ଜାମୁକୋଳୀ”ରେ ରହିଛି ଅନେକ ରୋଗ ଦୂର କରିବାର ସାମର୍ଥ୍ୟ
ଜାମୁକୋଳୀ
ବର୍ଷାଦିନ ଆରମ୍ଭ ହେବା ମାତ୍ରେ ଜାମୁକୋଳୀ ଗାଁ ଗହଳୀରେ ଭରପୁର ଭାବେ ଉପଲବ୍ଧ ହୋଇଥାଏ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଅଟେ । ଏହାକୁ ବ୍ଲାକବେରୀ ବୋଲି ମଧ୍ୟ କୁହାଯାଇଥାଏ । ତେବେ ଆଜିର ସ୍ୱାସ୍ଥ୍ୟରେ ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ବିଷୟରେ ।
ଉପକାରିତା
- ଜାମୁକୋଳୀର ମଂଜିକୁ ସେବନ କରିବା ଦ୍ୱାରା ରକ୍ତରେ ସର୍କରା ଅଧିକ ମାତ୍ରାରେ ନିୟନ୍ତ୍ରୀତ ହୋଇଥାଏ । ଏହା ଡ଼ାଇବେଟିସ ରୋଗୀଙ୍କ ପାଇଁ ବେଶ ଲାଭଦାୟକ ।
- ଏହା ଭୋକ ବଢ଼ାଇଥାଏ । ଏହାକୁ ପେଶୀ ପାଣି ସହିତ ଏକାମାତ୍ରାରେ ସେବନ କରିବା ଦ୍ୱାରା ଭୋକ ବଢ଼ିଥାଏ । ଏହାସହ କବ୍ଚ ପରି ସମସ୍ୟା ଦୂର ହୋଇଥାଏ ।
- ଏହା ମଧୁମେହର ଟାଇପ-୨କୁ ନିୟନ୍ତ୍ରଣ କରିଥାଏ ।
- ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ରହିଥାଏ ।
- ଏହା କ୍ୟାନ୍ସର, ମୁହଁରେ ସୁଜନ, ପେଟରେ ପଥର ସୃଷ୍ଟି ଆଦି ରୋଗଠାରୁ ରକ୍ଷା କରିଥାଏ ।
- ଜାମୁକୋଳୀକୁ ଗରମ ପାଣିରେ ଫୁଟାଇ ଖାଇବା ଦ୍ୱାରା ପେଟରେ ପଥର ପରି ସମସ୍ୟାରୁ ରକ୍ଷା ମିଳିଥାଏ । ଏହା ଯକୃତ ପାଇଁ ମଧ୍ୟ ବେଶ ଲାଭଦାୟକ ।
- ଏହା ପାଚନ ଶକ୍ତି ବୃଦ୍ଧି କରିଥାଏ ।
- ଯଦି ଛୋଟ ଶିଶୁ ରାତିରେ ଶୋଇବା ସମୟରେ ମୁତ୍ରତ୍ୟାଗ କରନ୍ତି ତେବେ ଜାମୁକୋଳୀର ମଂଜୀକୁ ପେଶୀ ପାଣିରେ ମିଶାଇ ଦିନକୁ ଦୁଇଥର ଶିଶୁକୁ ଦିଅନ୍ତୁ ।
- ଏହାକୁ ଖାଇବା ଦ୍ୱାରା ତ୍ୱଚା ସତେଜ ହେବା ସହ ଏହା ଧଳାଦାଗକୁ ଦୂର କରି ଥାଏ ।ଏପରିକି ଏହାକୁ ଆପଣ ଯଦି ଗୁଣ୍ଡ କରି କ୍ଷୀରରେ ମିଶାଇ ପେଷ୍ଟ କରି ମୁଁହରେ ଲଗାନ୍ତି ତେବେ ଏହା ତ୍ୱଚାରେ ଚମକପଣ ଆଣିଥାଏ ।
ତେବେ ଧ୍ୟାନ ରଖନ୍ତୁ ଏହାକୁ କେବେ ବି ଖାଲି ପେଟରେ ଖାଆନ୍ତୁ ନାହିଁ । ଉପକାର ପାଇବାକୁ ନେଇ ଏହାର ଅତ୍ୟଧିକ ସେବନ ନକରନ୍ତୁ । ଏପରିକି ଏହାକୁ ଖାଇବା ପରେ କ୍ଷୀର ପିଅନ୍ତୁ ନାହିଁ ।
ଆଧାର: ଖବର ଓଡିଶା
Last Modified : 3/11/2022
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.