অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବହୁ ଉପକାରୀ ଲବଙ୍ଗ

ବହୁ ଉପକାରୀ ଲବଙ୍ଗ

ଲବଙ୍ଗ

ଲବଙ୍ଗକୁ ଅଧିକାଂଶ ଭାବେ ମସଲା ରୂପେ ବ୍ୟବହାର କରାଯାଇଥାଏ । ପ୍ରତିଦିନ ସକାଳେ-ସଂନ୍ଧ୍ୟାରେଗୋଟିଏ ଲେଖାଏଁ ଲବଙ୍ଗ ଖାଇବାଦ୍ୱାରା ବିଭିନ୍ନ ପ୍ରକାରର ଶାରିରୀକ ସମସ୍ୟା ଦୂର ହୋଇଥାଏ । ଏଥିରେ କ୍ୟାଲସିୟମ, ଫସଫରସ, ଆଇରନ, ସୋଡିୟମ, ପୋଟାସିୟମ ଏବଂ ଭିଟାମିନ-ସି ବହୁମାତ୍ରାରେ ଭରିରହିଥାଏ । ଏଠାରେ ପ୍ରତିଦିନ ଲବଙ୍ଗ ଖାଇବାଦ୍ୱାରା ହେଉଥିବା ୮ଟି ଫାଇଦା ସମ୍ପର୍କରେ ଆର୍ୟୁବେଦ ବିଶେଷଜ୍ଞ ଡା. ମଧୁସୂଦନ ଦେଶପାଣ୍ଡେ ମତ ଦେଇଛନ୍ତି ।

ଲବଙ୍ଗ ଗଛର ଶୁଖିଲା କଢ଼କୁ ସାଧାରଣତଃ ଲବଙ୍ଗ କୁହାଯାଏ । ଲବଙ୍ଗ ମୂଳତଃ ଇଣ୍ଡୋନେସିଆରୁ ଆସିଛି । ଲବଙ୍ଗ ଗୋଟିଏ ଚିରହରିତ୍‌ ଗଛ ଅଟେ ଓ ୮-୧୨ ମି. ପର୍ଯ୍ୟନ୍ତ ବଢ଼ିଥାଏ । ଖିଆଯାଉଥିବା ଅଂଶଟି ହେଉଛି ଶୁଖିଲା କଢ଼ । ଇଣ୍ଡୋନେସିଆ, ଜାଞ୍ଜିବର, ମାଡାଗାସ୍କାର୍‌, ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କାରେ ଲବଙ୍ଗ ଚାଷ କରାଯାଏ ।

ଓରାଲ ହେଲଥ :

ଲବଙ୍ଗରେ ଆଣ୍ଟିଇମ୍ଫେ୍ଲମେଟରୀ ଗୁଣ ରହିଥାଏ । ପ୍ରତିଦିନ ଗୋଟିଏ ଲବଙ୍ଗ ଖାଇବାଦ୍ୱାରା ମୁହଁରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ । ଏହାଦ୍ୱାରା ଦାନ୍ତ ମାଢିରେ ହେଉଥିବା ସମସ୍ୟା ଏବଂ ଦାନ୍ତ ବ୍ୟଥା ଭଳି ସମସ୍ୟାରୁ ଉପଶମ ମିଳିଥାଏ ।

ସାଇନସ:

ଲବଙ୍ଗରେ ଇଜେନାଲ ନାମକ ତତ୍ତ୍ୱ ମିଳିଥାଏ । ଏହି ତତ୍ତ ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ । ଏହା ସାଇନସ ସମସ୍ୟାକୁ ନିୟନ୍ତ୍ରଣ ରଖେ ।

ପାଚନକ୍ରିୟା:

ପ୍ରତିଦିନ ସକାଳେ-ସଂନ୍ଧ୍ୟାରେ ଖାଇବାପୂର୍ବରୁ ଗୋଟିଏ ଲବଙ୍ଗ ଖା’ନ୍ତୁ । ଏହାଦ୍ୱାରା ପାଚନକ୍ରିୟା ସକ୍ରିୟ ହୋଇଥାଏ ।

ପେଟ ବ୍ୟଥା:

ଲବଙ୍ଗରେ ଆଣ୍ଟିଇମ୍ଫେ୍ଲମେଟରୀ ଭାଗ ରହିିଥାଏ । ଏହାଦ୍ୱାରା ପେଟଜନିତ ରୋଗ ସଂକ୍ରମଣ ଦୂର ହୋଇଥାଏ ଏବଂ ପେଟ ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ ।

ସୁସ୍ଥ ତ୍ୱଚା: ଏହା ତ୍ୱଚା ପାଇଂ ଖୁବ୍ ଲାଭଦାୟୀ ଅଟେ । ପ୍ରତିଦିନ ଗୋଟିଏ ଲବଙ୍ଗ ଖାଇବାଦ୍ୱାରା ଶରୀରରେ ମହଜୁଦ ଥିବା ଟକ୍ସିନ ନିର୍ଗତ ହୁଏ । ଏହାଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ ଏବଂ ଏହାସହିତ ତ୍ୱଚା ମଧ୍ୟ ସୁସ୍ଥ ରହୋ

ମାଂସପେଶୀ ବ୍ୟଥା: ପ୍ରତିଦିନ ଲବଙ୍ଗ ଖାଇବାଦ୍ୱାରା ମାଂସପେଶୀ ଶିଥିଳ ହୋଇଥାଏ । ଏହାଦ୍ୱାରା ମାଂସପେଶୀରେ ହେଉଥିବା ବ୍ୟଥା ଦୂର ହୋଇଥାଏ ।

ରୋଗରୁ ମୁକ୍ତି: ଲବଙ୍ଗରେ ଭିଟାମିନ-ଇ, ଭିଟାମିନ-କେ ଏବଂ ମ୍ୟାଗ୍ନେସିୟମ ପର୍ଯ୍ୟାପ୍ତ ପରିମାଣରେ ଭରି ରହିଥାଏ । ଏହାକୁ ସବୁବେଳେ ଖାଇବାଦ୍ୱାରା ରୋଗ ପ୍ରତିରୋଧ କ୍ଷମତା ବଢିଥାଏ । ଏହାଦ୍ୱାରା ଥଣ୍ଡା-ଜ୍ୱର ଭଳି ରୋଗରୁ ଲଢିବାପାଇଁ ଶକ୍ତି ମିଳିଥାଏ ।

ଏସିଡିଟି: ପ୍ରତିଦିନ ଗୋଟିଏ ଲବଙ୍ଗ ଖାଇବାଦ୍ୱାରା ପାଚନକ୍ରିୟା ଉତ୍ତମରୂପେ ହୋଇଥାଏ । ଏଥିରୁ ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ ।

ଆଧାର: କନକ ନ୍ୟୁଜ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate