ପ୍ରାରମ୍ଭିକ କୈଶୋରାବସ୍ଥା ( ୧୦ – ୧୩ ବର୍ଷ )
- ଶରୀରର ପୁନଃ ଗଠନ
- ନୂଆ ନୂଆ ସାଙ୍ଗ ସାଥୀମାନଙ୍କ ସହିତ ମିଳାମିଶା କରିବା
- ଦୁଃସାହସିକ କାର୍ଯ୍ୟ ପ୍ରତି ମନୋଭାବ ଦେଖାଇବା
- ମତିଗତି ଦ୍ରୁତ ଭାବରେ ବଦଳିଯାଏ ଓ ମନରେ ଅସ୍ଥିରତା ପ୍ରକାଶ ପାଏ ।
ମଧ୍ୟ କୈଶୋରା ବସ୍ଥା (୧୪ – ୧୬ ବର୍ଷ )
- ନୂଆ ନୂଆ ଚିନ୍ତାଧାରା ପ୍ରକାଶ ପାଇବା
- ଆତ୍ମନିର୍ଭରଶୀଳ ହେବା ପାଇଁ ଚେଷ୍ଟା କରିବା
- ନିଜସ୍ଵ ବ୍ୟକ୍ତିଗତ ପରିଚୟ ସୃଷ୍ଟି କରିବା ସଙ୍ଗାରେ ନଉତିକ ବୌଦ୍ଧିକ ଓ ବିବେକର ବିକାଶ ଘଟିବା
- ବାପା ମା’ ତଥା ପରିବାରବର୍ଗଙ୍କ ଠାରୁ ଅଲଗା ରହିବା ତଥା ଭିନ୍ନମତ ପ୍ରକାଶ କରିବା
- ବିପରିତ ଲିଙ୍ଗର ପୁଅଝିଅ ସହିତ ମିଳାମିଶା କରିବା
- ନିଜର ଚେହେରା ସୁନ୍ଦର କରିବାରେ ବ୍ୟସ୍ତ ରହିବା
- ନିଜର ପଥ ପ୍ରଦର୍ଶ (Role Model) ବଛିବା ଓ ନିଜର ଲକ୍ଷ୍ୟ ପାଇଁ ପ୍ରସ୍ତୁତ ହେବା
ଅନ୍ତିମ କୈଶୋରବସ୍ଥା ( ୧୭ – ୧୯ ବର୍ଷ )
- କର୍ମ ନିଯୁକ୍ତି ରୋଜଗାରକ୍ଷମ ତଥା ବ୍ୟକ୍ତିଗତ ଲକ୍ଷ୍ୟକୁ ହାସଲ କରିବା ପାଇଁ ଚେଷ୍ଟା କରିବା
- ସାମାଜିକ ମୂଲ୍ୟବୋଧର ବିକାଶ
- ଲକ୍ଷ୍ୟହାସଲ କରିବା ପାଇଁ ଆବେଗ ଓ ଉତ୍କଣ୍ଠା କରିବା
- ବୟସ୍କମାନଙ୍କ ପରି ଦାୟିତ୍ଵବୋଧତା ପାଇଁ ପ୍ରସ୍ତୁତ ହେବା
କିଶୋରାବସ୍ଥାରେ ନିମ୍ନଲିଖିତ ପରିବର୍ତ୍ତନ ହୋଇଥାଏ ।
- ଚିନ୍ତାଧାରା ଖୁବ୍ ଶୀଘ୍ର ବଳଦିଯାଏ, ଏହି ଅବସ୍ଥାରେ ଚିଡ୍ ଚିଡା ଭାବ ଦେଖାଯାଏ ଏବଂ ଆଚରଣରେ ଅତ୍ୟଧିକ ପରିବର୍ତ୍ତନ ହୋଇ ଅତ୍ୟଧିକ ରୋଗ ଉତ୍ତେଜନା କିମ୍ବା ଅତ୍ୟଧିକ ଶାନ୍ତି ସ୍ଵଭାବ ଦେଖାଯାଏ ।
- ପରିବାର ସଦସ୍ୟମାନଙ୍କ ଠାରୁ ଅଲଗା ରହି ସଙ୍ଗାସାଥୀମାନଙ୍କ ସହିତ ସମୟ ବିତାଇବାକୁ ଭଲ ପାଆନ୍ତି ।
- ସେମାନେ ସାଧାରଣତଃ ଦୁଃସାହିତ ହେବା ସହିତ ନିଜ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକୁ ପ୍ରୟୋଗ କରି ଥାଆନ୍ତି । ସାଙ୍ଗସାଥୀମାନଙ୍କ କୁସଙ୍ଗ ଧୂମ୍ରପାନ କରିବା, ନିଶାଦ୍ରବ୍ୟ ସେବନ କରିବା ଗୁଟକା ଖାଇବା, ଡ୍ରଗସ୍ ସେବନର କୂଅଭ୍ୟାସାର ପଡିଥାଆନ୍ତି ।
- ତାଙ୍କ ଶରୀରରରେ ଘଟୁଥିବା ବିଭିନ୍ନ ଶାରୀରିକ ଓ ମାନସିକ ପରିବର୍ତ୍ତନକୁ ନେଇ ମାନସିକା ଚିନ୍ତା ଓ ଚାପରେ ରହିଥାଆନ୍ତି ।
ନିଜସ୍ ବ୍ୟକ୍ତିଗତ ପରିଚୟ ସୃଷ୍ଟି କରିବା ଓ ବ୍ୟକ୍ତିଗତ ସଂପର୍କ ସ୍ଥାପନ କରିବାକୁ ଚେଷ୍ଟା କରନ୍ତି ।
ଆଧାର - UNICEF
Last Modified : 12/18/2019
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.