ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / କ୍ୟାନ୍ସର ଚିହ୍ନିତ ଏବଂରୋଗର ଖାଦ୍ୟ ପ୍ରଣାଳୀ
ସେଆର କରନ୍ତୁ

କ୍ୟାନ୍ସର ଚିହ୍ନିତ ଏବଂରୋଗର ଖାଦ୍ୟ ପ୍ରଣାଳୀ

କ୍ୟାନ୍ସର ଚିହ୍ନିତ ଏବଂରୋଗର ଖାଦ୍ୟ ପ୍ରଣାଳୀ ବିଷୟରେ ସୂଚନା ।

ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ୟାନସରକୁ ଚିହ୍ନିବେ କେମିତି

କ୍ୟାନସର ଏକ ମାରାତ୍ମକ ରୋଗ । ବିଶ୍ୱର ଅଧିକାଂଶ ଲୋକ ଏବେ ଏହି ରୋଗରେ ଆକ୍ରାନ୍ତ । ବିଶ୍ୱରେ କ୍ୟାନସରକୁ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ଏହାର ସୁଫଳ ଏ ଯାଏଁ ମିଳିପାରୁନାହିଁ । ଏକ ମହାମାରୀ ରୋଗ ଭାବେ ପୂରା ବିଶ୍ୱକୁ ନିଜ ପଞ୍ଝାରେ ମାଡି ବସି ଧରିଛି କ୍ୟାନସର । ବୈଜ୍ଞାନିକ ଯୁଗରେ ମଣିଷ ଏତେ ଆଗକୁ ଯାଇଥିଲେ ମଧ୍ୟ କ୍ୟାନସର ଭଳି ରୋଗକୁ ପରାହତ କରିବାର କୌଶଳ ଏ ଯାଏଁ ପାଇ ପାରିନାହିଁ । ତେଣୁ ବିଭିନ୍ନ ସମୟରେ ଅନେକ ଲୋକ କ୍ୟାନସର ଯୋଗୁଁ ମୃତ୍ୟୁ ମୁଖରେ ପଡୁଛନ୍ତି । ତେବେ ପ୍ରାଥମିକ ପର୍ଯ୍ୟାୟରୁ ଏହି ରୋଗର ଚିକିତ୍ସା କଲେ ଏହାକୁ କରାୟତ୍ତ କରାଯାଇପାରିବ । ପ୍ରାଥମିକ ପର୍ଯ୍ୟାୟରେ କ୍ୟାନସରର ଲକ୍ଷଣ ଜାଣିବା ଅତି ସହଜ । ତେଣୁ ଏମିତି କିଛି ଲକ୍ଷଣ ବିଷୟରେ ଆସନ୍ତୁ ଜାଣିବା ।

ଲକ୍ଷଣ

ଅନ୍ତ୍ରନଳୀରେ ସମସ୍ୟା

ଅନ୍ତ୍ରନଳୀ ବା ଖାଦ୍ୟ ନଳୀର ନିମ୍ନଭାଗରେ ସମସ୍ୟା ଦେଖାଦେବା ଏକ ସାଧାରଣ କଥା । ପ୍ରତ୍ୟେକଙ୍କଜୀବନରେ ଏହି ସମସ୍ୟା ଦେଖା ଦେଇଥାଏ । କିନ୍ତୁ ବାରମ୍ବାର ଅନ୍ତ୍ରନଳୀରେ ସମସ୍ୟା ଦେଖାଦେବା କୋଲେନ ବା କୋଲେରେକ୍ଟଲ କ୍ୟାନସରର ପ୍ରାରମ୍ଭିକ ଲକ୍ଷଣ ଏକ ପ୍ରମୁଖ ସୂଚନା । ଅନେକ ସମୟରେ ଡାଇରିଆ ରୋଗ ହେବା ଏହି ରୋଗର ଏକ ପ୍ରମୁଖ ଲକ୍ଷଣ । ଏହି କାରଣରୁ ପେଟରେ ଗ୍ୟାସ ହେବା ସହ ବେଶି ଯନ୍ତ୍ରଣାଦାୟକ ହୋଇଥାଏ ।

ଅତ୍ୟଧିକ ରକ୍ତ ବୋହିବା

ଖଣ୍ଡିଆ ଖାବରା କିମ୍ବା ଆଘାତ ଲାଗିବା ପରେ ପ୍ରବଳ ରକ୍ତ ବୋହିବା ସହ ବନ୍ଦ ନ ହେବା କ୍ୟାନସରର ଲକ୍ଷଣ । ମଳ ତ୍ୟାଗ କରିବା ସମୟରେ ମଳାଶୟରୁ ରକ୍ତ ପଡିବା କକର୍ଟ ରୋଗର ଆଉ ଏକ ଲକ୍ଷଣ । ତା ଛଡା ମଳତ୍ୟାଗ କରିବା ସମୟରେ ଯଦି ଅତ୍ୟଧିକ କଷ୍ଟ ହେବା ସହ ରକ୍ତ ପଡିବା ପ୍ରୋଷ୍ଟେଟ କ୍ୟାନସରର ଲକ୍ଷଣକୁ ସୂଚାଇଥାଏ । ତେବେ ମହିଳାଙ୍କ କ୍ଷେତ୍ରରେ ଯଦି ମାସିକ ଧର୍ମ ପରେ ଯଦି ରକ୍ତତ୍ସାବ ବନ୍ଦ ନ ହୁଏ ତେବେ ଏ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ରାତିରେ ଶୋଇବା ବେଳେ ଅତ୍ୟଧିକ ଝାଳ ବାହାରିବା

ସମସ୍ତଙ୍କ ଦେହରୁ ଝାଳ ବାହାରିବା ଏକ ସାଧାରଣ କଥା । ଏପରିକି ଶରୀରରୁ ଝାଳ ନ ବାହାରିବା ମଧ୍ୟ ମାରାତ୍ମକ ହୋଇପାରେ । ତେବେ ରାତିରେ ଶୋଇବା ବେଳେ ଯଦି ଅତ୍ୟଧିକ ଝାଳ ବାହାରିବା କୌଣସି ଓøଷଧର ପାଶ୍ୱର୍ ପ୍ରତିକ୍ରିୟା ହୋଇଥାଇପାରେ । ମାତ୍ର ଯଦି ଏଭଳି ସ୍ଥିତି କିଛି ସପ୍ତାହ ଧରି ଲାଗି ରହିôବା ଝାଳ ନିର୍ଗତ ହେବା ବନ୍ଦ ନ ହୁଲ ତେବେ ଯଥାସମ୍ଭବ ଡାକ୍ତରଙ୍କ ସହ ସର୍ମ୍ପକ କରିବା ଆବଶ୍ୟକ । କାରଣ ଏହା କ୍ୟାନସର ଭଳି ମାରାତ୍ମକ ରୋଗର ଲକ୍ଷଣ ହୋଇପାରେ ।

ଶରୀର ଦୁର୍ବଳ ଲାଗିବା

କାମର ଚାପ ତଥା ଉଚିତ୍ ଢଙ୍ଗରେ ନ ବସିବା ଦ୍ୱାରା ଶରୀରରେ ଯନ୍ତ୍ରଣା ହୋଇଥାଏ । ଏହା ସମସ୍ତଙ୍କ କ୍ଷେତ୍ରରେ ହୋଇଥାଏ । କିନ୍ତୁ ନିୟମିତ ଭାବେ ପିଠିରେ ଯନ୍ତ୍ରଣା ହେବା ଏକ ସାଧାରଣ ଲକ୍ଷଣ ନୁହେଁ । ଏହା କୋଲେରେକ୍ଟଲ କିମ୍ବା ପ୍ରୋଷ୍ଟେଟ କ୍ୟାନସରର ମୁଖ୍ୟ ଲକ୍ଷଣ । ଏହାଛଡା ଅଣ୍ଟାର ମାଂସପେଶୀରେ ଯନ୍ତ୍ରଣା ହେବା , ବିନା କାରଣରେ ଶରୀର ଦୁର୍ବଳ ଲାଗିବା କ୍ୟାନସର ପ୍ରାରମ୍ଭିକ ପର୍ଯ୍ୟାୟ ଲକ୍ଷଣ ହୋଇପାରେ ।

ହଠାତ୍ ଓଜନ କମିଯିବା

ଯଦି ବିନା କାରଣରେ ଆପଣଙ୍କ ଓଜନ ହ୍ରାସ ହେଉଥାଏ ତେବେ ସାବଧାନ ହୋଇଯାଆନ୍ତୁ କାରଣ ଏହା କ୍ୟାନସରର ପ୍ରାଥମିକ ଲକ୍ଷଣ ହୋଇପାରେ । ଭୋକ ନ ଲାଗିବା ଓ ବେଶି ଖାଇ ନ ପାରିବା କ୍ୟାନସରର ମୁଖ୍ୟ ଲକ୍ଷଣ । ଯଦି ବିନା କାରଣରେ ଶରୀରର ଓଜନ ଚାରି ପାଞ୍ଚ କିଲୋ କମିଯାଏ ତେବେ ମଧ୍ୟ ଏହା କ୍ୟାନସରର ପ୍ରାରମ୍ଭିକ ଲକ୍ଷଣ ଭାବେ ବିବେଚନା କରାଯାଏ ।

ବାରମ୍ବାର କାଶ ହେବା

ଥଣ୍ଡା ବା ସର୍ଦ୍ଦି ବାଦ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ନିୟମିତ ଭାବେ କାଶ ହୋଇଥାଏ । ତେବେ ବିନାକାରଣରେ ଲଗାତାର କାଶ ହେବା ଫୁସଫୁସ୍ କର୍ଳଟର ପ୍ରାଥମିକ ଲକ୍ଷଣ । ତେବେ କାଶରେ ଯଦି ରକ୍ତ ପଡିଥାଏ ତେବେ ଡାକ୍ତରଙ୍କ ସହ ତୁରନ୍ତ ସର୍ମ୍ପକ କରିବା ଆବଶ୍ୟକ । ତା ଛଡା ଗଳାରେ ସମସ୍ୟା ଦେଖାଦେବା ଓ ଖାଦ୍ୟ ଗିଳିବା ସମୟରେ ଅସୁବିଧା ଦେଖା ଦେଉଥିଲେ ଡାକ୍ତରଙ୍କ ସହ ସର୍ମ୍ପକ କରିବା ସହ କ୍ୟାନସରର ପରୀକ୍ଷା କରାଇନେବା ଆବଶ୍ୟକ ।

ଛାତି ପୋଡିବା ଓ ଖାଦ୍ୟ ହଜମ ନ ହେବା

ଅନେକ ଲୋକ ଛାତିରେ ଯନ୍ତ୍ରଣା ଏôବଂ ବଦହଜମିକୁ ଏକ ସାଧାରଣ ସମସ୍ୟା ବୋଲି ଭାବିଥାନ୍ତି । ଏପରିକି ଅନେକ ସମୟରେ ଏଭଳି ସମସ୍ୟା ଉପୁଜିଲେ ଡାକ୍ତରଙ୍କୁ ନ ଦେଖାଇବା ସହ ଉପେକ୍ଷା କରିଥାନ୍ତି । କାରଣ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏଭଳି ହୋଇଥାଏ ବୋଲି ସାଧାରଣରେ ସମସ୍ତେ ଭାବିଥାନ୍ତି । କିନ୍ତୁ ଯଦି ଲଗାତାର ଭାବେ ଏଭଳି ସମସ୍ୟା ଦେଖାଯାଏ ତେବେ ଏହା ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ । ତେଣୁ ଯଥାସମ୍ଭବ ଡାକ୍ତରଙ୍କୁ ଦେଖାଇବା ଉଚିତ । ଏହା କ୍ୟାନସରର ପ୍ରାଥମିକ ଲକ୍ଷଣ ।

କ୍ୟାନ୍ସରଠାରୁ ଦୂରେଇ ପାଇଁ ଖାଦ୍ୟ ପ୍ରାଣଳୀ

ବିଶ୍ୱରେ କ୍ୟାନ୍ସର ପିଡ଼ିତ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ଏକ ଚିନ୍ତାର ବିଷୟ ପାଲଟିଛି । ତେବେ ଗବେଷଣା ଅନୁଯାୟୀ ଆମର ଅନେକ ଜୀବନଯାପନ ପ୍ରଶାଳୀ ସାଙ୍ଗକୁ ଖାଦ୍ୟପେୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି । ଯେମିତିକି ଧୁମ୍ରପାନ, ଶୋଇବାରେ ଅନିୟମିତତା ଆଦି କିଛି ଏହାର ପ୍ରମୁଖ କାରଣ ରୂପେ ଉଭା ହୋଇଛି ।

ତେବେ ବିଭିନ୍ନ ଧରଣର କ୍ୟାନ୍ସର ଗୁଡ଼ିକ ମଧ୍ୟରୁ ପୁରୁଷ ମାନଙ୍କ ମଧ୍ୟରେ ଫୁସ୍‌ ଫୁସ୍‌, ଖାଦ୍ୟନଳୀ, ଯକୃତ, ପୁରୁସ୍ଥଗ୍ରନ୍ଥି ଆଦି ଏବଂ ମହିଳା ମାନଭ୍କ ମଧ୍ୟରେ ବ୍ରେଷ୍ଟ,ଫୁସଫୁସ୍‌, ପାକସ୍ତଳୀ, ବେକ ଜନିତ କ୍ୟାନ୍ସର ପ୍ରଭୃତି ବିଶେଷ ଭାବେ ଦେଖାଦେଇଥାଏ । ତେବେ ଗବେଷକଙ୍କ ମୁତାବକ ଖାଦ୍ୟପେୟରେ ସନ୍ତୁଳନ ରଖିବା ଦ୍ୱାରା ଏହି ରୋଗଠାରୁ 50% ଦୁରେଇ ରହି ପାରିବା।

କ’ଣ ଖାଇବେ?

  1. ବ୍ରୋକୋଲି: ଏହା ଖାଦ୍ୟପେୟ ହିସାବରେ କ୍ୟାନ୍ସରଠାରୁ ଲଢ଼ୁଥିବା ସବୁଠାରୁ ଉପାଦେୟ ପରିବା ଅଟେ । ଏହାକୁ ନିୟମିତ ଭାବେ ଖାଦ୍ୟରେ ସାମିଲ କରନ୍ତୁ ।
  2. ପେଶୁ: ଏହା ଶରୀର ପାଇଁ ବହୁ ଉପାଦେୟ । ଏହା ବ୍ରେଷ୍ଟ କ୍ୟାନ୍ସର ଠାରୁ ରକ୍ଷା କରିଥାଏ । ଏହା ସହ କୋଲେଷ୍ଟ୍ରୋଲର ମାତ୍ରା ସନ୍ତୁଳନ କରିବା, ପାଚନ କ୍ରୀୟା ତ୍ବରାନ୍ୱିତ କରିବା, ତରଳ ଝାଡ଼ା, ଗ୍ୟାଷ୍ଟିକ୍‌ ଏବଂ ଅନେକ ସମସ୍ୟାଠାରୁ ରକ୍ଷା କରିଥାଏ ।
  3. ଗ୍ରୀନ ଟି: ଗବେଷଣା ଅନୁଯାୟୀ ଗ୍ରୀନ ଟିରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସଡ଼େଣ୍ଟ ରହିଥାଏ । ଯାହା ସ୍ୱାସ୍ଥ୍ୟ ପ୍ରତି ଅତି ଗୁରୁତ୍ୱପୁର୍ଣ୍ଣ । ଶରୀର ଭିତରେ ସୃଷ୍ଟି ହେଉଥିବା କ୍ୟାନ୍ସର କୋଷ ଗୁଡ଼ିକୁ ଏହା ଶେଷ କରିଥାଏ ।
  4. ଡ଼ାଳିମ୍ବ ରସ: ଯେଉଁମାନଙ୍କ କ୍ଷେତ୍ରରେ ବ୍ରେଷ୍ଟ କ୍ୟାନ୍ସର ପରି ସମସ୍ୟା ରହିଥାଏ, ସେମାନଙ୍କ ପାଇଁ ଡ଼ାଳିମ୍ବ ରସ ବେଶ ଉପାଦେୟ । ତେବେ ଏହା ଅନ୍ୟ କ୍ୟାନ୍ସର ଗୁଡ଼ିକୁ ରୋକିବା ପାଇଁ ସହାୟକ ହୋଇଥାଏ ।
  5. ବୁଟ: ଏହା ପ୍ରତିଦିନ ସକାଳୁ ଉଠି ଖାଆନ୍ତୁ । ଏହାକୁ ଭିଜାଇ ଅଥବା ସିଝାଇ ଆପଣ ଖାଇ ପାରିବେ।

କ'ଣ ନଖାଇବେ ?

  1. ପୋଡ଼ା ଖାଦ୍ୟ ବର୍ଜନ: ପୋଡ଼ା ଯାଇଥିବା ଖାଦ୍ୟ ଯେପରିକି ମାଂସ ଏବଂ ପନିପରିବା ପୋଡ଼ା ଆଦିଠାରୁ ନିଜକୁ ଯଥାସମ୍ଭବ ଦୁରେଇ ରଖନ୍ତୁ ।
  2. ଥଣ୍ଡାପାନୀୟ ନପିଇବା

କ୍ୟାନସର ପ୍ରତିରୋଧ ଶକ୍ତି

କ୍ୟାନସରର କାୟା ବଢ଼ି ଚାଲିଛି। ଦିନକୁ ଦିନ ଅଧିକରୁ ଅଧିକ ଲୋକ ଏହି ମାରାତ୍ମକ ରୋଗର ଶିକାରହେଉଛନ୍ତି। କିଛି ଲୋକ ଚିକିତ୍ସା ପରେ ସୁସ୍ଥ ହେଉଛନ୍ତି। ଅନେକ ଏହି ରୋଗରେ ପ୍ରାଣ ହରାଉଛନ୍ତି।ପୁରୁଷମାନେ ଅଧିକ ମାତ୍ରାରେ ମୁଖ ଓ ଯକୃତ ଜନିତ କ୍ୟାନସରରେ ପୀଡ଼ିତ ହେଉଥିବା ବେଳେ ମହିଳାମାନେଗର୍ଭାଶୟ ଓ ସ୍ତନ କର୍କଟର ଶିକାର ହେଉଛନ୍ତି। ସମସ୍ତ ପ୍ରକାରର କ୍ୟାନସରର ଚିକିତ୍ସା ପାଇଁ ଏଯାଏଁଔଷଧ ବାହାରି ନାହିଁ। ଏଥିପାଇଁ ଏବେବି ଗବେଷଣା ଚାଲିଛି। ତେବେ ଏମିତି କିଛି ଜିନିଷ ଅଛିଯେଉଁଗୁଡ଼ିକ କ୍ୟାନସର ପ୍ରତିଷେଧକ ଭାବେ ଜଣାଶୁଣା। ଏଗୁଡ଼ିକ କ୍ୟାନସର ହେବାର ବିପଦରୁ ରକ୍ଷାକରିଥାଏ।

  • ଅଶ୍ୱଗନ୍ଧା- ଏହା ଶରୀରରୁ ଥକାପଣ ଦୂର କରେ। ଏଥିରେ କ୍ୟାନସର ପ୍ରତିରୋଧ ଶକ୍ତି ମଧ୍ୟ ରହିଛି।ପ୍ରାୟ ୪୦ ବର୍ଷ ତଳୁ ବୈଜ୍ଞାନିକମାନେ ଗବେଷଣାରୁ ଏହା ଜାଣି ସାରିଛନ୍ତି। ଅଶ୍ୱଗନ୍ଧାରେ ଏକପଦାର୍ଥ ରହିଛି ଯାହା କ୍ୟାନସର କୋଷିକା ଗୁଡ଼ି କୁ ମାରିବା ସାହାଯ୍ୟ କରେ।
  • ଅଁଳା- ଏଥିରେ ଭରପୂର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ରହିଛି। ଏହା କାର୍ସିନୋଜେନିକ କୋଷିକାଗୁଡ଼ିକୁ ବଢ଼ିବାକୁ ଦେଇ ନ ଥାଏ। ଏପରି କରି ଏହା କ୍ୟାନସର ହେବାରୁ ରକ୍ଷା କରେ। ସେହିପରି ଗୋଟିଏଅଁଳାରେ ୩ଟି କମଳାର ଭିଟାମିନ ଥାଏ। ଅଁଳା ଖାଇବା ଦ୍ୱାରା ଲିଭର ବା କଲିଜାକୁ ଶକ୍ତି ମିଳେ ଓ ଏହାଶରୀରରୁ ଟକ୍ସିନ୍ସକୁ ବାହାର କରି ଦିଏ।
  • ରସୁଣ- ଆୟୁର୍ବେଦ ଅନୁସାରେ ପ୍ରତିଦିନ କିଛି କିଛି ମାତ୍ରାରେ ରସୁଣ ଖାଇଲେ କ୍ୟାନସର ହେବାରସମ୍ଭାବନା ପ୍ରାୟ ୮୦ ପ୍ରତିଶତ କମିଯାଏ। ଏହା କ୍ୟାନସର ବିରୋଧରେ ଶରୀରର ରୋଗ ପ୍ରତିରୋଧକ କ୍ଷମତାବଢ଼ାଏ। ରସୁଣରେ ଥିବା ଅଲିସିନ ନାମକ ରସାୟନିକ ପଦାର୍ଥ ଯକୃତ କ୍ୟାନସରରୁ ରକ୍ଷା କରିବାରେ ବେଶ୍‌ସହାୟକ ହୋଇଥାଏ।
  • ଅଦା- ଏହା କ୍ୟାନସର ରୋଗୀଙ୍କ ପାଇଁ ଏକ ଔଷଧ ଭଳି କାମ କରିଥାଏ। ଏଥିରେ କ୍ୟାନସର ପ୍ରତିରୋଧଶକ୍ତି ରହିଛି। ଅଦା ଖାଇଲେ କୋଲେଷ୍ଟ୍ରଲର ସ୍ତର ମଧ୍ୟ କମି ଯାଏ।
  • ହଳଦୀ- ବିଭିନ୍ନ ରୋଗର ଉପଚାର ପାଇଁ ହଳଦୀର ବ୍ୟବହାର କରାଯାଏ। ଏହା ପ୍ରାଚୀନକାଳରୁ ଚାଲିଆସିଛି। ଅନେକ ରୋଗକୁ ନାଶ କରିବାର ଶକ୍ତି ରହିଛି ହଳଦୀରେ। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀପ୍ରତିଦିନ ହଳଦୀ ଖାଇଲେ କ୍ୟାନସର ଭଳି ଅସାଧ୍ୟ ରୋଗ ହେବାର ସମ୍ଭାବନ ପ୍ରାୟ ନ ଥାଏ। ଏହା ଶରୀରକୁକ୍ୟାନସରରୁ ବଞ୍ଚାଏ। ଏଥିରେ କୁର୍କୁନିମ ନାମକ ଏକ ପଦାର୍ଥ ରହିଛି ଯାହା କ୍ୟାନସରକୁ ନଷ୍ଟକରିବାରେ ସାହାଯ୍ୟ କରେ।

ଆଧାର - କନକ ନ୍ୟୁଜ

0.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top