অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସାତ ସଞ୍ଜୀବନୀ

ଔଷଧୀୟବୃକ୍ଷ

ମଣିଷ ହଜାରହଜାର ବର୍ଷତଳୁ ଚିକିତ୍ସା ପାଇଁ ଗଛଲତା ବ୍ୟବହାର କରିଆସୁଛି। ଏପରିକି ଆଧୁନିକ ଯୁଗରେ ବି ଔଷଧ ପ୍ରସ୍ତୁତିରେ ଏଗୁଡିକର ବ୍ୟବହାର ବନ୍ଦ ହୋଇନାହିଁ । ଜାଣନ୍ତୁ, ସାତଟି : ଏପରି ଔଷଧୀୟବୃକ୍ଷ ସମ୍ପର୍କରେ ଯାହା ଅସୁସ୍ଥ ମଣିଷ ଲାଗି ସଞ୍ଜବନୀ ସଦୃଶ କାମ କରିଥାଏ ।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ( ଡବ୍ଲଏଚଓ) ଯେଉଁ କେତେକ ଉପଯୋଗୀ ଔଷଧର ତାଲିକା ପ୍ରକାଶ କରିଛି ତା' ମଧ୍ୟରେ ସିଙ୍କୋନା  ଗଛରୁ ଉପଲବ୍ଧ କୁଇନାଇନ୍ ମଧ୍ୟ ରହିଛି । ଦୀର୍ଘଦିନ ଧରି ଏହା ମ୍ୟାଲେରିଆ ରୋଗର ମହୌଷଧି ଭାବେ ବ୍ୟବହୃତ ହୋଇଥିଲା। ଅବଶ୍ୟ ଡବ୍ଲଏଚଓ ଏବେ କେବଳ ଏହା ଦ୍ଵାରା ମ୍ୟାଲେରିଆର ଚିକିତ୍ସା କରିବାକୁ ପରାର୍ମର୍ଶ ଦେଉନାହିଁ ।

ସାତ ସଞ୍ଜୀବନୀ

କାଓସ୍ଳିପ:

ଘଣ୍ଟି ଆକାରର। ଏହି ହଳଦିଆ କାଓସ୍ଳିପ୍ ଫୁଲ ନିଶ୍ଚିତ ଭାବେ ଆକର୍ଷକ । ତେବେ ସୁନ୍ଦର ହେବା ସହ ଏହା ଗୁଣକାରୀ । ସାଧାରଣତଃ ୟୁରୋପ ଏବଂ ପଶ୍ଚିମ ୟୁରୋପ ଅଞ୍ଚଳରେ ଦେଖାଯାଉଥିବା ଏହି ଫୁଲ ଆଜ୍‌ମା ଓ ବ୍ରୋଙ୍କାଇଟିସ୍ ରୋଗରେ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ ।

ଗୁଆରାନା:

ବ୍ରାଜିଲରେ ଆମାଜନ ଅଞ୍ଚଳରେ ଦେଖାଯାଉଥିବା ଗୁଆରାନା ଲତାରୁ ଏକ ପ୍ରକାର ପାନୀୟ ପ୍ରସ୍ତୁତ କରାଯାଏ ଯାହାକୁ ଲୋକେ ବେଶ୍ ସଉକରେ ପିଇଥାନ୍ତି । ଏହି ଲତାରେ ହେଉଥିବା ଛୋଟଛୋଟ ଲାଲ୍ କୋଳିରେ କେଫିନ ରହିଥାଏ । ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାରେ ଏହା ଉପକାରୀ ।

ଆଫ୍ରିକୀୟ ଚେରୀ:

ଏହି ଗଛର ଛାଲି ଖୁବ୍ ଗୁଣକାରୀ । କେନିଆରେ ପାରମ୍ପରିକ ଚିକିତ୍ସାରେ ଏହାର ଛାଲି ଖୁବ୍ ବ୍ୟବହାର କରାଯାଏ । ମ୍ୟାଲେରିଆରୁ ଆରମ୍ଭ କରି ପେଟ

ଏବଂ କିଡନୀ ରୋଗରେ ଏହି ଛାଲି ଲାଭଦାୟକ । ପ୍ରୋଷ୍ଟେଟ୍ କ୍ୟାନ୍ସର ଚିକିତ୍ସାରେ ଏହକୁ ବିଶେଷ ବ୍ୟବହାର କରାଯାଏ ।

ଜିନ୍‌ସାଙ୍ଗ:

ବହୁଳ ବ୍ୟବହାର ହେଉଥିବା ଜଡିବୁଟି ଭିତରୁ ଜିନ୍‌ସାଙ୍ଗ ଅନ୍ୟତମ | ଏହାର ଚେର ଏସିଆ ଏବଂ ଉତ୍ତର ଆମେରିକାରେ ବିଭିନ୍ନ ରୋଗ ଚିକିତ୍ସାରେ ବ୍ୟବହାର କରାଯାଏ । ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ସହ କ୍ଲାନ୍ତି ଦୂର କରିବାରେ ଏହା ବିଶେଷ ସହାୟକ ।

ଭେଟିଭର ଘାସ (ଖସଖସ୍)

ଭାରତରେ ମିଳୁଥିବା ଏହି ଘାସ ପାରମ୍ପରିକ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଏ । ଆଣ୍ଟିସେପ୍ଟିକ ଗୁଣଯୁକ୍ତ ହୋଇଥିବାରୁ ଏହା କ୍ରିମ ଏବଂ ସାବୁନ୍ ପ୍ରସ୍ତୁତିରେ ବି ପ୍ରୟୋଗ ହୁଏ । ଏହା ଏକ ଉତ୍ତମ ପଶୁଖାଦ୍ୟ ଏବଂ ଏଥିରୁ ବ୍ୟାଗ, ଆସନ ଆଦି ପ୍ରସ୍ତୁତ କରାଯାଇପାଚୋର |

ଡାଣ୍ଡେଲିଅନ :

ପ୍ରୋଟିନ୍ ଏବଂ ଖଣିଜ ଲବଣରେ ଭରପୂର ଏହି ଗଛ । ମଣିଷ ଶରୀରର ଅଦରକାରୀ ତରଳ ପଦାର୍ଥ ନଷ୍ଟ କରିବା ଲାଗି ଏହାକୁ ବ୍ୟବହାର କରାଯାଏ । ପ୍ର । ଥା ମି କ ଗବେଷଣାରେ ଏହି ଗଛ ହଜମକ୍ରିୟାରେ ଖୁବ୍ ଉପଯୋଗୀ ବୋଲି ।  ଜଣାପଡିଥିଲେ। ଏହା ପିତ୍ତକୋଷ (ଗଲ୍ କ୍ଲାଡର) ଏବଂ ଯକୃତ ( ଲିଭର) ପାଇଁ ଖୁବ୍ ଉପକାରୀ ।

ଆଧାର: ଆୟୁର୍ବେଦ ସେବା ସଦନ

Last Modified : 6/25/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate