অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୂତିକାତିସାର

ସୂତିକାତିସାର

ସୂତିକା ପରେ ପାଣିଆ ବା ଲାଳରକ୍ତଯୁକ୍ତ ଝାଡା ବା ବାରମ୍ଭାର ଝାଡା ହୁଏ । ତାକୁ ସୂତିକାତିସାର କୁହାଯାଏ ।

କାରଣ

  1. ଜ୍ଵରତିସାର ସହ ସମାନ
  2. ଅତି ଗରିଷ୍ଠ ଖାଦ୍ୟସେବନ
  3. ଅତି ରାତ୍ରି ଅନିଦ୍ରା
  4. ଅତି ଚିନ୍ତା
  5. ଅତି ଦୁର୍ବଳ
  6. ସଂକ୍ରମଣ
  7. ଅତି ଭୟଦ୍ଵାରା ହୁଏ ।

ଚିକିତ୍ସା

  1. ଅନ୍ନ ସହ ଶୁଣ୍ଠି ଓ ଜୀରା ଚୂର୍ଣ୍ଣ ½ ଚାମଚ ଲେଖାଏଁ ସେବନୀୟ ।
  2. ମସଲାଯୁକ୍ତ ବାକ ଗରିଷ୍ଠ ଖାଦ୍ୟ ନିଷେଧ ।
  3. ଗୋଘୃତ ଉଷୁମ କରି ସକାଳ ସନ୍ଧ୍ୟା 30 ଗ୍ରାମ ଲେଖାଏଁ ବା ୨ ଚାମଚ ଲେଖାଏଁ ଖାଇବ ଅନ୍ନ ସହ ।
  4. ଶୁଦ୍ଧ ସିଝା ଜଳ ପାନହ କରିବ ଓ ସର୍ବଦା ସଫାସୁତୁରା ରହିବ ।

ତୁଟିକା ଚିକିତ୍ସା

  1. ଜିରା – ୫ ଗ୍ରାମ୍ ଓ ଶୁଣ୍ଠି – ୫ ଗ୍ରାମ୍ ଶୁଦ୍ଧ ଜଳ ସହ ଦିନକୁ ୨ ଥର ସେବନୀୟ ।
  2. ମୁଥାମୂଳ ୫ଟିସହ ଜିରା – ୫ ଗ୍ରାମ୍ ମିଶାଇ ବାଟିଦିନକୁ ଚାରିଥର ସେବନୀୟ
  3. ଡାଳିମ୍ବ ଚୋପା ୧୦ ଗ୍ରା . ବାଟି ସେଥିରେ ୫ ଗ୍ରା. ଜିରା ମିଶାଇ ଦିନକୁ ୩ ଥର ସେବନୀୟ ।
  4. ମୂଳାମୂଳ – ୪ଟି, ଡାଳିମ୍ବ – ୧୦ ଗ୍ରାମ୍ ବାସଙ୍ଗପତ୍ର ରସ – ୧/୨ ଚାମଚ, ଜିରା ୧/୨ ଚାମଚ ମିଶାଇ ଦିନକୁ ୨ ଥର ସେବନ କଲେ ସୂତିକାତିସାର ଭଲ ହୁଏ ।

ଔଷଧ

କଦଳୀ – ୧୦ ଗ୍ରାମ୍, ତାମ୍ର ଭସ୍ମ – ୧୦ ଗ୍ରାମ୍, ଅଭ୍ରଭସ୍ମ – ୧୦ ଗ୍ରାମ୍ ମିଶାଇ ଅଦା ରସରେ ଭାବନା ଦେଇ ୨୫୦ ମି. ଗ୍ରା. ଲେଖାଏଁ  ବଟିକା କରିବ । ୧ ଟି ଲେଖାଏଁ ବଟିକା ଦିନକୁ ୨ ଥର ଖାଇବ ,। ଜିରା ୫ ଗ୍ରାମ୍ ସହ ।

ଶାସ୍ତ୍ରୟ ଔଷଧ

ବୃହତ୍ ଗର୍ଭ ଚିନ୍ତାମଣିରସ, ମହାଭ୍ରବଟୀ, ଜିରକାଦିମୋଦକ , ମେଥିମୋଦକ ବିସ୍ମୃତ ଆୟୁର୍ବେଦ ଚିକିତ୍ସା

ସୂତିକାତିସାର ନିମନ୍ତେ

  1. ମେଥିମୋଦକ – ୧ ଚାମଚ ଲେଖାଏଁ ଦିନକୁ ୨ ଥର ଉଷୁମ ଜଳ ସହ ।
  2. ଜିରକାଦି ମୋଦକ – ୧ ଚାମଚ ବା ୧ ଗ୍ରାମ୍ ଲେଖାଏଁ ଦିନକୁ ୨ ଥର ।
  3. ଦଶମୁଳାରିଷ୍ଟ – ୩ ଚାମଚ ଲେଖାଏଁ ଦିନକୁ ୨ ଥର ।

ଆଧାର: ସରକାରୀ ଆୟୁର୍ବେଦ ଅନୁଷ୍ଠାନ

Last Modified : 7/1/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate