অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ତ୍ରୀ ବନ୍ଧ୍ୟାତ୍ଵ

ଉପକ୍ରମ

ମାତୃତ୍ଵଲାଭ କରିବା ପ୍ରତ୍ୟେକ ନାରୀଙ୍କର ଜୀବନର ଏକ ମହତ୍ତ୍ଵପୂର୍ଣ୍ଣ ଉପଲବ୍ଧି । ଯଥାର୍ଥରେ ଜଣେ ନାରୀର ଜୀବନରେସେତେବେଳେ ପୂର୍ଣ୍ଣତା ଆସେ ଯେତେବେଳେ ସେ ମା’ ହୁଏ । କିନ୍ତୁ ଏହାର ବିପରୀତ ସ୍ଥିତିରେ ଯେଉଁମାନେ ମାତୃତ୍ଵ ସୁଖରୁ ବଞ୍ଚିତ ହୁଅନ୍ତି ସେମାନେ ଅନେକ ସମୟରେ ବିଭିନ୍ନ ପ୍ରକାର ସାମାଜିକ, ମାନସିକ ଓ ଶାରୀରିକ ତାଡନାର ସମ୍ମୁଖୀନ ହୋଇଥାନ୍ତି । ସମାଜ ଏଭଳି ନାରୀଙ୍କୁ ବନ୍ଧ୍ୟା ଆଖ୍ୟା ଦେଇଥାଏ । ତେବେ ବନ୍ଧ୍ୟାତ୍ଵ କୌଣସି ଏକ ଅଭିଶାପ ନୁହେଁ । ଏହା ମହିଳାଙ୍କର ପ୍ରଜନନ ମଧ୍ୟ ଏହହର ସଫଳ ଉପଚାର ପଦ୍ଧତି ରହିଛି । ତେଣୁ ବନ୍ଧ୍ୟାତ୍ଵ ର ସ୍ୱରୂପ ଓ କାରଣ ସବିଶେଷ ଧାରଣା ରହିବା ଆବଶ୍ୟକ ।

ବନ୍ଧ୍ୟାତ୍ଵ କ’ଣ

ସାଧରଣତଃ ସମାଜରେ ଯେଉଁ ସ୍ତ୍ରୀମାନେ ହୋଇଥାନ୍ତି ସେମାନଙ୍କୁ ବନ୍ଧ୍ୟା କୁହାଯାଇଥାଏ । ଏହି ବନ୍ଧ୍ୟାତ୍ଵ ମୁଖ୍ୟତଃ ଦୁଇ ପ୍ରକାରର, ଯଥା –

  1. ପ୍ରମୁଖ ବା ପୂର୍ଣ୍ଣ ବନ୍ଧ୍ୟାତ୍ଵ
  2. ଗୌଣ ବା ଅର୍ଜତ ବନ୍ଧ୍ୟାତ୍ଵ ।

ବିଶେଷତଃ ଯେଉଁ ସ୍ତ୍ରୀମାନଙ୍କର ଆଦୌ ଗର୍ଭାଧାରଣ ହୋଇନାହିଁ ତାଙ୍କର ବିକୃତିକ ପ୍ରମୁଖ  ବା ପୂର୍ଣ୍ଣ ବନ୍ଧ୍ୟା ବିକୃତି କୁହାଯାଇଥାଏ ଏବଂ ଯେଉଁ ସ୍ତ୍ରୀମାନଙ୍କର ଗର୍ଭଧରଣ ହେବାପରେ ଗର୍ଭପାତ ହୋଇଯାଇଥାଏ କିମ୍ବା କୌଣସି ଗୋଟିଏ ସନ୍ତାନ ହେବାପରେ ମରିଯାଇଥାଏ ଅଥବା ଗୋଟିଏ କିମ୍ବା ଦୁଇଟି ଶିଶୁ ହୋଇଯିବାପରେ ପୁଣି ଗର୍ଭୋଦୟ ହେଉ ନାହିଁ ତେବେ ସେ ବିକୃତିକୁ  ଗୌଣ ବା ଅର୍ଜିତ ବନ୍ଧ୍ୟାତ୍ଵ କୁହାଯାଏ । ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ପ୍ରମୁଖ ବନ୍ଧ୍ୟାତ୍ଵକୁ ‘ଆଦିବନ୍ଧ୍ୟା’ ଏବଂ ଗୌଣ ବନ୍ଧ୍ୟାତ୍ଵକୁ ‘କାକବନ୍ଧ୍ୟା’ କୁହାଯାଏ । ଇଂରାଜୀରେ ବନ୍ଧ୍ୟାତ୍ଵ ଅର୍ଥରେ ପ୍ରାୟତଃ ଦୁଇଟି ଶବ୍ଦ । Infertility ଏବଂ Sterility ବ୍ୟବହାର କରାଯାଇଥାଏ । କେତେକ କ୍ଷେତ୍ରରେ Infertility କୁ ଅସ୍ଥାୟୀ ବନ୍ଧ୍ୟାତ୍ଵ ଏବଂ Sterility କୁ  ସ୍ଥାୟୀ ଓ ପୂର୍ଣ୍ଣ ବନ୍ଧ୍ୟାତ୍ଵ ଶବ୍ଦ ନିମିତ୍ତ ପ୍ରୟୋଗ କରାଯାଏ । କିନ୍ତୁ ଏହି ଦୁଇ ଶବ୍ଦ ମଧ୍ୟରେ ସମ୍ୟକ୍ ପାର୍ଥକ୍ୟ ରହିଥିଲେ ମଧ୍ୟ ବାସ୍ତବରେ ଏଦ୍ଵୟ ଗୋଟିଏ ଅର୍ଥ ପର୍ଯ୍ୟାୟଭୁକ୍ତ ଅଟେ । ତେବେ ମୋଟ ଉପରେ କହିବାକୁ ହେଲେ – ସ୍ଵାମୀ ଓ ସ୍ତ୍ରୀ ସନ୍ତାନ କାମନା ରାଖୀ କୌଣସି କୃତ୍ରିମ ଗର୍ଭନିରୋଧନ ବ୍ୟବହାର ଣ କରି ପ୍ରାୟତଃ ବର୍ଷାଧିକ ସମୟ ଯୌନ ସମ୍ପର୍କ ସ୍ଥାପନ କଲାପରେ ମଧ୍ୟ ଯତ୍ନ କେବଳ ନିଜର ପ୍ରଜନନ ଅକ୍ଷମତା ଯୋଗୁଁ ଗର୍ଭଧାରଣ କରି ଣ ପାରିଲେ ତାହାକୁ ବନ୍ଧ୍ୟା କୁହାଯାଏ । ଏଭଳି କ୍ଷେତ୍ରରେ କେବଳ ସ୍ତ୍ରୀ ସନ୍ତାନ ଉତ୍ପାଦନ କ୍ଷେତ୍ରରେ ଅକ୍ଷମ ଥାଏ । କିନ୍ତୁ ଅନେକ ସମୟରେ ପୁରୁଷଠାରେ ସନ୍ତାନ ଉତ୍ପାଦନକ୍ଷମତା ନଥିଲେ ମଧ୍ୟ ନିଜ ପୌରୁଷର ମାନହାନୀ ହେବା ଉପରେ ପୁରୁଷମାନେ ନିଜ ଦୋଷ ଦୁର୍ବଳତାକୁ ଲିଚୟ ଦେଇ ସମସ୍ତ ଦୋଷ ସ୍ତ୍ରୀଉପରେ ଲଦି ଦିଅନ୍ତି । ଯାହାଫଳରେ ସ୍ତ୍ରୀ ଜଣକ ସମାଜ ଓ ନିଜ ପରିବାର ମଧ୍ୟରେ ପ୍ରତାଡିତ ଓ ଅପମାନିତ ହୋଇଥାଏ । ଏ କ୍ଷେତ୍ରରେ ଉଭୟଙ୍କର ପ୍ରଜନନ କ୍ଷମତା ପରୀକ୍ଷଣ କରାଯିବା ଉଚିତ୍ ।

ସ୍ତ୍ରୀ ବନ୍ଧ୍ୟାତ୍ଵର କାରଣ

ବନ୍ଧ୍ୟାତ୍ଵର କାରଣ ସାଧାରଣତଃ ଗର୍ଭାଧାରଣ ପ୍ରକ୍ରିୟା ସହିତ ଜଡିତ । ଗର୍ଭଧାରଣର ପ୍ରକ୍ରିୟା ଏକ ଜଟିଳ ପ୍ରକ୍ରିୟା । ଗର୍ଭଧରଣ ପାଇଁ ଶୂକ୍ରାଣୁ  (Sperm) ର ଡିମ୍ବାଣୁ ସହ ମିଲନ ଅନିବାର୍ଯ୍ୟ ଅଟେ । ଶୂକ୍ରାଣୁ ସ୍ତ୍ରୀ ଯୋନିରେ ପହଞ୍ଚିବା ପରେ ତାକୁ ଗର୍ଭାଶୟରେ ଅବସ୍ଥିତ ଡିମ୍ବାଣୁ ପର୍ଯ୍ୟନ୍ତ ପହଞ୍ଚିବାକୁ ଏକ କମ୍ବା ପଥ ଅତିକ୍ରମ କରୁବାକୁ ପଡେ । ଏହି ମାର୍ଗରେ ଯଦି କୌଣସି ବାଧା ଉପସ୍ଥିତ ହୋଇଯାଏ କିମ୍ବା ଏପରି କୌଣସି କାରକ ଉତ୍ପନ ହୋଇଯାଏ ଯାହାକି ଶୁକ୍ରାଣୁକୁ ନିଷ୍କ୍ରିୟ ଅଥବା  ନଷ୍ଟ ଅଥବା ନଷ୍ଟ କରିହିଏ ତାହାହେଲେ ଶୂକ୍ରାଣୁ ଓ ଡିମ୍ବାଣୁର ମିଲନ ହୋଇପାରେ ନାହିଁ । ତେଣୁ ଗର୍ଭଧରଣ ପ୍ରକ୍ରିୟା ସମ୍ପନ୍ନ ହୋଇପାରେ  ନାହିଁ । ଏହା ବ୍ୟତୀତ ବେଳେ ବେଳେ ଏପରି କାରକ ଉତ୍ପନ୍ନ ହୋଇଯାଏ ଯାହା ପରିପକ୍ଵ ଡିମ୍ବାଣୁ (Fertilizes Ovum) କୁ ଗର୍ଭାଶୟରେ ରଖାଇଦିଏ ନାହିଁ ଏବଂ ତାକୁ ବାହାରକୁ ଫୋପାଡିଦିଏ । ଏଭଳି ପରିସ୍ଥିତିରେ ସ୍ତ୍ରୀମାନଙ୍କଠାରେ ଗର୍ଭାଧାରଣ ସମ୍ଭବ ହୋଇପାରେ ନାହିଁ । ଏହିସବୁ ଅବରୋଧକ ବା ବାଧକ କାରକ ଜନ୍ମଜାତ ହୋଇପାରେ କିମ୍ବା ସ୍ଵ ଅର୍ଜତ ଅର୍ଥାତ୍ ରୋଗ ବା ବିକୃତି କାରଣରୁ ହୋଇପାରେ । ଏହିସବୁ ଅବରୋଧ ସୃଷ୍ଟିକାରୀ କାରକ ଗୁଡିକୁ ମୁଖ୍ୟତଃ ଚାରିଭାଗରେ ବିଭକ୍ତ କରାଯାଏ । ଯଥା- ନିମ୍ନରେ ଏହି କରଣଗୁଡିକ ସମ୍ପର୍କରେ ସବିଶେଷ ବିବରଣୀ ଦିଆଗଲା ।

  • ଶୂକ୍ରାଣୁକୁ ଗର୍ଭାଶୟରେ ପହଞ୍ଚିବାରେ ବାଧା ସୃଷ୍ଟି କରୁଥିବା କାରଣ ସମୂହ ।
  • ସୁସ୍ଥ ଡିମ୍ବାଣୁ ନିର୍ମାଣରେ ବାଧା ସୃଷ୍ଟିକାରୀ କାରଣ ସମୂହ ।
  • ଡିମ୍ବାଣୁକୁ ଗର୍ଭାଶୟରେ ପ୍ରବେଶ କରିବାରେ ବାଧା ସୃଷ୍ଟି କରୁଥିବା କାରଣ ସମୂହ ।
  • ଶୂକ୍ରାଣୁର ଜୀବନୀଶକ୍ତି ନଷ୍ଟ କରୁଥିବା ଏବଂ ସଂସେଚିତ ଡିମ୍ବକୁଗର୍ଭାଶୟରେ ସ୍ଥାପିତ ହେବାରେ ବାଧା ସୃଷ୍ଟି କରୁଥିବା କାରଣ ସମୂହ ।

ଉପରୋକ୍ତ ଚାରିଗୋଟି ପ୍ରମୁଖ ବର୍ଗର କାରଣ ସମୂହ ମଧ୍ୟରୁ ଯେ କୌଣସି ଗୋଟିଏ କାରଣ ବା ବିକୃତି ବନ୍ଧ୍ୟାତ୍ଵ ସୃଷ୍ଟି କରିପାରେ । ଏ ସମସ୍ତ ପରିସ୍ଥିତି ସ୍ତ୍ରୀମାନଙ୍କର ପ୍ରଜନନ ଅଂଗଗୁଡିକର ସଂରଚନାତ୍ମକ ବା କ୍ରିୟାତ୍ମକ ବିକୃତିକୁ ସୁଚାଏ । ସୁତରାଂ ଉପରୋକ୍ତ ଚାରିବର୍ଗର କାରଣ ସମୂହକୁ ବାଦ୍ ଦେଲେ ଆଉ କେତେକ ଅଜ୍ଞାତ ବା ମନୋବୈଜ୍ଞାନିକ କାରଣ ରହିଛି । ଯାହାକି ବନ୍ଧ୍ୟାତ୍ଵ ସମସ୍ୟା ପାଇଁ ଦାୟୀ ହୋଇଥାଏ । ଅନେକ ଦମ୍ପତିଙ୍କ କ୍ଷେତ୍ରରେ ଦେଖାଯାଇଛି ଯେ କୌଣସି ପ୍ରକାର ଶାରୀରିକ ବିକୃତି କିମ୍ବା ଅସାମାନ୍ୟତା ଣ ଥାଇ ମଧ୍ୟ ବନ୍ଧ୍ୟାତ୍ଵ ସମସ୍ୟା ରହିଛି । ଏପରି ଦୁଇଟି ପରିସ୍ଥିତିରେ ହୋଇପାରେ ଯଥା – ପ୍ରଥମତଃ ଏପରି କିଛି କାରଣ ରହିଛି ଯାହାର ବିକୃତି ଏତେ ସୂକ୍ଷ୍ମ କିମ୍ବା ଏପରି ଏକ ବିକୃତି ଅଛି ଯାହାକୁ ଚିକତ୍ସା ବିଜ୍ଞାନ ଜାଣି ଣ ଥାଏ ଅଥବା ଏହାର ଆବିଷ୍କାର ହୋଇନାହିଁ । କିନ୍ତୁ କେତେକ କ୍ଷେତ୍ରରେ ବନ୍ଧ୍ୟାତ୍ଵ କେତେକ ମନୋବୈଜ୍ଞାନିକ ସ୍ଥିତିର ପରିମାଣ ବୋଲି ଜଣାପଡେ । ଏଗୁଡ଼ିକୁ ସାଇକୋଜେନିଜ ଫ୍ୟାକ୍ଟର ହୁହାଯାଏ । ଏହା ସତ୍ୟ ଯେ ପ୍ରାଣୀର ସଂବେଗାତ୍ମକ ବିକୃତି ଏବଂ ତାହାର ମନୋବିକାର ଯଥା – ଭୟ, ଶୋକ, କ୍ରୋଧ ଓ ଚିନ୍ତା ଆଦି ତାହାର ଶାରୀରିକ କ୍ରିୟାକୁ ପ୍ରଭାବିତ କରିଥାଏ । ତେଣୁ ଗର୍ଭାଧାରଣ କ୍ରିୟା ଯେହେତ୍ଵ ଶାରୀରିକ କ୍ରିୟାର ଏକ ମହତ୍ତ୍ଵପୂର୍ଣ୍ଣ ଅଂଗ ଏସବୁ ମନୋବିକାର ପ୍ରଭାବରୁ ମୁକ୍ତ ଣ ଥାଏ । ଭାବନାତ୍ମକ ବା ସଂବେଗାତ୍ମିକବିକୃତି ଡିମ୍ବାଣୁର ପରିପକ୍ଵତା ଲାଭରେ ବାଧା ସୃଷ୍ଟି କରିପାରେ କିମ୍ବା ଡିମ୍ବବାହିନୀ, ଗର୍ଭାଶୟ ଓ ଯୋନିରେ ଆନ୍ତରିକ ପୀଡା ସୃଷ୍ଟି କରିପାରେ ଅଥବା ସଂସେଚିତ ଡିମ୍ବକୁ ଗର୍ଭାଶୟରେ ସ୍ଥାପିତ ହେବାରେ ବାଧା ସୃଷ୍ଟି କରିପାରେ । ଅନେକ କ୍ଷେତ୍ରରେ ଏପରି ଦେଖାଯାଇଛି ଯେ ନିଃସନ୍ତାନ ସ୍ତ୍ରୀ କୌଣସି ଏକ ଶିଶୁକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କାରୀ ତାକୁ ଜନନୀର ସୁଖ ଦେବା ପରେ ସେ ସ୍ଵୟଂ ମଧ୍ୟ ଗର୍ଭବତୀ ହୋଇଯାଇଛି । ଏଥିରୁ ଜଣାପଡେ  ଯେ ତାହାର ପ୍ରଜନନ ଶକ୍ତି ହୀନତା ବା ବନ୍ଧ୍ୟାତ୍ଵ କେବଳ ତା’ର ମାନସିକ ବିଷମତା ଯୋଗୁଁ ରହିଥିଲା । ଏପରି ସ୍ଥଳେ ସନ୍ତାନ ଅଭାବର ଅତ୍ୟଧିକ ଚିନ୍ତା ସ୍ଵୟଂ ନିଜ ମଧ୍ୟରେ ସନ୍ତାନ ଉତ୍ପାଦନ କ୍ଷେତ୍ରରେ ବାଧକ ହୋଇଥାଏ । ତେଣୁ ଭାବନାତ୍ମକ ବା ସଂବେଗାତ୍ମକ ବିକୃତି ଓ ଅତ୍ୟଧିକ କ୍ରୋଧ, ଚିନ୍ତା ଶୋକ, ଭୟ ଆଦି ମାନସିକ ଦୁଃସ୍ଥିତି ଅନେକ ସମୟରେ ସମସ୍ତ ପ୍ରକାର ଶାରୀରିକ ସୁସ୍ଥତା ଥାଇ ମଧ୍ୟ ବନ୍ଧ୍ୟାତ୍ଵ ସମସ୍ୟା ପାଇଁ ଦାୟୀ ହୋଇଯାଏ । ଯେତେବେଳେ ଜଣେ ନାରୀ ର୍ଭାଳି ମାନସିକ ବିଷମତା କାରଣରୁ ବନ୍ଧ୍ୟାତ୍ଵ ଭୋଗିଥାଏ । ସେତେବେଳେ ସେ ଅନ୍ୟର ସନ୍ତାନ କୋଳେଇ ନେଇ ମାତୃତ୍ଵ ସୁଖ ଅନୁଭବ କଲାବେଳେ ସମସ୍ତ ପ୍ରକାର ମାନସିକ ବିଷମତାରୁ ମୁକ୍ତ ହୋଇଥାଏ ଏବଂ ଏହି ସମୟରେ ମାନସିକ ପ୍ରଫୁଲ୍ଲତା ତା’ର ପ୍ରଜନନ ପ୍ରକ୍ରିୟା ପାଇଁ ଅନୁକୂଳ ହୋଇଯାଏ । ଯାହାଫଳରେ ମାନସିକ ବିଷମତା କାରଣରୁ ଉତ୍ପନ୍ନ ହୋଇଥିବା ତା’ର ବନ୍ଧ୍ୟାତ୍ଵ ସମସ୍ୟା ଦୂର ହୋଇଯାଏ ଓ ସେ ମାତୃତ୍ଵ ଲାଭ କରେ ।

ଉପରୋକ୍ତ ମନୋବୈଜ୍ଞାନିକ କାରଣରୁ ବାଦ୍ ଦେଲେ କମଶିଥିଳତା ଏବଂ କାମୁକତା ସମସ୍ୟା ମଧ୍ୟ ସନ୍ତାନ ଉତ୍ପାଦନରେ ବାଧକ ହୋଇଥାଏ । ଅତି କାମୁକ ପ୍ରକୃତିର ସ୍ତ୍ରୀମାନେ ସନ୍ତାନ ଉତ୍ପାଦନକୁ ନିଜ କାମତୃପ୍ତିର ବାଧକ ମନେକରି ଗର୍ଭଧାରଣ କରିବାକୁ ଇଚ୍ଛା କରନ୍ତି ନାହିଁ । ଏ ସମୟ କାରଣ ବ୍ୟତୀତ କିଛି ଅନ୍ୟ କାରଣ ରହିଛି ଯାହାକି ବନ୍ଧ୍ୟାତ୍ଵ ସମସ୍ୟା ସୃଷ୍ଟିର କାରଣ ହୋଇଥାଏ ଏହି କାରଣଗୁଡିକ ହେଲା – ଆହାର ବିହାର ସମ୍ଭନ୍ଧୀୟ କେତେକ ବିକୃତି, ଯଥା କୁପୋଷଣ ସମ୍ଭୋଗ କ୍ରିୟାରେ ଅନୁଚିତ୍ ଆସନର ପ୍ରୟୋଗ ସମ୍ଭୋଗ କ୍ରିୟା ପରେ ସ୍ତ୍ରୀ ତତ୍କାଳ ଉଠିଯିବା ଏବଂ ଯୋନିକୁ ଧୋଇ ଦେବା, କୃତ୍ରିମ ଗର୍ଭନିରୋଧକ ଗୁଡିକର ପ୍ରୟୋଗ ଏବଂ ଅନ୍ତସ୍ରାବୀ ଗ୍ରନ୍ଥିର କ୍ରିୟାରେ ଅସଂଗତି ଆଦି କରଣଗୁଡିକ ଯୋଗୁଁ ମଧ୍ୟ ବନ୍ଧ୍ୟାତ୍ଵ ସମସ୍ୟା ଉତ୍ପନ୍ନ ହୋଇଥାଏ । ଆହୁରିମଧ୍ୟ କେତେକ ବିଶେଷ ପ୍ରକାର ଜଳବାୟୁ ସ୍ଥିତି ସନ୍ତାନ ଉତ୍ପାଦନରେ ବାଧକ ହୋଇଥାଏ ।

ପରିଶେଷରେ ଏତିକି କୁହାଯାଇପାରେ ଯେ ବନ୍ଧ୍ୟାତ୍ଵକୁ କୌଣସି ଏକ ଅଭିଶାପ ମନେକରିବା ଅନୁଚିତ୍ । କିମ୍ବା ଏ ବିଷୟରେ ଅଧିକ ଚିନ୍ତା କାରୀ ଦୁଃଖୀ ହେବା ଅନୁଚିତ । ଏହି ପରିସ୍ଥିତିରେ ଯାନ୍ତ୍ରିକ କରିକ୍ଷଣ ଦ୍ଵାରା ସନ୍ତାନ ଉତ୍ପାଦନରେ ବାଧକ ସୃଷ୍ଟିକାରୀ କାରଣଟିକୁ ନିର୍ଣ୍ଣୟ କାରୀ ଏହାର ଚିକିତ୍ସା କରାଯିବା ଉଚିତ୍ । ଏହି ପ୍ରସଙ୍ଗରେ ବର୍ଣ୍ଣତ ସମସ୍ତ କାରଣ ମଧ୍ୟରୁ ଯେଉଁଟି ବନ୍ଧ୍ୟାତ୍ଵ ପାଇଁ ଦାୟୀ ହୋଇଥିବା । ତାକୁ ଚିକିତ୍ସା ଦ୍ଵାରା ଦୂର କରିପାରିଲେ ନାରୀଟିଏ ସନ୍ତାନ ପ୍ରସବ କରିବାକୁ ସକ୍ଷମ ହୋଇପାରିବ ଏଥିରେ ସନ୍ଧେହ ନାହିଁ ।

ଆଧାର

ଓଡିଶା ଆୟୁର୍ବେଦ ସେବା ସଦନ

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate