অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗ୍ରୀଷ୍ମରେ ଆଖିର ଯତ୍ନ

ଉପକ୍ରମ

ସୂର୍ଯ୍ୟଙ୍କଠାରୁ ବିକିରଣ ହେଉଥିବା ବାଇଗଣି ରଶ୍ମି (ଅଲଟ୍ରା ଭାଓଲେଟ) ମସିସ ଆଖିର ପ୍ରଭୂତ କ୍ଷତି ଘଟାଇଥାଏ । ଏପରିକି ଦୃଷ୍ଟିଶକ୍ତି ହାନି କରିଥାଏ । ଏଣୁ ଗ୍ରୀଷ୍ମରେ ଆଖିରେ ସ୍ଵତନ୍ତ୍ର ଭାବରେ ଯତ୍ନ ନେବାକୁ ପଡିଥାଏ ।

ସୂର୍ଯ୍ୟକିରଣ

ଆପଣଙ୍କୁ ଯଦି ଦିନସାରା ଖରରେ ବୁଲାବୁଲି କରିବାକୁ ପଡୁଥାଏ, ତା’ହେଲେ ଆପଣଙ୍କ ଆକ୍ଷି ଦିନସାରା କ୍ଷତିକାରକ ସୂର୍ଯ୍ୟକିରଣରୁ ବିକିରିଟ ଅଲଟ୍ରା ଭାଓଲେଟ ରଶ୍ମି ସଂସ୍ପର୍ଶରେ ଆସିଥାଏ । ଏହାର ଅର୍ଥ ଆପଣଙ୍କ ଚକ୍ଷୁ ଯେତେ ସୂର୍ଯ୍ୟ କିରଣ ସଂସ୍ପର୍ଶ ଆସିଥାଏ; ଚକ୍ଷୁର କ୍ଷତି ହେବାର ସମ୍ଭାବନା ସେତିକି ଅଧିକ ହେବାର ଆଶଙ୍କା ଥାଏ  ।

ଚକ୍ଷୁ ରୋଗ

ଗବେଷଣାରୁ ଜଣାଯାଇଛି, ଅଲଟ୍ରା ଭାଓଲେଟ ‘ବି’ ର ବିକିରଣ ପରଳ ରୋଗ ଅନ୍ୟାନ୍ୟ ଚକ୍ଷୁ ରୋଗ, ଚକ୍ଷୁ ଚତୁଃପାର୍ଶ୍ଵ ଚର୍ମ କର୍କଟ ରୋଗ, ସ୍ଵଚ୍ଛପଟଳର ସ୍ଵାଭାବିକ ଗୁଣରେ ପରିବର୍ତ୍ତନ, ବୟସଜନିତ ଚର୍ମରେ ଥିବା କଲାଦାଗର ସ୍ଵାଭାବିକ ଗୁଣର ପରିବର୍ତ୍ତନ ଏକ ଆକସ୍ମିକ ମୌଳିକ ଉପାଦାନ । ପ୍ରଚଣ୍ଡ ଖରାରେ ଏହି ଅଲଟ୍ରା ଭାଓଲେଟ ରଶ୍ମି ଅତ୍ୟଧିକ ତୀବ୍ର ହୋଇଥାଏ । ଲୋକମାନେ ଖରାକୁ କ୍ଷତିର ନକରି ସେମାନଙ୍କ ଦୈନନ୍ଦିନକାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି । ସେମାନେ ଭାବି ପାରି ନଥାନ୍ତି ଯେ ଏହି ଖରା ସେମାନଙ୍କ ଆଖି ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଆପଣଙ୍କ ବହୁମୂଲ୍ୟ ଆଖିକୁ ଏହି କ୍ଷତିକାରକ ଖରାରୁ ସୁରକ୍ଷା ନିତାନ୍ତ ଆବଶ୍ୟକ । ବିଶେଷ କରି ଏପ୍ରିଲ ଠାରୁ ଜୁନ ମଧ୍ୟରେ ଏହାର ଆବଶ୍ୟକତା ଅଧିକ ।

ଲକ୍ଷଣ

  • ଅଧିକ ଖରାରେ ସତର୍କ ନ ରହିଲେ ଆଖି ଲାଲ ପଡିବା, କୁଣ୍ଡେଇ ହେବା, ଅତି ଖରାରେ ଦେଖିବାକୁ ଅସୁବିଧା ହୋଇଥାଏ । ଲୁହର ମାତ୍ରା କମିଯାଇ ଚକ୍ଷୁ ଶୁଷ୍କ ହୋଇଯାଏ । ଏହାଦ୍ଵାରା ଆଖିରେ କିଛି ଜନିଷ ପଡିବା ପରି ଲାଗେ । ଖରାର ପ୍ରଭାବରେ ଆଖିରେ ଆଲର୍ଜି ହୁଏ । ଖରା ପ୍ରଭାବରୁ ଆଖିକୁ ରକ୍ଷା କରିବା ପାଇଁ ବାହାରକୁ କଳା ଚଷମା ପିନ୍ଧି ଯାଆନ୍ତୁ । ଅଲଟ୍ରା ଭାୟୋଲେଟ୍ ରଶ୍ମୀରୁ ବଞ୍ଚାଇପାରିବା ଭଳି ଚଷମା ଲଗାଇଲେ ଅତି ଉତ୍ତମ ।
  • ଚକ୍ଷୁ ଶୁଷ୍କ ହୋଇଗଲେ । ଚକ୍ଷୁ  ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଚିକିତ୍ସକମାନେ ରାସାୟନିକ ପଦ୍ଧତିରେ ତିଆରି ଲୁହ ଦେଇ ଆଖିର ଶୁଷ୍କତା ଦୂର କରିପାରିଥାନ୍ତି ।
  • ଅଧିକ ଖରାରେ ବାହାରକୁ ଯାଆନ୍ତୁ ନାହିଁ । ଯଦି ଯାଉଛନ୍ତି ତେବେ ଆସିଲା ପରେ ଥଣ୍ଡା ପାଣିରେ ଆଖି ଧୋଇ   ଦିଅନ୍ତୁ । ଏହାଦ୍ୱାରା ଆଖିକୁ ଆରମ ଲାଗିବ ।
  • ଆଖି ଧୋଇବା ପରେ ଫ୍ୟାନ ରେ ବସନ୍ତୁ, ଏହାଦ୍ୱାରା ଆଖି ଗରମରୁ ରକ୍ଷା ପାଇପାରିବ ।
  • ଯଦି ଖରାର ପ୍ରଭାବରେ ଆଖି ପୋଡୁଥାଏ , ତେବେ ଓଦା କପଡାରେ ଆଖି ପୋଛନ୍ତୁ ।
  • ଏହା ପରେ ଯଦି ଆଖିରେ କୌଣସି ସମସ୍ୟ ଦେଖାଯାଏ ତାହାହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ନିରାକରଣ

ଉକୁଷ୍ଟ ଧରଣର ରଙ୍ଗିନ ବା କଳା ଚଷମା ପ୍ରଚଣ୍ଡ ଗ୍ରୀଷ୍ମରେ ଆପଣଙ୍କ ମୁଲ୍ୟବାନ ଆଖିକୁ କ୍ଷତି’କାରକ ଅଲଟ୍ରା ଭାଓଲେଟ ‘ବି’ ର ବିକିରଣରୁ ସୁରକ୍ଷା ପ୍ରଦାନ କରିଥାଏ । ଯଦିଓ ଏହି ଚଷମା ବ୍ୟବହାର ଦ୍ଵାରା ଆପଣ ସତ ପ୍ରତିଶତ ସୁରକ୍ଷା ନ ପାଇ ପାରନ୍ତି ତଥାପି ଏହା ଏକ ଉତ୍ତମ ମାଧ୍ୟମ । ବିଜ୍ଞାନର ବିକାଶ ସହିତ ଉନ୍ନତମାନର କଣ୍ଟାକ୍ଟ ଲେନ୍ସ ମଧ୍ୟ ଉଦ୍ଭାବନ ହୋଇସାରିଲାଣି । ଯାହା ଅଲଟ୍ରା ଭାଓଲେଟ ରଶ୍ମିକୁ ଅତିମାତ୍ରା ଅବଶୋଷଣ କରିପାରେ । କଣ୍ଟାକ୍ଟ ଲେନ୍ସ ବ୍ୟବହାର ଦ୍ଵାରା ଆଖିର ସୁରକ୍ଷା ହୋଇପାରେ । କିନ୍ତୁ ଆଖିର ବାହ୍ୟ ସୁରକ୍ଷା ପାଇଁ ରଙ୍ଗିନ ବା କଳା ଚଷମା ବ୍ୟବହାର ଅପରିହାର୍ଯ୍ୟ । ଆମେରିକାର ବିଶିଷ୍ଟ ଆଖି ବିଶେଷଜ୍ଞମାନେ ଏହି କଣ୍ଟାକ୍ଟ ଲେନ୍ସ ଓ ରଙ୍ଗିନ ଚଷମା ଉଭୟ ବ୍ୟବହାର ପାଇଁ ପରାମର୍ଶ ଦେଇଥାନ୍ତି । ଭାରତ ବର୍ଷ ଏକ ଗ୍ରୀଷ୍ମ ପ୍ରଧାନ ଦେଶ ଗ୍ରୀଷ୍ମରେ ଯଥାସମ୍ଭବ ପ୍ରଖର ଖରାରେ କାର୍ଯ୍ୟ କରିବା ବା ଅଧିକ ସମୟ ଖରାରେ ବୁଲିବାର ଦୂରେଇ ରହିବା ଆବଶ୍ୟକ । ଅଲଟ୍ରା ଭାଓଲେଟ ରଶ୍ମି ଅବଶୋଷକ କଣ୍ଟାକ୍ଟ ଲେନ୍ସ ଓ ଉନ୍ନତ ଧରଣର ରଙ୍ଗୀନ ବା କଳା ଚଷମା ପିନ୍ଧି ବାହାରକୁ ବାହାରିବା ଉଚିତ୍ ।ଏୟାର କଣ୍ଡିସନ୍ ର ରୁମ୍ ରେ ବସୁଥିବା ଲୋକ ମନେରଖିବା ଜରୁରୀ ଏୟାର କଣ୍ଡିସନ୍ ରୁ ବାହାରିବା ପରେ ସଙ୍ଗେ ସଙ୍ଗେ ଖରାକୁ ଯିବା ଅନୁଚିତ୍ । କାରଣ ୨୦-୨୨ ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରାରେ ବସିବା ଯୋଗୁଁ ଶରୀର ଏହାକୁ ଗ୍ରହଣ କରିଥାଏ । ଯଦି ହଠାତ୍ ଖରାକୁ ବାହାରିବେ, ତେବେ ୪୫-୪୬ ଡିଗ୍ରୀ ତାପମାତ୍ରା ଶରୀର ଗ୍ରହଣ କରିପାରେ ନାହିଁ । ଫଳରେ ବିଭିନ୍ନ ଚର୍ମ ରୋଗ ବାହାରିବା ସହିତ ବ୍ୟକ୍ତିକୁ ଅଂଶୁଘାତ ହେବାର ଆଶଙ୍କା ବଢିଯାଏ । ତେଣୁ ଏସିରୁ ବାହାରିବା ପରେ କିଛି ସମୟ ଛାତ ତଳେ ରହନ୍ତୁ । ଯେପରି ଶରୀର ବାହାର ତାପମାତ୍ରାକୁ ଗ୍ରହଣ କରିପାରିବ । ସଙ୍ଗେରେ ପାଣି, ଛତା, ଗାମୁଛା ଧରି ବାହାରକୁ ଯାଆନ୍ତୁ । ଖରାଦିନିଆ ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଖରାପ୍ରତି ସତର୍କ ରହନ୍ତୁ ।

ଡା. ପ୍ରବୀଣ ସୁବୁଦ୍ଧି

ବ୍ରହ୍ମପୁର

ଆଧାର ସମାଜ ୨୬ ଏପ୍ରିଲ ୨୦୧୬

Last Modified : 8/4/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate