অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଃ ! ଆଣ୍ଠୁ କାଟୁଛି

ଓଃ ! ଆଣ୍ଠୁ କାଟୁଛି

ଉପକ୍ରମ

ଆଣ୍ଠୁ ଆମ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ସାରା ଶରୀରର ଭାର ଏହାରି ଉପରେ ପଡିଥାଏ । ଥରେଏହି ଆଣ୍ଠୁରେ ଯନ୍ତ୍ରଣା ଆରମ୍ଭ ହେଲେ ସାଧାରଣ ଜୀବନ ଅତିବାହିତ କରିବା ଭାରି କଷ୍ଟକର ହୋଇପଡେ । ଆକ୍ରାନ୍ତବ୍ୟକ୍ତିମାନେ ଚାଲିବା, ବସିବା, ଛିଡାହୋଇ କୌଣସି କାମ କରିବାରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥାନ୍ତି ।

ଆଣ୍ଠୁ ଯନ୍ତ୍ରଣା ଉପଶମ ପାଇଁ କେତେବେଳେ ଆମେ ଔଷଧ ବ୍ୟବହାର କରିଥାଉ ତ କେତେବେଳେ ବିଭିନ୍ନ ମଲମ ବା ପେନରିଲିଭର ସ୍ପ୍ରେ ବ୍ୟବହାର କରିଥାଉ । ଏହାଦ୍ୱାରା ଯନ୍ତ୍ରଣାରୁ ସିନା ସାମୟିକ ଉପଶମ ମିଳିଥାଏ, ହେଲେ ତା’ ପରିଦିନ ସେଇ ପୁରୁଣା କଥା । ଆଣ୍ଠୁ ଯନ୍ତ୍ରଣାରେ ପୃଥିବୀର ପ୍ରାୟ ୬୦ ଭାଗ ଲୋକ କଷ୍ଟ ପାଉଛନ୍ତି । ଆମେ ଭାରତୀୟମାନେ ତଳେବସି ଘରର ଅଧିକାଂଶ କାମ କରୁଥିବା କାରଣରୁ ଆଣ୍ଠୁ ଯନ୍ତ୍ରଣା ଅନ୍ୟ ଦେଶ ତୁଳନାରେ ଅଧିକା ହୋଇଥାଏ ।

କାରଣ

ଆଣ୍ଠୁ ଯନ୍ତ୍ରଣା ସାଧାରଣତଃ ହୁଇତି କାରଣରୁ ହୋଇଥାଏ । ପ୍ରଥମତଃ ବୟସ ଜନିତ ଏବଂ ଦ୍ଵିତୀୟଟି ଅନ୍ୟ କୌଣସି ରୋଗଜନିତ । ବୟସ ଜନିତ ଆଣ୍ଠୁ ଯନ୍ତ୍ରଣା ଦୈନନ୍ଦିନ ଜୀବନରେ ଏକ ସାଧାରଣ କଥା । ଆଣ୍ଠୁ ଆମ ଶରୀରର ସବୁଠାରୁ ବଡ ଗଣ୍ଠି । ଏହା ତିନିଟି ହାଡ ଯଥା- ଗଙ୍ଘ ହାଡ, ନଳି ହାଡ ଓ ଚକି ହାଡକୁ ମିଶି ହୋଇଥାଏ । ପ୍ରତ୍ୟେକ ହାଡର ଶେଷ ଅଂସ ଏକ ନରମ ଗଦିଭଳି ଜିନିଷରେ ଆବୃତ ହୋଇଥାଏ, ଯାହାକୁ କାର୍ଟିଲେଜ ବୋଲି କୁହାଯାଏ । ଏହାଦୁଇ ହାଡ ମଧ୍ୟରେ ଥିବାରୁ ଆମେ ବସିବା ଉଠିବା, ଚାଲିବା ଓ ଦୌଡିବା ସମୟରେ ଦୁଇ ହାଡ ମଧ୍ୟରେ ଘର୍ଷଣ ହୋଇପାରେ ନାହିଁ; ମାତ୍ର ବୟସ ବଢିଲେ କାର୍ଟିଲେଜ ଦୁର୍ବଳ ହୋଇଗଲେ, ହାଡ ମଧ୍ୟରେ ଘର୍ଷଣ ହୋଇ ଭୀଷଣ ଯନ୍ତ୍ରଣା ହୋଥାଏ । ଅନେକ ସମୟରେ ଏହି ଘର୍ଷଣ ଯୋଗୁଁ ଆଣ୍ଠୁ ଭିତରେ ଥିବା ଝିଲ୍ଲୀରେ ମଧ୍ୟ ଆଘାତ ଆସେ ଓ ସେଥିପାଇଁ ଝିଲ୍ଲୀ ଫୁଲିଯାଏ । ଗଣ୍ଠିରେ ପାଣି ଅଂସ ବଢିଯାଇ ଗଣ୍ଠି ଫୁଲିଯାଏ । ଏହାର ଚିକିତ୍ସା ଠିକ୍ ସମାସୀରେ କରା ନଗଲେ କାର୍ଟିଲେଜ ଧୀରେ ଧୀରେ ନଷ୍ଟ ହୋଇଯାଏ । ଯାହାଫଳରେ ଆଣ୍ଠୁଟି ସମ୍ପୁର୍ଣ୍ଣ ବଙ୍କା ହୋଇଯାଏ ।

ଏହାଛଡା ବିଭିନ୍ନ କାରଣରୁ ମଧ୍ୟ ଆଣ୍ଠୁରେ ଯନ୍ତ୍ରଣନ ହୋଇଥାଏ । ସାଧରଣତଃ ତିନିଟି ରୋଗ ଦ୍ଵାରା ଆଣ୍ଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ । ସେଗୁଡିକ ହେଲା, ରୟୁମାଟଏଡ ଆର୍ଥାଇଟିସ । ଆମ ଶରୀରରେ କୌଣସି କାରଣ ବଶତଃ ରୋଗ ପ୍ରତିରୋଧକ ଶକ୍ତି କମିଗଲେ ପ୍ରାୟ ଶରୀରର ସମସ୍ତ ଗଣ୍ଠି ଧୀରେ ଧୀରେ ଫୁଲିଯାଏ ଓ ଭୀଷଣ ବ୍ୟଥା ହୋଇଥାଏ । ଏହାକୁ ରୟୁମାଟଏଡ ଆର୍ଥାଇଟିସ ବୋଲି କୁହାଯାଏ । ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ କିମ୍ବା ରେଡ ମିଟ୍ (ଲାଲ ମାଂସ) ଖାଇଲେ, ଆମ ଶରୀରରେ ୟୁରିକ ଏସିଡର ପରିମାଣ ବଢିଯାଏ । ଏହାକୁ ଗୌଟି ଆର୍ଥାଇଟିସ୍ ବୋଲି କୁହାଯାଏ । ଏହି ସବୁ କାରଣରୁ ଆଣ୍ଠୁଗଣ୍ଠି ସବୁଠାରୁ ଅଧିକ ଭାବରେ କ୍ଷତିଗ୍ରସ୍ତ ହୋଇଥାଏ । ମଧୁମେହ ରୋଗରେ ଆକ୍ରାନ୍ତ ରୋଗୀଙ୍କ ଏହି କାର୍ଟିଲେଜ ଗୁଡିକ ଶୀଘ୍ର ନଷ୍ଟ ହୋଇଥାଏ ।

ଚିକିତ୍ସା

ପ୍ରାଥମିକ ସ୍ତରରେ ଆଣ୍ଠୁଗଣ୍ଠିଯନ୍ତ୍ରଣା ପାଇଁ କାର୍ଟିଲେଜ ଭିଟାମିନ କ୍ୟାଲସିୟମ, ଓଷ୍ଟିଓପୋରିଓସିସ୍ ର ଭିଟାମିନ୍ ବ୍ୟବହାରକରାଯାଇଥାଏ । ଏହି ସବୁ ଔଷଧକୁ କେବଳ ଡାକ୍ତରଙ୍କ ପରାମର୍ଶରେ ପ୍ରତିଦିନ ବ୍ୟବହାର କରି ନିୟମିତ ବ୍ୟାୟାମ କଲେ ପ୍ରାଥମିକ ସ୍ତରରେ ଥିବା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଠାରୁ ଉପଶମ ମିଳିଥାଏ । ଦ୍ଵିତୀୟ ସ୍ତରରେ ଆଟୁ ଜନ୍ତରା ଭୋଗୁଥିବା ରୋଗୀମାନେ ମଧ୍ୟନିୟମିତ ବ୍ୟାୟାମ କରିବା ସହିତ କାଲସିୟମ ଓ ଓଷ୍ଟିଓପୋରିଓସିସ୍ ଔଷଧ ଦ୍ଵାରା କିଛି ପରିମାଣରେ ଉପଶମ ମିଳିଥାଏ । ଦୃତିୟ ସ୍ତରରେ ଏହାଛଡା ଆଣ୍ଠୁ ଅଧିକ ନଷ୍ଟ ହୋଇଥିଲେ, ଆର୍ଥାସ୍କୋପିକ ଅପରେସନ ସାହାଯ୍ୟରେ ଆଣ୍ଠୁରେ ଏକ ଛୋଟ କଣା କରି ମେସିନ ସାହାଯ୍ୟରେ ଆଣ୍ଠୁକୁ ସଫା କରିଦେଲେ, କେତେକାଂଶରେ ଉପଶମ ମିଳିଥାଏ । ଯେତେବେଳେ ଆଣ୍ଠୁ ସମ୍ପୁର୍ଣ୍ଣ ବଙ୍କା ହୋଇଥାଏ । ସେତେବେଳେ ପ୍ଲାଷ୍ଟିକ କାର୍ଟିଲେଜକୁ ବୋନ୍ ସିମେଣ୍ଟ ଦ୍ଵାରା ପେଷ୍ଟ କରିବାକୁ ପଡେ, ଯାହାକୁ ଡାକ୍ତରୀ ଭାଷାରେ ଜଏଣ୍ଟ ଋପ୍ଲେସମେଣ୍ଟ ସର୍ଜରୀ ବୋଲି କୁହାଯାଏ । ଏହାଦ୍ଵାରା ରୋଗୀ ୨୦-୨୫ ବର୍ଷ ପର୍ଯ୍ୟନ୍ତ ଯନ୍ତ୍ରଣା ଠାରୁ ଅଧିକ ଉପଶମ ପାଇଥାଏ । ବର୍ତ୍ତମାନ ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ଵାରା ବଙ୍କା ହୋଇଥିବା ଆଣ୍ଠୁକୁ ସମ୍ପୁର୍ଣ୍ଣ ସିଧା କରାଯାଇପାରୁଛି । ସାଧାରଣ ପଦ୍ଧତିରେ ଗଣ୍ଠି ପ୍ରତ୍ୟାରୋପଣ ପରେ ବସି ଝାଡା ପରିସ୍ରା କାଇବା ଆଦି ସମ୍ଭବ ହୋଇ ନଥିବାବେଳେ ଏବେ ଆଧୁନିକ କୌଶଳ ଅପରେସନ୍ ଦ୍ଵାରା ରୋଗୀ ଏହି ସବୁ କାମ ପୂର୍ବଭଳି କରିପାରେ ।

ଆଧାର

ସମାଜ

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate