অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆହାର

ଆହାର

ସ୍ୱାସ୍ଥ୍ୟରକ୍ଷାର ପ୍ରଥମ ଆୟୁଧ ହେଉଛି ଆହାର । ଆହାର କାରଣରୁ ଶରୀରର ଆକାର ବୃଦ୍ଧି ପାଇଥାଏ । ଏଥିରୁ ସ୍ୱାସ୍ଥ୍ୟ  ନିର୍ଦ୍ଧାରଣ  ହୋଇଥାଏ । ସର୍ବଦା ସୁଷମ ଖାଦ୍ୟ ଉପରେ ନିର୍ଭର କରିବା ଆବଶ୍ୟକ । ତେଣୁ ଖାଦ୍ୟ ଗ୍ରହଣ ସମୟରେ ଯଥେଷ୍ଟ ସାବଧାନତା

ଅବଲମ୍ବନ କରିବା ଆବଶ୍ୟକ

  • ଖାଦ୍ୟ ଖାଇବା ପୂର୍ବରୁ ହାତକୁ ସାବୁନରେ ଧୋଇ ଅଳ୍ପ । ବିଶୁଦ୍ଧ ଜଳ ଖାଦ୍ୟ ଗ୍ରହଣ ସୁଗମ ପାଇଁ ଆଚମନ କରିବା ଉଚିତ ।
  • ନିୟମ ଅନୁସାରେ, ସୁଷମ ଖାଦ୍ୟ ନିୟମିତ ଗ୍ରହଣ କରିବା ଉଚିତ । କ୍ଷୁଧା ଅନୁରୂପ ପେଟ ଭରା ନଖାଇ କମଖାଦ୍ୟ ଗ୍ରହଣକରିବା ଶରୀର ପାଇଁ ଭଲ ।
  • ନିୟମିତ ତନ୍ତୁଯୁକ୍ତ ଖାଦ୍ୟ ଯଥା: ଶାଗ, ଫଳ, ସାଲାଡ, ଡାଲି, ପନିପରିବା ଜାତୀୟ ଶାକାହାରୀ ଖାଦ୍ୟଗ୍ରହଣ କରିବା ଉଚିତ । ଶାଗ ଜାତୀୟ ଖାଦ୍ୟ ମୁହଁର ଲୋଚାପଣ ଦୂର କରିବା ସହ ଦୃଷ୍ଟିଶକ୍ତି ବଢାଏ ।
  • ଚା ଓ କଫି ନ ପିଇବା ଭଲ । ଦୀର୍ଘଦିନ ଏହାକୁ ପିଇଲେ ଯକୃତରେ ହାନି ପହଞ୍ଚାଏ । ଏଥିଯୋଗୁଁ ସ୍ନାୟବିକ ଦୁର୍ବଳତା ସୃଷ୍ଟି ହୋଇଥାଏ । ସକାଳେ ଚା’ ପରିବର୍ତ୍ତେ ଗରମ ପାଣି ପିଇବା ଭଲ ।
  • ଚିନି ଓ ଲୁଣ ଯେତେଦୂର ସମ୍ଭବ କମ୍  ଗ୍ରହଣ କରିବା ଉଚିତ ।
  • ଧୂଆଁ ପତ୍ର ସେବନ, ଧୂମପାନ, ମଦ୍ୟପାନ ବା ଯେକୌଣସି ନିଶାଦ୍ରବ୍ୟ ସମ୍ପୁର୍ଣ୍ଣ ପରିହାର ବିଧେୟ । ବିଶୁଦ୍ଧ ଜଳ ବା ଫୁଟାଯାଇଥିବା ପାଣି ଆବଶ୍ୟକ ମାତ୍ରାରେ ପିଇବା ଉଚିତ ।
  • ବ୍ୟକ୍ତିଗତ ଅବସ୍ମାକୁ ବିଚାର କରି ମାସରେ ଥରେ ସଜଳା ନିର୍ଜଳା ସଫଳ ଉପବାସ କରିବା ଉଚିତ ।
  • ପ୍ରତ୍ୟହ ଗଜାମୁଗ, ଗଜା ବିରି, ଗଜାମେଥି, ଗଜାସୋୟାବିନ ଓ ଗଜାଗହମ ଗ୍ରହଣ କରିବା ଭଲ ।
  • ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟଏବଂ ମସଲା। ଜାତୀୟ ଖାଦ୍ୟ ଅତ୍ୟଧିକ  ସେବନ ହୃଦୟ ପାଇଁ କ୍ଷତିକାରକ । ତେଣୁ ମାତ୍ରାଧ୍ୟକତାକୁ ନିୟନ୍ତ୍ରଣ କରିବା ଉଚିତ ।
  • ଫାଷ୍ଟଫୁଡ, ଜଙ୍କଫୁଡ, ବାସି ଖାଦ୍ୟ ନ ଖାଇବା ଭଲ ।
  • ପ୍ରତ୍ୟେକ ଦିନ ଖାଦ୍ୟରେ କଦଳୀ, କମଳା, ଲେମ୍ବୁ, ସେଓ, ଡାଳିମ୍ବା, ଅଁଳା ଆଦି ଋତୁକାଳୀନ ଫଳ ସେବନ କରିବାଉଚିତ ।  କାର୍ବାଇଟ ଦ୍ଵାରା ପାଚିଥିବା ଫଳ ନଖାଇବା ଭଲ ।
  • ଖାଦ୍ୟରେ ସଂଶ୍ଳେଷିତ ରଙ୍ଗ ଓ ସୁବାସିତ ଦ୍ରବ୍ୟ ବ୍ୟବହାର ନକରି ସାଧାରଣ ହଳଦୀ, ତେଜପତ୍ର, କେଶର, ଅଳେଇଚ, ଗୁଜୁରାତି, ହିଙ୍ଗୁ, ଜାଇତ୍ରି, ଜାଇଫଳ, ଡାଲଚିନି, ଲବଙ୍ଗ, ଭୁରସୁଙ୍ଗା ପତ୍ର, ଧନିଆଁ ପତ୍ର, ପୋଦିନା ପତ୍ର ଆଦି ପରି ପ୍ରାକୃତିକ ଦ୍ରବ୍ୟର ସୁବାସକୁ ଉପଯୋଗ କରିବା ଉଚିତା
  • ତେଲଜାତୀୟ ଖାଦ୍ୟର ପରିମାଣ ଯେତେ କମ୍ ହେବ ଭଲ । ମଝିରେ ମଝିରେ ରାନ୍ଧିବା ତେଲ ଗ୍ରହଣରେ ପରିବର୍ତ୍ତନ କଲେ ଶରୀର ଆବଶ୍ୟକୀୟ ପୋଷକତତ୍ତ୍ବ ପାଇପାରିଥାଏ ।
  • ପୂର୍ବରୁ ଗ୍ରହଣ କରିଥିବା ଖାଦ୍ୟ ହଜମ ହୋଇନଥିଲେ, ପୁନଃ ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ । କାରଣ ଏହା ଖାଦ୍ୟର ଆମାବସ୍ଥା ସୃଷ୍ଟିକରି ସମସ୍ତ ରୋଗର କାରଣ ହୁଏ । ସେହିପରି କ୍ଷୁଧା ସମୟରେ ଖାଦ୍ୟ ଗ୍ରହଣ ନକରିବା ସ୍ଵାସ୍ଥ୍ୟପାଇଁ ଅନୁକୂଳ ।
  • କ୍ଷୁଧା ନଥିବା ସମୟରେ ଖାଦ୍ୟ ଗ୍ରହଣ କରିବାକୁ ଆୟୁର୍ବେଦରେ କ୍ରମବିରୁଦ୍ଧ ଆହାର କହନ୍ତି । ଏହିପରି ଅନେକ ବିରୁଦ୍ଧ ଆହାର ବିଷୟରେ ଦୃଷ୍ଟାନ୍ତ ରହିଛି । ଯଥା- ମହୁକୁ ଉଷୁମ କରି ସେବନ, କଂସାପାତ୍ରରେ ଅନେକ ଦିନ ଧରିଥିବା  ଘିଅ ସେବନ, ମାଛ ଓ କ୍ଷୀର ଏକତ୍ର ସେବନ, ଶୀତଋତୁରେ ଥଣ୍ଡା ପଦାର୍ଥ ଓ ଗ୍ରୀଷ୍ମ ଋତୁରେ ଉଷ୍ଣ, ଖଟା, ରାଗ ପଦାର୍ଥ ସେବନ ଇତ୍ୟାଦି ।

ଆଧାର: ସ୍ୱାସ୍ଥ୍ୟ ବ୍ୟୁରୋ

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate