অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆୟୋଡିନ୍ ଯୁକ୍ତ ଲୁଣ

ଉପକ୍ରମ

ଆୟୋଡିନ୍ ଅଭାବ ଜନିତ ଅସୁବିଧା ବର୍ତ୍ତମାନ ବିଶ୍ଵ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟରୁ ଏକ ମୁଖ୍ୟ ସମସ୍ୟା ଅଟେ । ଏହା ବିଶ୍ଵରେ ଏକ  ପ୍ରମୂଖ ଭାଗ ଜନଜାତିକୁ ପ୍ରଭାବିତ କରେ ଓ ଏହା ବହୁପୂର୍ବରୁ ମଧ୍ୟ ଆସିଅଛି । ମିଳିଥିବା ସୂଚନା ଅନୁଯାୟୀ ୧.୫ ବିଲିୟନ ଲୋକ ସଂଖ୍ୟା ଏହି ଆୟୋଡିନ୍ ଅଭାବ ଜନିତ ସମସ୍ୟାର ବିପଦ ସଂକୁଳ ଅବସ୍ଥା ମଧ୍ୟରେ ରହିଅଛନ୍ତି ।

ଆୟୋଡିନ୍ କ’ଣ ?

ଶରୀର ଆବଶ୍ୟକ କରୁଥିବା ଅତିକ୍ଷୁଦ୍ର ପୋଷାକ ତତ୍ଵ( ମାଇକ୍ରୋ ନ୍ୟୁଟିୟେଣ୍ଟ) ମାନଙ୍କ ମଧ୍ୟରୁ ଆୟୋଡିନ୍ ପ୍ରମୂଖ ଅଟେ । ଏକ  ସାଧାରଣ ମଣିଷର ବିକାଶ ଓ ବୃଦ୍ଧି ନିମନ୍ତେ ପ୍ରତିଦିନ ୧୦୦- ୧୫୦ ମାଇକ୍ରୋଗ୍ରାମ ଏହା ଆବଶ୍ୟକ କରିଥାଏ।

ବ୍ୟବହାର (ଗ୍ରହଣ) କରୁଥିବା ଖାଦ୍ୟରେ ଆୟୋଡିନ୍ ଉପୟୁକ୍ତ ମାତ୍ରାର ଅଭାବରେ ଆୟୋଡିନ୍ ଡେଫିସିଏନସି (IDDs) ହୋଇଥାଏ । ପୁନର୍ବାର ଏହା ଥାଇରଏଡ୍ ହରମୋନ୍ସ ପାଇଁ ଏକ ଅତ୍ୟାବଶ୍ୟକ ଉପାଦାନ ଅଟେ ।

ଯାହାକି ଆବଶ୍ୟକ କରେ :

  • ଉଚିତ୍ ଶାରୀରିକ ଓ ମାନସିକ ବିକାଶ ।
  • ଶରୀର ବୃଦ୍ଧିକାରକ ଓ ଶକ୍ତିଦାୟକ ସମସ୍ତ ରସାୟନିକ ପ୍ରକ୍ରିୟାକୁ ନିୟନ୍ତ୍ରଣ ।

ଆୟୋଡିନ୍ ର ବର୍ଣ୍ଣାଳୀ

ଗଳଗଣ୍ଡ ହେଉଛି ବିରାଟ ସମସ୍ୟା ସ୍ପଷ୍ଟଭାବେ ପରିଦୃଷ୍ଟି ଏକ କ୍ଷୁଦ୍ରଅଂଶର ଆଭାସ ମାତ୍ର । ଆୟୋଡିନ୍ ର ଅଭାବରେ ଶାରୀରିକ ଓ ମାନସିକ ଅନଗ୍ରସରତା ଦେଖାଦିଏ । ଏହା ସବୁ ଶ୍ରେଣୀ ( ବୟସାନୁପାତିକ), ଲିଙ୍ଗ ( ଉଭୟ ପୁରୁଷ ଓ ମହିଳା), ଭିନ୍ନ ଭିନ୍ନ ସାମାଜିକ ଓ ଅର୍ଥନୈତିକ ସ୍ତରରେ ରହୁଥିବା ଲୋକଙ୍କ ପ୍ରଭାବିତ କରିଥାଏ । ଏହାର ଫଳ ସ୍ୱରୂପ ଗର୍ଭପାତ, ମୃତଶିଶୁ ଜାତ, ମସ୍ତିଷ୍କ ବିକୃତି ଶିଶୁ, କାଳ- ମୁକ୍ତ, ବାମନ (ବାଙ୍ଗରା), ଟେରା ନିର୍ବୁଦ୍ଧିଆ, ଗଳଗଣ୍ଡ ସବୁ ବୟସରେ ସ୍ନାୟୁବିକ ବିକାର ଇତ୍ୟାଦି ଦେଖାଦିଏ ।

ବୟସାନୁପାତିକ ଖାଦ୍ୟରେ ଆୟୋଡିନ୍ ପରିମାଣ ବା ମାତ୍ରା

ବୟସ

ଅନୁମୋଦିତ ଆବଶ୍ୟକ ପରିମାଣ ( ଏକଦିନରେ) ମାଇକ୍ରୋ ଗ୍ରାମ

୦-୧୧ ମାସ

୫୦

୧୨-୫୯ ମାସ

୯୦

୬-୧୨ ବର୍ଷ

୧୨୦

୧୨ ବର୍ଷରୁ ଉର୍ଦ୍ଧ୍ଵ

୧୫୦

ଗର୍ଭବତୀ ଓ ପ୍ରସୂତୀ

୨୦୦

ଉପଯୁକ୍ତ ଆୟୋଡିନ୍ ପାଇପାରୁଥିବା ପରିବେଶରେ ଉପଯୁକ୍ତ ଆୟୋଡିନ୍ ପାଇପାରୁ ନଥିବା ପରିବେଶ ବୃଦ୍ଧିମତ୍ତାର ପରିମାଣର ( ୧୩ ଆଇ.କ୍ୟୁ) ମାତ୍ରା ।

ଆୟୋଡିନ୍ ଲୁଣର ବିକଳ୍ପ ବ୍ୟବସ୍ଥା

ଆୟୋଡିନ୍ ଲୁଣର କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ । ପ୍ରତ୍ୟେକ ଖାଦ୍ୟଶସ୍ୟ ତାହାର ବୃଦ୍ଧି ସମୟରେ ମୁତ୍ତିକାରୁ ଏହା ଗ୍ରହଣ କରିଥାଏ । ଯଦି ମାଟିରେ କମ୍ ପରିମାଣରେ ଆୟୋଡିନ୍ ରହିଥାଏ ତାହେଲେ ଏଥିରେ ବୃଦ୍ଧିପାଉଥିବା ଖାଦ୍ୟଶସ୍ୟରେ ମଧ୍ୟ କମ୍ ପରିମାଣରେ ଆୟୋଡିନ୍ ରହେ, ସେଥିପାଇଁ ଆୟୋଡିନ୍ ପାଇବାର ଏକମାତ୍ର ସୁରକ୍ଷିତ ପନ୍ଥା ହେଉଛି ପ୍ରତିଦିନ ଖାଦ୍ୟରେ ନିଶ୍ଚିତ ଭାବରେ ଆୟୋଡିନ୍ ଲୁଣର ଗ୍ରହଣ ।

ବ୍ୟବହାର

କ’ଣ କରିବା ଉଚିତ୍

  • ସର୍ବଦା ଆୟୋଡିନ୍ ଲୁଣକୁ ପ୍ଲାଷ୍ଟିକ, କାଚ, କାଠ ଓ ମାଟି ପାତ୍ରରେ ଘୋଡାଇ ରଖିବା ଉଚିତ୍ ।
  • ଏହାକୁ ଅଧିକ ଦିନ ନରଖି ଯଥାଶୀଘ୍ର ବ୍ୟବହାର କରନ୍ତୁ ।
  • ସିଧାସଲକ ( ପ୍ରତୀକ୍ଷ) ସୂର୍ଯ୍ୟକିରଣ ଓ ଗରମ ତାପମାତ୍ରା ଠାରୁ ଦୂରେଇ ରଖନ୍ତୁ ।
  • ଆର୍ଦ୍ରତା ( ସନ୍ତସନ୍ତିଆ) ଠାରୁ ଦୂରରେ ରଖନ୍ତୁ । ସନ୍ତସନ୍ତିଆ ହେଲେ ଏହା ଜମାଟ ବାନ୍ଧିଯାଏ ଓ ଏଥିରେ ଥିବା ଆୟୋଡିନ୍ ଗୁଣାତ୍ମକ ମାନ ହ୍ରାସ ହୋଇଥାଏ।
  • ସର୍ବଦା ଲୁଣ କିଣିବା ପୂର୍ବରୁ ହସୁଥିବା ସୂର୍ଯ୍ୟର ଲୋଗୋ ଦେଖି କିଣନ୍ତୁ ।

କ’ଣ କରିବା ଅନୁଚିତ ?

  • ଆୟୋଡିନ୍ ଯୁକ୍ତ ଲୁଣ ରଖିଥିବା ପାତ୍ରକୁ ଖୋଲା ରଖନ୍ତୁ ନାହିଁ । ମେଟାଲ୍ ପାତ୍ରରେ ଏହାକୁ ଗଚ୍ଛିତ କରି ରଖନ୍ତୁ ନାହିଁ ।
  • ଅଧିକ ଦିନ ଧରି ରହିବା ଆୟୋଡିନ୍ ଲୁଣରେ ଆୟୋଡିନ୍ ର ଗୁଣାତ୍ମକ ମାନ ହ୍ରାସ ଘଟେ । ୬ ମାସରୁ ଅଧିକ ଦିନ ଗଚ୍ଛିତ କରି ରଖନ୍ତୁ ନାହିଁ ।
  • ଭଲ ଭାବରେ ପବନ ଚଳାଚଳ କରୁ ନଥିବା ଓ ସନ୍ତସନ୍ତିଆ ସ୍ଥାନରେ ଏହାକୁ ଗଚ୍ଛିତ କରି ରଖନ୍ତୁ ନାହିଁ ।
  • ଖୋଲା ପ୍ୟାକେଟ୍ ରେ ରଖନ୍ତୁ ନାହିଁ ।
  • ଖୋଲା ବଗଡା ଲୁଣ କିଣନ୍ତୁ ନାହିଁ (ଗାଈ ଗୋରୁମାନଙ୍କ ପାଇଁ ମଧ୍ୟ)

ଆୟୋଡିନ୍ ର ମାତ୍ରା ଲୁଣରେ କେତେ ରହିବା ଦରକାର:-

  • ଉତ୍ପାଦନକାରୀଙ୍କ ସ୍ତର – ୩୦ ପି.ପି.ଏମ୍ ( parts per million ) ରୁ କମ୍ ନୁହେଁ ଶୁଖିଲା ଦ୍ରବ୍ୟ ଓଜନ ନୀତି ଅନୁପାୟୀ
  • ବଣ୍ଟନ / ବ୍ୟବହାର କରିବା ସ୍ତର – ୧୫ ପି.ପି.ଏମ୍ (( parts per million ) ରୁ କମ୍ ନୁହେଁ ଶୁଖିଲା ଦ୍ରବ୍ୟ ଓଜନ ନୀତି ଅନୁପାୟୀ

ଆୟୋଡିନ୍ ଅଭାବଜନିତ ସମସ୍ୟା ଦୂରୀକରଣର ଉପାୟ

  • ସବୁଠାରୁ ସହଜ ଓ ସରଲ ଉପାୟ ହେଉଛି ପ୍ରତିଦିନ ଖାଦ୍ୟରେ ଆୟୋଡିନ୍ ଯୁକ୍ତ ଲୁଣର ବ୍ୟବହାର ।
  • ଲୁଣ କିଣିବା ସମୟରେ ଲୋଗୋ ( ହସୁଥିବା ସୂର୍ଯ୍ୟ ) ଦେଖି ଲୁଣ କିଣିବା ।
  • ଶିଶୁକୁ ଛ’ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରାଇବା ।
  • IDD କାର୍ଯ୍ୟସୂଚୀ ବା ତାଲିକା (Agenda) କୁ ସ୍ୱାସ୍ଥ୍ୟ ବିଭାଗର ବିଭନ୍ନ ମିଳିତ ବୈଠକରେ ଧାର୍ଯ୍ୟ କରାଇବା ।
  • ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ଶିକ୍ଷୟିତ୍ରୀ/ ଶିକ୍ଷକ, ପଞ୍ଚାୟତିରାଜର ସଭ୍ୟ ଓ ସଭ୍ୟା, ସ୍ଵୟଂ ସହାୟକ ଗୋଷ୍ଠୀ ଓ ମତାମତ ପ୍ରଦାନକାରି ମାନେ କମ୍ୟୁନିଟି ମେମ୍ବର ମାନଙ୍କୁ କେବଳ ଆୟୋଡିନ୍ ଲୁଣର ବ୍ୟବହାର, ଗଚ୍ଛିତ ପ୍ରଣାଳୀ, ଚିହ୍ନଟ କରିବା ( ହସୁଥିବା ସୂର୍ଯ୍ୟ) ର ଲୋଗୋ ଓ ଏହାର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ବିଷୟରେ ଅବଗତ କରାଇବା ।

ଆଧାର - ୟୁନିସେଫ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate