অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାଡିର ଗଛଲତା ଓ ଔଷଧୀୟ ଗୁଣ

ଉପକ୍ରମ

ଆମ ବାଡିବଗିଚା ଓ ହାତପାଆନ୍ତାରେ ଥିବା ଅନେକ ବୃକ୍ଷଳତାର ଔଷଧୀୟ ଗୁଣ ରହିଛି । ସେ ସମ୍ପର୍କରେ ଜାଣି ତାକୁ ଜୀବନ ଶୈଳୀରେ ଉପଯୋଗ କରିପାରିଲେ ବହୁ ଉପକାର ମିଳିଥାଏ ।

ଅରଖ

ସାପ କାମୁଡିଥିଲେ ଧଳା ଅରଖ ଗାଛର ମୂଳକୁ ଛେଚି ପାଣି ସହ ସେବନ କାଲେ ସାପ ବିଷ ନଷ୍ଟ ହୋଇଥାଏ । ସେହିପରି ଦଂଶନର କ୍ଷତ ଜାଗାରେ ଅରଖ ଗଛର କ୍ଷୀର ବୋଲିଲେ ବିଷ ନଷ୍ଟ ହୋଇଥାଏ । ଯଦି ଏହି ସମୟରେ ରୋଗିର ଚେତା ନଥାଏ, ତେବେ ଅରଖ ପତ୍ରର ରସକୁ ନାକରେ ୩/୪ ବୁନ୍ଦା ପକାଇଲେ ତା’ର ଚେତା ଫେରିଆସିବ । ଯଦି ବିଲେଇ କିମ୍ବା କୁକୁଡ଼ା କାମୁଡିଥାଏ ତେବେ ଅରଖ କ୍ଷୀର ଲଗାଇ ଗରମ ସେକ ଦେଲେ ଉପସମ ମିଳିଥାଏ ।

କରଞ୍ଜ

କରଞ୍ଜ ଦାନ୍ତକାଠିରେ ଅନେକେ ଦାନ୍ତ ଘଷିଥାନ୍ତି । କରଞ୍ଜ ପ୍ରତି ୧୦ ଟି ସହ ନିମ୍ବ ପାତ୍ର ୧୦ ଟି ମିଶାଇ ବାଟି  ଦେହରେ ଲଗାଇଲେ, ଧଲାଛଊ, କାଛୁକୁଣ୍ଡିଆ ଓ ଚର୍ମ ଉକୁଣୀ ଆଦି ଭଲ ହୋଇଥାଏ । ଯଦି ମୁଣ୍ଡରୁ ବାଲ ଝାଡୁଥାଏ, ତେବେ କରଞ୍ଜ ଗଛର ଛେଲି ସହ କନିଅର ଗଛର ଛେରକୁ ମିଶାଇ ସେଥିରେ ରାଶି ତେଲ ଦେଇ ଗରମ କରି ଛାଣି ଦୈନିକ ଲଗାଇଲେ ଏଥିରୁ ଉପଶମ ମିଳେ ।

ତେନ୍ତୁଳି

ତେନ୍ତୁଳି ମଞ୍ଜିକୁ ଗୁଣ୍ଡା କରି ଚାମଚେ ଗୁଣ୍ଡ ସହ ଏକ ଗ୍ଳାସ କ୍ଷୀରରେ ମିଶାଇ ପିଇଲେ କୋଷ୍ଠ କାଠିନ୍ୟ ଦୂର ହୋଇଥାଏ । ସେହିପରି ଅର୍ଶ କିମ୍ବା ମଳ କଣ୍ଟକରୁ ରକ୍ତ ନିର୍ଗତ ହେଉଥିଲେ, ତାହା ଭଲ ହୋଇଥାଏ । ଜ୍ଵର ହୋଇଥିଲେ, ତେନ୍ତୁଳିରୁ ମଞ୍ଜି ବାହାର କରି ୧୦୦ ଗ୍ରାମ ତେନ୍ତୁଳିକୁ ବାଟି ରସୁଣ, ଗୋଲମରିଚ ଓ ଗୁଡ ସହ ମିଶାଇ ପିଇଲେ, ଜ୍ଵରରୁ ଉପଶମ ମିଳିଥାଏ । ତେନ୍ତୁଳିରେ ଲୌହ, ରିବୋଫ୍ଲାବିନ ଓ କ୍ୟାଲସିୟମ ବହୁଳ ଭାବରେ ରହିଥାଏ ।

ମେଥି

ମେଥି ଶାଗ ଯକୃତ ପାଇଁ ମହୌଷଧି ।  ଦୈନିକ ମେଥି ଗୁଣ୍ଡା ୧/୪ ଚାମଚ ସେବନ କାଲେ ଅଗ୍ନିମାନ୍ଦ୍ୟ ଦୂର ହୋଇଥାଏ ।

କଦଳୀ

ଦୈନିକ ଦୁଇଟି ଲେଖାଏଁ ପାଚିଲା କଦଳୀ ସେବନ କାଲେ ଶରୀରରେ ଲୋହିତ ରକ୍ତ କଣିକା ବା ହିମୋଗ୍ଲୋବିନ ସୃଷ୍ଟି  ହୋଇଥାଏ । ଏହାଛଡା ପେଟ ଭିତରେ ସାହାଯ୍ୟକାରୀ ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ । ଖାଦ୍ୟ ନଳୀରେ ଘା କିମ୍ବା ଗ୍ଯାସ ହୋଇଥିଲେ ଦୈନିକ ପାଚିଲା କଦଳୀ ସେବନ କାଲେ ତାହା ଦୂର ହୋଇଥାଏ । ଯକ୍ଷ୍ମା ରୋଗରେ ଦୈନିକ ସକାଳେ ଖାଲିପେଟରେ ଅଧାଚାମଚ ଲେଖାଏଁ କଦଳୀ ରସ ସେବନ କାଲେ ଆରୋଗ୍ୟ ମିଳିଥାଏ ।

ମଞ୍ଜୁଆତି

ମଞ୍ଜୁଆତି ପତ୍ରକୁ ସିଝାଇ ସେହି ପାଣିକୁ କୁଳି କଲେ ମାଢି ମଜବୁତ ହୋଇ ପାୟୋରିଆ ରୋଗ ଦୂର ହୋଇଥାଏ । ମଞ୍ଜୁଆତି ପତ୍ରକୁ ଖରାରେ ଶୁଖାଇ ଚୂର୍ଣ୍ଣ କାରୀ ୨୫୦ ଗ୍ରାମରେ ରାଶିତେଲ ୨୫୦ ଗ୍ରାମ ମିଶାଇ ଦୈନିକ ମୁଣ୍ଡରେ ଲଗାଇଲେ, କେସ ଝଡା ବନ୍ଦ ହୋଇ କେଶର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ । ଶୁଖିଲା ମଞ୍ଜୁଆତି ପତ୍ର ୧୫ଟି ନେଇ ଏକ ପାତ୍ରରେ ଗୋଟିଏ ରାତି ଭେଦାଇ ତହିଁ ପରିଦୀନ ସକାଳୁ ଛାଣି ପିଇଲେ ଜଣ୍ଡିସ ବା କାମଳରୋଗ ଦୂର ହୋଇଥାଏ । ଆହୁରି ମଧ୍ୟ ଅତ୍ୟଧିକ କାମଳ ରୋଗ ଆକ୍ରାନ୍ତ ହୋଇଥିଲେ, ମଞ୍ଜୁଆତି ଗଛର ଚେର ଏବଂ ଅରୁଆ ଚାଉଳ ପାଣିରେ ଭେଦାଇ ତା’ର ଚକଟା ଅଂଶକୁ ମିଶାଇ ଦିନକୁ ୨ ଥର ଚାମଚେ ଲେଖାଏଁ ସେବନ କଲେ ଖୁବ୍ ଶୀଘ୍ର ଆରୋଗ୍ୟ ହୋଇଥାଏ ।

ପିପ୍ପଳି

ପିପ୍ପଳିଗୁଣ୍ଡାକୁ ୨ ଗ୍ରାମ୍ ସେବନ କଲେ ଲାଳ ଝାଡ଼ାରେ ଉପକାରୀ ହୋଇଥାଏ । ହଜମ ହେଉ ନଥିଲେ ପିପ୍ପଳି ଗୁଣ୍ଡା ୪ ଗ୍ରାମ ସହିତ ସୈନ୍ଧବ ଲବଣ ମିଶାଇ ସେବନ କଲେ, ଏହା ଉପକାରୀ ହୋଇଥାଏ । ନିଦ ହେଉ ନଥିଲେ ଦୈନିକ ରାତିରେ ୫ ଗ୍ରାମ୍ ପିପ୍ପଳି ଗୁଣ୍ଡ ସହ ଏକ ଚାମଚ ମିଶାଇ ସେବନ କଲେ ତାହା ଫଳପ୍ରଦ ହୋଇଥାଏ ।

କାଗେଜି ଲେମ୍ବୁ

କାଗେଜି ଲେମ୍ବୁ, ଲୁଣ, ଚିନି, ପାଣି ମିଶାଇ ପିଇଲେ ଶରୀର ନିରୋଗ ରହିଥାଏ । ପାକସ୍ଥଳୀରେ ଅନ୍ୟ ରୋଗ ସୃଷ୍ଟି ହୋଇପାରେ ନାହିଁ । ଲେମ୍ବୁ ରସ ନକାରାତ୍ଜକ ବ୍ୟାକ୍ଟେରିଆଙ୍କୁ ନଷ୍ଟ କରିଦେଇଥାଏ । ଆଣ୍ଠୁଗଣ୍ଠି ବାତ ରୋଗରେ ମଧ୍ୟ ଲେମ୍ବୁ ରସ ସେବନରେ ଉପକାର ମିଳିଥାଏ । ଲେମ୍ବୁରେ ଭିଟାମିନ୍ ଗ ଓ ପୋଟାସିୟମ ସାଇଟ୍ରେଟ ଥାଏ ।

ପାତାଳଗରୁଡ

ଏହି ଗଛକୁ ସର୍ପଗନ୍ଧା ବୋଲି ମଧ୍ୟ କୁହାଯାଏ; କିନ୍ତୁ ଗାଁ ଗହଳିରେ ଏକ ଭ୍ରାନ୍ତ ଧାରଣା ରହିଛି ଯେ, ଏହି ଗଛକୁ ବାଡିରେ ଲଗାଇଲେ ସାପ ଆସନ୍ତି ନାହିଁ । ଏହି ସାପକୁ ଗାନ୍ଧୀଉଥିବାରୁ ତା;ର ନାମ ସର୍ପଗନ୍ଧା ରଖିଯାଇଛି । ଏହି ଗଛର ମୂଳ ଅଂଶକୁ ଗୋଲମରିଚ ସହ ବାଟି ସାମାନ୍ୟ ହଳଦୀ ମିଶାଇ ସାପ କାମୁଡାର ଶିକାର ହୋଇଥିବା ଲୋକଙ୍କ ସେବନ କରିବାକୁ ଦେଲେ ଶରୀରରୁ ବିଷ ନାଶ ହୋଇଥାଏ । ଏହି ସହିତ ମୂଷା କାମୁଡିଥିଲେ , ଏହାର ଚେରକୁ ବାଟି ସାମାନ୍ୟ ହଳଦୀ ମିଶାଇ ସେବନ କଲେ ବିଷ ନାଶ ହୋଇଥାଏ ।

ବଚ

ଏହି ଉଦ୍ଭିଦଟି ବହୁ ଶାଖା ବିଶିଷ୍ଟ ହୋଇଥିବାବେଳେ ସୁଗନ୍ଧଯୁକ୍ତ । ଏହି ଉଦ୍ଭିଦକୁ ସୁଖାଯାଇ ବଚ ଭାବେ ବ୍ୟବହାର କରାଯାଏ । ଏଥିରେ ତାନିନ୍ ଥାଏ, ଯାହାକି ଅତିସାର ରୋଗରେ ବ୍ୟବହାର କରାଯାଏ । ଏହାକୁ ସୈନ୍ଧବ ଲବଣ ସହ ମିଶାଇ ଖାଇଲେ ପେଟ ଫମ୍ପା, ଶ୍ଵାସନଳୀ ସଂକ୍ରମଣରୁ ଉପକାର ମିଳିଥାଏ ।

ଆଧାର

ସମାଜ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate