ଉପକ୍ରମ ବର୍ତ୍ତମାନ ବର୍ଷାଋତୁ । ଏହି ବର୍ଷାଋତୁରେ ଲୋକମାନେ ବିଭିନ୍ନ ପ୍ରକାର ରୋଗ ଦ୍ଵାରା ଆକ୍ରାନ୍ତ ହେଉଥିବାର ଦେଖାଯାଉଛି । ଏହିସବୁ ରୋଗମାନଙ୍କ ମଧ୍ୟରେ ଭାଇରାଲ ଫିଭର ଅନ୍ୟତମ । ଏହି ଜ୍ଵରଟି ହେଲେ ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଏ । କେଉଁ ଲକ୍ଷଣକୁ କି ଔଷଧ ଖାଇବା ତେବେ କେଉଁ ଲକ୍ଷଣକୁ କି ଔଷଧ ଖାଇବାକୁ ପଡିବ ତାହା ଏଠାରେ ଦିଆଗଲା । ଦେହ ହାତ ଘୋଳାବିନ୍ଧା ; ମାଂସପେଶୀ ଦରଜ, ବ୍ୟସ୍ତଭାବ ବା ଛଟପଟ ଲାଗୁଥିବ, ଶୀତ ଶୀତୁଆ ଭାବ, ଖୁଁ ଖୁଁ କାସ, ବାରମ୍ବାର ପାଣି ପିଇବାକୁ ଇଚ୍ଛା, ଝାଡା ହେଉଥିଲେ ଆମାଶୟ ଭଳି ସାମାନ୍ୟ ରକ୍ତମିଶା ଝାଡା, ଜିଭ ମଇଳା ଏବଂ ଜିଭ ଅଗଟି ଖୁବ୍ ଲାଲ ଦେଖାଯାଉଥିବ । ରସଟକ୍ସ । ଘନ ଘନ ବାୟୁମଣ୍ଡଳର ଉତ୍ତାପ ପରିବର୍ତ୍ତନ ହେଉଥିବା ସମୟରେ ଏହି ଜ୍ଵର ଦେଖାଦେଲେ, ଅବେଳାରେ ଗାଧୋଇ ବା ବର୍ଷାରେ ଭିଜିଥିଲେ, ଛାତିରେ କଫଜମି ଶ୍ଵାସକଷ୍ଟ ହେଉଥିଲେ, ପେଟକାଟି ନାଳଝାଡା ହେବା ସମେତ ରୋଗୀ ଖୁବ୍ ଗରମ ଅନୁଭବ କରୁଥିବେ କିମ୍ବା ଦେହ ହାତ ପୀଡା ହେଉଥିବ । ଡଲକାମେରା । ଦେହରେ ବହୁତ ପୀଡା ଥିବ ଓ ସାମାନ୍ୟଟିକେ ହଲଚଲ ସହ୍ୟ କରିପାରୁ ନ ଥିବାରୁ ରୋଗୀ ନିସ୍ତେଜ ହୋଇପଡୁଥିବ । କଠିନ ଝାଡା ହେଉଥିବ ବା ଝାଡାର ବେଗ ଜମା ନ ଥିବ । ବହୁତ ପରିମାଣରେ ପାଣି ପିଇବାକୁ ଇଚ୍ଛା ହେଉଥିବ । ବ୍ରାୟୋନିଆ । ଛାତିରେ କଫ, ନାକରେ ବହଳିଆ ଶର୍ଦ୍ଦି, ପାଟି ଶୁଖିଯାଉଥିବ, ଅଥଚ ପାଣି ପିଇବାକୁ ଆଦୌ ଆଗ୍ରହ ନ ଥିବ । ଶୀତ ଥିଲେ ଖୋଲାପବନ ଚାହୁଁଥିବ । ଜ୍ଵରର ତାପମାତ୍ରା ଅଧିକ ଥିବ ଅଥଚ ବେଶ୍ ଫୁର୍ତ୍ତି ଦେଖାଯାଉଥିବ । ପଲସେଟିଲା । ଖୁବ୍ ଶୀତ ଶୀତ ଲାଗୁଥିବ । ବହୁତ ନିସ୍ତେଜ ଲାଗୁଥିବ । ଆଖିପତା ଓଜନ ଲାଗି ନିଦୁଆ ନିଦୁଆ ଭାବ ଥିବ । ଦେହ ହାତ ଦରଜ ଓ ଶୋଷ ଜଣାପଡୁ ନ ଥିବ । ଜେଲସେମିଅମ । ଦେହ ହାତ ଖୁବ୍ ପୀଡା ମନେହେଉଥିବ ଯେପରି ସବୁ ହାଡ ବିନ୍ଧି ଫଟାଇ ଦେଉଛି । ପୀଡାବାନ୍ତି ଅସ୍ଥିରତା ଅନୁଭବ କରିହେଉଥିବ । ୟୁପଟୋରିୟମ ପାରଫ । ଅତ୍ୟନ୍ତ ଶୀତଭାବ ସହିତ ଖୁବ୍ ଅସ୍ଥିରତା, ଆଖିନାକରୁ କଞ୍ଚାପାଣି ବୋହିବା, ବାରମ୍ବାର ପାଣିପିଇବାକୁ ଇଚ୍ଛା ହେଉଥିବ । ଆର୍ଶେନିକ ଏଲବମ । ନାକବନ୍ଦ ହୋଇ ପାଟିବାଟେ ନିଶ୍ଵାସ ନେବା, ବାହାର ଖୋଲା ପବନରେ ନାକ ଖୋଲା ରହିବା, ସର୍ବଦା ଶୀତଭାବ, ଅଣ୍ଟାବ୍ୟଥା ହେବା । ନକ୍ସଭୋମିକା । ବହୁ ବ୍ୟାପକ ଭାବରେ ଦେଖା ଯାଉଥିଲେ ଓ ଶର୍ଦ୍ଦିସହିତ ସର୍ବାଙ୍ଗରେ ପୀଡାଲାଗି ଜ୍ଵର ହେଉଥିଲେ ଇନପ୍ଲୁଏନଜିନାମ ଠାରୁ ବଳି ଭଲ ଔଷଧ ଏଭଳି ଜ୍ଵରରେ ଆଉ ନାହିନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଲକ୍ଷଣ ଅନୁଯାୟୀ ନିର୍ଦ୍ଧିଷ୍ଟ ଔଷଧର ୩୦ ବା ୨୦୦ ଶକ୍ତିରୁ ୩/୪ ଘଣ୍ଟା ଅନ୍ତରରେ ୧ ପାନ ଲେଖାଏଁ ଖାଇଲେ ଯଥାଶୀଘ୍ର ଉପଶମ ଲାଭ ହେବ । ଏହି ଔଷଧରୁ ଗୋଟିଏ ଗୋଟିଏ ଫାଇଲେ ଗୁଳି ଆକାରରେ ଘରେ ଆଣି ରଖନ୍ତୁ ଓ ଥରକୁ ୪/୫ ଟି କରି ଗୁଳି ବ୍ୟବହାର କରନ୍ତୁ । ନାହିଁ ; ମଝିରେ ମଝିରେ ଢୋକ ଗିଳିଲା ବେଳକୁ ଛୁଞ୍ଚି ମାରିଲାଭଳି ବ୍ୟଥା ଗଳା ମଧ୍ୟରୁ କାନ ଭିତରକୁ ଗଲାଭଳି ଅନୁଭବ କରିବେ, ପାଟିର ଛେପ ଅଠାଳିଆ ଓ ସୂତାଭଳି ଲମ୍ବି ଯାଉଥିବ, ଜିଭକଡରେ ମର୍କସଲ ଭଳି ଦାନ୍ତର ଛାପ ପଡିଥିବ ତାହାହେଲେ ଫାଇଟୋଲାକା ଖାଇବେ । ମର୍କସଲର ଗୋଟିଏ ଲକ୍ଷଣ ପ୍ରତି ଲକ୍ଷ୍ୟ ରଖିବେ, ଏତେ ବ୍ୟଥାରେ ମଧ୍ୟ ରୋଗୀ ଆକ୍ରାନ୍ତ ସ୍ଥାନଟିକୁ ଧୀରେ ଧୀରେ ସାଉଁଳୁଥିବ । ଫାଇଟୋଲାକାରେ କିନ୍ତୁ ଦାନ୍ତ ଶୂଳେଇ ହେଉଥିବ ଓ ସେ ସବୁବେଳେ ଦାନ୍ତକୁ ଦାନ୍ତ ଚାପିକରି ରଖିବାକୁ ଭଲ ପାଉଥିବ । ସଂଗୃହୀତ – ଡାକ୍ତର କମଳାକାନ୍ତ କର