অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯୌନରୋଗ

ଯୌନରୋଗ

ଯାଉନରୋଗ ମିଥ୍ୟା ଆହାର ଓ ବିହାରଦ୍ଵାରା ହୋଇଥାଏ । ଅର୍ଥାତ୍ ଯୌନରୋଗ ପ୍ରାୟତଃ ଅସୌଜନ୍ୟମୈଥୁନ ଦ୍ଵାରା ହୋଇଥାଏ । ଏହାର ପ୍ରତିକାର ନିମନ୍ତେ ସାଧାରଣତଃ ବ୍ରହ୍ମଚର୍ଯ୍ୟା ହିଁ ସର୍ବପ୍ରଥମ ଓ ସର୍ବଶ୍ରେଷ୍ଠ ଉପାୟ ଅଟେ ।

ବ୍ରହ୍ମଚର୍ଯ୍ୟ

ବ୍ରହ୍ମ ଅର୍ଥାତ୍ ବୀର୍ଯ୍ୟ । ଚର୍ଯ୍ୟ ଅର୍ଥାତ୍ ରକ୍ଷଣ । ଅର୍ଥାତ୍ ବୀର୍ଯ୍ୟକୁ ଯେଉଁ ଉପାଯରେ ରକ୍ଷା କରାଯାଏ ବା ନଷ୍ଟ ବା କ୍ଷୟ ହେବାରୁ ରକ୍ଷା କରାଯାଏ ତାକୁ ବ୍ରହ୍ମଚର୍ଯ୍ୟ କୁହାଯାଏ ।

ମୈଥୁନ

ମନ୍ଥନ ଶବଦାରୁ ମୈଥୁନ ଶବ୍ଦ ଆସିଅଛି । ଅର୍ଥାତ୍ ସ୍ତ୍ରୀ ଓ ପୁରୁଷ ଯୌନ ବା କାମେଚ୍ଛା ଉଦ୍ରେକସ୍ୱରୂପ ମିଳନ ଇଚ୍ଛାକୁ ମୈଥୁନ କୁହାଯାଏ । ଶାସ୍ତ୍ରଜ୍ଞମାନଙ୍କ ମତରେ ମୈଥୁନ ସାଧାରଣତଃ ଆଠ ପ୍ରକାରର ଯଥା

“ ସ୍ମରଣଂ କୀର୍ତ୍ତନଂ କେଲିଃ ପ୍ରେକ୍ଷଣ ଗୁହ୍ୟ ଭାଷଣଂ ସଂଳାପୋଃଧ୍ୟବାସାଯଶ୍ଚ କ୍ରିୟା ନିବୃତ୍ତିରେବଚ ଏତନୈମଥୁନ ଅଷ୍ଟାଙ୍ଗ ପ୍ରବଦନ୍ତି ମନୀଷିଣଃ ବିପରୀତଂ ବ୍ରହ୍ମଚର୍ଯ୍ୟ କାୟୁରୋଣ୍ୟ ସୌଖ୍ୟ ଚା”

ଅର୍ଥାତ ମୈଥୁନ ସାଧାରଣତଃ ଆଠ ପ୍ରକାରର ଯଥା- ସ୍ମରଣ କରିବା କୀର୍ତ୍ତନ ଅର୍ଥାତ୍ ସେ ରୂପ ବିଷୟରେ ସର୍ବଦା ଚର୍ଚ୍ଚା କରିବା, କେଳି କରିବା ଅର୍ଥାତ୍ ସର୍ବଦା ବୋରୋଧୀ ଳିଙ୍ଗ ( opposite Sex) ସହ ବୁଲିବା, ବସିବା ବା ଖେଳିବା, ପ୍ରେକ୍ଷଣ କରିବା ଅର୍ଥାତ୍ ବିରୋଧ ଲିଙ୍ଗୀ ବ୍ୟକ୍ତିକୁ ସର୍ବଦା ଦେଖିବା ବା ଚାହିଁ ରହିବା, ଗୁହୟଭାଷଣ କରିବା ଅର୍ଥାତ୍ତ ବିରୋଧୀ ଲିଙ୍ଗୀ ବ୍ୟକ୍ତି ସହ ପ୍ରମାଳାପ ହେବା, ସଂକଲ୍ପ କରିବା ଅର୍ଥାତ୍ ମନ ମଧ୍ୟରେ ସର୍ବଦା ଚିନ୍ତା କରିବା ଅଧ୍ୟବସାୟ ଅର୍ଥାତ୍ ବିରୋଧୀ ଳିଙ୍ଗ ବ୍ୟକ୍ତି ସହ କିପରି ବସିବ, ରହିବ, ଶୟନ କରିବ, ରମଣ କରିବ ଇତ୍ୟାଦି ବିଷୟ ମନ ମଧ୍ୟରେ ସର୍ବଦା ଚିନ୍ତାରେ ଲାଗି ରହିବା ଏବଂ ଶେଷରେ ବିରୋଧୀଲିଙ୍ଗୀ ବ୍ୟକ୍ତି ସହ ଯୌନକ୍ରିୟା ସମ୍ପାଦନ କରିବାକୁ କ୍ରିୟା ନିଷ୍ପତ୍ତି କୁହାଯାଏ । ଆମ୍ଭେମାନେ ସାଧାରଣତଃ ଶେଷଟିକୁ ଅର୍ଥାତ୍ କ୍ରିୟା ନିଷ୍ପତ୍ତିକୁ ମୈଥୁନ ବୋଲି ଭାବିଥାଉଁ । ମାତ୍ର ତାହା ନୁହେଁ । ଉପରୋକ୍ତ  ସମସ୍ତ ଆଠ ପ୍ରକାରକୁ ମୈଥୁନର ଅନ୍ତର୍ଭୁକ୍ତ କରାଯାଇଛି । ଏଣୁ ଉପରୋକ୍ତ ସମସ୍ତ ମଧ୍ୟ ମୈଥୁନର ଅବୟବ ସଦୃଶ ଅଟନ୍ତି । କ୍ରିୟା ନିଷ୍ପତି ହିଁ ମୈଥୁର ଶେଷଵ ପର୍ଯ୍ୟାୟ  ଅଟେ । ଅନ୍ୟ ସାତଟି ମୈଥୁନଦ୍ଵାରା ମଧ୍ୟ ଶରୀରରୁ ଅଭ୍ୟନ୍ତଭାବେ ବା ବାହୟଭାବେ ବୀର୍ଯ୍ୟ ସ୍ଖଲନ ହୋଇଥାଏ । ତେଣୁ ସେଗୁଡିକଦ୍ଵାରା ମଧ୍ୟ ଯୌନରୋଗ ସୃଷ୍ଟି ହୋଇଥାଏ, ଯଥା- ସ୍ଵପ୍ନଦୋଷ ( Night Polution), ନିଦ୍ରାହୀନତା ( insomnia), ଶୁକ୍ରତାରଲ୍ୟ ( liguification of sperm ) ନପୁଂସକତା ( Importency ) ଧ୍ଵଜଭଙ୍ଗ ( Debility), ଉପଦଂଶ ( Ganorrhoea, ପରିଙ୍ଗ ( Syphilis), ସୁକରହୀନତା ( Less number of sperm) ପ୍ରମେହ ଇତ୍ୟାଦି ଅନେକ ରୋଗ ହୋଇଥାଏ ।

ସ୍ଵପ୍ନଦୋଷ

ଅତନ୍ତ କାମେଚ୍ଛା ବା ହସ୍ତ ମୈଥୁନ ( Masturbation), ବେଶ୍ୟାଗମନ, ଅଷ୍ଟ ମୈଥୁନରେ ସର୍ବଦା ଲାଗିରହିଲେ, ଅତି ମଦ୍ୟପାନଜନିତ ବେଷୟାସକ୍ତ ହେଲେ,  ଅତନ୍ତ ଉକ୍ଷ୍ମତାୟୁକ୍ତ ଖାଦ୍ୟ ଖାଇଲେ, ଶୁକ୍ର ତାରଲ୍ୟତା ହୋଇ ସ୍ଵପ୍ନଦୋଷ ହୋଇଥାଏ । ଅର୍ଥାତ ରାତ୍ରିରେ ଶୟନ କାଳରେ ବିଭିନ୍ନ କାମେଚ୍ଛା ଉଦ୍ରେକପୂର୍ବକ ସ୍ଵପ୍ନ ଦେଖି ସ୍ଖଲନ ହୋଇଥାଏ । ଉପରୋକ୍ତ ସମସ୍ତ କାରଣଗୁଡିକ ଦ୍ଵାରା ମଧ୍ୟ ଶୁକ୍ରମେହ ବା ଶୁକ୍ରତାରଲ୍ୟ ହୋଇଥାଏ । ତେଣୁ ଶେଷରେ ଶୁକ୍ରହୀନତା, ଧ୍ଵଜଭଙ୍ଗ, ଦୁର୍ବଳ ଅନ୍ୟମନସ୍କଭାବ ଏପରିକି ମୁଣ୍ଡ ଭ୍ରମ ଓ ବାଚାଳତା ରୋଗ ମଧ୍ୟ ହୋଇଥାଏ ।

ଚିକିତ୍ସା

  1. ଉପରୋକ୍ତ କାରଣଗୁଡିକୁ ତ୍ୟାଗ କରିବ ।
  2. ରାତିରେ ଶୟନ ପୂର୍ବରୁ ଗୋଡାହାତ ଧୋଇ ଜଳପାନ କରି ସାମାନ୍ୟ ଧ୍ୟାନ କରି ଶୟନ କରିବ । ( ମେରୁଦଣ୍ଡ ସିଧାକରି ବସି ଧ୍ୟାନ କରିବ) ଅତି କମ୍ ରେ ଦାସ ମିନିଟ୍ ।
  3. ଅତ୍ୟନ୍ତ ଶୁଖିଲା ବା ଅତି ଗରମ ଖାଦ୍ୟ, ପୁରା ପେଟ ବା ଅତ୍ୟଧିକ ମାତ୍ରାରେ ଖାଇବ ନାହିଁ; ଅର୍ଥାତ୍ ରୁଟି ଆଦି ସୁପାଚ୍ୟ ବା ଶୀଘ୍ର ହଜମ ଜିନିଷ ଖାଇବ । ତାହାପୁଣି ଯେତେ ଖାଇବା କଥା ତାହାର ଅଧା ମାତ୍ରାରେ ।
  4. ଅଶ୍ଵଗନ୍ଦା – ୧୦୦ ଗ୍ରାମ୍, ଶିଳାଜିତ୍ – ୫ ଗ୍ରାମ୍ , ଶୋଧିତ ବାଇଡଙ୍କ ମଞ୍ଜି- ୧୦୦ ଗ୍ରାମ୍, ଯଷ୍ଟିମଧୁ, ଅଁଳା ବାହାଡା ହରିଡା, ଶୋଧିତ ଅମଲାସାର ଗନ୍ଧକ ଓ ବଙ୍ଗଭସ୍ମ ଏ ସମସ୍ତ ପାଞ୍ଚ ଗ୍ରାମ   ଲେଖାଁ ନେଇ ଗୁଣ୍ଡ କରି ୨୦୦ ଗ୍ରାମ ମିଶ୍ରି ସହ ମିଶାଇ ରଖିବା । ପ୍ରତ୍ୟହ ସକାଳ, ସନ୍ଧ୍ୟା ପାଞ୍ଚରୁ ଦାସ ଗ୍ରାମ ଉଷୁମ କ୍ଷୀର ସହ ବା ଅଧାଚାମଚ  ଗୋଘୁତ ସହ ପାନ କରିବ ।
  5. ଶୋଧିତ ବାଇଡଙ୍କ ମଞ୍ଜି ଓ ମିଶ୍ରି ସମଭାଗ ନେଇ ଗୁଣ୍ଡକରି ରଖିବେ । ପ୍ରତ୍ୟହ ୧ ଚାମଚ କରି ଚାଉଳଧୁଆ ଜଳ ସହ ପାନ କରିବ ସକାଳ ଓ ସନ୍ଧ୍ୟାରେ । ଏହା ପରୀକ୍ଷିତ ।
  6. ଗଣିତ ବା ଧର୍ମପୁସ୍ତକ ବା ରସାୟନଶାସ୍ତ୍ର ଆଦି ପଠନ କରିବା ଉଚିତ୍ । ଫଳରେ ମନ କୁଚିନ୍ତା ତ୍ୟାଗ କରି ପୁସ୍ତକରେ ଲାଗିବାଦ୍ଵାରା ସ୍ଵପ୍ନଦୋଷ ଦୂରୀଭୂତ ହୁଏ ।
  7. ଔଷଧ – ଚନ୍ଦ୍ରପ୍ରଭା ବାଟି ଚନ୍ଦ୍ରୋଦୟ ରସ, ଧାତୁପୃଷ୍ଟି ଚୂର୍ଣ୍ଣ କାମଧେନୁ ରସ କାମଦେବ ଘୃତ ଆଦି ଖାଇବା ଉଚିତ୍ । ସକାଳ ସନ୍ଧ୍ୟାରେ ବଟିଗୁଡିକୁ ଚାଉଳଧୁଆ ପାଣି ସହ ଖାଇବା ଉଚିତ୍ ।

ଆଧାର, ଡା. ଅନିଲକୁମାର ଦାଶ, ସରକାରୀ ଆୟୁର୍ବେଦ ଚିକିତ୍ସା



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate