অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ୱାସ୍ଥ୍ୟରକ୍ଷା

ସ୍ୱାସ୍ଥ୍ୟରକ୍ଷା

“ଶରୀର ମାଦ୍ୟମ ଖଳୁଧର୍ମ ସାଧନମ୍”

ଶରୀର ହିଁ ସମସ୍ତ କର୍ମର ମୂଳରେ ଧର୍ମ ସାଧନାର ମୂଳ ପଥ ଅଟେ । ତେଣୁ ଶରୀର ରକ୍ଷା ହେଲେ ଧର୍ମ, ଅର୍ହ କାମ, ମୋକ୍ଷ ଏ ଚତୁବର୍ଗ ପ୍ରାପ୍ତ ହୋଇ ପାରିବ । ତେଣୁ ଶରୀର ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ତେକେକ ଜିନିଷ ପ୍ରାକୃତିକ ଉପାଯରେ ଅର୍ଥାତ୍ ଗୃହ ମଧ୍ୟରେ ବିନା ଖର୍ଚ୍ଚରେ ଗୃହର ଆଖପାଖରେ ପ୍ରାପ୍ତ ହେଉଥିବା ଦ୍ରବ୍ୟ ଦ୍ଵାରା ଶରୀର ମଧ୍ୟ ସୂଚାରୁରୂପେ ରକ୍ଷା କରାଯାଇପାରିବ ।

“ବ୍ରାହ୍ମମୁହୂର୍ତ୍ତେ ଉତ୍ତିଷ୍ଠେତ୍ ସ୍ଵସ୍ଥରକ୍ଷାର୍ଥମାୟୁଷଃ

ଅର୍ଥାତ୍ ବ୍ରାହ୍ମ ସୁହୂର୍ତ୍ତରୁ ଉଠିଲେ ସ୍ୱାସ୍ଥ୍ୟରକ୍ଷା ହୋଇ ଆୟୁଷ ବୃଦ୍ଧି ହୁଏ । ତେଣୁ ସୂର୍ଯ୍ୟାଦୟ ପରେ ଶୋଇରହିଲେ କଫ ବୃଦ୍ଧି ହୋଇ ଶରୀର ଓ ମସ୍ତିଷ୍କର ଜଡତା ଅର୍ଥାତ୍ ଆଳସ୍ୟତା ବୃଦ୍ଧି କରିଥାଏ । ନିଦ୍ରାଭଙ୍ଗ ହେଲାପରେ ଦୁଇ ହସ୍ତକୁ ଯୋଡି ହସ୍ତ ଦର୍ଶନ କରିବା ଓ ଭଗବାନଙ୍କ ଉଦ୍ଦେଶ୍ୟରେ ନମସ୍କାର କରିବ । ଏହାର ଅର୍ଥ ଭଗବାନଙ୍କୁ କହିବ ବା ଅଳି କରିବ ଯେ ହେ ପ୍ରଭୁ, ମୋର କର୍ମଫଳ ମୋତେହିଁ ପ୍ରଦାନ କର। ଅର୍ଥାତ୍ ଯେପରି କରିବ ସେହିପରି ଫଳ ପ୍ରାପ୍ତି ହେବ । ହସ୍ତ ଦର୍ଶନର  ଉଦ୍ଦେଶ୍ୟ ହେଲା ଯେ ହସ୍ତଦ୍ଵାରା ସାଧାରଣତଃ ଆମ୍ଭେମାନେ ସୁକର୍ମ ଓ କୁକର୍ମ କରିଥାଉଁ । ତେଣୁ ସକାଳୁ ହସ୍ତ ଦର୍ଶନ କଲେ ଭଲ ଫଳ ଓ ଖରାପ ଫଳ ବିଷୟରେ ମନକୁ ସଜାଗ ରଖିବା । ଏହି ପରି ମନୋବୃତ୍ତି ରହିଲେ ମନୁଷ୍ୟ ଯଥାସାଧ୍ୟ ସୁକର୍ମ କରିବାକୁ ଚେଷ୍ଟା କରିବ ବା ସୁକର୍ମ ପ୍ରତି ଯତ୍ନବାନ୍ନ ହେବ । ହସ୍ତ ଦର୍ଶନ ପଶ୍ଚାତ୍ ପେଟେଇ କରି ଶୋଇରହିବ ୫ ମିନିଟ୍ ଏବଂ ସମୟ ସମୟରେ ହାତକୁ ପଛପଟେ ନେଇ ଗୋଡକୁ  ଧରି ଯେତେପାରିବେ ବଙ୍କେଇବାକୁ ଚେଷ୍ଟା କରିବେ । ଏହା ଦ୍ଵାରା କୋଷ୍ଠ କାଠିନ୍ୟ ଦୂର ହୁଏ; ଅମ୍ଳପିତ୍ତ ( Gastritis) କିଛିମାତ୍ରାରେ ଦୂର ହୁଏ ଓ ଭୋକ  ବଢେ । ତା ପରେ ମଳତ୍ୟାଗ କରି ପୁନଶ୍ଚ ଏକ ଗ୍ଳାସ ଜଳ ପାନ କରିବେ । ଓ ୨୦/୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବାକୁ ଚେଷ୍ଟା କରିବେ ବା ଗୃହ ମଧ୍ୟରେ ବ୍ୟାୟାମ କରିବେ । ତତ୍ପରେ ତୈଳ ମର୍ଦ୍ଦନ ସମସ୍ତ ଶରୀରରେ କରିବେ । ସାଧାରଣତଃ ତୈଳ ମର୍ଦ୍ଦନ ମସ୍ତକରେ, ମୁଖମଣ୍ଡଳରେ, ନାଭିରେ, ସମସ୍ତ ନଖ ମୂଳରେ ଏବଂ ଯୌନାଙ୍ଗରେ କରିବା ଉଚିତ୍ । ପୁରୁଷ ଯୌନାଙ୍ଗରେ ତୈଳ ମର୍ଦ୍ଦନ ଆଭାସଦ୍ଵାରା ଯୌନାଙ୍ଗ ଶକ୍ତି, ତେଜଯୁକ୍ତ ରହେ ଓ ସ୍ତ୍ରୀ ଯୌନାଙ୍ଗରେ ମର୍ଦ୍ଦନଦ୍ଵାରା ସର୍ବଦା ପୂର୍ଣ୍ଣ ଯୌବନା ରହେ ତଥା ଚର୍ମରୋଗ ପ୍ରାୟତଃ ହୁଏ ନାହିଁ ଶାସ୍ତ୍ରରେ ଅଛି ‘ ମର୍ଦ୍ଦନମ୍ ଗୁଣ ବର୍ଦ୍ଧନମ୍ ।

ଅର୍ଥାତ୍ ଯେତେ ମର୍ଦ୍ଦନ କରିବେ ସେତେ ଗୁଣବର୍ଦ୍ଧନ ହେବ । ତେଣୁ  ମର୍ଦ୍ଦନର ଗୁଣ ଅନେକ ଅଟେ । ପ୍ରତ୍ୟେକଦିନ ଠିକ୍ ଭାବେ ମର୍ଦ୍ଦନ କରୁଥିବା ବ୍ୟକ୍ତିଶରୀର ସୁସ୍ଥ ସବଳ ତେଜଯୁକ୍ତ ତଥା ପ୍ରାୟତଃ ଚର୍ମରୋଗହୀନ ରହେ ଏବଂ Blood Circulation ବା ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇ ଶରୀର ସୁସ୍ଥ ରହେ । ମର୍ଦ୍ଦନ ଏପରି କରିବା ଉଚିତ୍ ଯେପରି ଆପଣ ଅନୁଭବ କରିବେ ଯେ ଶରୀରରେ ତୈଳ ଟାଣିଲା ( Dissolve) ପରି ଲାଗିବ ।

ତତ୍ପରେ ସ୍ନାନ କରି ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ ଜଣାଇ ଯୋଗରେ ବସିବେ ବା ବସିବେ ବା ଧ୍ୟାନ କରିବେ । ପ୍ରତ୍ୟେକ ଦିନ କିଛି ଯୋଗ କରିବାଦ୍ଵାରା ଶରୀରର ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇ ଶରୀରକୁ ଅନେକରୋଗରୁ ମୁକ୍ତ କରିଥାଏ । ପହ୍ମାସନରେ ବସି ମଳଦ୍ଵାରା ସଂକୋଚନ ଓ ପ୍ରସାରଣ ( contraction and extension) ଅତି କମ୍ ରେ ୪୦ ଥର କରିବେ । ଏହାଦ୍ଵାରା ପୁରୁଷ ଯୌନାଙ୍ଗର ମାଂସପେଶୀର ଶିଥିଳତା ଦୂର ହେବା ସଙ୍ଗେ ସଙ୍ଗେ ସ୍ତ୍ରୀର ତେଜ ମଧ୍ୟ ବୃଦ୍ଧି ହୋଇଥାଏ । ତଥା ଉଭୟ ସ୍ତ୍ରୀ ଓ ପୁରୁଷ କ୍ଷେତ୍ରରେ କୋଷ୍ଠକାଠିନ୍ୟ ଦୂର ହୋଇଥାଏ । ଏ ସମୟ କର୍ମ ସୂର୍ଯ୍ୟାଦୟ ପୂର୍ବରୁ ସାରିବା ଉଚିତ । ସୂର୍ଯ୍ୟାଦୟ ପୂର୍ବରୁ ନିଶ୍ଚିତ ଭାବେ ସ୍ନାନକର୍ମ ସାରିବା ଉଚିତ୍ କାରଣ ଶାସ୍ତ୍ରଜ୍ଞମାନଙ୍କ ମତରେ ସୂର୍ଯ୍ୟାଦୟ ପୂର୍ବରୁ ସ୍ନାନ କଲେ ତାକୁ ଅମୃତ କୁହାଯାଏ ଓ ସୂର୍ଯ୍ୟାଦୟର ୨ ଘଣ୍ଟା ପରେ ସ୍ନାନ କଲେ ତାକୁ ରକ୍ତସ୍ନାନ କୁହାଯାଏ  । ଅତଃ ସ୍ନାନ ସର୍ବଥା ସୂର୍ଯ୍ୟାଦୟ ପୂର୍ବରୁ କରିବା ବିଧେୟ । ସ୍ନାନ ଓ ଧ୍ୟାନ ପରେ ଗଜା ହୋଇଥିବା ସୋଲା, ମୁଗ, ବାଦାମ ଅତି କମ୍ରେ ୫୦ ଗ୍ରାମ ଖାଇବା ଉଚିତ୍ । ଗଜା ମୁଗ ବାଦାମ, ସୋଲାରେ ବେଶି ପରିମାଣରେ ପ୍ରାୟତଃ ଖାଦ୍ୟସାର ( Vitamins ) ଥାଏ । ତେଣୁ ଶରୀର ଓ ମସ୍ତିଷ୍କ ପୁଷ୍ଟ କରିବା ସହ ଶରୀର ଓ ମନକୁ ଶାନ୍ତ ରଖିଥାଏ । ତତ୍ପରେ ୨/୩ ଗ୍ଲାସ ଜଳପାନ କରିବେ ଓ ପିଇବାର ୧/୨ ଘଣ୍ଟା ପରେ ଜଳଖିଆ ଖାଇବା ଉଚିତ୍ ।

ଏହିପରି ଦିନ ମଧ୍ୟରେ ସମୟସମୟରେ ଅତି କମ୍ ରେ ୧୦ ରୁ ୧୫ ଗ୍ଲାସ ଜଳପାନ କଲେ ଶରୀର ସୁସ୍ଥ ରହିଥାଏ । : ମାତ୍ର ଜଳ ସର୍ବଥା ଶୁଦ୍ଧ ହୋଇଥିବା ଆବଶ୍ୟକ । ଏହାଦ୍ଵାରା ଅମ୍ଳପିତ୍ତ ( Gastritis) କୋଷ୍ଠକାଠିନ୍ୟ ( Constipation) ଗୁରୁତା ( Heaviness ଏପରିକି ଉଚ୍ଚ ରକ୍ତଚାପ ( High Blood Pressure) ଅଜୀର୍ଣ୍ଣ ଜନିତ ମୁଣ୍ଡବ୍ୟଥା ( Headache) ଇତ୍ୟାଦି ରୋଗ ଦୂର ହୋଇଥାଏ ।

ଖାଦ୍ୟ ଖାଇବାର ପ୍ରଣାଳୀ

ସାଧାରଣତଃ ପେଟକୁ ୪ ଭାଗ କରିବା ତନ୍ମଧ୍ୟରୁ ଦୁଇ ଭାଗ ଖାଦ୍ୟ ଖାଇବେ । ଏକଭାଗ ଜଳ ପୂର୍ଣ୍ଣ କରିବେ ଓ ଅବଶିଷ୍ଟ ଏକ ଭାଗ ଖାଲି ରହିବା ଉଚିତ୍ । ଅର୍ଥବା ମନ ଯେତେବେଳେ ଯେତେ ଭୋଜନ ନିମନ୍ତେ ଇଚ୍ଛା କରୁଥିବ ତା’ର ଅଧା ଖାଇବେ । ଏହାଦ୍ଵାରା ହଜମ ଠିକ୍ ହୁଏ ଓ ଶରୀରର ଜଡତା ( Heaviness) ଦୂର ହୁଏ । ଖାଦ୍ୟ ସାଧାରଣତଃ ଦିନକ ମଧ୍ୟରେ ୪ ରୁ ୫ ଥର ଖାଇବା ଉଚିତ୍ ଦୁଇଥର ମୁଖ୍ୟ ଖାଦ୍ୟ ଓ ତିନିଥର ଜଳଖିଆ ଖାଇବା ଉଚିତ୍ । ରାତ୍ରି ସମୟରେ ସାଧାରଣତଃ ଶରୀର ଅବଶ ଥାଏ । ତେଣୁ ରାତ୍ରିରେ ରୁଟି ଆଦି ଲଘୁ ଖାଦ୍ୟ (Light Diet) ଖାଇବା ଉଚିତ୍ ।

ପ୍ରାତଃ ଜଳଖିଆ ପରେ ପୁନଶ୍ଚ ଦିନ ୧୨ ଟାରୁ ୧ ତା ମଧ୍ୟରେ ମୁଖ୍ୟ ଖାଦ୍ୟ ( principal meal)  ଖାଇବା ଉଚିତ୍ । କାରଣ ସେହି ସମୟରେ ସୂର୍ଯ୍ୟାଙ୍କର ଗମନ ଉର୍ଦ୍ଧ୍ଵରେ ଥାଏ । ତେଣୁ ହଜମ ଠିକ୍ ହୁଏ । ଦିନରେ ଖାଦ୍ୟ ଖାଇସାରିବାପରେ ଚିତ୍ ହୋଇ ଦୁଇରୁ ତିନି ମିନିଟ୍ ଶୋଇ ରହିବା ଉଚିତ୍ । ଖାଇବାର ସଙ୍ଗେ ସଙ୍ଗେ ଚାଲିଲେ ବା ପରିଶ୍ରମ କଲେବାଟ ବୃଦ୍ଧିହୁଏ । ସନ୍ଧ୍ୟାରେ ହାତ ପାଦ ଧୌତ କରି ଭଗବାନଙ୍କ ପ୍ରତି ମନ ରଖି ଧ୍ୟାନ ବା ଯୋଗ କରିବା ଉଚିତ୍ ଓ ପୁନଶ୍ଚ ପ୍ରାତଃବତ୍ ମଳଦ୍ଵାର ସଙ୍କୋଚନ, ପ୍ରସାରଣ ୪୦ ରୁ ୫୦ ଥର କରିବା ଉଚିତ୍ । ଶେଷରେ ରାତ୍ରି ଖାଦ୍ୟ ପରେ ହସ୍ତପାଦ ଧୌତ କରି ପୋଛି ବିଛଣା ଉପରେ ପୁନଶ୍ଚ ପଦ୍ମାସନରେ ବସି ଧ୍ୟାନ କରିବ ଭଗବାନଙ୍କୁ । ତତ୍ପରେମଧ୍ୟରେ କରୁଥିବାସ ସମସ୍ତ କର୍ମକୁ ମନେପକାଇ ସୁକର୍ମ ଓ କୁକର୍ମ ବାଛିବ ଓ କୁକୁର୍ମ ପାଇଁ ନିଜେ ଅନୁତପ୍ତ ହୋଇ ପୁନଶ୍ଚ ନ କରିବାପାଇଁ ଭଗବାନଙ୍କନିକଟରେ ପ୍ରାର୍ଥନା କରିବ । ଫଳରେ କୁକୁର୍ମ କରିବା ନିଶ୍ଚିତଭାବେ କମିଯିବ ।

ଶେଷରେ ଶୟନ କରିବା ଉଚିତ୍ । ପୁରୁଷ ଦକ୍ଷିଣ ପାର୍ଶ୍ଵରେ ଓ ସ୍ତ୍ରୀ ବାମ ପାର୍ଶ୍ଵରେ ଶୟନ କରିବା ଉଚିତ୍ । ଚିତ୍ ହୋଇ ଶୋଇବାଦ୍ଵାରା ଶରୀରର ସମସ୍ତ ଅଙ୍ଗଉପରେ ଚାପା ( pressure ) ପଡେ । ଫଳରେ ଘୁଙ୍ଗୁଡି ମାରିବା, ଆଜୀର୍ଣ୍ଣ ( indigestion  ହେବା, ଦୁଃସ୍ଵପ୍ନ ଦେଖିବା, ସ୍ଵପ୍ନଦୋଷ ( Night Polution) ଆଦି କୁଫଳ ମିଳିଥାଏ ।

“ EARLY TO BED EARLY TO RISE”

KEEPS THE BODYHEALTHY AND WISE

ତେଣୁ ଶୀଘ୍ର ଶୋଇବା ଉଚିତ୍ । ଅର୍ଥାତ୍ ରାତ୍ର ୧୦ ଟାରୁ ୧୦-୩୦ ମଧ୍ୟରେ ଶୋଇବ ଓ ୪.୩୦ ମଧ୍ୟରେ ଶର୍ଯ୍ୟାତ୍ୟାଗ କରିବା ଉଚିତ୍ ଅର୍ଥାତ୍ ୫ ରୁ ୭ ଘଣ୍ଟା ଶୋଇବା ଉଚିତ୍ ।

ମୁହଁ ହାତ ଧୋଇବା ନିୟମ

ସକାଳୁ ଉଠି ଶଯ୍ୟାତ୍ୟାଗ ପରେ ଜଳ ପାଟିରେ ଧରିରଖି ଦଶରୁ ପନ୍ଦରଥର ଆଖିକୁ ଜଳ ଚଟିବା ଉଚିତ୍ । ଏହାଦ୍ଵାରାଚକ୍ଷୁ ନିର୍ମଲ ହୁଏ ଓ ଚକ୍ଷୁର ସାମାନ୍ୟ ରୋଗ ଦୂର ହୁଏ । ମୁଖରେ ଧରି ରଖିଥିବା ଜଳକୁ ତତ୍ପରେ ଗଳଗଳ ( Gurgle କରି ଫୋପାଡି ଦେବେ । ଏହି ପରି ଗଳଗଳ ଆଟୁଇ କମ୍ ରେ ୫ ଥର କରିବା ଉଚିତ୍ ।

ଦନ୍ତ ଶୋଧନ

ଅରଖ କଥିରେ ଦାନ୍ତ ଘଷିଲେ ବୀର୍ଯ୍ୟ ବୃଦ୍ଧି ହୁଏ । ବଟ କାଠିରେ ଘଷିଲେ କାନ୍ତି ବୃଦ୍ଧି ହୁଏ । ଖଇବ କାଠିରେ ଘଷିଲେ ଦନ୍ତରୋଗ  ଦୂର ହୁଏ । କଦମ୍ବ ଅପାମାର୍ଗ କୁଢେଇ କାଠିରେ ଘଷିଲେ ସୁନ୍ଦୁର ଚେହେରା ହୁଏ । କିଆ, ବାଉଁଶ ଓ ନଡିଆ କାଠିରେ ଦାନ୍ତ ଘଷିଲେ ଅନିଷ୍ଟ ହୁଏ । ସୋରିଷତେଲ ସହ ଲୁଣ ମିଶାଇ ଦାନ୍ତ ଘଷିଲେ ଦନ୍ତ ଚିକ୍କଣ ହେବା ସହ, ଚିକ୍କଣଦେଖାଯାଏ ତଥାକେତେକ ଦନ୍ତରୋଗ ଓ ଦନ୍ତ ଦୁର୍ଗନ୍ଧ ମଧ୍ୟ ନଶ୍ଚ ହୁଏ ।

ମୈଥୁନ ସମୟ

ଅଧୁନା ଏ ଯୋଗରେ ମନୁଷ୍ୟ ପଶୁତ୍ଵ ପ୍ରାପ୍ତି ବା ରୀତି ନୀତି କିଛି ନ ମାନି ମୈଥୁନରେ ଡ଼ଟ ହେଉଅଛି ଯଦ୍ଦ୍ଵାରା କି ମନୁଷ୍ୟର ଭାବଯୁକ୍ତ ସନ୍ତାନ ଜନ୍ମ ହୋଇ ପଶୁତ୍ଵ ବା ରକ୍ଷସତ୍ଵ ଭାବଯୁକ୍ତ ସନ୍ତାନ ଜାତ ହେଉଛନ୍ତି । ଫଳରେ ମନୁଷ୍ୟ ସମାଜ ଘୃଣ୍ୟତ୍ଵର ପଦବାଚ୍ୟ ହୋଇ ସଂସାରକୁ ଧ୍ଵଂସାଭିମୁଖୀ କରିବାକୁ ବସିଲାଣି ।

ଅମାବାସ୍ୟା, ସଂକ୍ରାନ୍ତି ପୂର୍ଣ୍ଣମୀ, ରଜସ୍ଵଳା, ରୋଗୀ, ଦିନରେ ନୀଚଯୋନିରେ ଅର୍ଥାତ୍ ବା ପଶୁ ଆଦି ଯୋନିରେ ମୈଥୁନ, ରାତ୍ରିଜାଗରଣପରେ, ଅତି ପରିଶ୍ରମ ପରେ, ମନସ୍ତାପ ପରେ, ମୈଥୁନ ସଦା ବର୍ଜ୍ୟ ଅଟେ, ଅର୍ଥାତ୍ କରିବା ଅନୁଚିତ ।

ମୈଥୁନ ସମୟ ସାଧାରଣତଃ ସ୍ତ୍ରୀର ରଜସ୍ଵଳା ପରେ ରାତ୍ରିର ୩ୟ ପ୍ରହରରେ ହେବା ଉଚିତ୍ । କାରଣ ରାତ୍ରିର ୩ୟ ପ୍ରହରରେ ଶରୀର ସୁସ୍ଥ ଥାଏ ଅର୍ଥାତ୍ ରାତ୍ରି ନିଦ୍ରାପରେ ଶରୀର ଠିକ୍ ଥାଏ ଓ ମୈଥୁନ ପରେ ମଧ୍ୟ କିଛି ସମୟ ମିଳେ ବିଶ୍ରାମ ନେବାପାଇଁ । ଫଳରେ ମୈଥୁନ ଉପଭୋଗ୍ୟ ଓ ସୁସନ୍ତାନ ତଥା ସୁମସ୍ତିଷ୍କଯୁକ୍ତ ସନ୍ତାନ ସୃଷ୍ଟି କରିଥାଏ ।

ମୈଥୁନ ସାଧାରଣତଃ ଉଭୟ ପକ୍ଷର ମନ , ଶକ୍ତି ଖୁସି, ସୁସମୟ, ବଯସର ପକ୍ଵତା, ସୁନିଦ୍ରାପରେ, ଉଭୟ ଉଭୟଙ୍କୁ ସନ୍ତୁଷ୍ଟ କରିବାର ମନୋବୃତ୍ତି ନେଇ ହେବା ଉଚିତ୍ । ଯାହାଦ୍ୱାରା କି ସୁସନ୍ତାନ ଜାତ ହୋଇଥାଏ ।

ଯଦି ମନ ଠିକ୍ ଶରୀର ଦୁର୍ବଳ ହୋଇ ଜନ୍ମ ହୁଏ ଏବଂ ଯଦି ବା ସନ୍ତାନ ଇଚ୍ଛା ନ ଥାଏ । ତେବେ ମଧ୍ୟ ଉଭୟ ପକ୍ଷର ଶକ୍ତି ହ୍ରାସ ସହ କ୍ରମେ ମନୋମାଳିନ୍ୟ ହୋଇଥାଏ । ସଂଭୋଗ ବା ମୈଥୁନ ସମୟରେ ସ୍ତ୍ରୀ ଓ ସ୍ଵାମୀ ଉଭୟେ ଉଭୟଙ୍କ ମନରେ ରହିବା ଉଚିତ୍, ଅର୍ଥାତ୍ ଦୁହେଁ ଦୁହିଁଙ୍କ ପାଇଁ ଚେଷ୍ଟା ବା ଇଚ୍ଛା କରିବା ଦରକାର ଯେ ମୁଁ ସବୁଠାରୁ ବେସୀ ଉପଭୋଗ ଅନ୍ୟ ପକ୍ଷରୁ ଦେବୀ । ଏହା ଦ୍ଵାରା ଦେବାର ମନୋଭାବ ବଢି ଉଭୟେ ଉଭୟଙ୍କ ସମତାନରେ ଉପଭାଗ କରାଇ ପାରିବେ ଓ ସୁସନ୍ତାନର ଜନକଜନନୀ ହୋଇପାରିବେ । ସ୍ଵାମୀ ସର୍ବଦା ଚାହିଁବା ଦରକାର ଯେ ଶୀଘ୍ର ସ୍ଖଳନ ନ କରି କିଛି ବେସୀ ସମୟ ମୋ ସ୍ତ୍ରୀକୁ ଉପଭୋଗ କରିବାକୁ ଦେବି ଏବଂ ସ୍ତ୍ରୀ ସର୍ବଦା ଚାହିଁବା କରକାର ଯେ ମୁଁ ମୋ ସ୍ଵାମୀଙ୍କ ଏପରି ଉପଭାଗ କରାଇବି ଯେପରି ସେ ଆଉ କାହାଠାରୁ ପାଇବାକୁ ଇଚ୍ଛା କରିବେ ନାହିଁ ବା ପାଇ ନ ଥିବା । ତାହାଦ୍ୱାରା ଉଭୟଙ୍କ  ମଧ୍ୟରେ ଏକ ସାମ୍ୟତା ସୃଷ୍ଟି ହୋଇ ଭଲପାଇବାକୁ ଚରମତା ପ୍ରାପ୍ତହୁଏ ଓ ଦେବୋପନ ସନ୍ତାନ ଜନ୍ମ ଦେବା ସଙ୍ଗେ ସଙ୍ଗେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୁଏ: ଫଳରେ ଏ ସୃଷ୍ଟିର ସୁକଲ୍ୟାଣ ସାଧନ ହୋଇଥାଏ ।

ଅମାବାସ୍ୟ, ସଂକ୍ରାନ୍ତି ଓ ପୂର୍ଣ୍ଣମୀରେ ସୂର୍ଯ୍ୟଙ୍କର ଆକର୍ଷଣ ବେଶି ଥାଏ । ତେଣୁ ମୈଥୁନ କଲେ ଯଦି ସନ୍ତାନ ରହେ ତେବେ ସେ ସନ୍ତାନ ସାଧାରଣତଃ ଦୁର୍ବଳଚେତା ଓ ନୀଚ ବା କୁମସ୍ତିଷ୍କ ମନୋଭାବ ନେଇ ଜନ୍ମ ହେବ । ଦିବାକାଳରେ ବା ନୀଚ ଯୋନିରେ ମୈଥୁନ କଲେମନ ବ୍ୟସ୍ତତା ଥାଏ ଏବଂ ଉୟର ଏକ ମନୋଭାବ ମଣ୍ଡିତ ଥାଏ । ତେଣୁ ପିଲା ଭୟାଳୁ ଓ ଅସ୍ଥିର ମସ୍ତିକ ହୋଇ ଜନ୍ମ ନିଏ ।

ରଜସ୍ଵଲା ସମୟରେ ମୈଥୁନ କଲେ ପ୍ରାୟତଃ ସ୍ତ୍ରୀ ଶରୀର ଦୁର୍ବଳ ଥାଏ । ଏବଂ ଗର୍ଭାଶୟର ସମସ୍ତ ଦ୍ରବ୍ୟ ରାଜ ଆକାରରେ ନିଷ୍କାସିତ ହୋଇଥାଏ : ତେଣୁ ସଂକ୍ରମଣର ( infection) ବହୁତ ସମ୍ଭବନାଠେ । eତ୍ବୋଙ୍ଗ ସେହି ସମୟରେ ଯଦି ସନ୍ତାନ ସ୍ଥାପନ ହୁଏ ଗର୍ଭୟରେ, ତେବେସେ ସନ୍ତାନ ନିଶ୍ଚିତଭାବେ ପାଗଳ ସଦରୋଗୀ, ନୀଚ ମନୋଭାବଯୁକ୍ତ, କ୍ଷୀଣ ମସ୍ତିଷ୍କଯୁକ୍ତ ଦୁରାଚାରୀ ଓ ବିଧର୍ମୀ  ହୁଏ । ନୀଚଯୋନିରେ ମୈଥୁନ କଲେ ମନର ନୀଚତା ଉତ୍ପନ୍ନ ହୁଏ ଓ ସେହିଭାବ ସନ୍ତାନର ମସ୍ତିଷ୍କରେ ରହି ନୀଚଭାବ ଉତ୍ପନ୍ନ କରାଏ । ତଥା ଅତ୍ୟନ୍ତ ରୋଗୀ ମଧ୍ୟ ହୋଇ ପାରେ ।

ତେଣୁ ମୈଥୁନ ସାଧାରଣତଃ ରାତ୍ରିର ତୃତୀୟ ପ୍ରହରରେ କରିବା ପୂର୍ବରୁ ଶରୀରର ଭାବ, ସ୍ଥାନ, ମନର ଭାବ ( ଉଭୟ ପକ୍ଷର) ତଥା ଅମାବାସ୍ୟା, ସଂକ୍ରାନ୍ତି, ପୂର୍ଣ୍ଣମୀ ରଜସ୍ଵଳା ରୋଗୀ ହୋଇ ନ ଥିବା ଦେଖି ଭଗବାନ୍ ଙ୍କ ପାଦରେ ମନ ଧ୍ୟାୟୀ ଯେପରି ସନ୍ତାନ ଚାହିଁବା ସେହପରି ଦେବଦେବୀଙ୍କୁ ମନ ମଧ୍ୟରେ ଉଭୟ ସ୍ଵାମୀ ଓ ସ୍ତ୍ରୀ ରଖି, ମୈଥୁନରେ ପୂର୍ଣ୍ଣତ୍ଵଭାବ ନେଇ ମୈଥୁନ କଲେ ସେହିପରି ଦେବୋପମ ସନ୍ତାନ ଜନ୍ମ ନେଇ ନିଜର ଉପକାର ସଙ୍ଗେ ସଙ୍ଗେ ଏ ପୃଥିବୀର କଲ୍ୟାଣ ମଧ୍ୟ ହୋଇପାରିବ । ।

ଆହାର

ପାର୍ଥିବ ଶରୀରର ଧାରଣ ନିମନ୍ତେ ଖାଦ୍ୟ, ଜଳ, ନିଶ୍ଵାସ ନିତାନ୍ତ ଆବଶ୍ୟକ ତା’ ମଧ୍ୟରୁ ଖାଦ୍ୟ ଅନ୍ୟତମ ଅଟେ । ଖାଦ୍ୟ ବିଭିନ୍ନ ପ୍ରକାରର ବିଭିନ୍ନ ସ୍ଥାନରେ ବିଭିନ୍ନ ବାୟୁମଣ୍ଡଳକୁ ନେଇ ହୋଇଥାଏ । ତା’ ମଧ୍ୟରୁ ସାଧାରଣତଃ ଖାଦ୍ୟ ବା ଆହାରକୁ ଦୁଇ ଭାଗରେ ବିଭକ୍ତ କରାଯାଏ । ଯାହାକି ମନୋଭାବ, ଶରୀର ଓ ଜଳବାୟୁ ଇତ୍ୟାଦିକୁନେଇ ହୋଇଥାଏ । ଯେପରିକି ଥଣ୍ଡା ଦେଶରେ ସାଧାରଣତଃ ମାଂସାହାରୀ ଅଧିକ ମାତ୍ର ଗରମ ଦେଶରେ ଶାକାହାରୀ ଉତ୍ତମ ଅଟେ । ଭରତ ଏକ ଗରମ ଡେଡ ତେଣୁ ଏ ଦେଶରେ ସା କାହାର ବା ନିରାମିଷ ଆହାର ଉତ୍ତମଅଟେ ।

ଆହାର ସାଧାରଣତଃ ଦୁଇ ପ୍ରକାରର ଯଥା-

  1. ମାଂସାହାର ବା ଆମିଷ
  2. ଶାକାହାର ବା ନିରାମିଷ ।

ମାଂସାହାରି ଓ ଶାକାହାରୀମାନଙ୍କର ସାଧାରଣତଃ ଚରିତ୍ର ( Nature) ଅଲଗା ଅଲଗା ହୋଇଥାଏ ।

ମାଂସାହାରୀ ସାଧାରଣତଃ କ୍ରୋଧ, ତାମସିକ, ରାଜସିକ ବିଧର୍ମୀ ପ୍ରକୃତିକହୋଇଥାଏ । ମାଂସାହାରୀ ବ୍ୟକ୍ତି ମାଂସାଶୀ ପ୍ରକୃତିକ ହୋଇ ନିଜର ସ୍ଥିତି ଅବସ୍ଥା ଧ୍ୟାନ, ଧାରଣା କ୍ଷମା ଶୌର୍ଯ୍ୟ ଗୁଣକୁ କ୍ଷୟ କରିଥାଏ ।

ଶାକାହାରୀ ସାଧାରଣତଃ ସାତ୍ଵିକ, କ୍ଷମାଶୀଳ, ଅଳ୍ପ କ୍ରୋଧବା ଆକ୍ରୋଧି, ଅମାନୀ ନିରଳସ, ଧୀଃ, ଧୃତିଯୁକ୍ତ, ଧର୍ମୀ ପ୍ରକୃତିକ ହୋଇଥାଏ ।

ପ୍ରକୃତରେ ମନୁଷ୍ୟ ଶରୀର ମାଂସାଶୀ ନୁହେଁ । ଏହା ସାଧାରଣତଃ ଶାକାହାରୀ କାରଣ କୌଣସି ମାଂସର କୋଷ ( tissue or cell ) ସଂପୂର୍ଣ୍ଣଭାବେ ମନୁଷ୍ୟର କୋଷ ( Cell) ସହ ସମାନ ନୁହେଁ । କେତେକାଂଶରେ ସାମାନ୍ୟତମ୍ କମ୍ ବେଶି ଛେଳିମାଂସରେ ଦେଖାଯାଏ । ତେଣୁ ଯେହେତୁ ମନୁଷ୍ୟ ଶରୀରର ମାଂସ ସହ ସମଭାବାପନ୍ନ ହୋଇ ନ ପାରେ ଟେବୁ ମାଂସ ଭକ୍ଷଣ ଦ୍ଵାରା ଶରୀରରେ ଅହେତୁକ ଉକ୍ଷ୍ମତା ଉତ୍ପନ୍ନ କରେ, ଗୁରୁ ବଢାଏ, କୋଷ୍ଠକାଠିନ୍ୟତା ଆଦି କୁପ୍ରଭାବ ଦେଖାଏ । ତେଣୁ ମନୁଷ୍ୟ ମାଂସାଶୀ ହେବାଦ୍ଵାରା କ୍ରୋଧ ଓ ତାମସିକ ହୁଏ । କୌଣସି ପ୍ରାଣୀର ଶରୀରର ତାପମାତ୍ରା ( Temperature) ସହ ମନୁଷ୍ୟ ଶରୀରରତାପମାତ୍ରା ସମାନ ନୁହେଁ: ପ୍ରାୟତଃ ବେଶିଥାଏ ଛେଳିର ଶରୀରର ତାପମାତ୍ରା ( Normal Temperature) ଓ କୁକୁଡା ଶରୀରର ତାପମାତ୍ରା ସାମାନ୍ୟ ବେଶି । ତେଣୁ ଏହିପରି ଯେତେକ ପ୍ରାଣୀମାନଙ୍କର ମାଂସ ଆମ୍ଭେମାନେ ଭକ୍ଷଣ କରୁଁ ସମସ୍ତଙ୍କର ପ୍ରାୟ ଶରୀରର ତାପମାତ୍ରା ମନୁଷ୍ୟ ଶରୀରର ତାପମାତ୍ରାଠାରୁ ବେଶି । ତେଣୁ ଶରୀରରେ ସମଭାବ ଉତ୍ପନ୍ନ ନ କରି ଅସମତା ଉତ୍ପନ୍ନ କରି ବିଭିବ୍ନ କୁପ୍ରଭାବ ସୃଷ୍ଟି କରିଥାଏ । ତେଣୁ ମାଂସ ଭୟାନ ପରେ କୋଷ୍ଠକାଠିନ୍ୟ ( Constipation) ହୁଏ । ତେଣୁ ଦେହ ଭଲଲାଗେ ନାହିଁ । ଚିଡ୍ ଚିଡ୍ ଲାଗେ ଓ ମନୁଷ୍ୟ ସର୍ବଦା କ୍ରୋଧିତ ଅବସ୍ଥାରେ ରହେ । କ୍ରୋଧଦ୍ଵାରା କେତେକ ନ କରିବା ଘଟନା ବା ଘୃଣ୍ୟ କୁକୁର୍ମ କରିବସେ ।

ଉଦାହରଣସ୍ୱରୂପ ଭାଗ ସାଧାରଣତଃ, ମାଂସାଶୀ ତେଣୁ ଅତି କ୍ରୋଡ୍ଗ ମାତ୍ର ହାତୀ ଶାକାହାରୀ : ତେଣୁ ଅତି  ଶକ୍ତିଶାଳି ହେଲେ ଅତି ସରଲ ପ୍ରକୃତିକ ହୋଇଥାଏ । ତେଣୁ ଶାକାହାରୀ ଉତ୍ତମ ଅଟେ । ମାନସକୁ କାଟିକାରି ଆଣି ଛଅରୁ ଆଠଘଣ୍ଟା ରହିଦେଲେ ତାହା ଆରମ୍ଭ କରେ ମାତ୍ର ନିରାମିଷ ଦ୍ରବ୍ୟ- ଯଥା – ପାରିବା ଆଦି ଚାରିଦିନ ରଖିଲର ମଧ୍ୟ ତାହା ଏତେ ଶୀଘ୍ର ପଚି ନ ଥାଏ । ଏଥିରୁ ପ୍ରମାଣିତ ହୁଏ ଯେ ମାଂସର ଶକ୍ତି କ୍ଷଣିକ ହେଲେ ମଧ୍ୟ ବହୁତ ଶୀଘ୍ର ତାହାର ଶକ୍ତି ହ୍ରାସ ହୋଇଥାଏ । ମାତ୍ର ଶାକଦ୍ରବ୍ୟର ଧୀରେ ଧୀରେ ଶକ୍ତି ବଢି ବହୁତ ଦିନ ପର୍ଯ୍ୟନ୍ତ ରହେ ବା ଦୀର୍ଘସ୍ଥାୟୀ ହୁଏ ।

ବ୍ୟାଘ୍ର ମାଂସାଶୀ ହେତୁ ତାହାର ସ୍ଵକ୍ରୋଧବଶତଃ ସେ ପ୍ରାୟତଃ ୨ଟି ବା  ୪ଟି ଏକ ସଙ୍ଗେ ବୁଲନ୍ତି । କାରଣ ସେମାନେ ଜାଣନ୍ତି ବା ଅହମିକା ଭାବ ହେତୁ ଭାବନ୍ତି ଯେ ଆରମ୍ଭମାନେ ଅତି ବଳଶାଳୀ । ତେଣୁ ନିମ୍ନତମ ପ୍ରାଣୀମାନଙ୍କୁ ଭକ୍ଷଣ କରନ୍ତି । ମାତ୍ର ହସ୍ତୀ ସାଧାରଣତଃ ଏକ ସଂଗଠିକ ( Group) ଭାବେ ବୁଲନ୍ତି । ଅର୍ଥାତ୍ ଏକାଥର କୋଡିଏ ତିରିଶଟି ବା ଅଧିକ ଆକାରରେ । କାରଣସେମାନେ ସଂଗଠିତଭାବେ ରହିବାକୁ ଭଲପାଆନ୍ତି ଓ ସମସ୍ତଙ୍କୁ ସାହାଯ୍ୟଶୀଳ ହୋଇ ରହନ୍ତି । ସେମାନଙ୍କର ପାଞ୍ଚଟି ବାଘର ଶକ୍ତି ଥିଲେ ମଧ୍ୟ କେବେ କୁକର୍ମରେ ବିନିଯୋଗ କରନ୍ତି ନାହିଁ । ମାତ୍ର ଏ ଯୁଗର ମନୁଷ୍ୟ ମାଂସାହାରୀ ହୋଇ ସାଧାରଣତଃ ବ୍ୟାଘ୍ର ଭଳି ଭିନ୍ନଭାବେ ( Separately) ରହିବାକୁ ଭଲପାଉଛି । ତେଣୁ ଆସନ୍ନ ଦୁଃଖ ଭୋଗ କରୁଛି । ତେଣୁ ଏଥିରୁ ପ୍ରମାଣିତ ହେଲା ଯେ ମନୁଷ୍ୟ ଶାକାହାରୀ ବା ନିରାମିଷ ଆହାରଦ୍ଵାରା ଶାନ୍ତିରେ ବସତି ସ୍ଥାପନ କରି ପାରିବ ।

ଶାକାହାରଦ୍ଵାରା ମନୁଷ୍ୟର କୋଷ୍ଠକାଠିନ୍ୟ ରହେ ନାହିଁ, ତେଣୁ ଶରୀର ଠିକ୍ ରହେ । ଠିକ୍ ପରିଗରମ କରିପାରେ । ମାତ୍ର ମାଂସାହାରଦ୍ଵାରା ଶରୀରରେ ପ୍ରାୟତଃ କୋଷ୍ଠକାଠିନ୍ୟତା ହୁଏ । ତେଣୁ ଦେହ ଖରାପ ଲାଗେ, କ୍ରମଶଃ ଏହି ଅର୍ଜୀର୍ଣ୍ଣତ୍ଵ ଶରୀରରେ ରହି ରହି ତ୍ରିଦୋଷ ପ୍ରକୁପିତ କରି ଅମ୍ଳପିତ୍ତ ( Gastritis) ଅରୁଚି, ଅଗ୍ନିମାନ୍ଦ୍ୟ, ଯକୃତ ରୋଗ ( Liver Disease) ଓ କ୍ରମଶଃ ଆଣ୍ଠୁଗଣ୍ଠି ବାତ ( Rheumatism) ଆଦି ସୃଷ୍ଟି କରିଥାଏ ।

ତେଣୁ ଶାକାହାର ହିଁ ନମୁଷ୍ୟର ପ୍ରକୃତ ଆହାର । ପ୍ରତ୍ୟେକ ଦିନ ପ୍ରତି ମନୁଷ୍ୟ ଅତି କମ୍ ରେ ପାରିବା ୪୦୦ ରୁ ୮୦୦ ଗ୍ରାମ୍ ପର୍ଯ୍ୟନ୍ତ ଖାଇବା ଉଚିତ୍ ଶାସ୍ତ୍ରରେ ଅଛି – ‘ଘୃତହୀନ କୁଭୋଜନ’ ।

ତେଣୁ  ମର୍ତ୍ତ୍ୟର ଅମୃତ ହେଲା ଗୋଘୃତ, ଜଣେ ବ୍ୟକ୍ତି ପ୍ରତିଦିନ ଯଦି ଅତି କମ୍ ରେ ୨୦ ରୁ ୩୦ ଗ୍ରାମ୍ ଗୋଘୃତ ଭାତ, ରୁଟି ବା କ୍ଷୀର ସହ ସେବନ କରେ ତେବେ କୌଣସି ରୋଗ ଶରୀରକୁ ଗ୍ରାସ କରିବ ନାହିଁ ।

ମର୍ତ୍ତ୍ୟର ପଞ୍ଚ ଅମୃତ ମଧ୍ୟରୁ ଯଦି ପ୍ରତ୍ୟହ କିଛି ଗୋଘୃତ କିଛି ମଧୁ ବା ମହୁ ଏବଂ କିଛି ଦୁର୍ଗ୍ଧ ପାନ କରେ ତେବେ ସେ ଦୀର୍ଘାୟୁ ହେବା ସଙ୍ଗେ ସଙ୍ଗେ ନିରୋଗ ହୋଇ ବଞ୍ଚି ସୁ- ସଂସାର ଗଠନରେ ଏ ଯୁଗକୁ ସାହାଯ୍ୟ କରିପାରିବ ।

ନିଷିଦ୍ଧ ଆହାର

ଆମ୍ଭେମାନେ ଆହାର ଗ୍ରହଣ କରିଥାଉଁ ମାତ୍ରା କେତେକ ଆହାର ଥାଏ । ଯେଉଁଗୁଡିକ ଆମ୍ଭମାନଙ୍କର ଅଜାଣତରେ ଶରୀରରେ କୁପ୍ରଭାବ ବା ବିଷାକ୍ତ ପ୍ରଭାବ ପକାଇ ଶରୀରକୁ ଅସୁବିଧାରେ ପକାଏ ବା ମୃତ୍ୟୁ ମୃଖରେ ପକାଏ । ସେ ଆହାରଗୁଡିକ ନିଷେଧ କରିବା ନିହାତି ଆବଶ୍ୟକ । ସେ ନିଷିଦ୍ଧ ଆହାରଗୁଡିକରୁ କେତେକ ପରପୃଷ୍ଠାରେ ପ୍ରଦତ୍ତ କରାଗଲା ।

  1. କ୍ଷୀର ସହ, ମାଛ, ମାଂସ, ଲୁଣ ଓ ଖଟା ଖାଇବ ନାହିଁ ।
  2. କଦଳୀ ସହ ଦହି ଖାଇବା ନାହିଁ, ଖାଇଲେ କଫ ବୃଦ୍ଧି ହୁଏ ।
  3. ରାତ୍ରରେ ଦହି, ଶାଗ, ଅତି ପିତା ଦ୍ରବ୍ୟ ସେବନ ନିଷେଧ- କାରଣ ପିତ୍ତ ପ୍ରକୃପିତ ହୁଏ ।
  4. କଂସା ବାସନରେ ଘୃତ ବା ପଇଡପାଣି ପିଇବ ନାହିଁ କଲେ ବିଷକ୍ରିୟା ହୁଏ ।
  5. ଥରେ ରନ୍ଧାଖାଦ୍ୟକୁ ପୁନଶ୍ଚ ଗରମ କରି ଖାଇବା ଅନୁଚିତ ।
  6. ରବିବାରରେ ମାଛ, ମାଂସ, ମଦ ବିରି ନିମ୍ବପତ୍ର ଆଦି ଖାଇବା ନାହିଁ । କାରଣ ରବି ଅର୍ଥାତ୍ ସୂର୍ଯ୍ୟଙ୍କର ରବିବାର ଦିନ ପ୍ରଭାବ ବେଶି ଥାଏ ତେଣୁ ହଜମ ଥିକ୍ ହୁଏ ନାହିଁ ।
  7. ସୂର୍ଯ୍ୟଙ୍କ ଆଡକୁ ମୁଖକରି ପରିସ୍ରା ବା ମଳତ୍ୟାଗ କରିବା ଅନୁଚିତ ।
  8. ଏକାଦଶୀ, ପୂର୍ଣ୍ଣମୀ, ଅମାବାସ୍ୟା ସଂକ୍ରାନ୍ତି ଭାତ ଖାଇବା ଅନୁଚିତ । ରୋଟି ବା ଗହମ ଜାତୀୟ ଖାଦ୍ୟ ଅଳ୍ପ ଖାଇବା ଉଚିତ ବା ଉପବାସ କଲେ ଅତି ଉତ୍ତମ  ।
  9. ପୂର୍ବଦିଗ ଓ ସମ୍ମୁଖ ବାୟୁ ସେବନ ନିଷେଧ । କାରଣ ବାଟ ରୋଗ, ଶିର ରୋଗ, ବ୍ରଣ ରୋଗ, ଶୀରପୀଡା ଆଦି ରୋଗ ହୋଇଥାଏ ।

10. ଦକ୍ଷିଣ ଓ ପଶ୍ଚିତ ଦିଗକୁ ମୁଖ କରି ଭୋଜନ କରିବା ନିଷେଧ ।

11. ଉତ୍ତର ଓ ପଶ୍ଚିମ ଦିଗକୁ ମୁଖ କରି ଶୟନ କରିବା ନିଷେଧ ।

12. ଅନ୍ୟମନସ୍କ ବା ମନସ୍ତାପ ପରେ ଅତି ଚିନ୍ତାତୁରେ ଭୋଜନ ନିଷେଧ କାରଣ ସେ ସମୟ ଭୁକ୍ତ ଖାଦ୍ୟ ଠିକ୍ ଭାବେ ହଜମ ହୁଏ । ନାହିଁ ।

13. ଶୁଦ୍ଧ ସଦାଚାରଯୁକ୍ତ ହୋଇ ରନ୍ଧନ ହୋଇଥିବା ଖାଦ୍ୟ ଶୁଦ୍ଧ ଓ ସଦାଚାରଯୁକ୍ତ ହୋଇ ଭଗବାନ୍ ଙ୍କର ନାମ ସ୍ମରଣପୂର୍ବକ ସେବନ ବିଧେଯ । ଅନ୍ୟଥା ସେବନ ନିଷେଧ’ । ତେଣୁ କଥାରେ ଅଛି ।

“ସଦାଚାରରେ ଭୋଜନ କର

“ଶୁଦ୍ଧ ରହିବ ଶରୀର ତୋର”

ଆଧାର :ଅନିଲ କୁମାର ଦାଶ,ସରକାରୀ ଆୟୁର୍ବେଦ ଚିକିତ୍ସା



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate