ପ୍ରତ୍ୟେକ ବିବାହିତ ଦମ୍ପତିଙ୍କ ଜୀବନରେ ସନ୍ତାନଟିଏ କାମ୍ୟ । ଏପରି କେତେକ ଦମ୍ପତି ଅଛନ୍ତି ଯେଉଁ ମାନଙ୍କ ପାଇଁ ସନ୍ତାନଟିଏ ଜନ୍ମ ଦେବା ସମ୍ଭବ ହୁଏ ନାହିଁ । ଏଥିପାଇଁ ଅନେକ ଦମ୍ପତି ମାନସିକ ଅସାନ୍ତି ଭୋଗକରନ୍ତି । ସମସ୍ତ ସୁଖ ସୁବିଧା ଥାଏ ଯଦି ସନ୍ତାନଟିଏ ନ ହେଲା ତେବେ ବଂଶ ରକ୍ଷା ଠାରୁ ଆରମ୍ଭ କରି ଜୀବନର ପୂର୍ଣତା ଓ ସାମାଜିକ ସ୍ଥିତି ନିନ୍ଦନୀୟ ହୋଇପଡେ । ଏଥିପାଇଁ ଅନେକ କ୍ଷେତ୍ରରେ ଅନ୍ଧାଦୁନିଆଁ ବିଚାରରେ କେବଳ ସ୍ତ୍ରୀକୁ ହିଁ ଦାୟୀ କରାଯାଏ । କିନ୍ତୁ ସ୍ତ୍ରୀ ଓ ପୁରୁଷ ଉଭୟଙ୍କର ଯୌନାଚାର ଠିକ୍ ଥିଲେ ମଧ୍ୟ ସନ୍ତାନ ଉତ୍ପାଦନ କ୍ଷମତା ନ ଥାଏ । ପୁରୁଷ ବନ୍ଧ୍ୟାତ୍ତ୍ଵ ଦୋଷରୁ ଏପରି ହୋଇପାରେ । କାରଣ ସନ୍ତାନ ଜନ୍ମ ପାଇଁ ପୁରୁଷର କେତେକ ମୌଳିକ କ୍ଷମତା ବିଶେଷ ଭାବରେ ଦାୟୀ ଯଦି ଏହି ମୌଳିକ କ୍ଷମତା ପୁରୁଷର ନ ଠେ ତେବେ ସ୍ତ୍ରୀର ସ୍ୱାସ୍ଥ୍ୟ ସବୁଦିଗରୁ ଠିକ୍ ଥିଲେ ମଧ୍ୟ ସନ୍ତାନ ସମ୍ଭବ ହୋଇପାରେ ନାହିଁ । କିନ୍ତୁ ଆମ ପୁରୁଷପ୍ରଧାନ ସମାଜରେ ଏହି ପୁରୁଷତ୍ଵ ବିଷୟଟି ଅନାଲୋଚିତ ଓ ଅନାବିଷ୍କୃତ ହୋଇ ରହିଥାଏ । ଶେଷରେ ସବୁ ଦୋଷ ବିଚାରି ସ୍ତ୍ରୀଟି ମୁଣ୍ଡରେ ଲଦି ଦିଆଯାଏ । ତେଣୁ ବିବାହ ଉପଯୁକ୍ତ ସମୟରେ ସନ୍ତାନଟିଏ ନ ହେଲା ପାରିବାରିକ ଅଶାନ୍ତି ଓ ଆନ୍ଦୋଳନ ସୃଷ୍ଟି ହୋଇଥାଏ ।
ଏଥିପାଇଁ ଆମ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯଥେଷ୍ଟ ଦାୟିତ୍ଵ ରହିଥିଲେ ହିଁ ଆମ ସମାଜ ତାହାକୁ ସହଜରେ ଗ୍ରହଣ କରିପାରେ ନାହିଁ । କିନ୍ତୁ ପରିବାର କଲ୍ୟାଣ ଉଦ୍ଦେଶ୍ୟ ହେଉଛି ପରିବାରକୁ ସୀମିତ କରିବା ବା ନିୟନ୍ତ୍ରଣ କରିବା ଏବଂ ପରିବାରକୁ ସୁସ୍ଥ ରଖିବା । ଏହାଦ୍ଵାରା ନିଃସନ୍ତାନଙ୍କୁ ସନ୍ତାନଟିଏ ଯୋଗାଇଦେବା ମଧ୍ୟ ପରିବାର କଲ୍ୟାଣର କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଅଟେ ।
ଏହି ନିଃସନ୍ତାନ ଦମ୍ପତ୍ତିଙ୍କୁ ପ୍ରଥମେ ଶାରୀରିକ ପରୀକ୍ଷା କରାଯାଏ, ଯଥା – ପୁରୁଷ ଧାତୁରେ ଥିବା ଶୂକ୍ରାଣୁ ହିଁ ସନ୍ତାନ ଉତ୍ପାଦନ କରିଥାଏ ଏହା ବୈଜ୍ଞାନିକ ସତ୍ୟ । ଏହି ଶୂକ୍ରାଣୁର ଅଭାବ ହେଲେ ପୁରୁଷ ବନ୍ଧ୍ୟା ରୋଗରେ ପିଡିତ ବୋଲି ଜନାଜାଏ । ପ୍ରତ୍ୟେକ ପୂର୍ଣ୍ଣ ବୟସ୍କ ପୁରୁଷ ଧାତୁରେ ଅଣୁବୀକ୍ଷଣ ଯନ୍ତ୍ରର ଏକ ମିଲିମିଟର ଅନୁପାତରେ ପ୍ରାୟ ପନ୍ଦର କୋଟି ସଂଖ୍ୟାର ଶୂକ୍ରାଣୁ ଥାଆନ୍ତି । ସ୍ତ୍ରୀ ସହବାସ ସମୟରେ ଯେତିକି ଧାତୁ ନିର୍ଗତ ହୁଏ ତହିଁରେ ପ୍ରାୟ ପଚାଶ କୋଟି ଶୂକ୍ରାଣୁ ଶୂକ୍ରାଣୁ ଥାଏ । ଯଦି ଏକ ମିଲିମିଟର ଧାତୁରେ ଛଅକୋଟି ଶୂକ୍ରାଣୁ ଥିବା ଜଣାଯାଏ ତେବେ ଏହାକୁ ସ୍ୱଳ୍ପ ଶୂକ୍ରାଣୁ ବା “Oligaspermia” ରୋଗ କୁହାଯାଏ । ଏହି ପରିସ୍ଥିତିରେ ଯେତେ ସ୍ତ୍ରୀ ସହବାସ କଲେ ମଧ୍ୟ ଗର୍ଭ ସଂଚାର ହୁଏ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗର୍ଭ ସଂଚାର ଗୋଟିଏ ଶୂକ୍ରାଣୁ ହିଁ ଯଥେଷ୍ଟ, କିନ୍ତୁ ଏହା ସ୍ତ୍ରୀର ଡିମ୍ବାଣୁ ସହିତ ମିଳିତ ହୋଇ ଗର୍ଭାଶୟରେ ପହଞ୍ଚିଲା ପରେ ଗର୍ଭସଂଚାର ହୁଏ । ଯଦି ତା ହୁଏ ତେବେ ଶୂକ୍ରାଣୁ ଗୁଡିକ ସ୍ତ୍ରୀ ଗର୍ଭାଶୟ ବାହାରେ ରହି ନଷ୍ଟ ହୋଇଥାଏ । ପୁରୁଷଧାତୁରେ ହାରାହାରି ସାତ କୋଟିରୁ ପନ୍ଦରକୋଟି ପର୍ଯ୍ୟନ୍ତ ଶୂକ୍ରାଣୁ ଥିଲେ ସେଥିମଧ୍ୟରୁ ଗୋଟିଏ ଶୂକ୍ରାଣୁ ଯଦି ଡିମ୍ବାଣୁ ସହିତ ମିଳିତ ହୋଇ ଗର୍ଭାଶୟକୁ ଯାଏ ତେବେ ଗର୍ଭସଂଚାର ହୋଇଥାଏ । ଯେଉଁ ପୁରୁଷ ଧାତୁରେ ଆଦୌ ଶୂକ୍ରାଣୁ ନ ଥାଏ ସେ ପୁରୁଷକୁ ଶୂକ୍ରାଣୁହୀନତା ରୋଗ ବା “ Azoospermia” ହୋଇଛି ବୋଲି ଜଣାଯାଏ । ଏହା ପାଥୋଲଜି ବା ନିଦାନତତ୍ତ୍ଵ ଦ୍ଵାରା ଜାଣିହୁଏ । ମୋଟ ଉପରେ ଜାଣିବା ଦରକାର ଯେ ପୁରୁଷ ଧାତୁରେ ଶୂକ୍ରାଣୁ ଯଥେଷ୍ଟ ସଂଖ୍ୟକ ମହଜୁଦ ଅଛି କି ନାହିଁ । ଯଦି ଯଥେଷ୍ଟ ସଂଖ୍ୟକ ମହଜୁଦ ଅଛି କି ନାହିଁ । ଯଦି ଯଥେଷ୍ଟ ସଂଖ୍ୟକ ଶୂକ୍ରାଣୁ ମହଜୁଦ ଅଛି ତେବେ ସନ୍ତାନ ଉତ୍ପାଦନ ଲକ୍ଷ୍ୟ ନିଶ୍ଚିତ ପୂରଣ ହୋଇପାରିବ ।
ଏହା ଏକ ଶୂକ୍ରାଣୁଗତ ରୋଗ । ରହି ରୋଗରେ ପ୍ରାୟ ସତୁରୀଭାଗ ପୁରୁଷ ଦାୟୀ ବୋଲି ଜଣାପଡେ । ଏହାର ଅନେକ କାରଣ ରହିଥିଲେ ମଧ୍ୟ ମୁଖ୍ୟ କାରଣ ହେଉଛି କମ୍ ବୟସରୁ ଶୁକ୍ରକ୍ଷଯ ଦ୍ଵାରା ପୁରୁଷର ଧାତୁ ଦୁର୍ବଳ ହେବା ଏହା ବ୍ୟତିତ ଆନୁବଂଶିକ ବା “Genetic” ପ୍ରଭାବ ହେତୁ ଶୁକ୍ରଧାତୁରେ ଶୂକ୍ରାଣୁ ଆଦୌ ସୃଷ୍ଟି ନ ହେବା, ଧାତୁରେ ଅମ୍ଳଦୋଷ ବା ଏସିଡ୍ ଅଧିକ ସୃଷ୍ଟି ହେବା, ଶୂକ୍ରାଣୁ ଅଳ୍ପମାତ୍ରାରେ ସୃଷ୍ଟିହେବା ବା ସଂଖ୍ୟା କମିଯିବା, ଶୂକ୍ରାଣୁ ଦୁର୍ବଳ ହେବା, ନିସ୍ତେଜ ହେବା ବା ଗତି ଶୀଥିଲ ହୋଇଯିବା କିମ୍ବା ଶୂକ୍ରାଣୁ ମରିଯିବା ଅଥବା ଅଣ୍ଡକୋଷରେ କୌଣସି ବିକୃତି ଦେଖାଦେବା ଦ୍ଵାରା ପୁରୁଷ ବନ୍ଧ୍ୟା ହୁଏ ।
କହିବା ବାହୁଲ୍ୟ ଯେ, ପୁରୁଷ ବନ୍ଧ୍ୟାତ୍ତ୍ଵ ସହିତ ମୈଥୁନ କ୍ରିୟାର ସେପରି ବିଶେଷ ସମ୍ପର୍କ ନାହିଁ । ଜଣେ ପୁରୁଷ ସ୍ତ୍ରୀ ସହବାସ କରିବାରେ ସମର୍ଥ ହୋଇପାରେ ଏବଂ ତଜ୍ଜିନିତ ସଂପୂର୍ଣ୍ଣ ଆନନ୍ଦ ଲାଭ କରିପାରେ କିନ୍ତୁ ତା’ର ଶୁକ୍ରକୀଟ ଯଦି ଦୁର୍ବଳ, କ୍ଷୀଣ ବା ମୃତପ୍ରାୟ ହୋଇଥାଆନ୍ତି ତେବେ ତା’ର ସନ୍ତାନ ସମ୍ଭବ ହୁଏ ନାହିଁ । ବରଂ କୁହାଯାଇପାରେ ଜଣେ ପୁରୁଷ ମୈଥୁନ ଶକ୍ତିରେ ଦୁର୍ବଳ ହେଲେ ମଧ୍ୟ ସନ୍ତାନ ଉତ୍ପାଦନ କରିବା ସମର୍ଥହୁଏ । ତା’ର ଶୁକ୍ରକୀଟ ପୂର୍ଣ୍ଣ ସକ୍ରିୟଥିଲେ ସନ୍ତାନ ସମ୍ଭବ ହୁଏ । କେତେକ ପୁରୁଷଙ୍କ ଧାତୁରେ ଆଦୌ ଶୂକ୍ରାଣୁ ନଥିବା ପରୀକ୍ଷାରୁ ଜଣାଯାଇଛି । ଏହା ପୁରୁଷ ବନ୍ଧ୍ୟାତ୍ତ୍ଵର ମୁଖ୍ୟ କାରଣ ହୋଇଥାଏ ।
ଧାତୁ ପରକ୍ଷା କରି ଶୂକ୍ରାଣୁର ସ୍ଥିତି ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ ହାସଲ କଲାପରେ ଯଦି ଶୂକ୍ରାଣୁ ସଂଖ୍ୟା କମ୍, ଦୁର୍ବଳ ବା ମୃତପ୍ରାୟ କିମ୍ବା ଆଦୌ ନ ଥିବା ଜଣାପଡେ ତେବେ ଆୟୁର୍ବେଦ ସମ୍ମତ ରସାୟନ ଓ ବାଜୀକରଣ ଔଷଧ ନିୟମିତ ସେବନ କଲେ; କେତେକ ଯୌନ ସତର୍କତାନୀତିନିୟମ ପାଳନ କଲେ ପୁରୁଷ ବନ୍ଧ୍ୟାତ୍ତ୍ଵରୁ ମୁକ୍ତି ମିଳିଥାଏ ।
କେବଳ ଧାତୁରେ ଶୂକ୍ରାଣୁର ଅଭାବ ଥିଲେ ଯେ ପୁରୁଷ ବନ୍ଧ୍ୟା ହୁଏ ତାହା ନୁହେଁ । ଯଦି ପୁରୁଷର ଅନ୍ୟ କୌଣସିଯୌନରୋଗ ଯଥା- ଗନେରିଆ, ସିଫିଲିସ୍ କଳାଜ୍ଵରଇତ୍ୟାଦିକୌଣସି ସଂକ୍ରମଣଜନିତ ବ୍ୟାଧି ଦେଖାଦେଲେ ପୁରୁଷ ବନ୍ଧ୍ୟା ରୋଗ ଉପସ୍ଥିତ ହୁଏ । ଏହାବ୍ୟତୀତ, ବୀର୍ଯ୍ୟବାହୀ ଓ ଶୁକ୍ରଗ୍ରନ୍ଥିର ପ୍ରକ୍ରିୟାରେ ଯଦି କିଛି ପ୍ରତିବନ୍ଧକ ଥାଏ ବା ପିଟ୍ୟୁଟାରୀ ଗ୍ଲାଣ୍ଡ ଠିକ୍ ଭାବେ କାର୍ଯ୍ୟ କରୁ ନ ଥାଏ ତେବେ ଏହି ରୋଗ ଦେଖାଦିଏ । ଆହୁରି ମଧ୍ୟ କେତେକ ଧର୍ମପ୍ରବୃତ୍ତିସମ୍ପନ୍ନ ଦୁଃଖୀ, ସଂସାର ବୈରାଗୀ ଏବଂ ଦୀର୍ଘଦିନ ଧରି ସ୍ତ୍ରୀ ସହବାସରୁ ବଞ୍ଚିତ ହୋଇଥିବା ବ୍ୟକ୍ତି ଓ ନିୟମିତ ନିଶା ବା ଡ୍ରଗ୍ସ ସେବନ କରୁଥିବା ବ୍ୟକ୍ତିଠାରେ ମଧ୍ୟ ଏହି ରୋଗ ଦେଖାଦିଏ । କିନ୍ତୁ ସର୍ବଦା ସ୍ମରଣ ରଖିବାକୁ ହେବ ଯେ ପୁରୁଷ ବନ୍ଧ୍ୟାତ୍ତ୍ଵ ଏକ ଯୌନ ରୋଗ । ଏହାର ନିରାକରଣ ପାଇଁ ଆୟୁର୍ବେଦସମ୍ମତ ବହୁ ଫଳପ୍ରଦ ଔଷଧ ରହିଛି । ଏହାକୁ ଭାଗ୍ୟଦୋଷ ବୋଲି ଭାବି ନିରାଶ ବା ହତାଶ ହେବାର କୌଣସି କାରଣ ନାହିଁ । ପୁରୁଷର ଯୌନ କ୍ଷମତା ବୃଦ୍ଧି ପାଇଁ ତତ୍ପର ହୋଇଉଠିବା ଉଚିତ୍ ଏବଂ ଏଥିପାଇଁ କେତେକ ସହଜ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ, ଯଥା -
ଆଧାର - ଓଡିଶା ଆୟୁର୍ବେଦ ସେବା ସଦନ
Last Modified : 12/11/2019