অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାତୃସ୍ତନ୍ୟ

ମାତୃସ୍ତନ୍ୟ

ସାଧାରଣତଃ ଶିଶୁ ଜନ୍ମ ପୂର୍ବରୁ ଏପରିକି ଶିଶୁ ମା ପେଟରେ ରହିବାର ୭ ମାସ ମଧ୍ୟରେ କ୍ଷୀର ମାତୃସ୍ତନକୁ ଆସିଥାଏ । ଏହାର ସମ୍ପୂର୍ଣ୍ଣତା   ଶିଶୁ ଜନ୍ମ ମାତ୍ରେ ହୋଇଥାଏ । ତେଣୁ ଶିଶୁଜନ୍ମ ମାତ୍ରେ ମାତୃସ୍ତନରେ କ୍ଷୀର ଆସିଥାଏ । କେତେକସ୍ତ୍ରୀଲୋକ ଶିଶୁ ଜନ୍ମ ପରେ ପ୍ରଥମ କ୍ଷୀର ଯାହାକି ହଳଦିଆ ଦେଖାଯାଏ ଓ ବହଳ ଥାଏ ତାକୁ ଫୋପାଡି ଦିଅନ୍ତି ; ମାତ୍ର ପ୍ରକୃତରେ ସେହି କ୍ଷୀରକୁ ଯଦିଶିଶୁକୁ ଦିଆଯାଏ ସେଥିରେ Nuctileuka ନାମକ ଏକ ଦ୍ରବ୍ୟ ଥାଏ । ଯେଉଁତିରେ କି ସମସ୍ତ ଖାଦ୍ୟସାର ସହ ବ୍ୟାଧି ପ୍ରତିରୋଧକ ଶକ୍ତି ଥାଏ ; ତେଣୁ ସେହି କ୍ଷୀରଟି ଶିଶୁ ପାଇଁ ନିତ୍ୟାନ୍ତ ପ୍ରୟୋଜନୀୟ । ତେଣୁ ଶିଶୁକୁ ସେ ପ୍ରଥମ ବହଳ, ହଳଦିଆ ମା କ୍ଷୀର ଦେବା ନିତ୍ୟାନ୍ତ ପ୍ରୟୋଜନୀୟ ।

ସ୍ତନସ୍ଥ କ୍ଷୀର ବିଶୁଦ୍ଧ ଉପାୟ

  1. ମାତୃସ୍ତନରେ କ୍ଷୀର ଥିଲେ ମଧ୍ୟ ସମୟ ସମୟରେ ତାହା ଶିଶୁର ଅତିସାର ଜ୍ଵର, ବାନ୍ତି କୃମି ଆଦିର କାରଣ ହୋଇଥାଏ । ତେଣୁ ଉପରୋକ୍ତ ରୋଗଗୁଡିକ ଶିଶୁକୁ ନ ହେବା ପାଇଁ ସ୍ତନରେ ଥିବା ସ୍ତନ୍ୟର ବିଶୁଦ୍ଧୀ କରଣ ନିତ୍ୟାନ୍ତ  ଆବଶ୍ୟକ – ସୋଁପ – 500 ଗ୍ରାମ୍ମ, ମିଶ୍ରି- 500 ଗ୍ରାମ୍ ଚୂର୍ଣ୍ଣ କରି ମିଶାଇ ଏକଚାମଚ ଲେଖାଏଁ ଉଷୁମ କ୍ଷୀର ବା ଜଳ ସହ ଖାଇଲେ ( ମା) ସ୍ତନ ଶୁଦ୍ଧି ହୋଇ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ରହେ ।
  2. ଅନନ୍ତମୂଳ, ଅକାନବିନ୍ଧି, ଶୁଣ୍ଠି, ମୁଥା, ଇନ୍ଦ୍ରଯବ, ଗୁଳୁଚି କଟୁକୀ ଭୂମିମ୍ବ, ଦେବଦାରୁ ଏ ସମସ୍ତରୁ ୧୦ ଗ୍ରାମ୍ ଲେଖାଏଁ ନେଇ ଆଠ ଗୁଣ ଜଳ ଦେଇ ଚୁଲିରେ ଫୁଟାଇବ । ଏକ ଗୁଣ ଜଳ ରହିଲେ ତାକୁ ସକାଳେ ଅଧା ଓ ସନ୍ଧ୍ୟାରେ ଅଧା ପାନ କଲେ ମାତୃ ସ୍ତନ ଶୁଦ୍ଧ ରହି ଶିଶୁର ଶରୀର ଉତ୍ତମ ରହେ ।

ମାତୃସ୍ତନରେ କ୍ଷୀର ବୃଦ୍ଧି

  1. ପ୍ରଥମତଃ ମା’ର ସ୍ତନ୍ୟବୃଦ୍ଧି ନିମନ୍ତେ ମା’କୁ ପ୍ରଥମତଃ ପୁଷ୍ଟିକର ଖାଦ୍ୟ ଦେଲେ ମାତୃ ଶରୀର ସୁସ୍ଥତା ସହ ଶିଶୁର ସ୍ୱାସ୍ଥ୍ୟ ଠିକ୍ ରହେ ।
  2. ପ୍ରତ୍ୟେକ ଦିନ ଅମତୃଭଣ୍ଡା ତୋଳି ( ସଦ୍ୟ) ତା’କୁ ସିଝାଇ କେବଳ ଲୁଣ ଜିରା ଗୁଣ୍ଡ ଦେଇ ଅତି କମ୍ ରେ 500 ଗ୍ରାମ୍ ଖାଇଲେ ମାତୃସ୍ତନରେ ସ୍ତନ୍ୟ ବୃଦ୍ଧି ହୁଏ । ପ୍ରସବ ସାତ ଦିନ  ମଧ୍ୟରେ ପୁରୁଣା ଲାଉର ଚେର ୧୦ ଗ୍ରାମ୍ ଅରୁଆଚାଉଳ ରେ କାଉ କରିବ ( ପାଏସ୍ ପରି କରିବ ) ମାତ୍ର ଅନ୍ୟ କିଛି ପଡିବ ନାହିଁ । ସେହି ଜାଉ ୧୫ ଦିନ ଖାଇଲେ ଅତିମାତ୍ରାରେ ମାତୃସ୍ତନକୁ କ୍ଷୀର ଆସିଥାଏ । ଏହାକ ପରୀକ୍ଷିତ ।
  3. ଭୁଇଁକଖାରୁ ୨୦ ଗ୍ରାମ୍ ପିପ୍ପଳୀ ଓ ଗୋଲମରିଚ ୨ ଗ୍ରାମ୍ ଲେଖାଏଁ ମିଶାଇ ସମସ୍ତକୁ ଏକତ୍ର ବାଟି ସକାଳ ସନ୍ଧ୍ୟା ପାନ କଲେ ମାତୃ ସ୍ତନରେ କ୍ଷୀର ଉତ୍ପନ୍ନ ହୁଏ ।
  4. ମୁଥାମୂଳ ୧୦ ଟି ଧୋଇ ତାକୁ ବାଟି ସେଥିରେ ୧୦ ଠୋପା ଅମୁତଭଣ୍ଡା ରସ ମିଶାଇ ପନ୍ଦର ଦିନ ଦେଲେ ମାତୃ ସ୍ତନରେ କ୍ଷୀର ଆସେ ।
  5. ଭୁଇଁକଖାରୁ  ( ଭୂମି କୁଷ୍ଣଣ୍ଡ) ୫୦୦ ଗ୍ରାମ୍, ମିଶ୍ରି -୫୦୦ ଗ୍ରାମ୍ ମିଶାଇ ପ୍ରତ୍ୟେକ ଦିନ ସକାଳ ସନ୍ଧ୍ୟାରେ ୧ ଚାମଚ କରି ଖାଇବ ।

ମାତୃସ୍ତନରୁ କ୍ଷୀର କମାଇବା ଉପାୟ

ଶିଶୁ ଜନ୍ମ ପରେ ମୃତ ହେଲେ ମାତୃସ୍ତନରେ କ୍ଷୀର ରହି ବହୁତ କଷ୍ଟ ହୁଏ ।  ଏପରିକି ମାତୃସ୍ତନରେ ବଥ ( Boil) ବା ଭିତରେ ସଂକ୍ରମଣ ମଧ୍ୟ ହୋଇଥାଏ । ଏଣୁ ସ୍ତନ ମଧ୍ୟରୁ ସ୍ତନ୍ୟସ୍ରବଣ ବନ୍ଦ କରିବା ନିତ୍ୟାନ୍ତ ଆବଶ୍ୟକ, ଯଥା –

  1. ଅତି କ୍ଷୀର ହେଲେ ପ୍ରତ୍ୟେକ ଦିନ ଚାପ ନିଜେ ଦେଇ କ୍ଷୀର ବାହାର କରିଦେବା ଉଚିତ୍ । ନ ହେଲେ ବିଦ୍ଧାଛିଟା ହୋଇଥାଏ ।
  2. କର୍ପୂର – 500 ମି. ଗ୍ରା ଦିନକୁ 2 ଥର ଖାଇଲେ କ୍ଷୀର ବନ୍ଦ ହୋଇଥାଏ ।
  3. ଦୁଦୁରାପତ୍ରକୁ ବାଟି ଗରମ କରି ଦିନକୁ ୪ ଥର ସ୍ତନରେ୪ ଲେପ ଦେଲେ କ୍ଷୀରସ୍ରବଣ ବନ୍ଦ ହୋଇଥାଏ ।

ସ୍ତନ ଦୃଢୀକରଣ

ସାଧାରଣତଃ ପୁରୁଷ ଓ ସନ୍ତାନସନ୍ତତିଙ୍କ ଯୋଗୁଁ ସ୍ତ୍ରୀମାନଙ୍କର ସ୍ତନର ମାଂସପେଶୀ ଶିଥିଳ ହୋଇ ଓହଳିପଡି ଅସୁନ୍ଦର ଦେଖାଯାଏ । ତେଣୁ ତାକୁ ବୃଢ କରିବାଦ୍ଵାରା ସ୍ତ୍ରୀ ତା’ର ସୌନ୍ଦର୍ଯ୍ୟ ପୁନଶ୍ଚ ଫେରିପାଇଥାଏ । ସେଥିନିମନ୍ତେ ସ୍ତନ ଦୃଢୀ କରଣ ନିମନ୍ତେ କେତେକ ଯୋଗ ପରପୃଷ୍ଠାରେ ପ୍ରଦାନ କରାଗଲା ।

  1. ଲାଜକୁଳି ଲତାର ଚେର – ୧୦୦ ଗ୍ରାମ୍, ଅଶ୍ଵଗନ୍ଧା – ୧୦୦ ଗ୍ରାମ୍, ଦୁବଘାସ – ୧୦୦ ଗ୍ରାମ୍ ନେଇ ଏ ସମସ୍ତର ଆଠ ଗୁଣ ଜଳ ଦେଇ ସିଝାଇବ । ଏକଗୁଣ ଜଳ ରହିଲେ ସେଥିରେ ରାଶିତେଲ ୨୫୦ମି. ଲି. ପକାଇ ପାକ କରିବ । ଜଳୀୟାଂଶ ସଂପୂର୍ଣ୍ଣ ମରିଗଲା ପରେ ସେ ତେଲକୁ ଶିଶିରେ ରଖିବ । ପ୍ରତିଦିନ ସ୍ତନରେ ମାଲିସ୍ କରିବ ଓ ମାଲିସ୍ ପରେ ପୁନଶ୍ଚ ସେ ତେଲର ଏକ କନାପଟି କରି ଦୁଇ ସ୍ତନରେ ଏକ ସମୟରେ ବାନ୍ଧିବ ୧ ମାସ ପର୍ଯ୍ୟନ୍ତ । ଉପରୋକ୍ତ ଦ୍ରବ୍ୟର ମିଶ୍ରଣକୁ ଲାଜକୁଳି ଲତାର ପାତ୍ର ସହ ଚେର ଓ ଦୁବଘାସକୁ ବାଟି ଦୁଇ ସ୍ତନରେ ଲେପ ଦେଇ ପଟି କରି ବାନ୍ଧିବ । ଏହିପରି ୧୫ ଦିନ କରିବ । ଉକ୍ତ ସମୟରେ ସହବାସ  ବା ସନ୍ତାନସନ୍ତତିକୁ କ୍ଷୀର ଦେବା ନିଷେଧ । ଏହି ଯୋଗ ପରୀକ୍ଷିତ ଅଟେ ।
  2. ଡାଳିମ୍ବଚେର ଓ ଲାଜକୁଳି ଚେରକୁ ବାଟି ସ୍ତନରେ ଦିନକୁ ୪ ଥର ଲେପ ଦେବ । ଏହିପରି ୧୫ ଦିନ କଲେ ସ୍ତନ ଦୃଢ ହୁଏ ।
  3. ଶ୍ଵେତମନ୍ଦାରକୁ ବାଟି ଗୋ ଦୁଗ୍ଧରେ ମିଶାଇ ସ୍ତନ ଉପରେ ଲେପ ଦେବ ।
  4. ଶା. ଜିରାକୁ ବାଟି ଦିନକୁ ୪ ଥର ଲେପ ଦେବା ଫଳରେ ସ୍ତନ ଦୃଢ ହୋଇଥାଏ ।

ଆଧାର: ସରକାରୀ ଆୟୁର୍ବେଦ ଅନୁଷ୍ଠାନ

Last Modified : 10/13/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate