অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୂତିକାରୋଗ

ସୂତିକାରୋଗ

ଆୟୁର୍ବେଦ ଶାସ୍ତ୍ରରେ ପ୍ରସବ ପରେ ଜ୍ଵର ଆଦି ଯେକୌଣସି ରୋଗ ଉତ୍ପନ୍ନ ହୁଏ, ତାଙ୍କୁ ସୂତିକା ରୋଗ କୁହାଯାଏ ।

ପ୍ରସବର ପରେ ସାଧାରଣତଃ ଜ୍ଵର କମ୍ପ, ତୃଷା, ଦେହହାତ ବିନ୍ଧିବା ( ରକ୍ତକ୍ଷୟଜନିତ) ଦେହ ଭାରି ଲାଗିବା ( ଥଣ୍ଡା ଯୋଗୁଁ) ଅତିସାର, ଶୋଥ ଅତି ରକ୍ତସ୍ରାବ ଆଦି ଭିଭିନ୍ନ ରୋଗ ହୋଇଥାଏ । ତେଣୁ ନିମ୍ନୋକ୍ତ ଔଷଧଗୁଡିକ ସେବନୀୟ ସମୟ ସମୟରେ ଗର୍ଭାଶୟଟି ମଧ୍ୟ ଘୋଷାରା ମଧ୍ୟରେ ତଳକୁ ଖସିଆସେ ଯୋନିଦ୍ଵାର ଦୁଇ ତେଣୁ ଉପରୋକ୍ତ ରୋଗଗୁଡିକ ଯଦି ପ୍ରସବର ପରେ ପରେ ସଙ୍ଗେ ସଙ୍ଗେ ଚିକିତ୍ସା ନ କରାଯାଏ ତେବେ ସେ ରୋଗଗୁଡିକକ୍ରମେ ବଡ ଆକାର ଧାରଣ କରି ରୋଗୀକୁ ଅତି କଷ୍ଟରେ ପକାଇ ଥେବ । ଏପରିକି ମୃତ୍ୟୁମୁଖରେ ମଧ୍ୟ ପକାଇଥାଏ ।

ଚିକିତ୍ସା

  1. ପ୍ରଥମତଃ ଦଶମୂଳ ସିଝାଇ ତାର ଜଳକୁ ସକଳ ସନ୍ଧ୍ୟାରେ ସେବନୀୟ । ଏହାଦ୍ଵାରା ସୂତିକା ପରର ସମସ୍ତ ରୋଗ ଭଲ ହୁଏ ।
  2. ଶାଳପୂର୍ଣ୍ଣ, କୃଷ୍ଣପୂର୍ଣ୍ଣି, ଲବେଙ୍ଗୁଚି ଅଙ୍କରାନ୍ତି, ଗୋକ୍ଷୁରା, ନୀଳପୁଷ୍ଣ, ବାଶକେରେଣ୍ଟା, ମୁମ୍ପା, ଶୁଣ୍ଠି, ଗୁଳୁଚି ପ୍ରସାରଣି । ଏ ସମସ୍ତଙ୍କୁ ୫ ଗ୍ରାମ୍ ଲେଖାଏଁ ନେଇ ଆଠ ଗୁଣ ଜଳ ଦେଇ ସିଝାଇ ୧ ଗୁଣ ଜଳ ରାଖୀ ସକାଳ ସନ୍ଧ୍ୟା ସେବନୀୟ ।
  3. ଗରମ ଭାତସହ ଶୁଣ୍ଠି ୧୦ ଗ୍ରାମ୍ ଘୃତ ୩୦ ଗ୍ରାମ୍ ପ୍ରତିଦିନ ନିତ୍ୟାନ୍ତ ସେବନୀୟ ।
  4. ପିପ୍ପଳୀ, ପିପ୍ପଳୀ ମୂଳ, ଚଦ୍ୟମ, ଚିତ୍ରକ ଶୁଣ୍ଠି ଏ ସମସ୍ତକୁ ସମଭାଗ ଦେଇ ଗୁଣ୍ଡକରି ୧ ଚାମଚ ଲେଖାଏଁ ଦିନକୁ ତିନିଥର ଖାଇବାକୁ ଦେବେ ।

ଶାସ୍ତ୍ରୟ ଔଷଧ

ସୂତିକାପରେ  ୧. ଦଶମୁଲାରିଷ୍ଟ – ୩ ଚାମଚ ଲେଖାଏଁ ଦିନକୁ ୨ ଥର ।

୨. ମୃତ ସଂଜୀବନୀ ସୁରା ୩ ଚାମଚ ଲେଖାଏଁ ଦିନକୁ ୨ ଥର ଆସେବନୀୟ । ଗରମ ଖାଦ୍ୟସହ ଘୃତ – ୩୦ ଗ୍ରାମ୍ ଓ ଶୁଣ୍ଠି ୧୦ ଗ୍ରାମ୍ ମିଶାଇ ସେବନୀୟବ ।

ଦିନକୁବ ୨ ଥର ରୋଗୀର ସମସ୍ତ ଶରୀରାଙ୍ଗ ଗୋଘୃତ ବା ସୋରିକ୍ଷତେଲ ଉଷୁମ କରି ମାଲିସ କରିବ ଓ ଅତି କମ୍ ରେ ୧ ମାସ ଶଯ୍ୟାରେ ଶୋଇରହିବ ।

ଆଧାର: କନକ ନ୍ୟୁଜ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate