ସୂତିକାତିସାର ସୂତିକା ପରେ ପାଣିଆ ବା ଲାଳରକ୍ତଯୁକ୍ତ ଝାଡା ବା ବାରମ୍ଭାର ଝାଡା ହୁଏ । ତାକୁ ସୂତିକାତିସାର କୁହାଯାଏ । କାରଣ ଜ୍ଵରତିସାର ସହ ସମାନ ଅତି ଗରିଷ୍ଠ ଖାଦ୍ୟସେବନ ଅତି ରାତ୍ରି ଅନିଦ୍ରା ଅତି ଚିନ୍ତା ଅତି ଦୁର୍ବଳ ସଂକ୍ରମଣ ଅତି ଭୟଦ୍ଵାରା ହୁଏ । ଚିକିତ୍ସା ଅନ୍ନ ସହ ଶୁଣ୍ଠି ଓ ଜୀରା ଚୂର୍ଣ୍ଣ ½ ଚାମଚ ଲେଖାଏଁ ସେବନୀୟ । ମସଲାଯୁକ୍ତ ବାକ ଗରିଷ୍ଠ ଖାଦ୍ୟ ନିଷେଧ । ଗୋଘୃତ ଉଷୁମ କରି ସକାଳ ସନ୍ଧ୍ୟା 30 ଗ୍ରାମ ଲେଖାଏଁ ବା ୨ ଚାମଚ ଲେଖାଏଁ ଖାଇବ ଅନ୍ନ ସହ । ଶୁଦ୍ଧ ସିଝା ଜଳ ପାନହ କରିବ ଓ ସର୍ବଦା ସଫାସୁତୁରା ରହିବ । ତୁଟିକା ଚିକିତ୍ସା ଜିରା – ୫ ଗ୍ରାମ୍ ଓ ଶୁଣ୍ଠି – ୫ ଗ୍ରାମ୍ ଶୁଦ୍ଧ ଜଳ ସହ ଦିନକୁ ୨ ଥର ସେବନୀୟ । ମୁଥାମୂଳ ୫ଟିସହ ଜିରା – ୫ ଗ୍ରାମ୍ ମିଶାଇ ବାଟିଦିନକୁ ଚାରିଥର ସେବନୀୟ ଡାଳିମ୍ବ ଚୋପା ୧୦ ଗ୍ରା . ବାଟି ସେଥିରେ ୫ ଗ୍ରା. ଜିରା ମିଶାଇ ଦିନକୁ ୩ ଥର ସେବନୀୟ । ମୂଳାମୂଳ – ୪ଟି, ଡାଳିମ୍ବ – ୧୦ ଗ୍ରାମ୍ ବାସଙ୍ଗପତ୍ର ରସ – ୧/୨ ଚାମଚ, ଜିରା ୧/୨ ଚାମଚ ମିଶାଇ ଦିନକୁ ୨ ଥର ସେବନ କଲେ ସୂତିକାତିସାର ଭଲ ହୁଏ । ଔଷଧ କଦଳୀ – ୧୦ ଗ୍ରାମ୍, ତାମ୍ର ଭସ୍ମ – ୧୦ ଗ୍ରାମ୍, ଅଭ୍ରଭସ୍ମ – ୧୦ ଗ୍ରାମ୍ ମିଶାଇ ଅଦା ରସରେ ଭାବନା ଦେଇ ୨୫୦ ମି. ଗ୍ରା. ଲେଖାଏଁ ବଟିକା କରିବ । ୧ ଟି ଲେଖାଏଁ ବଟିକା ଦିନକୁ ୨ ଥର ଖାଇବ ,। ଜିରା ୫ ଗ୍ରାମ୍ ସହ । ଶାସ୍ତ୍ରୟ ଔଷଧ ବୃହତ୍ ଗର୍ଭ ଚିନ୍ତାମଣିରସ, ମହାଭ୍ରବଟୀ, ଜିରକାଦିମୋଦକ , ମେଥିମୋଦକ ବିସ୍ମୃତ ଆୟୁର୍ବେଦ ଚିକିତ୍ସା ସୂତିକାତିସାର ନିମନ୍ତେ ମେଥିମୋଦକ – ୧ ଚାମଚ ଲେଖାଏଁ ଦିନକୁ ୨ ଥର ଉଷୁମ ଜଳ ସହ । ଜିରକାଦି ମୋଦକ – ୧ ଚାମଚ ବା ୧ ଗ୍ରାମ୍ ଲେଖାଏଁ ଦିନକୁ ୨ ଥର । ଦଶମୁଳାରିଷ୍ଟ – ୩ ଚାମଚ ଲେଖାଏଁ ଦିନକୁ ୨ ଥର । ଆଧାର: ସରକାରୀ ଆୟୁର୍ବେଦ ଅନୁଷ୍ଠାନ