ସନପଏଜନିଂ କହିଲେ ପ୍ରକୃତରେ ସୂର୍ଯ୍ୟ କିରଣ ଦ୍ଵାରା ଆମ ଦେହରେ କୌଣସି ବିଷାକ୍ତିକରଣ ହୋଇନଥାଏ, ସୂର୍ଯ୍ୟକିରଣ ଦ୍ଵାରା ଆମ ଚର୍ମରେ ହେଉଥିବା ଅତ୍ୟଧିକ କ୍ଷତି ( ସନ୍ ବର୍ଣ୍ଣ) କୁ ସନ୍ ପଏଜନିଂ କୁହାଯାଇଥାଏ ।
ଅଲ୍ଟ୍ରାଭାୟୋଲେଟ ରେଡିଏସନ୍ ଯୋଗୁଁ ଏହି ସନ୍ ପଏଜନିଂ ହୋଇଥାଏ ଯାହାଦ୍ୱାରା ଆମର ଚର୍ମ ଭୀକ୍ଷଣ ଭାବରେ କ୍ଷତିଗ୍ରସ୍ତ ହୋଇଥାଏ ।
ଖରା ଦିନେ ଅତିବେଶୀରେ ପନ୍ଦର ମିନିଟ୍ ଖରାରେ ରହିଲେ ଆପଣଙ୍କୁ ସନ୍ ବୁର୍ଣ୍ଣ ହୋଇବା ସମ୍ଭାବନା ରହିଥାଏ କେବେ କେବେ ଏହା ସଙ୍ଗେ ସଙ୍ଗେ ଜଣାପଡିଯାଉଥିବା ବେଳେ ଆଉ କେତେକ ସ୍ଥଳେ ଏହା ଡେରିରେ ଜଣାପଡିଥାଏ ।
ଅଧିକ ସମୟ ଆମେ ଖରାରେ ରହିଲେ ଚର୍ମ ନାଲି ପଡିବା, ଚର୍ମରେ ଜ୍ଵଳନ ହେବା ଆଦି ଲକ୍ଷଣ ଦେଖାଦେଇଥାଏ । ଯଦି ଆପଣଙ୍କ ଚର୍ମ ପତଳା ହୋଇଥାଏ ତେବେ ଅଧିକ ସମୟ ଖରାରେ ରହିବା ଦ୍ଵାରା ସନବର୍ଣ୍ଣର ଶିକାର ହୋଇପାରନ୍ତି ।
ଅତ୍ୟଧିକ ସନବର୍ଣ୍ଣ କିମ୍ବା ସନ ପଏଜନିଂ ହେବା ଦ୍ଵାରା ନିମ୍ନଲିଖିତ ଲକ୍ଷଣ ମାନ ପ୍ରକାଶ ପାଇଥାଏ । ଚର୍ମ ନାଲି ପଡିଯିବା ଏବଂ ଚର୍ମ ଜ୍ଵଳନ ହେବା । ଯନ୍ତ୍ରଣା ଏବଂ ଚର୍ମ ହାଲକା ଭାବରେ କୁଣ୍ଡାଇ ହେବା । ଚର୍ମ ଫୁଲିଯିବା । ଜ୍ଵର ଏବଂ ଥଣ୍ଡା ହେବ ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା, ଶରୀରର ଜଳୀୟ ଅଂଶ କମିଯିବା, ଦୁର୍ବଳ ଲାଗିବା ଆଦି ଲକ୍ଷଣ ଦେଖାଦେଇଥାଏ ।
ଅତ୍ୟଧିକ ସନବର୍ଣ୍ଣ କିମ୍ବା ସନ ପଏଜନିଂ ହୋଇଥିଲେ ନିମ୍ନଲିଖିତ ଭାବରେ ଉପଚାର କରାଯାଇପାରେ ।
ଅଧିକ ସମୟ ଖରାରେ ରୁହନ୍ତୁ ନାହିଁ । ଥଣ୍ଡା ପାଣିରେ ଗାଧାନ୍ତୁ ।
ପର୍ଯ୍ୟାପ୍ତ ପରିମାଣର ତରଳ ଖାଦ୍ୟ କିମ୍ବା ଜୁସ୍ ପିଆନ୍ତୁ । ସନବର୍ଣ୍ଣ କିମ୍ବା ସନ୍ ପଏଜନିଂ ହୋଇଥିଲେ ତୁରନ୍ତ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।
ଶରୀରର ଯେଉଁ ସ୍ଥାନରେ ସନ୍ ବର୍ଣ୍ଣ ହୋଇଛି ସେଠାରେ ଆଲୋଭେରା ଜେଲ୍ କିମ୍ବା ମଶ୍ଚରାଇଜର ଲଗାନ୍ତୁ।
ଯଦି ବାହାରକୁ ଯିବାର ଥାଏ ତେବେ ଯେଉଁଠାରେ ସନବୁର୍ଣ୍ଣ ହୋଇଛି ତାହାକୁ ସମ୍ପୁର୍ଣ୍ଣ ଭାବରେ ଲୁଗାରେ ଢାଙ୍କି ଯାଆନ୍ତୁ ।
ପ୍ରାଥମିକ ଉପଚାର କରିବା ପରେ ନିଶ୍ଚୟ ଚର୍ମ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।
ସନ ପଏଜନିଂ ହେବା ଦ୍ଵାରା ଚର୍ମ କଟୁ ହେବା ସହିତ ଏହା ଶରୀରର ବ୍ୟାପକ ଅଞ୍ଚଳରେ ବ୍ୟାପିଯାଇଥାଏ ଏବଂ ଯନ୍ତ୍ରଣା ଦେଇଥାଏ, ଏହା ବ୍ୟତୀତ ମୁହଁ ଫୁଲିଯିବା, ଜ୍ଵର ଏବଂ ଥଣ୍ଡା ହେବା, ପେଟ ଯନ୍ତ୍ରଣା ହେବା, ମୁଣ୍ଡ, ଶରୀର ନିସ୍ତେଜ ହେବ । ଏବଂ ଶରୀର ଶୁଷ୍କତା ଆଦି ଦେଖାଦେଇଥାଏ ।
ଖରାରେ ବାହାରକୁ ଯିବା ପୂର୍ବରୁ ଏକ ସନସ୍କ୍ରିନ୍ ଲୋଶନ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ।
ଆପଣସନସ୍କ୍ରିନ୍ ଲୋଶନ ୟୁଭିଏ ଏବଂ ୟୁଭିବି ପ୍ରୋଟେକ୍ଟଡ୍ ହୋଇଥିବା ଆବଶ୍ୟକ । ବାହାରକୁ ଯିବାର ପନ୍ଦରରୁ ତିରିଶ ମିନିଟ୍ ପୂର୍ବରୁ ଏହି ଲୋଶନ ବ୍ୟବହାର କରନ୍ତୁ । ଆବଶ୍ୟକସ୍ଥଳେ ଦୁଇଘଣ୍ଟା ବ୍ୟବଧାନରେ ଲୋଶନ ବ୍ୟବହାର କରିପାରନ୍ତି ।
ଦିନ ଦଶଟାରୁ ଚାରିଟା ମଧ୍ୟରେ ଖରାରେ ବାହାରକୁ ନଯିବାକୁ ଚେଷ୍ଟା କରନ୍ତୁ । ମନେରଖନ୍ତୁ ପାଣି, ବରଫ ଏବଂ ବାଲି ସୂର୍ଯ୍ୟଙ୍କର କ୍ଷତିକାରକ ରଶ୍ମୀର ପ୍ରଭାବକୁ ବଢାଇ ଦେଇଥାଏ । ବାହାରକୁ ଯିବା ସମୟରେ ସନବୁର୍ଣ୍ଣ କିମ୍ବା ସନ ପଏଜନିଂରୁ ରକ୍ଷା ପାଇବା ପାଇଁ ସନ୍ ଗ୍ଲାସ, ଟୋପି ଏବଂ ଉପଯୁକ୍ତା ପୋଷାକ ପରିଧାନ କରନ୍ତୁ ଯେପରି ପୋଷାକ ଆପଣଙ୍କ ଶରୀରକୁ ସମ୍ପୂର୍ଣ୍ଣ ଆବୃତ କରି ରଖିବ ।
ଯଦି ଆପଣଙ୍କ ଚର୍ମ ଅଧିକ ସ୍ପର୍ଶକାତର ହୋଇଥାଏ ତେବେ ପୂର୍ବରୁ ଡାକ୍ତରଙ୍କ ସହିତ ନିଶ୍ଚିତ ପରାମର୍ଶ କରନ୍ତୁ । କାରଣ କେତେକ ଔଷଧ ରହିଛି ଯାହା ଚର୍ମର ସ୍ପର୍ଶକାତରତାକୁ ବଢାଇ ଦେଇଥାଏ । ଏହି ଔଷଧ ଗୁଡିକ ମଧ୍ୟରେ ଆଣ୍ଟିବୟୋଟିକ୍, ଆଣ୍ଟିଡିପ୍ରେସାଣ୍ଟ, ଡ୍ୟୁରେଟିକ୍, ହାର୍ଟ ଡ୍ରଗ୍ସ, ବାର୍ଥ କଣ୍ଟ୍ରୋଲ ପିଲ ଆଦି ଔଷଧ ଚର୍ମକୁ ସ୍ପର୍ଶକାତର କରିଥାଏ ।
ଖରାଦିନେ ମହିଳାଙ୍କ କର୍ମବ୍ୟସ୍ତତା ପାଇଁ ପ୍ରାୟତଃ ସେମାନେ ନିଜ ତ୍ଵଚାର ଯତ୍ନ ନେବା ପାଇଁ ହେଲା କରିଥାନ୍ତି । କିନ୍ତୁ ସ୍ୱାସ୍ଥ୍ୟଗତ ଦ୍ରୁଷ୍ଟିକୋଣ ବିଶେଷକରି ଚର୍ମ ସମ୍ବନ୍ଧୀୟ ସ୍ୱାସ୍ଥ୍ୟଗତ ଦ୍ରୁଷ୍ଟିକୋଣରୁ ଖରାଦିନଟି ସତର୍କତାର ସମୟ । ମହିଳାମାନେ ପ୍ରଚୁର ପାଣି ପିଅନ୍ତୁ । ଅତ୍ୟଧିକ ଖରାକୁ ସେପରି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ନଥିଲେ ଯାଆନ୍ତୁ ନାହିଁ । ପ୍ରତ୍ୟୁଷରୁ ଉଠିବା ଖୁବ୍ ଭଲ ଅଭ୍ୟାସ । କୋଷ୍ଠ କାଠିନ୍ୟ ସମସ୍ୟା ଠାରୁ ଦୂରେଇ ରୁହନ୍ତୁ । ନିଶାଦ୍ରବ୍ୟ ସେବନ ସର୍ବାଦୌ ବର୍ଜନୀୟ । ତୁଟୁକା ତୁଟୁକି କିମ୍ବା ଚେରମୂଳୀ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନନେଇ ମୁହଁରେ ଲଗାନ୍ତୁନାହିଁ । ଶରୀରର ବିଶେଷ କରି ତ୍ଵଚା କୁଣ୍ଡାଇ ହେଲେ ରଗଡା ରଗଡି କରନ୍ତୁ ନାହିଁ ବା କୁଣ୍ଡାନ୍ତୁ ନାହିଁ । ସ୍ୱାସ୍ଥ୍ୟ ଅନୁକୂଳ ପାଉଡର ବ୍ୟବହାର କରନ୍ତୁ । ତୀବ୍ରଗନ୍ଧଯୁକ୍ତ ଅତର ବ୍ୟବହାର କରନ୍ତୁ ନାହିଁ । ଖୋଲା ସ୍ଥାନରେ ରାତିରେ ଶୋଇବା ଅଭ୍ୟାସ ଚର୍ମଗତ କାରଣ ପାଇଁ ଭଲ ନୁହେଁ । ସନବୁର୍ଣ୍ଣ ବା ପଏଜନିଂ ସମସ୍ୟା ପାଇଁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଅଭିଜ୍ଞ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।
ସଂଗୃହିତ - ଡାକ୍ତର ବିନୋଦିନୀ ବେହେରା
Last Modified : 11/12/2019