অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମଧୁମେହ ରୋଗ

ଉପକ୍ରମ

ସମ୍ପ୍ରତି ପୃଥିବୀରେ କୋଟି କୋଟି ବ୍ୟକ୍ତି ଏହି ରୋଗ ଭୋଗୁଛନ୍ତି ।

ବିଶେଷତଃ ଚାଳିଶରୁ ଉର୍ଦ୍ଧ୍ଵ ବୟସ୍କ ନର- ନାରୀ ବହୁମାତ୍ରାରେ ଏହି ରୋଗର ଶିକାର ହେଉଥିବା ଜଣାଯାଇଛି ।

ଏହି ରୋଗର ସାଧରଣ ଲକ୍ଷଣ ହେଉଛି ଏହାଦ୍ଵାରା ରକ୍ତଦ୍ଵାରା ଅଧିକ ଶର୍କରା ନିଷ୍କାସିତ ହୋଇଥାଏ ।

କାରଣ

 

ଶରୀରରେ ପାନକ୍ରିୟାସ୍ ନାମକ ଯନ୍ତ୍ର କାର୍ଯ୍ୟକ୍ଷମ ନ ହେବାଦ୍ଵାରା ଏହି ରୋଗ ସୃଷ୍ଟି ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନରୁ ଜଣାଯାଏ । ଆମ ଶରୀରର ଯକୃତ ପାଖରେ ଥିବା ଏହି ପାନକ୍ରିୟାସ୍ ନାମକ ଗ୍ଲାଣ୍ଡରୁ ସୃଷ୍ଟି ହେଉଥିବା ଇନସୁଲିନ୍ ନାମକ ରସ କ୍ଷରଣ ବନ୍ଦ ହୋଇଯିବା ଦ୍ଵାରା ଆମେ ଖାଉଥିବା ଖାଦ୍ୟର ଶର୍କରା ଜାତୀୟ ଅଂଶଗୁଡିକ ହଜମ ନ ହୋଇ ସିଧାସଳଖ ରକ୍ତରେ ମିଶିଯାଇଥାଏ ଏବଂ କେତେକ ଅଂସ ପରିସ୍ରା ଦ୍ଵାରା ବାହାରି ଯାଇଥାଏ । ଏହାଦ୍ଵାରା ଶରୀରସ୍ଥ ଯନ୍ତ୍ର ଗୁଡିକ ସୂଚାର ରୂପେ କାମ କରିପାରନ୍ତି ନାହିଁ ।

ଲକ୍ଷଣ

ଏହି ରୋଗର ବିବିଧ ଲକ୍ଷଣ ଗୁଡିକ ମଧ୍ୟରୁ ବାରମ୍ଭର ପରୋଷରା ଲାଗିବା, ଅଧିକ କ୍ଳାନ୍ତି ଲାଗିବା ବା ଅଳ୍ପ ପରିଶ୍ରମରେ ଥକିଯିବା, ଚର୍ମ ରୁକ୍ଷଓ ଶୁଷ୍କ ହୋଇଯିବା ଓ ସର୍ବଦା ଦୁର୍ବଳ ଅନୁଭବ କରିବା, ଆଖିକୁ ଝାପସା ଦିଶିବା, ଶରୀରର କୌଣସି ସ୍ଥାନରେ କ୍ଷତ ହେଲେ ନ ଶୁଖିବା ଏବଂ ରକ୍ତରେ ଅତ୍ୟଧିକ ଶର୍କରା ବୃଦ୍ଦି ହେଲେ ଜ୍ଵର ଲାଗି ରହିବା ଇତ୍ୟାଦି ପ୍ରଦାନ ଲକ୍ଷଣ ରୋଗୀଠାରେ ପ୍ରକାଶ ପାଇଥାଏ । ମେଦବୃଦ୍ଧି ବ୍ୟକ୍ତି ଖୁବ୍ ଶୀଘ୍ର ଏହିପରି ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥାଏ । ଇଂରାଜୀରେ ଏହି ରୋଗକୁ ‘ଡାଇବେଟିସ୍ – ମିଲିଟସ୍’ କୁହାଯାଏ । ଏହି ମଧୁମେହ ରୋଗ ଦ୍ଵାରା ଉଚ୍ଚ ରକ୍ତଚାପ ରୋଗ ମଧ୍ୟ ସୃଷ୍ଟି ହୋଇପାରେ ।

ମେଦବୃଦ୍ଧି ବା ଓଜନବୃଦ୍ଧି, ଅତ୍ୟଧିକ ଚିନ୍ତା, ଶୋକ ଓ ମୈଥୁନ କ୍ରିୟା ଏହି ରୋଗର ପ୍ରଦାନ କାରଣ ବୋଲି ସମୀକ୍ଷାରୁ ଜଣାଯାଏ । ଇଞ୍ଜେକସନ୍ ଦ୍ଵାରା କୃତ୍ରିମ ଇନସୁଲିନ୍ ଶରୀରରେ ପ୍ରବେଶ କରାଇବା ଏହି ରୋଗର ମୁଖ୍ୟ ଚିକିତ୍ସା ହୋଇଥାଏ । ଏହି ଚିକିତ୍ସାରେ ମୁଖ୍ୟ ଅସୁବିଧା ହେଉଛି ଦୀର୍ଘ ଦିନ ଧରି ରୋଗୀ ନିଜକୁ ନିଜେ ଇଞ୍ଜେକସନ୍ ନେଇ ଏହା ସହିତ ଔଷଧ ସେବନ କରି ମଧ୍ୟ ରୋଗମୁକ୍ତ ହୋଇପାରୁ ନାହିଁ । ଆଧୁନିକ ଚିକିତ୍ସା ବିଜ୍ଞାନ ପ୍ରତି ଏହା ମସ୍ତବଡ ଧକ୍କା ହୋଇଥିବାରୁ ବିଶ୍ଵସ୍ତରୀୟ ଚିକିତ୍ସା ବିଜ୍ଞାନୀଗଣଙ୍କ ମଧ୍ୟରେ ନେଇ ଚର୍ଚ୍ଚା ଓ ଗବେଷଣା ଚାଲୁରହିଛି ।

ଚିକିତ୍ସା

ଏହି କ୍ଷେତ୍ରରେ ଭାରତୀୟ ପ୍ରାଚୀନ ଆୟୁର୍ବେଦ ଯୋଗ ଚିକିତ୍ସା ଗୁରୁତ୍ଵ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ଉପୟୁକ୍ତ ପଥ୍ୟ ସେବନ କରି ନିୟମିତ କେତେକ ଯୋଗାସନ ଅବ୍ୟାସ କରିବା ଦ୍ଵାରା ଏହି ରୋଗରୁ ଆରୋଗ୍ୟ ମିଳୁଥିବା ଯୋଗ କେନ୍ଦ୍ର ଚିକିତ୍ସା କେନ୍ଦ୍ରମାନଙ୍କର ଜଣାଯାଇଛି । ପ୍ରାଥମିକ ଅବସ୍ଥାରେ ଔଷଧ ଓ ଇଞ୍ଜେକସନ୍ ବନ୍ଦ କରିବା ଅନୁଚିତ୍ । ନିୟମିତ ଯୋଗାଭ୍ୟସ କରି ତିନି ସପ୍ତାହ ପରେ ଔଷଧ ଓ ଇଞ୍ଜେକସନ୍ ବନ୍ଦ କରାଯାଇପାରେ । ଏହିପରି ଯୋଗ ଚିକିତ୍ସା ଦ୍ଵାରା ଚାଳିଶରୁ ଊର୍ଦ୍ଧ୍ଵ ବୟସ୍କ ବ୍ୟକ୍ତି ତିନିମାସରେ ଆରୋଗ୍ୟ ଲାଭ କରୁଥିବାବେଳେ କୋଡିଏ ବର୍ଷରୁ କମ୍ ବୟସ୍କ ମଧୁମେହ ରୋଗୀ ଏକବର୍ଷ ମଧ୍ୟରେ ଆରୋଗ୍ୟ ଲାଭ କରୁଥିବା ପ୍ରମାଣ ମିଳିଛି । ଏହିପରି ନିୟମିତ ପଥ୍ୟ ଓ ଯୋଗାଭ୍ୟାସ ଗ୍ରହଣ କରିବା ଦ୍ଵାରା ରୋଗୀର ପାନକ୍ରିୟାସ୍ ଗ୍ଲାଣ୍ଡ କାର୍ଯ୍ୟକ୍ଷମ ହୋଇ ସାଧାରଣ ଅବସ୍ଥାକୁ ଆସିଥାଏ ଏବଂ ବ୍ୟକ୍ତି ଆରୋଗ୍ୟ ଲାଭ କରି ପୂର୍ଣ୍ଣ ସ୍ୱାସ୍ଥ୍ୟପ୍ରାପ୍ତ ହୁଏ । ଏହି ଯୋଗାସନଗୁଡିକ ହେଲା- ସୂର୍ଯ୍ୟ ନମସ୍କାର ଆସନ, ଉତ୍ତାନପାଦାସନ, ଭୁଜଙ୍ଗାସନ, ଶଲାଭାସନ, ଧନୁରାସନ ଓ ଶବାସନ । ଏହା କ୍ରମାନୁସାରେ ଦୈନିକ ଅଧଘଣ୍ଟାରୁ ଏକ ଘଣ୍ଟା ଦୁଇବେଳା ଅଭ୍ୟାସ କରାଯାଏ । ଏହି ଯୋଗାସନଗୁଡିକ “ଯୋଗଚର୍ଯ୍ୟ” ବା “ଆମ ଯୋଗ ଚିକିତ୍ସା” ପୁସ୍ତକରୁ ପାଇପାରିବେ ।

ଏହି ରୋଗୀ ସର୍ବଦା ଗହମ ଅଟାରୁଟି, ପୋଟଳ କଲରା, ବାଇଗଣ ସଜନା ଛୁଇଁ, ଶାଗ, ଧନିଆ ପତ୍ର, କାକୁଡି ତରଭୁଜ, କାଗିଜୀ ଲେମ୍ଭ, କମଳା, ନିମ୍ବାପତ୍ର, ହଳଦୀକୁ ପଥ୍ୟ ରୂପେ ଗ୍ରହଣ କରିବା ଉଚିତ୍ । କୋଳଥ ଡାଲି, ମୁଗଡାଲି ହିତକର ହୋଇଥାଏ । ଏହାବ୍ୟତୀତ, ଆୟୁର୍ବେଦସମ୍ମତ ସହଜ ଚିକିତ୍ସା କାଲେ ବହୁ ଫଳପ୍ରଦ ହୋଇଥାଏ । ଯଥା – ୧. ଗୁଡମାରୀ ପତ୍ର, ନିମ୍ବାପତ୍ର, ଶୁଦ୍ଧ ଶିଳାଜିତ୍, ଜାମ୍ମୁ ମଞ୍ଜି ଚୂର୍ଣ୍ଣଓ ବେଲପତ୍ର ଚୂର୍ଣ୍ଣ ସମଭାବରେ ମିଶାଇ ରଖିବ । ଏଥିରେ ତ୍ରିବର୍ଣ୍ଣ ଭସ୍ମ ମିଶାଇ ସକାଳ ସନ୍ଧ୍ୟାରେ ଏକ ଏକ ଚାମଚ ସେବନ କଲେ ମଧୁମେହ ରୋଗୀର ବଳ ବର୍ଣ୍ଣ କାନ୍ତି ଫେରିଆସେ । ଏହା ସହିତ ମଧୁମେହ ରୋଗୀ ମେଦବୃଦ୍ଧି, ଚିନ୍ତା ଶୋକ ଓ ମୈଥୁନ କ୍ରିୟାରୁ ନିବୃତ୍ତ ରହିବା ଆବଶ୍ୟକ ।

ଆଧାର -ଓଡିଶା ଆର୍ୟୁବେଦ ସେବା ସଦନ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate