ବାୟୁ ପ୍ରଦୂଷଣ ମୁଖ୍ୟତଃ କଳକାରଖାନାର ଚିମିନୀ ନିର୍ଗତ ଧୂଆଁ , ଜନବାହନରୁ ନିର୍ଗତ ଦୂଷିତ ବାଷ୍ପ ଓ ଅନ୍ୟାନ୍ୟ ନିଷ୍କାସତ ଦୂଷିତପଦାର୍ଥ ଦ୍ଵାରା ହୋଇଥାଏ । ବାଯୁମଣ୍ଡଳ ଯେଉଁସବୁ ପଦାର୍ଥ ଯୋଗୁ ଦୂଷିତ ହେଉଛି ସେଗୁଡିକ ହେଲା- (୨.୫ ଓ ୧୦ ), କାର୍ବନମନୋକ୍ସାଇଡ ,ଲେଡ,ସିଲିକା ଇତ୍ୟାଦି । ବର୍ତମାନ ମୋଟରଗାଡି ଯାନାବାହାନ ସଂଖ୍ୟା ଦିନକୁଦିନ ବଢିଚାଲିଛି ଓ ସେହି ଅନୁପାତରେ ପେଟ୍ରୋଲିୟମ ଇନ୍ଧନର ବ୍ୟବାହାର ମଧ୍ୟ ବୃଦ୍ଧି ପାଉଛି । ଜଣେ ମନୁଷ୍ୟର ବର୍ଷକୁ ଯେତେ ପରିମାଣରେ ଅମ୍ଳଜାନ ଆବଶ୍ୟକ ଗୋଟିଏ ମୋଟର ଗାଡି ୯୬୦ କିମି ଚାଲିଲେ ସେତିକି ଅମ୍ଳଜାନ ଦରକାର ହୋଇଥାଏ । ଲଣ୍ଡନ ରାଜା ରାସ୍ତାରେ ଗୋଟିଏ ଟ୍ରଫିକି ପୁଲିସ ଚାରି ଘଣ୍ଟା ଡ୍ୟୁଟି କାଲେ ତାହାର ଫୁସଫୁସରେ ଏତେ ପରିମାଣରେ ବିସ ଭର୍ତି ହୋଇଯାଏ ଯାହାକି ୧୦୫ ଟି ସିଗାରେଟ ଟାଣିବା ସହ ସମାନ । ପ୍ରଦୂଷିତ ବାୟୁ ମସ୍ତିସ୍କ ସଙ୍ଘାତର କାରଣ ହୋଇପାରେ ବୋଲି ଷ୍ଟ୍ରୋକ ନାମକ ଏକ ଗବେଷଣାତ୍ମକ ପାତ୍ରୀକରେ ପ୍ରକାଶ ପାଇଛି । ଏକ ସରବକ୍ଷଣରୁ ଏହା ଜନାଜାଏଜେ ପ୍ରଦୂଷିତ ବାୟୁ ଯୋଗୁ ସହରାଅଞ୍ଚଳରେ ୩୫ ପ୍ରତିଶତ ସ୍କୁଲୁ ଛାତ୍ରଛାତ୍ରୀ ଫୁସଫୁସ ଜନିତ ନିଃଶ୍ଵାସ ପ୍ରଶ୍ଵାସ ରୋଗରେ ପଡ଼ୁଛନ୍ତି ।
ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଘଠନ ପକ୍ଷରୁ ୨୦୧୫ରେ ପ୍ରକାଶିତ ତଥ୍ୟରେ ଉଲ୍ଲେଖ କରାଯାଇଛି ଯେ ବାୟୁ ପ୍ରଦୂଷଣ ଯୋଗୁ ବିଶ୍ଵରେ ବାର୍ଷିକ ଆଠ ନିୟୁତ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି । ବିଶେଷ କରି ଚାଇନା, ଭାରତ ଏଥିଯୋଗୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ୨୦୧୪ରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦର୍ଶାଇଥିଲେ ଯେ, ପୃଥିବୀର ସବୁଠାରୁ ପ୍ରଦୂଷିତା୨୦ଟି ସହର ମଧ୍ୟରେ ଭାରତର ୧୩ଟି ସହର ରହିଛି । ସାଧାରଣତଃ ବୟସ୍କ ଓ ବୃଦ୍ଧମାନେ ବାୟୁ ପ୍ରଦୁସଣଜନିତ ରୋଗର ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ମାତ୍ରାଧିକ ପ୍ରଦୂଷଣ ମନୁଷ୍ୟ ଜୀବନର ଅଯୁକୁ ହାରାହାରି ୩.୨ବର୍ଷ ହ୍ରାସ କରୁଛି । ପ୍ରଦୂଷିତ ପରିବେଶରେ ବାସକରୁଥିବା ଯୋଗୁ ଲୋକେ ନାନା ପ୍ରକାର ମାରାତ୍ମକ ରୋଗର ଶିକାର ହେଉଛନ୍ତି ।
ବାୟୁ ପ୍ରଦୂଷଣ ଯୋଗୁ ସ୍ୱାସ୍ଥ୍ୟଗତ ସମସ୍ଯା ବ୍ୟାପକ ହେବାରେ ଲାଗିଛି । ପରିସଙ୍ଖ୍ୟନରୁ ଦେଖାଯାଉଛି ଯେ, ସହରାଅଞ୍ଚଳର ଅଧିକାଂଶ ହୃଦଘାତର ଶିକାର ହେଉଛନ୍ତି । ଗବେଷଣାରୁ ଏହା ଜନାଜାଏଜେ ବାୟୁ ପ୍ରଦୂଷଣର ପ୍ରଭାବ ଥମୁଖ୍ୟତ ହୃତ୍ପିଣ୍ଡ ଉପରେ ପଡିଥାଏ । ଏହା ମଧ୍ୟ ଆମର ଭ୍ରୁଣ ଓ ଜନ୍ମ ହେବାକୁ ଥିବା ଶିଶୁକୁ ଆକ୍ରାନ୍ତ କରୁଛି । ଅଧିକାଂଶ ଶିଶୁ ଶାରୀରିକ ଓ ମାନସିକ ସ୍ତରରେ ବିକଳାଙ୍ଗ ହୋଇ ଜନ୍ମଗ୍ରହଣ କରୁଛନ୍ତି । ପ୍ରଦୂଷଣରେ ଆକ୍ରାନ୍ତ ମଣିଷ ନାନା ରୋଗରେ ପିଡିତ ହେଉଛି । କିନ୍ତୁ କୌଣସି ରୋଗୀ ପ୍ରଦୂଷଣଜନିତ ରୋଗରେ ଆକ୍ରାନ୍ତ ହେଉଥିବା କଥା ଡାକ୍ତର ମାନେ କହି ନଥାନ୍ତି । ତେଣୁ ରୋଗୀ ପ୍ରଦୂଷଣର ପ୍ରଭାବ ସମ୍ପର୍କରେ ହୃଦ୍ବୋଧ କରିପାରେ ନାହିଁ
ନିମ୍ନ ସରଣୀରେ କେତେକ ପ୍ରଦୂଷଣର ଉତପତି ସ୍ଥଳ ଓ ଏଗୁଡିକ ଦ୍ୟାରା ହେଉଥିବା ରୋଗ ସମ୍ପର୍କରେ ସୁଚିତ କରାଗଲା ।
ଆଗାମୀ ଦିନରେ ବାୟୁ ପ୍ରଦୂଷଣ ଗୁରୁତର ହୋଇ ଆମ ଜୀବନକୁ ପ୍ରଭାବିତ କରିବାର ଅଶଙ୍କକୁ ଏଡାଇ ଡିଜାଇନପାରେ ଏପରିକି ପୃଥିବୀ ପୃଷ୍ଠରେ ଜୀବନ ସତା ଲୋପ ପାଇଜୀବାର ଆଶଙ୍କା ମଧ୍ୟ ରହିଛି । ସାହାରାଅଞ୍ଚଳ , ଯୋଜୋନା, ପରିବହନ, ପ୍ରକୃତିକ ସମ୍ପଦ ଓ ପରିବେଶଜନିତ ବିଷୟରେ ସାମଗ୍ରିକ ପଦକ୍ଷପା ନେବା ଆବଶ୍ୟକ ।ସ୍ମାର୍ଟ ସହର ପରିକଳ୍ପନରେ ପରିବେଶକୁ ଗୁରୁତ୍ଵ ଦିଆଯିବା ଆବଶ୍ୟକ ।
ଆଧାର:-ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ,ଟ୍ରାଇଡେଣ୍ଟ ଏକାଡେମି ଅଫ୍ ଟେକ୍ନୋଲୋଜି
Last Modified : 1/26/2020