অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କାଶ , ଥଣ୍ଡା ଓ ଗୁରୁତର ଅସୁସ୍ଥତା

କାଶ , ଥଣ୍ଡା ଓ ଗୁରୁତର ଅସୁସ୍ଥତା

  1. ଉପକ୍ରମ
  2. ଯାହା ଜାଣିବା ହେଉଛି ପ୍ରତ୍ୟକ ପରିବାର ଓ ଗୋଷ୍ଠୀର ଅଧିକାର
  3. କାଶ ଓ ଥଣ୍ଡା ହୋଇଥିବା ଶିଶୁ ର ଯତ୍ନ
    1. କାଶ ଓ ଥଣ୍ଡା ହୋଇଥିବା ଶିଶୁକୁ ଉଷୁମ ରଖିବା ଏବଂ ଯଥେଷ୍ଟ ପରିମାଣର ଖାଦ୍ୟ ଓ ପାନୀୟ ଦେବା ଦରକାର ।
    2. ବେଳେ ବେଳେ କାଶ ଓ ଥଣ୍ଡା ଗୁରୁତର ସମସ୍ୟାର ଲକ୍ଷଣ ହୋଇପାରେ । ଶିଶୁ ଜୋରରେ ବା କଷ୍ଟରେ ନିଶ୍ଵାସ ନେଉଥିଲେ ତାକୁ ଫୁସ୍ ଫୁସ୍ ପ୍ରଦାହ ହୋଇଥାଇପାରେ ।
    3. ଶିଶୁକୁ ପ୍ରଥମ ଛଅମାସ କେବଳ ମା’କ୍ଷୀର ଖୁଆଇ ଏବଂ ଅନ୍ୟ ପିଲାମାନଙ୍କୁ ଉତ୍ତମ ଖାଦ୍ୟ ଓ ପ୍ରତିଷେଧକ ଟୀକା ଦେଇ ଫୁସ୍ - ଫୁସ୍ ପ୍ରଦାହର ପ୍ରତିରୋଧ କରାଯାଇପାରେ ।
    4. ଶିଶୁର ଅତି ଜୋରରେ କାଶ ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର । ପିଲାର ଯକ୍ଷ୍ମା କିମ୍ବା ଫୁସ୍ ଫୁସ୍ ରେ ସଂକ୍ରମଣ ହୋଇଥାଇ ପାରେ ।
    5. ଶିଶୁ ଓ ଗର୍ଭବତୀ ମହିଳା ତମାଖୁ ଧୂଆଁ ବା ରୋଷେଇ ଘର ଧୂଆଁରେ ବେଶୀ ସମୟ ରହିଲେ ସେମାନେ ପ୍ରତି ବିପଦ ଆସିପାରେ ।

ଉପକ୍ରମ

ପିଲାଙ୍କ ପାଇଁ କାଶ , ଥଣ୍ଡା , ତଣ୍ଟି ଦରଜ ଏବଂ ନାକରୁ ପାଣି ବୋହିବା ଅତି ସାଧାରଣ କଥା । ଏସବୁ ସେତେ ଗୁରୁତର କଥା ନୁହେଁ ।

କିନ୍ତୁ କାଶ ଓ ଥଣ୍ଡା ଆଦି ଫୁସ୍ ଫୁସ୍ ପ୍ରଦାହ ବା ନିମୋନିଆ ଓ ଯକ୍ଷ୍ମା ଭଳି ବିପଦଜନକ ରୋଗର ସତର୍କ ସୂଚନା ମଧ୍ୟ ହୋଇପାରେ । ୨୦୦୦ ମସିହାରେ ଶ୍ଵାସତନ୍ତ୍ରରେ ସଂକ୍ରମଣ ଯୋଗୁଁ ଦୁଇ ନିୟୁତ ପିଲାଙ୍କର ମୃତ୍ୟୁ ହୋଇଥିଲା ।

ଯାହା ଜାଣିବା ହେଉଛି ପ୍ରତ୍ୟକ ପରିବାର ଓ ଗୋଷ୍ଠୀର ଅଧିକାର

  1. କାଶ ଓ ଥଣ୍ଡା ହୋଇଥିବା ଶିଶୁକୁ ଉଷୁମ ରଖିବା ଏବଂ ଯଥେଷ୍ଟ ପରିମାଣର ଖାଦ୍ୟ ଓ ପାନୀୟ ଦେବା ଦରକାର ।
  2. ବେଳେ ବେଳେ କାଶ ଓ ଥଣ୍ଡା ଗୁରୁତର ସମସ୍ୟାର ଲକ୍ଷଣ ହୋଇପାରେ । ଶିଶୁ ଜୋରରେ ବା କଷ୍ଟରେ ନିଶ୍ଵାସ ନେଉଥିଲେ ତାକୁ ଫୁସ୍ ଫୁସ୍ ପ୍ରଦାହ ହୋଇଥାଇପାରେ । ଏଥିରେ ପିଲାର ଜୀବନ ପ୍ରତି ବିପଦ ରହିଛି , ତେଣୁ ସାଙ୍ଗେ ସାଙ୍ଗେ ଚିକିତ୍ସା ଦରକାର ।
  3. ଶିଶୁକୁ ପ୍ରଥମ ଛଅମାସ କେବଳ ମା’କ୍ଷୀର ଖୁଆଇ ଏବଂ ଅନ୍ୟ ପିଲାମାନଙ୍କୁ ଉତ୍ତମ ଖାଦ୍ୟ ଓ ପ୍ରତିଷେଧକ ଟୀକା ଦେଇ ଫୁସ୍ ଫୁସ୍ ପ୍ରଦାହର ପ୍ରତିରୋଧ କରାଯାଇପାରେ ।
  4. ଶିଶୁର ଅତି ଜୋରରେ କାଶ ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର । ପିଲାର ଯକ୍ଷ୍ମା କିମ୍ବା ଫୁସ୍ ଫୁସ୍ ରେ ସଂକ୍ରମଣ ହୋଇଥାଇପାରେ ।
  5. ଶିଶୁ ଓ ଗର୍ଭବତୀ ମହିଳା ତମାଖୁ ଧୂଆଁ ବା ରୋଷେଇ ଘର ଧୂଆଁରେ ବେଶୀ ସମୟ ରହିଲେ ସେମାନଙ୍କ ପ୍ରତି ବିପଦ ଆସିପାରେ

କାଶ ଓ ଥଣ୍ଡା ହୋଇଥିବା ଶିଶୁ ର ଯତ୍ନ

କାଶ ଓ ଥଣ୍ଡା ହୋଇଥିବା ଶିଶୁକୁ ଉଷୁମ ରଖିବା ଏବଂ ଯଥେଷ୍ଟ ପରିମାଣର ଖାଦ୍ୟ ଓ ପାନୀୟ ଦେବା ଦରକାର ।

ପିଲା ଓ ଛୋଟ ଶିଶୁ ତାଙ୍କ ଦେହର ତାପ ଅତି ସହଜରେ ହରାଇଥା’ନ୍ତି । ସେଥିପାଇଁ କାଶ ବା ଥଣ୍ଡା ହୋଇଥିଲେ ତାଙ୍କୁ ଘୋଡାଇ ରଖିବା ଦରକାର ।

କାଶ , ଥଣ୍ଡା ହୋଇ ନାକରୁ ପାଣି ବୋହୁଥିବା ବା ତଣ୍ଟି ଦରଜ ହୋଇଥିବା ଶିଶୁକୁ ଯଦି ନିଶ୍ଵାସ ନେବାରେ କଷ୍ଟ ହେଉନାହିଁ ତେବେ ତା’ର ଚିକିତ୍ସା ଘରେ କରିହେବ ଏବଂ ସେ ବିନା ଔଷଧରେ ଭଲ ହୋଇପାରିବ । କେବଳ ସେମାନଙ୍କୁ ଉଷୁମ ରଖିବା ଦରକାର , କିନ୍ତୁ ଅଧିକ ଗରମ କରିବା ଉଚିତ ନୁହେଁ । ତାଙ୍କୁ ଯଥେଷ୍ଟ ଓ ପାନୀୟ ଦେବା ମଧ୍ୟ ଦରକାର । କେବଳ ସ୍ୱାସ୍ଥ୍ୟ କର୍ମୀ ପରାମର୍ଶରେ ହିଁ ଔଷଧ ଦେବା ଉଚିତ ।

ଶିଶୁକୁ ଜ୍ଵର ହୋଇଥିଲେ ତାକୁ ଥଣ୍ଡା ପାଣିରେ ପୋଛିଦିଅନ୍ତୁ ବା ଗାଧୋଇ ଦିଅନ୍ତୁ । ଅତି ଥଣ୍ଡା ପାଣି ବ୍ୟବହାର କରନ୍ତୁ ନାହିଁ । ମେଲେରିଆ ହେଉଥିବା ଅଞ୍ଚଳରେ ଜ୍ଵର ବିପଦଜନକ ହୋଇପାରେ । ସେ ଅବସ୍ଥାରେ ସାଙ୍ଗେ ସାଙ୍ଗେ ସ୍ଵାସ୍ଥ୍ୟକର୍ମୀଙ୍କ ସହ ପରାମର୍ଶ କରନ୍ତୁ ।

ଥଣ୍ଡା ବା କାଶ ହୋଇଥିବା ଶିଶୁର ନାକ ସବୁବେଳେ , ବିଶେଷ କରି ଖାଇବା ଓ ଶୋଇବା ଆଗରୁ , ସଫା କରିବା ଦରକାର । ଗୋଟିଏ ଜାଗାରେ ଉଷୁମ ପାଣି ରାଖୀ ତା’ର ବାମ୍ଫ ନିଶ୍ଵାସରେ ନେଲେ ପିଲାକୁ ଆରାମ ଲାଗିବ ।

ମା’କ୍ଷୀର ଖାଉଥିବା ଶିଶୁକୁ ଥଣ୍ଡା ବା କାଶ ହେଲେ ଖାଇବାରେ ତା’ର ଅସୁବିଧା ହୁଏ । କିନ୍ତୁ ମା’କ୍ଷୀର ଖାଇଲେ ତା’ର ରୋଗ ପ୍ରତିରୋଧ ଶକ୍ତି ବଢେ । ଏହା ଶିଶୁର ବିକାଶ ପାଇଁ ବହୁତ ଜରୁରୀ । ତେଣୁ ମା’କ୍ଷୀର ଖୁଆଇବା ଜାରି ରଖିବା ଉଚିତ । ଶିଶୁ ସ୍ତନକୁ ଚୁଚୁମି ନପାରିଲେ ଗୋଟିଏ ସଫା କପ୍ ରେ କ୍ଷୀର କାଢି ଛୁଆକୁ ଖୁଆଯାଇ ପାରିବ ।

ମା’କ୍ଷୀର ଖାଉନଥିବା ଶିଶୁକୁ ଅଳ୍ପ ପରିମାଣର ଅନେଲ ଥର ଖାଦ୍ୟ ଦେବା ଦରକାର । ଦେହ ଭଲ ହୋଇଗଲା ପରେ ଅନ୍ତତଃ ସପ୍ତାହେ ଯାଏଁ ପ୍ରତିଦିନ ପିଲାକୁ ଠାରେ ଅଧିକା ଖାଇବାକୁ ଦେବା ଜରୁରୀ । ଦେହ ହେବା ଆଗରୁ ଥିବା ଓଜନ ସହ ସମାନ ନହେବା ଯାଏଁ ସେ ପୂରା ସୁସ୍ଥ ହୋଇନାହିଁ ବୋଲି ଧରାଯିବ ।

ଥଣ୍ଡା ଓ କାଶ ଆଦି ବହୁତ ସହଜରେ ବ୍ୟାପିଥାଏ । ଥଣ୍ଡା ,କାଶ ହେଉଥିବା ଲୋକ ଶିଶୁ ପାଖରେ କାଶିବା , ଛିଙ୍କିବା ବା ଛେପ ପକାଇବା ଉଚିତ ନୁହେଁ ।

ବେଳେ ବେଳେ କାଶ ଓ ଥଣ୍ଡା ଗୁରୁତର ସମସ୍ୟାର ଲକ୍ଷଣ ହୋଇପାରେ । ଶିଶୁ ଜୋରରେ ବା କଷ୍ଟରେ ନିଶ୍ଵାସ ନେଉଥିଲେ ତାକୁ ଫୁସ୍ ଫୁସ୍ ପ୍ରଦାହ ହୋଇଥାଇପାରେ ।

ଅଧିକାଂଶ ଥଣ୍ଡା , କାଶ ତଣ୍ଟି ଦରଜ କିମ୍ବା ନାକରୁ ପାଣି ବୋହିବା ଭଳି ଅସୁବିଧା ବିନା ଔଷଧରେ ଭଲ ହୋଇଯାଏ । କିନ୍ତୁ ବେଳେ ବେଳେ ଏଗୁଡିକ ଫୁସ୍ ଫୁସ୍ ପ୍ରଦାହର ଲକ୍ଷଣ ହୋଇଥାଏ ଏବଂ ସେଥିପାଇଁ ଔଷଧ ଦରକାର ହୁଏ ।

ଯଦି ଜେନ ସ୍ୱାସ୍ଥ୍ୟକର୍ମୀ ଫୁସ୍ ଫୁସ୍ ପ୍ରଦାହ ପାଇଁ ଆଣ୍ଟିବାୟୋଟିକ୍ ଦେଉଥା’ନ୍ତି ତେବେ ସେଥିରେ ଥିବା ନିର୍ଦେଶ ଅନୁସାରେ ଔଷଧ ଦେବା ଉଚିତ । ପିଲାକୁ ଟିକିଏ ଭଲ ଲାଗିଲେ ବି ପୂରା ମାତ୍ରାର ଔଷଧ ଦେବା ଦରକାର ।

ଫୁସ୍ ଫୁସ୍ ପ୍ରଦାହରେ ଅଧିକାଂଶ ଶିଶୁମୃତ୍ୟୁ ଘରେ ହିଁ ଘଟିଥାଏ । କାରଣ ସେମାନଙ୍କ ଘରଲୋକ ରୋଗର ଗୁରୁତ୍ଵ ବୁଝିନଥା’ନ୍ତି , ତେଣୁ ଚିକିତ୍ସାର ବ୍ୟବସ୍ଥା କରିନଥା’ନ୍ତି । ଫୁସ୍ ଫୁସ୍ ପ୍ରଦାହରେ ମରୁଥିବା ଲକ୍ଷ ଲକ୍ଷ ଶିଶୁଙ୍କ ମୃତ୍ୟୁକୁ ରୋକାଯାଇ ପାରିବ ଯଦି :

  • ବାପା’ମା ଓ ଯତ୍ନ ନେଉଥିବା ଲୋକ ଜାଣିପାରନ୍ତେ ଯେ ଶିଶୁ ଜୋରରେ ଓ କଷ୍ଟକର ନିଶ୍ଵାସ ନେବା ବିପଦର ସଙ୍କେତ ଏବଂ ସାଙ୍ଗେ ସାଙ୍ଗେ ଡାକ୍ତରୀ ଚିକିତ୍ସା ଦରକାର ।
  • କେଉଁଠି ଚିକିତ୍ସା ମିଳିପାରିବ ତାହା ସେମାନେ ଜାଣନ୍ତେ
  • ଅଳ୍ପ ମୂଲ୍ୟରେ ଚିକିତ୍ସା ଓ ଔଷଧ ସହଜରେ ମିଳିପାରିବ

ଯଦି ତଳ ଲେଖାଥିବା ଲକ୍ଷଣ ଦେଖାଦିଏ ତେବେ ଶିଶୁକୁ ସାଙ୍ଗେ ସାଙ୍ଗେ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଯିବା ଜରୁରୀ ।

  • ଯଦି ଶିଶୁ ଅତି ଜୋରରେ - ୨ ରୁ ୧୨ ମାସର ଶିଶୁ ମିନିଟକୁ ୫୦ ବା ତା’ଠାରୁ ଅଧିକ ଥର ଏବଂ ୧୨ ମାସରୁ ୫ ବର୍ଷର ଶିଶୁ ମିନିଟକୁ ୪୦ ବା ତା’ଠାରୁ ଅଧିକ ଥର – ନିଶ୍ଵାସ ନେଉଛି
  • ଶିଶୁଟି ଅତି କଷ୍ଟରେ ନିଶ୍ଵାସ ନେଉଛି ବା ପବନ ନେବା ପାଇଁ ପାଟି ପାକୁ ପାକୁ କରୁଛି
  • ନିଶ୍ଵାସ ନେଲା ବେଳେ ଛାତିର ତଳପଟ ଭିତରକୁ ପଶି ଯାଉଛି କିମ୍ବା ପାକସ୍ଥଳୀଟି ଉପର ତଳ ହେଲା ଭଳି ଲାଗୁଛି
  • ଦୁଇ ସପ୍ତାହରୁ ଅଧିକ ସମୟ ଧରି ଶିଶୁର କାଶ ଲାଗି ରହିଛି
  • ମା’କ୍ଷୀର ଖାଇବାରେ ଶିଶୁର ଅସୁବିଧା ହେଉଛି
  • ଶିଶୁ ବାରମ୍ବାର ବାନ୍ତି କରୁଛି

ଶିଶୁକୁ ପ୍ରଥମ ଛଅମାସ କେବଳ ମା’କ୍ଷୀର ଖୁଆଇ ଏବଂ ଅନ୍ୟ ପିଲାମାନଙ୍କୁ ଉତ୍ତମ ଖାଦ୍ୟ ଓ ପ୍ରତିଷେଧକ ଟୀକା ଦେଇ ଫୁସ୍ - ଫୁସ୍ ପ୍ରଦାହର ପ୍ରତିରୋଧ କରାଯାଇପାରେ ।

ମା’କ୍ଷୀର ଶିଶୁକୁ ଫୁସ୍ ଫୁସ୍ ପ୍ରଦାହ ଏବଂ ଅନ୍ୟ ବେମାରୀରୁ ବଞ୍ଚାଇଥାଏ । ତେଣୁ ଶିଶୁ ପାଇଁ ପ୍ରଥମ ଛଅମାସ କେବଳ ମା’କ୍ଷୀର ଜରୁରୀ । ପିଲାଦିନେ ଉତ୍ତମ ଖାଦ୍ୟ ଖାଇଥିଲେ କୌଣସି ବୟସରେ ବି ଦେହ ଖରାପ ହେବନାହିଁ ।

ଜୀବସାର କ ଶ୍ଵାସଯନ୍ତ୍ର ସଂକ୍ରମଣ ଓ ଅନ୍ୟ ବେମାରିରୁ ରକ୍ଷା କରିଥାଏ ଏବଂ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରିଥାଏ । ମା’କ୍ଷୀର , କଲିଜା , ଲାଲ ପାମ୍ ତେଲ , ମାଛ , କ୍ଷୀରଜାତ ଜିନିଷ , ଅଣ୍ଡା , କମଳା ଓ ଅନ୍ୟ ହଳଦିଆ ଫଳ ଶାଗ ଜାତୀୟ ପାରିବା ଆଦିରେ ଜୀବସାର କ ରହିଛି । ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ଵାରା ଅନୁପୂରକ ଜୀବସାର କ ବଟିକା ମଧ୍ୟ ଦିଆଯାଇ ପାରିବ ।

ଶିଶୁକୁ ବର୍ଷେ ପୂରିବା ଆଗରୁ ସବୁ ପ୍ରତିଷେଧକ ଟୀକା ଦେବା ଜରୁରୀ । ତାହେଲେ ଶିଶୁକୁ ମିଳିମିଳା ହେବନାହିଁ । ମିଳିମିଳାରୁ ଫୁସ୍ ଫୁସ୍ ପ୍ରଦାହ ଲହରା କାଶ ଓ ଯକ୍ଷ୍ମା ଭଳି ଅନ୍ୟ ଶ୍ଵାସକ୍ରିୟା ଜନିତ ରୋଗ ଆରମ୍ଭ ହୋଇପାରେ ।

ଶିଶୁର ଅତି ଜୋରରେ କାଶ ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର । ପିଲାର ଯକ୍ଷ୍ମା କିମ୍ବା ଫୁସ୍ ଫୁସ୍ ରେ ସଂକ୍ରମଣ ହୋଇଥାଇ ପାରେ ।

ଯକ୍ଷ୍ମା ଗୋଟିଏ ଭୟଙ୍କର ରୋଗ । ଏହା ଶିଶୁକୁ ମାରି ଦେଇପାରେ କିମ୍ବା ସବୁଦିନ ପାଇଁ ତା’ର ଫୁସ୍ ଫୁସ୍ ନଷ୍ଟ ହୋଇ ଯାଇପାରେ । ତଳଲିଖିତ ପଦକ୍ଷେପ ନେଇ ଶିଶୁକୁ ଯକ୍ଷ୍ମାରୁ ବଞ୍ଚାଯାଇ ପାରିବ ,

  • ଶିଶୁକୁ ସବୁ ପ୍ରତିଷେଧକ ଟୀକା ଦେଇ , ବି.ସି.ଜି. ଟୀକା କିଛି ପରିମାଣରେ ଯକ୍ଷ୍ମାରୁ ରକ୍ଷା କରିଥାଏ
  • ଯକ୍ଷ୍ମା ହୋଇଥିବା ବା କାଶରେ ରକ୍ତ ପଡୁଥିବା ଲୋକଠାରୁ ଶିଶୁକୁ ଦୂରେଇ ରଖି

ଯଦି ସ୍ୱାସ୍ଥ୍ୟକର୍ମୀ ଯକ୍ଷ୍ମା ପାଇଁ ଔଷଧ ଦେଉଥିବେ ତେବେ ନିର୍ଦ୍ଦେଶ ଅନୁସାରେ ସବୁ ଔଷଧ ଶିଶୁକୁ ଦେବା ଜରୁରୀ । ଏପରିକି ଶିଶୁକୁ ଭଲ ଲାଗିଲେ ବି ଅଧାରୁ ବନ୍ଦ କରିଦେବା ଉଚିତ ନୁହେଁ ।

ଶିଶୁ ଓ ଗର୍ଭବତୀ ମହିଳା ତମାଖୁ ଧୂଆଁ ବା ରୋଷେଇ ଘର ଧୂଆଁରେ ବେଶୀ ସମୟ ରହିଲେ ସେମାନେ ପ୍ରତି ବିପଦ ଆସିପାରେ ।

ଧୂଆଁଭରା ପରିବେଶରେ ରହିଲେ ଶିଶୁର ଫୁସ୍ ଫୁସ୍ ପ୍ରଦାହ ବା ଶ୍ଵାସକ୍ରିୟା ଜନିତ ଅନ୍ୟ ରୋଗ ହୋଇପାରେ ।

ଏପରିକି ଜନ୍ମ ହେବା ଆଗରୁ ବି ଧୂଆଁ ଶିଶୁର କ୍ଷତି କରିପାରେ । ତେଣୁ ଗର୍ଭବତୀ ମହିଳା ଧୂମପାନ କରିବା ବା ଧୂଆଁରେ ବେଶୀ ସମୟ ରହିବା ଉଚିତ ନୁହେଁ ।

ସାଧାରଣତଃ କିଶୋର ବୟସରୁ ତମାଖୁ ସେବନ ଅଭ୍ୟାସ ଆରମ୍ଭ ହୋଇଥାଏ । ଯଦି ଆଖପାଖର ବୟସ୍କ ଲୋକମାନେ ଧୂମପାନ କରୁଥିବେ , ଧୂମପାନର ବିଜ୍ଞାପନ ବହୁତ କରାଯାଉଥିବ କିମ୍ବା ତମାଖୁ ବହୁତ ଶସ୍ତା ଓ ସହଜରେ ମିଳି ପାରୁଥିବ ତେବେ ଜଣେ କିଶୋର ବି ଧୂମପାନ କରିବା ଆରମ୍ଭ କରିବ । ତେଣୁ କିଶୋରମାନଙ୍କୁ ଧୂମପାନ ନକରିବା ପାଇଁ ବୁଝାଇବା ଜରୁରୀ ଏବଂ ଯେପରି ସେ ତା’ ସାଙ୍ଗମାନଙ୍କୁ ମଧ୍ୟ ଏହାର କୁପରିଣାମ ବିଷୟରେ ବୁଝାଇବ ସେ ଦିଗରେ ଦୃଷ୍ଟି ଦେବା ଉଚିତ ।

ଆଧାର :Unicef

Last Modified : 7/1/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate