ସୂତିକା ଜ୍ଵର
ସୂତିକା ପରେ ଅର୍ଥାତ ଶିଶୁ ଜନ୍ମ ହେବାପରେ ଯେଉଁ ଜ୍ଵର ହୁଏ ତାକୁ ସୂତିକା ଜ୍ଵର କୁହାଯାଏ ।
ଲକ୍ଷଣ
- ପେଟ ମଧ୍ୟରେ କର୍ତ୍ତନବତ୍ ବେଦନାନୁଭବ ।
- ସାରା ଶରୀରରେ ଅତି ପୀଡା ଅନୁଭବ ।
- ପତଳାଝାଡା ମଧ୍ୟ ହୁଏ ।
- ଜ୍ଵର ହୁଏ ଅର୍ଥାତ୍ ଶରୀରର ତାପମାତ୍ରା ବଢିଯାଏ ।
- ଦେହ ଦରଜ ସହ ଫୁଲିଥାଇପାରେ ।
- ଦେହ ଭାରି ଭାରୀ ଲାଗେ ।
- ତୁଷା ହୁଏ ।
- ଦେହ ଥରିଲା ପରେ ଅନୁଭବ ହୁଏ ।
- ରକ୍ତ ଲକ୍ଷଣଗୁଡିକ ସାଧାରଣତଃ ଶିଶୁଜନ୍ମର ୨ୟ ବା ତୃତୀୟ ଦିନ ଦେଖାଯାଏ ।
- ତଳିପେଟ ଓ ଅଣ୍ଟା ଦରଜ ହୁଏ ।
କାରଣ
- ଠିକ୍ ସମୟରେ ଶିଶୁ ଜନ୍ମ ନ ହେଲେ ।
- ଶିଶୁ ଜନ୍ମ ସମୟରେ ଅତି ଭୟ କରିଗଲେ ।
- ସୂତିକାବସ୍ଥାରେ ସଫାସୁତୁରା ନ ରହିଲେ ସଂକ୍ରମଣ ଦ୍ଵାରା ସୂତିକା ଜ୍ଵର ହୋଇଥାଏ ।
ଚିକିତ୍ସା
- ଉପରୋକ୍ତ କାରଣଗୁଡିକ ବର୍ଜନୀୟ ଓ ଚିକିତ୍ସ୍ୟ ।
- ମୁଖ୍ୟତଃ ଉପବାସ ବା ଯେତେ ପାର କମ୍ ଓଜନର ଗରିଷ୍ଠ ଖାଦ୍ୟ ଖାଇବ । ମୁଖ୍ୟତଃ ପୁଷ୍ଟିକର ଖାଦ୍ୟ ଖାଇବ ଯାହା କି ଶୀଘ୍ର ହଜମ ହୋଇପାରିବ । ଯଥା – ପରିବାସିଝା , ରୁଟି ଗୋଘୃତ, ଅଣ୍ଡା , ମାଂସ ଇତ୍ୟାଦି ।
- ସମ୍ପର୍କ ଶୋଇ ରହିବେ ଓ ଥଣ୍ଡାଠାରୁ ଦୂରରେ ରହିବେ ୧ ମାସ ପର୍ଯ୍ୟନ୍ତ ।
- ତଳିପେଟ ଓ ଯୌନାଙ୍ଗକୁ ଗୋଘୃତ ବା ଉଷୁମ ସୋରିଷତେଲରେ ମାଲିସ୍ଵ କରି କନାବିଣ୍ଡାକୁ ନିଆଁରେ ଦେଖାଇ ଉଷୁମ କରି ସେକ ଦେବ । କଷା, ପିତା ଓ ଉତ୍ତେଜକ ଖାଦ୍ୟ ଖାଇବା ଉଚିତ ।
ତୁଟୁକା ଔଷଧ
- ଶୁଦ୍ଧ ହିଙ୍ଗୁଳ, ଗନ୍ଧକ ଟାଙ୍ଗଣାଖାଇ, ଜାଫ୍ରାନ କେଶର ଅଙ୍କରାନ୍ତି ସମଭାଗ ନେଇ ଆଡ ବା ପାନ ରସରେ ମିଶାଇ କରି ସକାଳ ସନ୍ଧ୍ୟାରେ ୧ ଗ୍ରାମ ଲେଖାଏଁ ସେବନୀୟ ।
- କଳାଜୀରା ବସ ଗ୍ରାମକୁ ୧୦୦ ମି.ଲି. ଜଳରେ ସିଝାଇ ଅଧା ରହିଲେ ତାକୁ ପାନ କରିବ । ସପ୍ତାହକୁ ୩ ଥର । ଏହା ଦ୍ଵାରା ସମସ୍ତ ସୂତିକା ରୋଗ ଭଲ ହୁଏ ।
ଶାସ୍ତ୍ରୀୟ ଔଷଧ
୧. ସର୍ବଜ୍ଵର ହର ଲୌହ, ମୃତ୍ୟୁଞ୍ଜୟ ରସ, ମେଥିମୋଦକ ଦଶମୁଲାରିଷ୍ଟ ଜିରକାଦି ମୋଦକ ମୃତସଞ୍ଜୀବନୀ ସୁରା, ପ୍ରତାପ ଲଙ୍କାଶ୍ଵର ରସ ବୃହତ୍ ଗର୍ଭ ଚିନ୍ତାମଣି ରସ ଇତ୍ୟାଦି ।
ସୂତିକା ଜ୍ଵର ପାଇଁ
- ସର୍ବଜ୍ଵରହର ଲୌହ – ୧ଟି ବଟିକା ଦିନକୁ ୨ ଥର ଗଙ୍ଗଶିଉଳି ପତ୍ର ରସ ସହ ।
- ଦଶମୁଲାରିଷ୍ଟ – ୩ ଚାମଚ ଲେଖାଏଁ ଦିନକୁ ୨ ଥର ।
- ମୃତସଂଜୀବନୀ ସୁରା – ୩ ଚାମଚ ଲେଖାଏଁ ଦିନକୁ ୨ ଥର ।
ଆଧାର – ସରକାରୀ ଆୟୁର୍ବେଦ ଅନୁଷ୍ଠାନ
Last Modified : 10/13/2019
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.