অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଶୁ ଗଛ ପତ୍ର

ଶିଶୁ ଗଛ ପତ୍ର

ଶିଶୁ ଗଛ

ଶିଶୁ ଗଛର ଘର ତିଆରି କରିବାରେ କିମ୍ବା ଘରର ଆସବାବପତ୍ର ତିଆରିରେ ବହୁଳ ବ୍ୟବହାର ହୁଏ । ଏହା ବ୍ୟତୀତ ଶିଶୁ ଗଛରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ସାରା ଭାରତରେ ଶିଶୁ ଗଛ ଦେଖିବା ପାଇଁ ମିଳେ । ଏହା ଏକ ସାଧାରଣ ଗଛ ହେଲେ ମଧ୍ୟ ଏଥିରେ ଅନେକ ଉପକାରୀ ଓ ଔଷଧୀୟ ଗୁଣ ରହିଛି । ଶିଶୁ ଗଛର ପାଟିକୁ କଡ଼ା ତଥା କଷା ଲାଗେ । ତେବେ ଆସନ୍ତୁ ଜାଣିବା ଶିଶୁ ଗଛର ଔଷଧୀୟ ଗୁଣ ବିଷୟରେ ।

ଔଷଧୀୟ ଗୁଣ

ଜ୍ୱର ପାଇଁ

କୌଣସି ବି ପ୍ରକାର ଜ୍ୱର ପାଇଁ ୩୨୦ ମିଲିଲିଟର ପାଣି, ୧୬୦ ମିଲିଲିଟର କ୍ଷୀରରେ ୨୦ ଗ୍ରାମ୍ ଶିଶୁପତ୍ରର ରସ ମିଶାନ୍ତୁ । ତା’ପରେ ଏହି ମିଶ୍ରଣକୁ ଭଲରେ ଫୁଟାଇ ଦିଅନ୍ତୁ । ଗୋଟଇଏ ଦିନରେ ରୋଗିକୁ ୩ ଥର ଏହାକୁ ପିଇବା ପାଇଁ ଦିଅନ୍ତୁ ।

ତ୍ୱଚା ସମ୍ମନ୍ଧୀୟ ସମସ୍ୟା ପାଇଁ

ସ୍ୱିଟ୍ ତେଲରେ କିଛି ଶିଶୁ ପତ୍ରକୁ ମିଶାନ୍ତୁ । ଏହି ମିଶ୍ରଣକୁ ପ୍ରଭାବିତ ଅଞ୍ଚଳରେ ଲଗାନ୍ତୁ । କିମ୍ବା ରୋଗୀକୁ ଶିଶୁ ପତ୍ରର କାଢ଼ା ତିଆରି କରି ଦିନରେ ଦୁଇ ଥର ୫୦-୧୦୦ ମିଲିମିଟର ଲେଖାଏଁ ପିଇବା ପାଇଁ ଦିଅନ୍ତୁ ।

ମାସିକ ଧର୍ମ ସମୟରେ

୮ରୁ୧୦ ଟି ଶିଶୁ ପତ୍ରକୁ ୨୫ ଗ୍ରାମ ଚିନିରେ ଏକାଠି ବାଟନ୍ତୁ । ଏହି ମିଶ୍ରଣକୁ ରୋଗୀକୁ ଦିନରେ ଦୁଇ ଥର ପିଇବା ପାଇଁ ଦିଅନ୍ତୁ । କିଚି ଦିନ ଏପରି ବ୍ୟବହାର କରିବା ଦ୍ୱାରା ଏହି ରୋଗରୁ ମୁକ୍ତ ମିଳିବ ।

ଅଲସର ପାଇଁ

ପ୍ରଭାବିତ ସ୍ଥାନରେ ଶିଶୁ ତେଲକୁ ଅଳ୍ପ ଉଷୁମ କରି ଲଗାନ୍ତୁ । ଏହାଦ୍ୱାରା ଅଲସର ଠିକ୍ ହେବାରେ ସାହାଯ୍ୟ ମିଳେ ।

ଆଧାର : କନକ ନ୍ୟୁଜ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate