অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯୋନିକନ୍ଦ

ଯୋନିକନ୍ଦ

ଗର୍ଭାଶୟ ମୁଖ ବା ଶରୀରର ଆଂଶିକ ବା ସମ୍ପୁର୍ଣ୍ଣ ଭାଗ ଯୋନି ମଧ୍ୟ ଦେଇ ବାହାରକୁ ବାହାରି ଦେଖାଗଲେ ତାକୁ ଯୋନିକନ୍ଦ ( prolapse uterus) କୁହାଯାଏ ।

ଲକ୍ଷଣ

  1. ଯଦି ଯୋନି ବାହାରକୁ ଯୋନିଦ୍ଵାର ଦେଇ ଗର୍ଭାଶୟର କୌଣସି ଜିନିଷ ବାହାରକୁ ବାହାରି ଦେଖାଯାଏ ତାକୁ ଯୋନିକନ୍ଦ କୁହାଯାଏ ।
  2. ଯୋନିଦ୍ଵାର ଭାରୀ ଭାରୀ ଲାଗିବ ।
  3. ସହବାସ ସମୟରେ ଯୋନି ମଧ୍ୟରେ ଅସ୍ଵସ୍ତିବୋଧ ହେବା ।

କାରଣ

  1. ଗର୍ଭାଶୟ ଉପରେ ଅତ୍ୟଧିକ ଉର୍ଦ୍ଧ୍ଵଚାପ ପଡିଲେ ।
  2. ସନ୍ତାନ ଜନ୍ମ ସମୟରେ ସାବଧାନତାର ସହ ସନ୍ତାନ ଜନ୍ମ କଲେ ବା ଟଣାଓଟରା କଲେ ।
  3. ବହୁତ ସନ୍ତାନ ଲାଗି ଲାଗି ଜନ୍ମ ହେଲେ ।
  4. ଗର୍ଭାଶୟର ମାଂସପେଶୀ ଶିଥିଳ ହେଲେ ।
  5. ସନ୍ତାନ ଜନ୍ମ ପରେ ସଙ୍ଗେ ସଙ୍ଗେ ଅତ୍ୟଧିକ ସହବାସ କଲେ ।
  6. ସନ୍ତାନ ଜନ୍ମ ପରେ ଅତ୍ୟଧିକ ଭାରୋତ୍ତଳନଜନିତ ପରିଶ୍ରମ କଲେ ।
  7. ଗର୍ଭାଶୟରେ ସଂକ୍ରମଣ ହେଲେ ।

ଚିକିତ୍ସା

  1. ଉପରୋକ୍ତ କାରଣଗୁଡିକ ନିଷେଧ ବା ବର୍ଜ୍ୟ ।
  2. ଚିକିତ୍ସା ସମୟରେ ସହବାସ ନିଷେଧ ।
  3. ଗର୍ଭାଶୟରେ ଯେଉଁ ଅଂସ ବାହାରକୁ ବାହାରି ଦେଖାଯାଉଥିବା ସେ ଅଂଶକୁ ପେଲି ତା ସ୍ଥାନରେ ରାଖୀ ବା ଡାକ୍ତରଙ୍କ ଦ୍ଵାରା ସ୍ଵ- ସ୍ଥାନରେ ସ୍ଥାପନ କରି ନିମ୍ନୋକ୍ତ ଔଷଧଗୁଡିକ ପ୍ରୟୋଗ ବିଧେୟ ଓ ବେସୀ ଓଜନ ଥିବା ଜିନିଷ ଉଠାଇବା ଅନୁଚିତ ।
  4. ଝାଡା ସଫା ଔଷଧ ଖାଇବେ ଅର୍ଥାତ୍ ଅମୃତଭଣ୍ଡା ଆଦି ପାରିବା ବେଶିଖାଇବେ ।
  5. ରାତ୍ରିଭୋଜନରେ ରୋଟିକୁ ଧୋଇ କରି ଖାଇବା ଉଚିତ ।
  6. ସର୍ବଦା ବସିବା ।
  7. ମସଲା ଓ ଗରିଷ୍ଠ ଖାଦ୍ୟ ଖଟା  ପଖାଳ  ଆଦି ନିଷେଧ ।

ତୁଟୁକା  ଚିକିତ୍ସା

  1. ଲାଜକୁଳି ଲତାର  ଚେର ଓ ପ୍ରତିକୁ ବାଟି ସେଥିରେ ଖଇବ 2 ଗ୍ରାମ୍ମିଶାଇ ଯୋନିଦ୍ଵାରରେ ଓ  ଭିତରେ ରଖି ପିନ୍ଧିବେ ।
  2. ଲାଜକୁଳି ଭତାର ଚେର ଏବଂ ଅଶ୍ଵଗନ୍ଧା ସମଭାଗ ନେଇ ଛାଚି ଯୋନିରେ ଧାରଣ କରିବେ ।
  3. ଦୂର ଘାସ ଲାଜକୁଳି ଲତାର ଚେର ବେଲପତ୍ର ମୁଠା ସମଭାଗ ନେଇ ଛେଚି ମଣ୍ଡ କରି ଯୋନିଦ୍ଵାରରେ ଧାରଣ କରିବେ ।

ଔଷଧ

  1. ସୋମଘୁତ ବା କୁମାର କଳ୍ପଦ୍ରୁମ ଘୁତ ଧାରଣ କରିବ ଓ ଯୋନିରେ ମାଲିସ କରିବ ।
  2. ମେଥିମୋଦକ ୫ ଗ୍ରାମ୍ ବା ୧ ଚାମଚ ଲେଖାଏଁ ଉଷୁମ ଜଳରେ ଦିନକୁ ୨ ଥର ।
  3. ଦଶମୁଲାରିଷ୍ଟ ୩ ଚାମଚ ଲେଖାଏଁ ଦିନକୁ ଥର ।

ଆଧାର – ସରକାରୀ ଆୟୁର୍ବେଦ ଦିପାର୍ଟମେଣ୍ଟ

Last Modified : 7/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate