ଖରାଦିନେ ଘିମିରି ସମସ୍ୟାରୁ କିପରି ପାଇବେ ମୁକ୍ତି
ଘିମିରି
ଘିମିରି ଏକ ଚର୍ମଜନିତ ରୋଗ ।ସାଧାରଣତଃ ଝାଳ ଅଧିକ ବୋହିଲେ ଘିମିରି ହେବାର ଆଶଙ୍କା ଅଧିକ ଥାଏ । ଏହା ବ୍ୟତିତ ଝାଳ ବାହାରୁ ନଥିବା ବ୍ୟକ୍ତିଙ୍କ ଠାରେ ମଧ୍ୟ ଘିମିରି ଦେଖାଯାଇଥାଏ । ଶରୀରରୁ ସ୍ଵେଦ ନ ବାହାରିବା ଫଳରେ ଚର୍ମରେ ଲୋମକୂପଗୁଡିକ ବନ୍ଦ ହେଇଯାଏ । ଏହା ଫଳରେ ଶରୀରରେ ଝାଳ ବାହାରି ନଥାଏ । ସାଧାରଣତଃ ଖରାଦିନେ ପ୍ରାୟ ଲୋକଙ୍କଠାରେ ଘିମିରି ବାହାରି ଥାଏ । ଏହା ବାହାରିବାର କେତେକ କାରଣ ରହିଛି, ଯଥା-ପେଟ ସଫା ନ ରହିବା, ହର୍ମୋନରେ ଅସନ୍ତୁଳ ଦେଖାଗଲେ, ରକ୍ତ ବିଶୁଦ୍ଧ ନ ରହିଲେ, ସନ୍ତୁଳିତ ଖାଦ୍ୟ ନ ଖାଇଲେ, କୌଣସି କାରଣରୁ ଆଲର୍ଜି ହେଇଥିଲେ, ପ୍ରଦୂଷିତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିଲେ ।
ଖରାଦିନେ ଘିମିରି ହେବା ସ୍ୱାଭାବିକ କଥା । କିନ୍ତୁ ଏହା ଖୁବ୍ ଅସହ୍ୟ ମନେ ହୁଏ । ତେବେ ଏଥିରୁ ମୁକ୍ତି ପାଇବା କିପରି ଆପଣାନ୍ତୁ କିଛି ସଜହ ଉପାୟ ।
ସଜହ ଉପାୟ
- ଏକ ଗ୍ଲାସ୍ ପାଣିରେ ଏକ ଲେମ୍ବୁ ଚିପୁଡନ୍ତୁ । ଏଥିରେ କାକୁଡିର ଏକ ଖଣ୍ଡ ବୁଡାଇ ୧୦ ମିନିଟ୍ ପର୍ଯ୍ୟନ୍ତ ଘିମିର ଉପରେ ଘଷନ୍ତୁ । ଏହା କଲେ ଘିମିରି କମିଯିବ ।
- ଏକ ଚାମଚ ଆଲଭେରା ଜେଲ୍ ଘିମିରି ଉପରେ ଲଗାନ୍ତୁ । ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ । ଏପରି ଦିନକୁ ୩ ଥର କରନ୍ତୁ । ଏହାଦ୍ୱାରା ଘିମିରି ଯନ୍ତ୍ରଣା ଦୂର ହେବା ସହ ଘିମିରି ମଧ୍ୟ ଚାଲିଯାଏ ।
- ୩ – ୫ ଚାମଚ ପାଣିରେ ଏକ ଚାମଚ ବେକିଙ୍ଗ ସୋଡା ମିଶାନ୍ତୁ ଏହାକୁ ଘିମିରି ଉପରେ ଲଗାନ୍ତୁ ଓ ୨୦ ମିନିଟ୍ ପରେ ଧେ୍ଧବ ଦିଅନ୍ତୁ । ଏପରି ଦିନକୁ ୨ଥର କରନ୍ତୁ । ଶୀଘ୍ର ଘିମିରି ଭଲ ହୋଇଯିବ ।
- ୪- ୨୦ ରୁ ୩୦ଟି ନିମ ପତ୍ରକୁ ଏକ ଗ୍ଲାସ ପାଣିରେ ଫୁଟାନ୍ତୁ । ଥଣ୍ଡା ହେବା ପରେ ଘିମିରି ଉପରେ ଏହାକୁ ଲଗାନ୍ତୁ । ୨୦ ମିନଟ୍ ପରେ ଧୋଇ ଦିଅନ୍ତୁ ।ପ୍ରତିଦିନ ଏପରି କରନ୍ତୁ । ଏହା ଦ୍ୱାରା ଘମିରି ଶୀଘ୍ର କମିଯିବ ।
- ଏକ ଚାମଚ ନଡିଆ ତେଲରେ ଏକ କର୍ପୁର ମିଶାନ୍ତୁ ଏହାକୁ ଘିମିରି ଉପରେ ଲଗାନ୍ତୁ । ୨୦ ମିନିଟ୍ ପରେ ଧେ୍ଧବ ଦିଅନ୍ତୁ । ଏହା ଦ୍ୱାରା ଘିମିରି ଯନ୍ତ୍ରଣାରୁ ଲ୍କ୍ ମିଳିବା ସହ ଉପଶମ ହୋଇଥାଏ ।
- ଅଧ ଚାମଚ ଚନ୍ଦନ ପାଉଡରକୁ ଏକ ଚାମଚ ଗୋଲାପ ଜଳରେ ମିଶାନ୍ତୁ । ଏହାକୁ ଘିମରି ଉପରେ ଲଗାନ୍ତୁ ।
- ଗାଧୋଇବା ପାଣିରେ ଡେଟଲ ପକାଇ ଗାଧାନ୍ତୁ ।
- ନିମ୍ବଯୁକ୍ତ ସାବୁନ ବ୍ୟବହାର କରନ୍ତୁ ନଚେତ ପାଣିରେ ନିମ୍ବପତ୍ରକୁ ଫୁଟାଇ ସେହି ଫୁଟାପାଣି ଥଣ୍ଡା ହେଲେ ଗାଧାନ୍ତୁ ।
- ସଫା କଟନ ଡ୍ରେସ ବା ଶାଢି ପିନ୍ଧନ୍ତୁ ।
- ଫ୍ରିଜ ପାଣି ନ ପିଇ ମାଠିଆ ବା ସୁରେଇର ପାଣି ପିଅନ୍ତୁ ।
ଆଧାର, ସମ୍ବାଦ
Last Modified : 2/19/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.