অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରକ୍ତହୀନତା

ରକ୍ତହୀନତା

ଶରୀରରେ ରକ୍ତର ପରିମାଣ ହ୍ରାସ ହେଲେ କୌଣସି କାରଣରୁ ତାକୁ ରକ୍ତହୀନତା ବାବ ରକ୍ତାଳ୍ପତା କୁହାଯାଏ ।

ଲକ୍ଷଣ

  1. କୌଣସି ବାହ୍ୟ ବା ଅନ୍ତଃ କ୍ଷତ ଜନିତ ଅତ୍ୟଧିକ ରକ୍ତସ୍ରାବ ହେଲେ ।
  2. ଶରୀରରୁ ଲୌହସାର କମିଗଲେ ବା ଲୌହହାତୀୟ ଖାଦ୍ୟ ନ ଖାଇଲେ ହୁଏ ।
  3. ଶରୀରର VIT-B ବା Folic acid କମିଲେ ରକଠିନତା ହୁଏ ।
  4. ଶରୀରରୁ ପୁଷ୍ଟିକର ସାର କମିଲେ ହୋଇଥାଏ ।
  5. ବୃକ୍କ ବା ଯକୃତ ବା ପ୍ଳୀହା ରେ କୌଣସି କାରଣରୁ ସଂକ୍ରମଣ ବା ଶୋଥ ହେଲେ ସେଗୁଡିକର କାର୍ଯ୍ୟରେ ବାଧା ସୃଷ୍ଟି ହୋଇ ରକ୍ତାଳ୍ପତା ହୋଇଥାଏ ।
  6. କର୍କଟ ରୋଗ ହେଲେ ରକ୍ତହୀନତା ହୁଏ ।
  7. କୌଣସି କାରଣରୁ ଲୋହିତ ରକ୍ତକଣିକା କ୍ଷୟ ବା ଭାଙ୍ଗିଗଲେ ରକ୍ତହୀନତା ହୁଏ ।
  8. ଯଦି ବିଷାକ୍ତ କେମିକାଲ୍ ସଂସ୍ପର୍ଶରେ ସବୁଦିନ ଆସୁଥିବେ ଅର୍ଥାତ୍ ରାସାୟନିକ କାରଖାନାରେ କରୁଥିଲେ ହୋଇଇଥାଏ ।
  9. ଖାଇବାକୁ ଠିକ୍ ଭାବେ ମିଳୁ ନ ଥିବା ଖାଉ ନ ଥିବ ।
  10. ଯଦି ରକ୍ତବାନ୍ତି କଳା ଝାଡା ରକ୍ତ ଅର୍ଶ ରକ୍ତପ୍ରଦର ଆଦି ରୋଗ ଥାଏ ତେବେ ରକ୍ତହୀନତା ମଧ୍ୟ ହୁଏ ।
  11. ଯଦି ପେଟ ଅର୍ଥାତ୍ ଆମାଶୟ ( stomach) ରେ କ୍ଷତ ହୋଇଥାଏ ରକ୍ତଯୁକ୍ତ ହୋଇଥାଏ
  12. ସ୍ତ୍ରୀଲୋକ ବେସୀ ପିଲା ଲାଗ୍ ଲାଗ ଜନ୍ମ କଲେ ରକ୍ତହୀନତା ରୋଗ ହୋଇଥାଏ ।
  13. ଶିଶୁ ଯେତିକି ଦିନରେ ( ୨୮୦ ଦିନ ବା ନଅ ମାସ ଦଶଦିନ) ଜନ୍ମ ହେବା କଥା ଯଦି ଶୀଘ୍ର ଜନ୍ମ ହୋଇଥାଏ ତେବେ ଶିଶୁର ରକଠିନତା ଦେଖାଯାଏ ।
  14. ସ୍ତ୍ରୀଲୋକମାନଙ୍କର ପ୍ରାୟତଃ ଶିଶୁ ଗର୍ଭାଶୟରେ ରହିଲେ ବା ଗର୍ଭ ସମୟରେ ରକ୍ତହୀନତା ଦେଖାଯାଏ ।

ଲକ୍ଷଣ

  1. ଶରୀର ଶ୍ଵେତାଭ ଦେଖାଯାଏ ।
  2. ଚକ୍ଷୁର ତଳ ପତା ଟେକିଲେ ଶ୍ଵେତ ଦେଖାଯାଏ, କଥା ଶ୍ଵେତପଟଳ ଧଳା ଦେଖାଯାଏ ଓ ସମୟସମୟରେ କୁଣ୍ଡାଇ ହୁଏ ।
  3. ମୁଣ୍ଡ ଘୂରାଏ ଓ ଶରୀର ଦୁର୍ବଳ ଲାଗେ ।
  4. ରକ୍ତପରୀକ୍ଷା କଲେ ରକ୍ତରେ Hemoglobin ଶତକଡା କମିଯାଏ ।
  5. ନଖ ବା ଆଙ୍ଗୁଳିର ଅଗ୍ରଭାଗ ଚିପିଲେ ଧଳା ଦେଖାଯାଏ ।
  6. ପାଟ ମଧ୍ୟରେ ତାଳୁ ଏବଂ ଓଠ ସେଟା ଦେଖାଯାଏ ।
  7. ଜିଭ ଧଳା ଓ ସମତଳ ଦେଖାଯାଏ ।
  8. ଦାନ୍ତର ମାଢି ସମୟ ସମୟରେ ଫୁଲିଥାଏ ।
  9. ରକ୍ତାଳ୍ପତା ଥାଇ ମଧ୍ୟ ଯଦି ରକ୍ତଚାପ ଥାଏ ତେବେ ପରିସ୍ରା ଠିକ୍ ଭାବେ ଯାଏ ନାହିଁ ବା ବୃକ୍କରେ କୌଣସି ରୋଗର ଲକ୍ଷଣ ଅଟେ ।

ବିସ୍ମୁତ ଆୟୁର୍ବେଦ ଚିକିତ୍ସା

  1. ଉପରୋକ୍ତ ଜାରଣଗୁଡିକ ତ୍ୟାଗ କରିବ ।
  2. ପୁଷ୍ଟିକର ଖାଦ୍ୟ ଓ ଖାଦ୍ୟସାର ଯୁକ୍ତ ଖାଦ୍ୟ ଖାଇବେ ।
  3. ଅତି ରକଠିନତା ହୋଇଥିଲେ ଶୀଘ୍ର ଯଦି ରକ୍ତ ଶରୀର ମଧ୍ୟରେ ପ୍ରବେଶ କରାଯାଏ ତେବେ ଭଲ ।
  4. ରକ୍ତ, କ୍ଷତଜନିତ ହୋଇ କ୍ଷୟ ହୋଇଥିଲେ ଔଷଧ ଦେଇ ବନ୍ଦ କରିବେ ।
  5. ଅନ୍ତଃ କ୍ଷତ ହୋଇଥିଲେ ( internal injury) ରୋଗୀ ଚଳାବୁଲା ନ କରି ଶୋଇରହିବ ।/ ତଥ୍ୟ ରକ୍ତ ଜମାଟ କରୁଥିବା ଔଷଧ ପାନ କରିବ ।

ତୁଟୁକା ଚିକିତ୍ସା

  1. ଅନ୍ତଃ କ୍ଷତଜନିତ ବା ବାହ୍ୟକ୍ଷତଜନିତ ରକ୍ତକ୍ଷୟ ହେଉଥିଲେ ଦୁର୍ବ ଘାସ ରସ ୨ ଚାମଚ ସହ ମୁଥା ରସ ୨ ଚାମଚ ମିଶାଇ ପ୍ରତି ଘଟାରେ ଏକ ର୍ହର ଲେଖାଏଁ ପିଆଇବ ।
  2. ଅନ୍ତଃକ୍ଷତରେ କ୍ଷୀର ୨୫୦ ମି.ଲି. ରେ ବରଫ ୩/୪ ଖଣ୍ଡ ପକାଇ ସମ୍ପୁର୍ଣ୍ଣ ଥଣ୍ଡା ହେଲେ ରୋଗୀକୁ ପାନ କରାଇବ । ୩ ଘଣ୍ଟାକୁ ୧ ଥର ଲେଖାଏଁ ।
  3. ବାହ୍ୟ କ୍ଷତରେ ଦୂବଘାସ ଛେଚି ଖଜୁର ୫ ଗ୍ରାମ ସହ କ୍ଷତ ସ୍ଥାନରେ ଜୋର କରି ବାନ୍ଧିବେ ଓ ବରଫ ଏକ କାନାରେ ରାଖୀ ସେ ଔଷଧ ବନ୍ଧା ପଟି ଉପରେ ବାଧିବେ । ଫଳରେ ରକ୍ତସ୍ରାବ ବନ୍ଦ ହୁଏ ।
  4. ବାହ୍ୟକ୍ଷତରେ ଅତି ରକ୍ତସ୍ରାବରେ ବାସଙ୍ଗପତ୍ର ରସ ୨ ଚାମଚ ରକ୍ତଚନ୍ଦନ ଚୂର୍ଣ୍ଣ ୫ ଗ୍ରାମ୍ ଘୃତ – ୧ ଚାମଚ ଦୂବ ଘାସ ବାଟି ତା ସହ ମିଶାଇ କ୍ଷତସ୍ଥାନରେ ବାନ୍ଧିଦେଲେ ରକ୍ତସ୍ରାବ ଅତିଶୀଘ୍ର ବନ୍ଦ ହୁଏ ।
  5. ବିଶଲ୍ୟକରଣୀପତ୍ରର ରସ ୩/୪ ଚାମଚ କରି ଦିନରେ ୪/୫ ଥର ଖାଇଲେ ରକ୍ତ ବନ୍ଦ ହୁଏ ।
  6. ୧ ଟି ପଦ୍ମପତ୍ରକୁ ବାଟି ମିଶ୍ରି ସହ ଖାଇଲେ ଦିନକୁ ଦୁଇଥର ଅର୍ଶରେ ରକ୍ତ ପଡିବା ବନ୍ଦ ହୁଏ , ବାହ୍ୟ କ୍ଷତଜ ରକ୍ତସ୍ରାବ କିଛି ଦୂରଘାସ ବାଟି ସେଥିରେ ୧ ଚାମଚ ଗୋ-ଘୃତ ନିମ୍ବପତ୍ର କିଛି ବାଟି ମିଶାଇବ । ଶେଷରେ ଚିନୀ ୨୦ ଗ୍ରାମ ମିଶାଇ ବାନ୍ଧିଦେଲେ କ୍ଷତରୁ ରକ୍ତ ପଡିବା ବନ୍ଦ ସହ କ୍ଷତ ଶୁଖିଥାଏ ମଧ୍ୟ ।
  7. ଅନ୍ତଃକ୍ଷତଜ ରକ୍ତସ୍ରାବ ପାଇଁ ଦୂରରସ – ୨ ଚାମଚ, ଘୃତ – ୧/୨ ଚାମଚ, ମିଶ୍ରି ୫ ଗ୍ରାମ୍ ମିଶାଇ ଦିନକୁ ୫ ଥର ପାନ କରିବ । ଫଳରେ ରକ୍ତ ଝିରିବା ବଂଷ୍ଦ ହୋଇ କ୍ଷତ ମଧ୍ୟ ପୂରଣ ହୋଇଥାଏ ।
  8. ବାସଙ୍ଗପତ୍ର ରସ- ୨ ଚାମଚ ରକ୍ତଚନ୍ଦନ ଘୋରି – ୨ ଚାମଚ ମିଶାଇ ଦିନକୁ ୮ ଥର ପିଇଲେ ରକ୍ତସ୍ରାବ ବନ୍ଦ ହୁଏ ।
  9. ଅଗ୍ନ୍ୟାଶୟାଦିରେ କ୍ଷତ ହୋଇଥିଲେ ଅର୍ଥାତ୍ ରକ୍ତବାନ୍ତି ( Haemoptysis) କଳାଝାଡା ରେ ନିମ୍ନୋକ୍ତ ଔଷଧ ଅତି ଉପାଦେୟ, ଯଥା ଦୂବଘାସ ରସ – ୨ ଚାମଚ ଘୃତ – ୧ ଚାମଚ ଅଭ୍ର ଭସ୍ମ – ୨୫୦ ମି.ଗ୍ରା. ନେଇ ଦିନକୁ ୪ ଥର ଲେଖାଏଁ ଦେଲେ ୪/୫ ଦିନରେ ରକ୍ତ ବନ୍ଦ ହୋଇ କ୍ଷତ ଶୁଖିଯାଏ ।

ରକ୍ତ କମ୍ ଥିଲେ ରକ୍ତ ହେବା ଔଷଧ

  1. ଲୌହଭସ୍ମ – ୨୫୦ ମି. ଗ୍ରା, ସ୍ଵର୍ଣ୍ଣପତ୍ର ୧ ଗ୍ରାମ୍ ତ୍ରିଫଳା – ୪ ଗ୍ରାମ୍ ନେଇ ମଧୁ ସହ ଖାଲି ପେଟରେ ଦିନକୁ ୨ ଥର ସେବନ କରିବ ।
  2. ନିମ୍ବ ଛାଲି, ସ୍ଵର୍ଣ୍ଣପତ୍ରି, ପୁରୁଣି – ପ୍ରତ୍ୟେକ ୨ ଗ୍ରାମ ଲେଖାଏଁ ଲୌହଭସ୍ମ ୨୫୦ ମି.ଗ୍ରା ମିଶାଇ ତ୍ରିଫଳା ଜଳ ସହ ଦିନକୁ ୨ ଥର ପାନ କରିବା  ।
  3. ନିମ୍ବ ଛାଲି, ଚିରେଇତା, ବିଡଙ୍ଗ ପୁରୁଣି ପ୍ରତ୍ୟେକ – ୨ ଗ୍ରାମ୍ ଲେଖାଏଁ । ଦିନକୁ ଏକଥର ତ୍ରିଫଳା ଜଳ ସହ ପାନ କରିବ ( ସକାଳୁ) ।
  4. କୋଇଲେଖା ପତ୍ରର ରସ ୪ ଚାମଚ ଲେଖାଏଁ ଦିନକୁ ୩ ଥର ମଧୁ ସହ ପାନ କାଲେ ରକ୍ତାଳ୍ପତା ରୋଗ ନାସ ହୋଇଥାଏ ।

ଶାସ୍ତ୍ରୋକ୍ତ ଔଷଧ

ଏଲାଦି ଗୁଟିକା, ପର୍ପଟାଦ୍ୟାରିଷ୍ଟ, ଅଭ୍ରରସାୟନ, ମୁର୍ବାଦୀ ଘୃତ, ଲୌହାସବ, ରୋହିତକାରିଷ୍ଟ ଇତ୍ୟାଦି ।

ପଥ୍ୟ: ଶୀତଳ ଦ୍ରବ୍ୟସେବନ ଓ ଶୀତଳ ଚିକିତ୍ସା

ଅପଥ୍ୟ: ଖାତା ପଖାଳ, ରାଗ, ଶୁଖୁଆ ଅତି ଗରମ ଖାଦ୍ୟ, ପିତ୍ତ ବୃଦ୍ଧିକାରକ ଖାଦ୍ୟ ଅତି ପରିଶ୍ରମ, ଧୂମପାନ ମଦ୍ୟସେବନ, ରାତ୍ରି ଜାଗରଣ ମୈଥୁନ ଅର୍ଜୀର୍ଣ୍ଣକାରକ ଖାଦ୍ୟ ନିଷେଧ ।

ରକ୍ତବାନ୍ତି ଓ ରକ୍ତଝାଡାପାଇଁ

  1. ଏଲାଦି ଗୁଟିକା – ୧ଟି ଲେଖାଏଁ ବଟିକା ଦିନକୁ ୩ ଥର ପୂର୍ବୋକ୍ତ ( ୭ନୁମ୍ବର) ତୁଟୁକା ଚିକିତ୍ସା ସହ ପାନ କରିବ ।
  2. ଅଭ୍ର ରସାୟନ – ୧ଟି ବଟିକା ଦିନକୁ ୨ ଥର ଦୁବରସ ୧ ଚାମଚ ସହ ।
  3. ଲୌହାସବ – ୩ ଚାମଚ ଲେଖାଏଁ ଦିନକୁ ୨ ଥର ।

ଆଧାର – ଡା. ଅନିଲ କୁମାର ବାଶ, ସରକାରୀ ଆର୍ୟୁବେଦ ଚିକିତ୍ସକ

Last Modified : 10/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate