ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / କୋଲେଷ୍ଟ୍ରାଲ ଏକ ଘାତକଵ
ସେଆର କରନ୍ତୁ

କୋଲେଷ୍ଟ୍ରାଲ ଏକ ଘାତକଵ

କୋଲେଷ୍ଟ୍ରାଲ ହେଉଛି ଏକ ଚର୍ବି ଜାତୀୟ ଉପାଦାନ ଯିଏ ମହମ ସଦୃଶ ରକ୍ତ ନଳୀରେ ଦେଖାଦେଇଥାଏ ।

କୋଲେଷ୍ଟ୍ରାଲ କ’ଣ ?

କୋଲେଷ୍ଟ୍ରାଲ ହେଉଛି ଏକ ଚର୍ବି ଜାତୀୟ ଉପାଦାନ ଯିଏ ମହମ ସଦୃଶ ରକ୍ତ ନଳୀରେ ଦେଖାଦେଇଥାଏ । ଏହା ଅତ୍ୟଧିକ ଚର୍ବିଜାତୀୟ ଖାଦ୍ୟ, ମୋଟାପା, ମାତ୍ରାଧିକ ତେଲ, ଘିଅ, ଛେନା, ବାଦାମ, କ୍ଷୀରର ସର ଇତ୍ୟାଦି ଖାଦ୍ୟ ପଦାର୍ଥରୁ ହିଁ ସିଧାସଳଖ ମିଳିଥାଏ ।

ଆମେ ଯଦି ଏହି ପ୍ରକାର ଖାଦ୍ୟକୁ ବାରମ୍ବାର ବ୍ୟବହାର କରୁତେବେ ଉକ୍ତ ଖାଦ୍ୟରୁ କୋଲେଷ୍ଟ୍ରାଲ ଆମ ଶରୀରେ ଥିବା ରକ୍ତ ନାଲି କିମ୍ବା ଧମନୀ ବାଟ ଦେଇ ଜମା ହୋଇଥାଏ ।

ଫଳରେ ଏହା ରକ୍ତ କନିକାରେ ଜମାଟ ବାନ୍ଧି ହାର୍ଟରେ ଷ୍ଟ୍ରୋକ୍ ପରି ରୋଗ କରାଇଥାଏ ଏବଂ ଅନ୍ୟ ପକ୍ଷରେ ମସ୍ତିଷ୍କକୁ ରକ୍ତ ପ୍ରବାହ କମିଯିବା ହେତୁ ବ୍ରେନ୍ ଷ୍ଟ୍ରୋକ୍ ହେବାର ସମ୍ଭାବନା ରହିଥାଏ ।

୩ ପ୍ରକାର କୋଲେଷ୍ଟ୍ରଲ

  1. ଗୁଡ୍ କୋଲେଷ୍ଟ୍ରଲ ( ଉତ୍ତମ କୋଲେଷ୍ଟ୍ରାଲ)
  2. ବ୍ୟାଡ୍ କୋଲେଷ୍ଟ୍ରାଲ (କ୍ଷତିକାରକ କୋଲେଷ୍ଟ୍ରାଲ)
  3. ଟ୍ରାଇଗ୍ଲ୍ରିସେରାଇଡ

କୋଲେଷ୍ଟ୍ରାଲ କୁ କିପରି ନିୟନ୍ନାଣଧିନ କରାଯାଇପାରିବ

ଜୀବନ ଶୈଳୀରେ ପରିବର୍ତ୍ତନ

  • ହୃତ୍ ପିଣ୍ଡକୁ ସୁସ୍ଥା ରଖିବା ପାଇଁ ଉତ୍ତମ ଖାଦ୍ୟ ଫଳସହିତ ସବୁଜ ପନିପରିବା ପ୍ରଚୁର ପରିମାଣର ସେବନ ସାଙ୍ଗକୁ ଲୁଣ ଏବଂ ତେଲର ପରିମାଣ କମାଇବା ଆବଶ୍ୟକ ଅଟେ ।
  • ନିୟମିତ ଶରୀରରୁ ଗମ୍ ଗମ୍ ଝାଳ ବୋହିବା ଭଳି ବ୍ୟାୟାମ ( ଅତିକମ୍ ରେ ୪୫ ମିନିଟ୍) ଆବଶ୍ୟକ ।
  • ତମାଖୁ ସେବନ, ମଦ୍ୟପାନ, ଫାଷ୍ଟଫୁଡ୍ ସେବନ ବେଂ ବାହ୍ୟ ଖାଦ୍ୟ ତଥା – ବରଗର, ପିଜା ଡ୍ରାଏଫୁଡ୍ ଇତ୍ୟାଦି ବର୍ଜନ କରିବା ଆବଶ୍ୟକ ।
  • କୋଲେଷ୍ଟରାଲ୍ ଭରିରହିଥିବା ଖାଦ୍ୟ ଯଥା ବଟର, ନଡିଆ ତେଲ କିମ୍ବା ପାମ୍ ଅଏଲରେ ରହିଥିବା ସାଚ୍ୟୁରେଟେଡ୍ ଫ୍ୟାଟ୍ ଟ୍ରାନସ୍ ଫ୍ୟାଟ ଇତ୍ୟାଦି ଖାଦ୍ୟକୁ ବର୍ଜନ କରିବା ଆବଶ୍ୟକ ।
  • ସାଚୁରେଟେଡ୍ ଓ ଟ୍ରାନସ୍ ଫ୍ୟାଟକୁ ମନୋ ଅନସାଚ୍ୟୁରେଟେଡ୍ ଏବଂ ପଲିଅନ ସାଚ୍ୟୁରେଟେଡ୍ ଫ୍ୟାଟ ଯଥା ଅଲିଭ ଅଏଲ, କନୋଲା ଅଏଲ୍ କୁ ପରିବର୍ତ୍ତନ କରିବା ଉଚିତ୍ ଯାହା କ୍ଷତିକାରକ କୋଲେଷ୍ଟ୍ରାଲ ସ୍ତରକୁ ହ୍ରାସ କମ୍ କରିବାରେ ସାହାର୍ଯ୍ୟ କରିଥାଏ ।

କୋଲେଷ୍ଟ୍ରାଲ ନିୟନ୍ତ୍ରଣାଧିକ ଖାଦ୍ୟ ଫଳ ଏବଂ ପନିପରିବାରେ

  1. ସତେଜ ଏବଂ ଥଣ୍ଡା ଦ୍ଵାରା ସଂର କ୍ଷିତବିଶେଷତଃ କଳା ବା ଅନ୍ଧାରୁଆ ପରି, ପତ୍ରରେ ଆବୃତ୍ତ ପନିପାରିବା( ବ୍ରୋକୋଲୀ ଏବଂ ଖଡା କିମ୍ବା ପୋଇ କମଳା ରଂଙ୍ଗର ପନିପରିବା କନ୍ଧମୁଳ, ଗାଜର ଇତ୍ୟାଦି ) ।
  2. ସ୍ୱାସ୍ଥ୍ୟକର ସୁପ : ଟମାଟୋ, ସବୁଜପନିପରିବା ସୁପ ଶୁଖିଲା ଚିକେନ୍ ସୁପ୍( ପାରିବା ଓ ଅଟା ବା ଚାଉଳର ବହଳିଆ ସୁପ୍) କମ୍ ପରିମାଣର ଲବଣ ସହିତ ନେବା ଜରୁରୀ ।
  3. ସମ୍ପୁର୍ଣ୍ଣ ଖାଦ୍ୟ ଶସ୍ୟ ଗହମ ଜାତୀୟ, ବ୍ରାଉନବ୍ରେଡ୍ ବାଜରା, ଜଅ ଇତ୍ୟାଦି ।
  4. ଶସ୍ୟ ଜାତୀୟ: ଶୁଖିଲା ମଟର ବିନସ୍ କଳା ଆଖିଥିବା ମଟର, ବୃକକ୍ ସଦୃଶ ମଟର, ସୋୟା ବିନସ୍ ଇତ୍ୟାଦି ।
  5. ପ୍ରାଣୀ ଜାତୀୟ :
    • ମାଛ ( ଛୋଟ କିମ୍ବା ତେଲ / ଘିଅ ଅଂସ ଛାଡି )
    • ଅଣ୍ଡା (କେବଳ ଧଳା ଭାଗ)
    • ଚିକେନ୍ ମଟନ ( ବହୁତ କମ ପରିମାଣ ଅଥବା ବର୍ଜନିୟ) ଇତ୍ୟାଦି ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ । ଫଳରେ କୋଲେଷ୍ଟ୍ରାଲ ଉପରେ ନିୟନ୍ତ୍ରଣ କରାଯାଇ ଜୀବନ ପ୍ରତି ବିପଦ ଥିବା ଘାତ ପରି ରୋଗ ଏଡା ଯାଇ ପାରିବ ।

ମାତ୍ର ୧୦ ଦିନରେ କମିବ ଓଜନ

ଓଜନ କମାଇବା ସହଜ କାମ ନୁହେଁ । ଏଥିପାଇଁ ଧର୍ଯ୍ୟ ଏବଂ ସମୟ ନିହାତି ଆବଶ୍ୟକ । ଏହା ଜାଣି ମଧ୍ୟ କୌଣସି ବିଶେଷ କାରଣ ଯୋଗୁଁ ଆମେ ଖୁବ୍ ଶୀଘ୍ର ଓଜନ କମାଇବାକୁ ଚାହିଁଥାଉ । ତେବେ ଏଭଳି କ୍ଷେତ୍ରରେ ଆପଣାନ୍ତୁ ଏହି ୧୦ ଟିପ୍ସ ଯାହା ଆପଣଙ୍କୁ ୧୦ ଦିନରେ ଓଜନ କମାଇବାରେ ସାହାଯ୍ୟ କରିବ । ତେବେ ଏହି ଉପାୟରେ ଅତ୍ୟଧିକ ଓଜନ କମିବ ନାହିଁ କିନ୍ତୁ କିଛି ମାତ୍ରାରେ କମିବ ।

  • ବାହାରର ତେଲ ଏବଂ ମସାଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଘରେ ପ୍ରସ୍ତୁତ ହେଉଥିବା କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଏଥିପାଇଁ ଆପଣ ଫଳ ଏବଂ ସବୁଜ ପନିପରିବା ଖାଇପାରନ୍ତି । ଯଦି ସମ୍ଭବ ଘରେ ହିଁ ତାଜା ଫଳରେ ଜୁସ୍ ତିଆରି କରି ପିଅନ୍ତୁ । କିନ୍ତୁ ଏହି ଜୁସରେ ଚିନି ନ ମିଶାଇ ପିଇଲେ ଅଧିକ ଲାଭ ମିଳିଥାଏ ।
  • ଯଦି ଆପଣ ସକାଳ ଖାଦ୍ୟ ଖାଉନାହାଁନ୍ତି ତେବେ ଏହା ଆପଣଙ୍କ ଓଜନ କମ୍ କରିବା ମିଶନରେ ବଡ ବାଧା ସୃଷ୍ଟି କରିପାରେ । ତେଣୁ ଓଜନ କମ୍ କରିବାକୁ ଚାହୁଁଥିଲେ ସକାଳ ଖାଦ୍ୟ ଭଲ ଭାବରେ ଖାଆନ୍ତୁ । କାରଣ ଏଥିରୁ ମିଳୁଥିବା କ୍ୟାଲୋରୀ ଦିନ ସାରା ଶରୀରରେ ରହିଥାଏ ।
  • କେବଳ ଫଳ କିମ୍ବା ଲିକ୍ୱିଡ୍ ଡାଏଟ୍ କରି ଖୁବ୍ ଶୀଘ୍ର ଓଜନ କମ୍ କରି ପାରନ୍ତି । କିନ୍ତୁ ଏହା କୌଣସି ଡାଏଟିସିୟାନଙ୍କ ତତ୍ୱାବଧାନରେ ହେଲେ ବେଶୀ ଫଳପ୍ରଦ ହୋଇଥାଏ ।
  • ଦିନରେ ଦୁଇ ଥର ଭୋଜନ କରିବା ପରିବର୍ତ୍ତେ ପ୍ରୋଟିନ୍ ସେକ୍ ନେବା ସବୁଠାରୁ ଭଲ ବିକଳ୍ପ । ପ୍ରୋଟିନ୍ ସେକ୍ ପିଇବା ଦ୍ୱାରା ଦୀର୍ଘ ସମୟ ଧରି ଭୋକ ଲାଗିନଥାଏ ଏବଂ ଦୁର୍ବଳତା ମଧ୍ୟ ଅନୁଭବ ହୋଇନଥାଏ । ତେବେ କୌଣସି ଗୋଟିଏ ଥର ଆପଣ ହାଲକା ଖାଦ୍ୟ ଖାଇପାରନ୍ତି ।
  • ତେଲ ଜାତୀୟ ଖାଦ୍ୟ, ମିଠା , ବିସ୍କୁଟ୍, ମଇଦାରେ ତିଆରି ଖାଦ୍ୟ, ସଫ୍ଟ ଡ୍ରିଙ୍କ୍ସ, ସର୍ବତ, କକଟେଲ୍ ଏବଂ ପ୍ୟାକେଟରେ ଉପଲବ୍ଧ ଜୁସ୍ ଏବଂ ସୁପଠାରୁ ଦୂରତା ବନେଇ ରଖନ୍ତୁ ।
  • ପ୍ରାକୃତିକ ପାନୀୟ ଯେମିତି କି ନଡିଆ ପାଣି, ପଇଡ ପାଣି, ଗ୍ରୀନ୍ ଟି, ତୁଳସୀ କିମ୍ବା ଅଦା ରସ ପ୍ରତିଦିନ ପିଇଲେ ଓଜନ କମିଥାଏ । ଏହା ସହ ପ୍ରତିଦିନ ନଖ ଉଷୁମ ପାଣି ପିଇଲେ ଓଜନ କମିଥାଏ
  • ଖାଦ୍ୟରେ ମେଥୀ, ଲେମ୍ବୁ ଏବଂ ଖଟା ଫଳ ସାମିଲ୍ କରନ୍ତୁ । ଏହା ସହ ପ୍ରତିଦିନ ଦହି ଖାଆନ୍ତୁ ।
  • ପ୍ରତିଦିନ ବାଜରା କିମ୍ବା ଜଅରେ ନିର୍ମିତ ରୋଟି ଖାଆନ୍ତୁ ।
  • ପ୍ରତିଦିନ ସକାଳେ ଖାଲି ପେଟରେ ଗରମ ପାଣିରେ ଲେମ୍ବୁ ଏବଂ ମହୁ ମିଶାଇ ପିଅନ୍ତୁ । ଯଦି ସମ୍ଭବ ପାଣିରେ ଡାଳିଚିନି ଗୁଣ୍ଡ ଅଳ୍ପ ମିଶାନ୍ତୁ । ଏହା ଓଜନ କମ୍ କରିବାରେ ଖୁବ୍ ସାହାଯ୍ୟ କରିଥାଏ ।
  • ପ୍ରତିଦିନ ଅନ୍ତତଃ ୧ ଘଂଟା ଚାଲନ୍ତୁ । ଏହା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଠିକ୍ ଭାବରେ ହୋଇଥାଏ । ଯାହା ଦ୍ୱାରା ନା କେବଳ ଓଜନ କମିଥାଏ ବରଂ ତ୍ୱଚାରେ ଚମକ ଆସିଥାଏ ।

ପତଳା ହେବା ପାଇଁ ସର୍ଜରୀ

ବେରିଏଟ୍ରିକ‌୍‍ ସର୍ଜରୀ ପ୍ରକ୍ରିୟାରେ ପାକସ୍ଥଳୀ ଧରିରଖିପାରୁଥିବା ଖାଦ୍ୟ୍ୟଗ୍ରହଣ କରାଯାଏ ଯଦ୍ୱାରା ଓଜନ କମ ହୁଏ, ପୋଷଣର ମାଲାବ‌୍‍ଜର୍ସନ ହୁଏ କିମ୍ୱା ଉଭୟ ଗ୍ୟାସ‌୍‍ ନିୟନ୍ତ୍ରଣ ଓ ମାଲାବଜର୍ସନ ହୁଏ। ବେରିଏଟ୍ରିକ‌୍‍ ସର୍ଜରୀ ପ୍ରକ୍ରିୟା ଦ୍ୱାରା ହର୍ମୋନ‌୍‍ରେ ପରିବର୍ତ୍ତନ ହୋଇଥାଏ। ୧୯୫୦ ପରଠାରୁ ଅନେକ ପ୍ରକାର ସର୍ଜରୀ ଉଦ୍ଭାବନ ହୋଇଛି ଓ ସେଥିରେ ନିରନ୍ତର ପରିବର୍ତ୍ତନ ଦ୍ୱାରା ତାହା ଅଧିକ ସୁରକ୍ଷିତ ହୋଇପାରିଛି।

ଏବେ ଓଜନ ହ୍ରାସ ସର୍ଜରୀକୁ ଲାପୋରୋସ୍କୋପିକ‌୍‍ ସର୍ଜରୀ ଜରିଆରେ କରାଯାଉଛି। ସାଧାରଣ ବେରିଏଟ୍ରିକ‌୍‍ ସର୍ଜରୀଗୁଡ଼ିକ ହେଉଛି ଗ୍ୟାଷ୍ଟ୍ରିକ‌୍‍ ବାଇପାସ‌୍‍ (ରୁକ୍ସ-ଏନ‌୍‍-ୱାଇ), ସ୍ଲିଭ‌୍‍ ଗ୍ୟାଷ୍ଟ୍ରେକ୍ଟୋମି ଓ ମିକ୍ସ (ମିନି-ଗ୍ୟାଷ୍ଟ୍ରିକ‌୍‍ ବାଇପାସ‌୍‍)। ପ୍ରତ୍ୟେକ ସର୍ଜରୀର ନିଜସ୍ୱ ଉପକାରିତା ଓ ଅପକାରିତା ରହିଛି। ଅନିୟନ୍ତ୍ରିତ ମେଦ ବହୁଳତା ଓ ଡାଇବେଟିସ‌୍‍ରେ ରେମହିସନ‌୍‍ ହାର ଏମ‌୍‍ଜିବିରେ ୯୫ଞ୍ଝ ଓ ଆରୱାଇଜିବିରେ ୮୦ଞ୍ଝ ରହିଛି। ଅନିୟନ୍ତ୍ରିତ ଡାଇବେଟିସ‌୍‍ ଦ୍ୱାରା ପୀଡ଼ିତ ଯୁବବର୍ଗଙ୍କ ପାଇଁ ଏହା ଏକ ବରଦାନ। କାରଣ ଏହି ସର୍ଜରୀ ପରେ ଆଉ ଇନ‌୍‍ସୁଲିନ‌୍‍ ନେବାକୁ ପଡେ଼ ନାହିଁ। ବେରିଏଟ୍ରିକ‌୍‍ ସର୍ଜରୀ ପରେ ହର୍ମୋନ‌୍‍ ପରିବର୍ତ୍ତନ ଯୋଗୁଁ ଓଜନ ହ୍ରାସ ଜାରି ରହେ କାରଣ ଏହା ଶକ୍ତି ସଞ୍ଚୟ (କ୍ୟାଲୋରି ନଷ୍ଟ କରିବା)କୁ ବୃଦ୍ଧି କରେ। କେତେକ ସର୍ଜରୀ ଶକ୍ତି ସଞ୍ଚୟ ଶରୀରର ପରିବର୍ତ୍ତନ ଅନୁସାରେ ହୋଇଥାଏ। ତେଣୁ ଖାଦ୍ୟ ଉପରେ ନିୟନ୍ତ୍ରଣ ମାଧ୍ୟମ
ତୁଳନାରେ ସର୍ଜରୀ ଜରିଆରେ ଓଜନ ହ୍ରାସ ଅଧିକ ଦିନ ଲାଭଦାୟକ ରୁହେ, କାରଣ ଏହା ଜରିଆରେ ଏକ ଉପଯୁକ୍ତ ଶକ୍ତି ସନ୍ତୁଳନ ସୃଷ୍ଟି ହୋଇଥାଏ।

ପିଓସିଡି ଯୋଗୁଁ ଗର୍ଭଧାରଣରେ ଅକ୍ଷମ ଥିବା ଯୁବତୀଙ୍କଠାରେ ଏହା ଏକ ପ୍ରଭାବଶାଳୀ। ଏହା ଅନେକ ଯୁବତୀଙ୍କୁ ଗର୍ଭଧାରଣକରିବାରେ ସାହାଯ୍ୟ କରେ। ସର୍ଜରୀ ପରର ଜୀବନକୁ ନେଇ ଅନେକ ରୋଗୀ ଚିନ୍ତା ପ୍ରକଟ କରନ୍ତି। ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ବେରିଏଟ୍ରିକ‌୍‍ ସର୍ଜରୀ ପରେ ଅତ୍ୟଧିକ ମେଦବହୁଳତାରେ ପୀଡ଼ିତ ଥିବା ବ୍ୟକ୍ତି ସଫଳତାର ସହ ୫୦ଞ୍ଝ କିମ୍ୱା ଅଧିକ ଓଜନ ହ୍ରାସ କରିପାରିଛନ୍ତି। ସୁପର-ଓବେସିଟ‍୍‌ରେ ଏହା ଆହୁରି ପ୍ରଭାବଶାଳୀ ହୋଇଥାଏ। ରୋଗୀମାନେ ନିଜ ଉପରେ ଅଧିକ ବିଶ୍ୱାସ କରିପାରନ୍ତି, ସେମାନଙ୍କ ସ୍ୱାଭିମାନ ବୃଦ୍ଧି ପାରେ, ଅଙ୍ଗ ପ୍ରତ୍ୟଙ୍ଗ ଭଲ ଭାବେ ଚଳପ୍ରଚଳ କରିବା ଦ୍ୱାରା ସେମାନଙ୍କ ସାମାଜିକ ଓ ସମ୍ୱୋଗ ଜୀବନରେ ଉନ୍ନତି ପରିଲକ୍ଷିତ ହୋଇଥାଏ। ବେକାର ଓ ଭିନ୍ନକ୍ଷମ ଭଳି ଏକଲା ଜୀବନରୁ ମୁକ୍ତି ମିଳିଥାଏ। ପୁନଶ୍ଚ, ବେରିଏଟ୍ରିକ‌୍‍ ସର୍ଜରି ପରେ ବିଶାଦଗ୍ରସ୍ତ ଓ ଉଦ‌୍‍ବେଗ ହ୍ରାସ ପାଇଛି।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top