ବ୍ୟାୟମ କି ଶାରୀରିକ ପରିଶ୍ରମ କଥା ପଡିଲେ ଆପଣ ସମୟ ପାଉନି ବୋଲି ପ୍ରାୟତଃ କହିଥାନ୍ତି । କିନ୍ତୁ ଏହା ଏକ ସଫେଲ, କେବଳ ଗୋଟିଏ ବାହାନା । ଏମିତି କହି ଆପଣ କାହାକୁ ଠକୁଛନ୍ତି? ଆପଣଙ୍କୁରୋଗ ହେଲେ ତ ଆପଣଙ୍କ କୋଠା ବିକ୍ରି ହୋଇଯିବ ଓ ଆପଣଙ୍କ ପଇସାରେ କୋଠା ପିଟିବେ ଡାକ୍ତର ମୋ ସାନକୁହା ମାନନୁ । ନିଜ ପକେଟକୁ ଖାଲିକରି ଡାକ୍ତରଙ୍କ ପକେଟକୁ ଭାରନ୍ତୁନି ।
ଓଜନ ବଢୁଛି ପେଟ ବାହାରି ପଡିଲାଣି? ପ୍ୟାଣ୍ଟର ବୋତାମ ଦେଇ ହେଉନି? ପିଚାରେ ବି ଜମି ଆସିଲାଣି ଚର୍ବି? ମନଚା ଉଦାସିଆ ରହୁଛି ଏଥିପାଇଁ? ଏହାର ସମାଧାନ ତ ଆପଣଙ୍କ ହାତରେ । ଖାଇବା କମେଇବେ, ଚାଲିବା କମେଇବେ, ଚାଲିବା ବଢେଇବେ – ବାସ୍, ଏଇଆ ହିଁ ଆପଣଙ୍କ ସମସ୍ୟାର ସରଲ ସମାଧାନ ।
ଖାଇବାରେ ପେଟର ଦାବି, ଜିଭର ଦାବିଓ ମନର ଦାବିକୁ ଶୁଣିବେନି । ଭୋକ ପୂରାପୂରି ମରିଯିବା ପର୍ଯ୍ୟନ୍ତ ଖାଇବା ମନା । ସୁଆଦିଆଖାଦ୍ୟ ଖାଇବା ନିମନ୍ତେ ମନ ସବୁବେଳେ ଖୁଜୁବୁଜୁ ହେଉଥାଏ । ଜମା ପଡିବେନି ତା’ ପ୍ରଲୋଭନରେ । ଚିନି, ଗୁଡ ଓ ମିଠା ଲାଗୁଥିବା ସବୁପ୍ରକାରର ଖାଦ୍ୟ କାଁ ଭାଁ ପାଟିରେ ନେବେ ସିନା, ନୋହିଲେ ତାକୁ ସବୁବେଳେ ଡରିକରି ରହିଥିବେ । ତେଲ ଘିଅ ଓ ଏଥିରେ ଛଣାଛଣି ବରା, ପିଆଜି, ପକୁଡି ସିଙ୍ଗଡା, ପୁରି ଲୁଚିପରଟାଇତ୍ୟାଦି ବିଚାରିବେ ପହିଲା ନମ୍ବରଶତ୍ରୁ । ବଡ ଅଦ୍ଭୁତ ଏ ଜିଭ ଚାଖଣ୍ଡକର ଚରିତ୍ର । ଏହାର ସବୁଥିରେ ଲୋଭ; ମିଠାରେ ଲୋଭ ଖଟାରେ ଲୋଭ ଲୁଣିଆରେ ଲୋଭ ପିତାରେ ବି ଲୋଭ । ଜିଭକୁ ଯଦି ଜବତକରି ରଖିପାରିବେ, ତେବେ ଓଜନ ବଢିବା ସମସ୍ୟା ଜୟ କରିପାରିବେ । ଅତି ସହଜରେ । ତେବେ ଖାଇବା ଉପରେ ନିୟନ୍ତ୍ରଣ ଆଣିବା ଅର୍ଥ, ଶରୀର ପାଇଁ ଓଜନ ଆମଦାନୀରେ ନିୟନ୍ତ୍ରଣ ଆଣିବା । ମାତ୍ର ଏତିକିରେ ସଫଳତା ମିଳିଯିବା କଷ୍ଟ । ଆମଦାନୀ ହ୍ରାସ କରିବା ସହ ଓଜନର ରପ୍ତାନିକୁ ମଧ୍ୟ ବଢେଇ ଦେବାକୁ ପଡିବ । ଓଜନର ରପ୍ତାନି ଅର୍ଥ ଶାରୀରିକ ପରିଶ୍ରମ କି ବ୍ୟାୟାମ କରି ଦେହରେ ଜମିଥିବା ଚର୍ବିକୁ ବେଶି ବେଶି ବ୍ୟୟ କରିପାକେଇବା । ଯେତେ ବେଶି ଶାରୀରିକ ପରିଶ୍ରମ, ଶରୀରରୁ ସେତେ ବୟସ୍କ ? ଆପଣ ଜଣେ ପୁରୁଷ? ଆପଣ ଜଣେ ମହିଳା ? ଆପଣ ଯାହା ହୋଇଥାଆନ୍ତି ନା କାହିଁକି, ଅସୁସ୍ଥ ହେବାକୁ ତ ଚାହୁଁନାହାନ୍ତିନା । ଚାହୁଁଛନ୍ତି ସୁସ୍ଥ ରହିବେ ଓ ସନ୍ଦର ଦେଖାଯିବେ । ଫିଟ୍ ରହିବା ପାଇଁ ଚାହିଁଲେ ଆପଣଙ୍କୁ କିଛି ଟିକସ ପଇଠ କରିବା ପାଇଁ ପଡିବ । ଏଠି ଟିକସର ଅର୍ଥ ଖାଦ୍ୟ ନିୟନ୍ତ୍ରଣ ଓ ନିୟମିତ ବ୍ୟାୟାମ କି ଶାରୀରିକ ପରିଶ୍ରମ ।
ବ୍ୟାୟାମ କି ଶାରୀରିକ ପରିଶ୍ରମ କଥା ପଡିଲେ ଆପଣ ସମୟ ପାଉନି ବୋଲି ପ୍ରାୟତଃ କହିଥାନ୍ତି । କିନ୍ତୁ ଏହା ଏକ ସଫେଇ, କେବଳ ଗୋଟିଏ ବାହାନା ଏମିତି କହି ଆପଣ କାହାକୁ ଠାକୁଛନ୍ତି? ଡାକ୍ତରଙ୍କୁ ନା ନିଜକୁ? ଆପଣଙ୍କୁ ରୋଗ ହେଲେ ତ ଆପଣଙ୍କ କୋଠା ବିକ୍ରି ହୋଇଯିବ ଓ ଆପଣଙ୍କ ପଇସାରେ କୋଠା ପିଟିବେ ଡାକ୍ତର। ମାସାନକୁହା ମାନନୁ ନିଜ ପକେଟକୁ ଖାଲିକରି ଡାକ୍ତରଙ୍କ ପକେଟକୁ ଭାରନ୍ତୁନି । ଆପଣଙ୍କ ଶରୀରର ଓଜନ କମେଇବା ପାଇଁ ଅନେକ ସୁଯୋଗ ଅଛି । ଏଥିରେ ଆପଣ ଟିକିଏ ଖାଲି ମନ ଦେଲେ ହେଲା । ଅଫିସ୍ ରେ ଥିବାବେଳେ ନିଜ ଓଜନ କମେଇବା ପାଇଁ ଆପଣ କେତୋଟି ପଦକ୍ଷେପ ନେଇପାରିବେ । ଘରେ ଥିବା ବେଳେ ବି କେତୋଟି ସହଜ ସରଲ ପଦକ୍ଷେପ ନେଇ କମେଇ ପାରିବେ ଆପଣଙ୍କ ଓଜନ ।
ଆମମାନଙ୍କ ମଧ୍ୟରୁ ଅଧିକାଂଶ ହାଲୁକା କାମରେ ନିଯୁକ୍ତ । କାମଟା ସିନା ହାଲୁକା, ହେଲେ କର୍ମସ୍ଥଳରେ କଟେଇବା ପାଇଁ ପଡିଥାଏ ଖୁବ୍ କମ୍ ରେ ସାତ/ଆଠ ଘଣ୍ଟାସମୟ । ସାତ/ ଆଠ ଘଣ୍ଟା ସମୟ ମାନେ ଦିନମାନର ପ୍ରାୟ ଏକ ତୃତୀୟାଂଶ । କାଗଜ କାମ କରିବା ସଙ୍ଗେ ସଙ୍ଗେ ଦେହକୁ ଫିଟ୍ କରିବା ନିମନ୍ତେ ବି ଦେହର କିଛି କିଛି ବ୍ୟାୟାମ କରିବା ଦରକାର ନା ନାହିଁ?
ଘରେ କାମ କରିବା କି ବ୍ୟାୟାମ କରିବା ସହଜ ଆରାମପ୍ରଦ ଓ ନିରାପଦ । ବରଂ ଘରେ ଆପଣ ଶାରୀରିକ ପରିଶ୍ରମ ଓ ବ୍ୟାୟାମ କରୁଥିବାର ଦେଖି ସନ୍ତାନମାନେ ମଧ୍ୟ ତାହା ଅନୁକରଣ କରିବେ ଓ ଏହାର ଫାଇଦା ପାଇପାରିବେ । ଡ୍ରଇଂ ରୁମ୍ ରେ ବସି ଟିଭି ଦେଖିବାରେ ମନା ନାହିଁ, କିନ୍ତୁ ତାହା ବ୍ୟାୟାମ ମନୋରଞ୍ଜନର ବିକଳ୍ପ ନ ହେଉ । ତା’ ହେଲେ ଘରେ ଥିବାବେଳେ କ’ଣ କରିବେ ?
ମନେରଖନ୍ତୁ ଯେ ଏବେ ଆରମ୍ଭ ହୋଇଗଲାଣି ଅଣସଂକ୍ରାମକ ରୋଗ ଗୁଡିକର ମହାମାରୀ ହୃଦ୍ ରୋଗ ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ୍ ବିଷାଦ, ଦୀର୍ଘକାଳୀନ ଫୁସ୍ ଫୁସ୍ ରୋଗ, ଡାଇବେଟିସ୍, ଗଣ୍ଠିରୋଗ, ଅଷ୍ଟିଓ ପୋରୋସିସ୍ କ୍ୟାନସର ଇତ୍ୟାଦି ଜାତ କରିବାରେ କୌଣସି ଜୀବାଣୁ କି ଭୂତାଣୁ ଦାୟୀ ନୁହନ୍ତି । ପୁଣି ଏଗୁଡିକ ଆରମ୍ଭ ହେଲେ ଆରୋଗ୍ୟ ନ ହୋଇ ଲାଖିରହିଥିବ ଜୀବନସାରା । କିନ୍ତୁ ବଡ ଆଶ୍ଵାସନାର କଥା ଯେ ନିୟମିତ ଭାବରେ ଶାରୀରିକ ପରିଶ୍ରମ ଓ ବ୍ୟାୟାମ କରି ଏସବୁ ରୋଗୀକୁ ବହୁଳାଂଶରେ ନିବାରଣ କରିହେବ ଏବଂ ରୋଗ ଆରମ୍ଭ ହୋଇଯାଇଥିଲେ ରୋଗର ତୀବ୍ରତାକୁ ବହୁଳାଂଶରେ ହ୍ରାସ କରିଦେଇ ହେବ । ତେବେ ବ୍ୟାୟାମ କରିବା ଓ ଶାରୀରିକ ପରିଶ୍ରମ କରିବା ଏକ ଶୃଙ୍ଖଳା ଓ ଏହାକୁ ନିଷ୍ଠାର ସହ ପାଳନ କରିବା ବାଞ୍ଛନୀୟ ।
ଆଚ୍ଛା ଓଜନ ଠିକ୍ ଅଛି ? ପେଟ ବାହାରିନି? ପ୍ୟାଣ୍ଟର ବାତାମମାନ ଆରାମରେ ଦେଇ ହେଉଛି ? ପିଚରେ ବେଶି ଚର୍ବି ଜମିନି ? ମନ ପ୍ରଫୁଲ୍ଲ ଅଛି ? ତଥାପି ବି ଉପରୋକ୍ତ ପ୍ରକାରେ ନିଜର ଅଭ୍ୟାସ ଜାରି ରଖନ୍ତୁ । ଏପରି କାଲେ ଦୀର୍ଘସ୍ଥାୟୀ ସୁସ୍ଥତା ଓ ଦୀର୍ଘାୟୁ ଲାଭ ନିମନ୍ତେ ଦୃଢ ପ୍ରତିଶ୍ରୁତି ଦେଇହେବ ।
ଜାଣି ରଖିଥାନ୍ତୁ ଯେ କୌଣସି ଟିକସ ପଇଠ ନ କରି ଉତ୍ତମ ସ୍ୱାସ୍ଥ୍ୟ ଲାଭ ସମ୍ଭବ ନୁହେଁ; ଆଦୌ ସମ୍ଭବ ନୁହେଁ ।
ଆଧାର ଧରିତ୍ରୀ
Last Modified : 12/11/2019