অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୂତିକା ସନ୍ନିପାତ

ସୂତିକା ସନ୍ନିପାତ

ସୂତିକା ସନ୍ନିପାତ ସାଧାରଣତଃ ସୂତିକା ସମୟରେ  କଫ ଥଣ୍ଡାଦ୍ଵାରା ହୋଇଥାଏ । ତେଣୁ ସୂତିକା ସମୟରେ ଗର୍ଭିଣୀକୁ ଯେତେପାର  ଜଳଠାରୁ ବା ଥଣ୍ଡାଠାରୁ ଦୂରରେ ରଖିବା ଉଚିତ୍ ନ ହେଲେ ଥଣ୍ଡା ହୋଇ ମା’ ଓ ପିଲା ଉଭୟ କ୍ଷତିରେ ବା ରୋଗାକାନ୍ତ ହୋଇଥାନ୍ତି । ମା’କୁ ଯେଉଁ ରୋଗ ହୁଏ ତାହା ପ୍ରାୟତଃ ସଂକ୍ରମିତ ହୋଇ କ୍ଷୀର ସହ ଯାଇ ଶିଶୁକୁ ହୋଇଥାଏ ।

କାରଣ

ଉପରୋକ୍ତ କାରଣ ଓ ସୂତିକାରିସାର ଓ ସୂତିକା ଜ୍ଵର କାରଣ ସହ ପ୍ରାୟତଃ ସମାନ ।

ଚିକିତ୍ସା

ଉପରୋକ୍ତ କାରଣଗୁଡିକି ବର୍ଜନୀୟ ।

ତୁଟୁକା ଚିକିତ୍ସା

  1. ଖଡିସିଝୁର ଚେର ୨ ଗ୍ରାମପାଣିରେ ବତୁରାଇ ସେଥିରେ ୧ ଗ୍ରାମ୍ ପିପ୍ପଳୀ ମିଶାଇ ବାଟିକରି ସକାଳ ସନ୍ଧ୍ୟା ପିଆଇବ ରୋଗୀକୁ ।
  2. ଖଡିସିଝୁ ଆଣି ସୋରିଷ ବା ରାଶିତେଲେରେ ଫୁଟାଇ ସେ ତେଲକୁ ମୁଣ୍ଡକୁ ଛାଡି ପାଦ, ତଳିପାଦ, ହସ୍ତ ସମସ୍ତ ଶରୀରରେ ଘାସିବ ବା ମାଲିସ୍ କରିବ ।
  3. ସୀତାଫଳ ଗଛର ଛାଲି ୨ ଗ୍ରାମ୍ ରେ ପିପ୍ପଳୀ ୧ ଗ୍ରାମ୍ ମିଶାଇ ବାଟି
  4. ରୋହି ମାଛର ପିତ୍ତକୁ ଖୁଆଇଲେ ଦେହ ଗରମ ହୋଇ ଥଣ୍ଡା ଛାଡିଯାଏ ।

ଶାସ୍ତ୍ରୀୟ

କସ୍ତୁରୀ ଭୈରବ ରସ, ମତୃସଞ୍ଜୀବନୀ ରସ, ମୁତସଞ୍ଜୀବନୀ ସୁରା ଘୋର ନୃସିଂହ ରସ, ଦଶମୂଳ କ୍ଵାଥ ।

ଆଧାର: ସରକାରୀ ଆୟୁର୍ବେଦ ଅନୁଷ୍ଠାନ

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate