অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପିଜୁଳିର ଔଷଧୀୟ ଗୁଣ

ପିଜୁଳିର ଔଷଧୀୟ ଗୁଣ

ପିଜୁଳିର

ପିଜୁଳି ଖାଇବାକୁ ଖୁବ୍ ସ୍ୱାଦିଷ୍ଟ । ହେଲେ ପାଟିକୁ ସ୍ୱାଦ ଲାଗୁଥିବା ଏହି ଫଳ ଅନେକ ଔଷଧୀୟ ଗୁଣରେଭରପୁର । ପେଟ ସମ୍ବନ୍ଧୀୟ ଅନେକ ରୋଗ ଦୂର କରିଥାଏ ପିଜୁଳି । ଏଥିରେ ଭିଟାମିନ୍ ଏ ଏବଂ ସି, ପୋଟାସିୟମ୍ ଏବଯ ଫାଇବର୍ ଭରପୁର ଥାଏ । ଯଦି ଭୋଜନ ପରେ ପିଜୁଳି ଖାଆନ୍ତି ତେବେ କୋଷ୍ଠ କାଠିନ୍ୟ ଭଳି ରୋଗରୁ ମୁକ୍ତି ମିଳିଥାଏ  । ଏପରିକି ପିଜୁଳିର ମଂଜିକୁ ମଧ୍ୟ ଔଷଧରେ ବ୍ୟବହାର ବ୍ୟବହାର କରାଯାଏ  । ଏବେ ନଜର ପକାନ୍ତୁ ଏହାର ଔଷଧୀୟ ଗୁଣ ଉପରେ । ଲେମ୍ବୁ ଏବଂ କମଳା ତୁଳନାରେ ପିଜୁଳିରେ ୪ ରୁ ୧୦ଗୁଣା ଅଧିକ ଭିଟାମିନ୍ ସି ଥାଏ  ।

ପିଜୁଳିର ଔଷଧୀୟ ଗୁଣ

  • ଲେମ୍ବୁ ଏବଂ କମଳା ତୁଳନାରେ ପିଜୁଳିରେ ୪ ରୁ ୧୦ଗୁଣା ଅଧିକ ଭିଟାମିନ୍ ସି ଥାଏ ।
  • ରାତିରେ ଶୋଇବା ସମୟରେ ପଜୁଳିର ପତ୍ର ଗ୍ରାଇଣ୍ଡିଙ୍ଗ୍ କରି ଏକ କପଡାରେ ବାନ୍ଧି ଆଖିରେ ବାନ୍ଧଲେ ଆଖିରେ ହେଉଥିବା ପୀଡା ଦୂର ହୋଇଥାଏ ।
  • ପିଜୁଳିର ମଂଜିର ଗୁଣ୍ଡକୁ ପାଣି ସହ ଖାଇଲେ ଥଣ୍ଡାରୁ ତୁରନ୍ତ ମୁକ୍ତି ମିଳିଥାଏ ।
  • ପିଜୁଳି ଚୋପାକୁ ଚୋବାଇ ଖାଇଲେ ଦାନ୍ତ ବିନ୍ଧାରୁ ମୁକ୍ତି ମିଳିଥାଏ
  • ପିଜୁଳିକୁ ଛୋଟ ଛୋଟ କରି କାଟି ପାଣିରେ ପକାନ୍ତୁ । କିଛି ସମୟ ପରେ ଏହି ପାଣିକୁ ପିଅନ୍ତୁ । ନିୟମିତ ଏହି ପାଣି ପିଇଲେ ମଧୁମେହ, ବହୁମୂତ୍ର ଭଳି ସମସ୍ୟା ଦୂର ହୋଇଥାଏ ।
  • ମଧୁମେହ ରୋଗ ପାଇଁ ପିଜୁଳି ପତ୍ରର କାଢା ଏକ ଅକାଟ୍ୟ ଔଷଧ ଭାବରେ କାମ କରେ ।ଏହାର ଲଗାତାର ସେବନ ଶରୀରରେ ଇନସୁଲିନର ସ୍ତରକୁ ନବଢାଇ ଗ୍ଲୁକୋଜକୁ ନିୟନ୍ତ୍ରିତ କରିଥାଏ ।
  • ପିଜୁଳି ପତ୍ରକୁ ବାଟି ଏହାର ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ଭଲ ହୋଇଥାଏ ।
  • ଚୁଟି ଝଡିବା ବନ୍ଦ କରିବାରେ ସହାୟକ ହୋଇଥାଏ ପିଜୁଳି ପତ୍ର । ଏହାକୁ ପାଣିରେ ଫୁଟାଇ ଏହି ପାଣିକୁ ମୁଣ୍ଡରେ ଲଗାଇ ମାଲିସ୍ କଲେ ଅନେକ ଫାଇଦା ମିଳିଥାଏ ।
  • ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ । ପୁରା ଶରୀରରେ ରକ୍ତର ପ୍ରବାହକୁ ସନ୍ତୁଳିତ ରଖିଥାଏ ।
  • ଏହି ପତ୍ର ହାନୀକାରକ କୃମି ନାଶକ ମଧ୍ୟ । ଏହାକୁ ନିୟମିତ ଚୋବାଇଲେ ଶରୀରକୁ କ୍ଷତି ପହଂଚାଉଥିବା କୃମିକୁ ନଷ୍ଟ କରିଥାଏ ।
  • ଏହି ପତ୍ରକୁ ଚୋବାଇଲେ ପାଚନ ପ୍ରକ୍ରିୟା ମଜଭୁତ ହୋଇଥାଏ । ଏହା ସହ କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ ।

ଆଧାର: କନକ ନ୍ୟୁଜ

Last Modified : 5/24/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate