୂତ୍ରର ବେଗ ରୋଧ କରିବା ଉଚିତ୍ ନୁହେଁ । ଅଶ୍ଳୀଳତା ଓ ଅଷ୍ଟାଙ୍ଗ ମୈଥନ ଠାରୁ ସର୍ବଦା ଦୂରେଇ ରହିବା ଉଚିତ୍ ।
ଶୁକ୍ର ତରଲ୍ୟୁର ସୃଷ୍ଟି ହେଉଥିବା ଧ୍ଵଜଭଙ୍ଗ ଏକ ମାରାତ୍ମକ ପୁରୁଷତ୍ଵହାନି ଯୌନରୋଗ । ଏହା ପ୍ରତି ପ୍ରତ୍ୟେକ ପୁରୁଷ ସତର୍କ ରହିବା ସହିତ ଆୟୁର୍ବେଦ ଚିକିତ୍ସାରେ ବର୍ଣ୍ଣିତ ନିୟମ ଆଚରଣ ମାନି ଚାଲିଲେ ଶୁକ୍ର ଅପବ୍ୟୟାରୁ ମୁକ୍ତ ହୋଇ ଶୁକ୍ର ସଞ୍ଚୟ ହୁଏ ଓ ଶୁକ୍ର ଗାଢ ହୋଇ ଶୁକ୍ରକୀଟ ବଳବାନ ହୁଏ । ଫଳରେ କ୍ଷୁଧା ବୃଦ୍ଧିହୋଇ ଖାଦ୍ୟା ଯଥାରୀତି ହଜମ ହୁଏ ଏବଂ ସପ୍ତଧାତୁର ପରିପୁଷ୍ଟି ହୋଇ ଶରୀରରେ ବଳବୀର୍ଯ୍ୟ ତେଜକାନ୍ତି ପ୍ରସ୍ଫୁଟିତ ହୋଇଥାଏ ।
ଆଧାର - ଓଡିଶା ଆୟୁର୍ବେଦ ସେବା ସଦନ
Last Modified : 6/8/2020