অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖାଦ୍ୟ ପ୍ରକ୍ରିୟାକାରଣ ବିଶେଷଜ୍ଞ

ଖାଦ୍ୟ ପ୍ରକ୍ରିୟାକାରଣ ବିଶେଷଜ୍ଞ

ଜୀବନଧାରଣ ଲାଗି ପ୍ରତ୍ୟେକେ ଖାଦ୍ୟ: ଆବଶ୍ୟକ କରନ୍ତି । ତେବେ ସୁସ୍ଥ ଶରୀର : ଲାଗି ପୃଷ୍ଟିକର ଏବଂ ଉଚ୍ଚ ଗୁଣମାନର ଖାଦ୍ୟ ଆବଶ୍ୟକ ହୋଇଥାଏ । ଖାଦ୍ୟର ମାନ ନିର୍ବାରଣ କରିଥାନ୍ତି ଖାଦ୍ୟ ପ୍ରକ୍ରିୟାକରଣ ଜ୍ଞାନକୌଶଳର  ବିଶେଷଜ୍ଞମାନେ ।

ଖାଦ୍ୟ ନେଇ ସମସ୍ତଙ୍କ ମନରେ ବେଶ୍ ଆଗ୍ରହ ଥାଏ । ବିଶେଷକରି ଖାଦ୍ୟଶିଳ୍ପରେ କେବେ ମାନ୍ଦାବସ୍ଥା ସୃଷ୍ଟି ହୁଏନାହିଁ । ତେଣୁ ଯୁବପିଢିଙ୍କ ମନରେ ଫୁଡ ଟେକ୍ନୋଲୋଜି ବା ଖାଦ୍ୟ ସଂକ୍ରାନ୍ତ ଜ୍ଞାନକୌଶଳ ପ୍ରତି ଆକର୍ଷଣ ରହିଆସିଛି ଏବଂ ସେମାନେ ଏ କ୍ଷେତ୍ରରେ ଭଲ କ୍ୟାରିୟର ମଧ୍ୟ ଗଢିପାରୁଛନ୍ତି । ପ୍ରୋସେସ୍‌ଡ ବା ପ୍ରକ୍ରିୟାକରଣ ଖାଦ୍ୟ ପ୍ରସ୍ତୁତ କରୁଥିବା ବହୁରାଷ୍ଟ୍ରୀୟ କମ୍ପାନୀମାନେ ଭାରତ ଅଭିମୁଖୀ ହେଉଥିବା ବେଳେ ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗ ମହାସଂଘ (ଫିକ୍କି) ର ରିପୋର୍ଟ ଅନୁସାରେ, ଖାଦ୍ୟ ପ୍ରକ୍ରିୟାକରଣ ବ୍ୟବସାୟରେ ଭାରତରେ କୁଶଳୀ ବ୍ୟକ୍ତିଙ୍କ ସଂଖ୍ୟା କମ୍ । ଏଭଳି ସ୍ଥିତିରେ ଆଗାମୀ ସମୟରେ ଫୁଡ ଟେକ୍ନୋଲୋଜି କ୍ଷେତ୍ରରେ ଭବିଷ୍ୟତ ଉଜ୍ଜଳ ବୋଲି କୁହାଯାଇପାରେ । ଆସନ୍ତା କେଇବର୍ଷ ମଧ୍ୟରେ ଏହି ଇଣ୍ଡଷ୍ଟି ଦ୍ରୁତ ପ୍ରସାର ଲାଭ କରିବାର ଆଶା ରହିଥିବାରୁ ଏଥିରେ ରୋଜଗାର ଅଭାବ ହେବନାହିଁ ।

ଯୋଗ୍ୟତା: ଖାଦ୍ୟ ପ୍ରକ୍ରିୟାକରଣ କୌଶଳରେ କ୍ୟାରିୟର ଗଢିବାକୁ ଚାହୁଁଥିଲେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୈବବିଜ୍ଞାନ ତଥା ଗଣିତ ଆଦି ବିଷୟ ଥାଇ ଯୁକ୍ତ ଦୁଇରେ ଅତି କମ୍‌ରେ ୫୦ ପ୍ରତିଶତ ନମ୍ବର ରଖିବା ଜରୁରୀ । ଏମ୍ଏସ୍‌ସି ପାଠ୍ୟକ୍ରମ ଲାଗି ଫୁତ୍ ଟେକ୍ନୋଲୋଜି ସମ୍ବନ୍ଧୀୟ ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିବା ଦରକାର ।

କାର୍ଯ୍ୟର ପ୍ରକାରୀ

ଏଥିରେ ଖାଦ୍ୟ ପ୍ରକ୍ରିୟାକରଣ ଡୁକ୍ଷେତ୍ରରେ ସମସ୍ତ କାର୍ଯ୍ୟ ଅନ୍ତର୍ଭୁକ୍ତ । ଲହୁଣି, ମୃଦୁପାନୀୟ ଜାମ୍, ଜେଲି, ଫଳସ୍ଵାଦ ରସ, ବିସ୍କୁଟ, ଆଇକ୍ରିମ ଆଦିର ମାନ, ସ୍ଵାଦ ଏବଂ ରଙ୍ଗ ସଠିକ୍ ରଖିବା  ସହିତ କଞ୍ଚା ଏବଂ ପ୍ରସ୍ତୁତ ହୋଇଥବା ଜିନିଷର ମାନ, ସଂରକ୍ଷଣ, ବିଶୁଦ୍ଧତା ପ୍ରତି ନଜର ରଖୁବା ଏହି

କ୍ଷେତ୍ରର ପ୍ରମୁଖ କାର୍ଯ୍ୟ । ଏସବୁ କମ୍ପାନୀ ପାଇଁ ଖୁବ୍ ଗୁରୁତ୍ଵପୂର୍ଣ୍ଣ । କଞ୍ଚାମାଲରୁ ଉତ୍ପାଦ ପ୍ରସ୍ତୁତି ହେବା ଯାଏ କମ୍ପାନୀରେ ପ୍ରତି ସ୍ତରରେ ଫୁତ୍ ଟେକ୍ନୋଲୋଜି ଜ୍ଞାନ ରହିଅବା କର୍ମଚାରୀଙ୍କର ଗୁରୁତ୍ୱ ରହିଛି । ବୈଶ୍ଵୀକ ସ୍ତରରେ କମ୍ପାନୀର ଭବିଷ୍ୟତ ମଧ୍ୟ ଏମାନଙ୍କ ଦକ୍ଷତା ଉପରେ ନିର୍ଭର କରେ ।

ଏହି କ୍ଷେତ୍ର ଦୁଇଭାଗରେ ବିଭକ୍ତ ହୋଇଛି । ଯଥା- ମାନୁଫାକଚରଡ ପ୍ରୋସେସେସ୍ ଏବଂ ଭାଲ୍ୟୁ ଆଡେଡ୍ ପ୍ରୋସେସେସ୍। ପ୍ରଥମ ପ୍ରକ୍ରିୟାରେ କଞ୍ଚା କୃଷି ଉତ୍ପାଦ ଏବଂ ମାଂସ ପରି ପ୍ରାଣୀଜ ଉତ୍ପାଦର ଭୌତିକ ସ୍ଵରୂପରେ ପରିବର୍ତ୍ତନ ଅଣାଯାଏ । ଫଳରେ ଏହା ଖାଦ୍ୟ ଏବଂ ବିକ୍ରିଯୋଗ୍ୟ ହୋଇଯାଏ । ଦ୍ଵିତୀୟ ପ୍ରକ୍ରିୟାରେ କଞ୍ଚା ଖାଦ୍ୟ ଉତ୍ପାଦରେ ଏପରି କେତେକ ପରିବର୍ତ୍ତନ ଅଣାଯାଏ ଯାହାଦ୍ଵାରା ତାହା ଅଧିକ ସମୟ ଯାଏ ସୁରକ୍ଷିତ ରହେ ଏବଂ ଯେକୌଣସି ସମୟରେ ଖାଦ୍ୟ ଉପଯୋଗୀ ହୋଇ ରହିପାରେ । ଯଥା- ଟମାଟୋରୁ ପ୍ରସ୍ତୁତ ସସ୍, କ୍ଷୀରରୁ ପ୍ରସ୍ତୁତ ଆଇସକ୍ରିମ ଆଦି ।

ଆବଶ୍ୟକତା:

ଫୁଡ୍ ଟେକ୍ନୋଲୋଜିଷ୍ଟ ଏବେ ପ୍ରାୟ ପ୍ରତି ଦେଶରେ ଆବଶ୍ୟକ ହେଉଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଉପଭୋକ୍ତାଙ୍କୁ ଉଚ୍ଚମାନ ଏବଂ ସ୍ଵାଦ ତଥା ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଇବା ।

ପ୍ରମୁଖ ପାଠ୍ୟକ୍ରମ:

ବିଏସସି (ସମ୍ମାନ) ଫୁତ୍ ଟେକ୍ନୋଲୋଜି

ବିଟେକ୍ ଫୁଡ୍ ଟେକ୍ନୋଲୋଜି

ଏମଟେକ୍ ଫୁଡ୍ ଟେକ୍ନୋଲୋଜି

ପିଜି ଡିପ୍ଲୋମା ଇନ୍ ଫୁଡ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି

ଏମ୍‌ବିଏ (ଏଗ୍ରା ବିଜନେସ୍ ମ୍ୟାନେଜମେଣ୍ଟ)

ଯେପରି ଭିନ୍ନଭିନ୍ନ ଖାଦ୍ୟକୁ ଦେଖି ମନ ବ୍ୟାକୁଳ ହୁଏ, ସେହିପରି ଫୁଡ଼୍ ଟେକ୍ନୋଲୋଜିର ପାଠପଢା ମଧ୍ୟ ବେଶ୍ ଆକର୍ଷକ । ଏଥିରେ ଖାଦ୍ୟ ପଦାର୍ଥର ସଂରକ୍ଷଣ ଠାରୁ ପ୍ୟାକେଜିଂ , ଫ୍ରିଜିଙ୍ଗ ଆଦି କୌଶଳ ସମ୍ପର୍କରେ ଜଣାଯାଏ । ଖାଦ୍ୟର ପୋଷକ ତତ୍ତ୍ଵ ଅଧ୍ୟୟନ ସହିତ ଫଳ, ମାଂସ, ପନିପରିବା, ମାଛ ଆଦିର ପ୍ରକ୍ରିୟାକରଣ ସମ୍ବନ୍ଧୀୟ ଜ୍ଞାନ ଏହି ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ।

କେଉଁଠି ପଢାଯାଏ:

ଦିଲ୍ଲୀ ବିଶ୍ଵବିଦ୍ୟାଳୟ, ଦିଲ୍ଲୀ ଇନ୍ଦିରା ଗାନ୍ଧି ମୁକ୍ତ ବିଶ୍ଵବିଦ୍ୟାଳୟ, ମୈଦାନଗତି, ଦିଲ୍ଲୀ ଜିବି ଯନ୍ତୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ପନ୍ତନଗର, ଉତ୍ତରାଖଣ୍ଡ

ବୁନ୍ଦେଲଖଣ୍ଡ ବିଶ୍ଵବିଦ୍ୟାଳୟ ଝାନସି ଉତ୍ତରପ୍ରଦେଶ କାନପୁର ବିଶ୍ଵବିଦ୍ୟାଳୟ, କାନପୁର, ଉତ୍ତରପ୍ରଦେଶ କଲକାତା ଗୁରୁ ନାନକଦେବ ବିଶ୍ଵବିଦ୍ୟାଳୟ ଅମୃତସର, ପଞ୍ଜାବ ମୁମ୍ବଇ ବିଶ୍ଵବିଦ୍ୟାଳୟ, ମୁମ୍ବଇ ନାଗପୁର ବିଶ୍ଵବିଦ୍ୟାଳୟ ନାଗପୁର ସେଣ୍ଟାଲ ଫୁଡ୍  ଟେକ୍ନୋଲୋଜି ରିସର୍ଜ ଇନ୍‌ଷ୍ଟିଚ୍ୟୁଟ୍, ମହୀଶୂର ବିରଳା ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି, ମେସରା, ରାଞ୍ଜି, ଝାଡଖଣ୍ଡ

ନିଯୁକ୍ତି ସୁଯୋଗ :

ଏହି ପାଠ୍ୟକ୍ରମ ଶେଷ କରିବା ପରେ ନିଯୁକ୍ତିର ଏକାଧିକ ବିକଳ୍ପ ଆପଣଙ୍କ ସମ୍ମୁଖକୁ ଆସିଯିବ । ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ, ରିଟେଲ୍ କମ୍ପାନୀ, ହୋଟେଲ, କୃଷି ଉତ୍ପାଦ ପ୍ରସ୍ତୁତ କରୁଥିବା ବିଭିନ୍ନ କମ୍ପାନୀ ସହିତ ଜଡିତ ହୋଇପାରିବେ । ନଚେତ ଖାଦ୍ୟର ମାନ ପରୀକ୍ଷା କରୁଥିବା, ଏହାର ପ୍ରସ୍ତୁତି ତଦାରଖ କରୁଥବା ଏବଂ ଖାଦ୍ୟଦ୍ରବ୍ୟ ସଂରକ୍ଷଣ ଲାଗି ରହିଥିବା ବିଭିନ୍ନ ସଂସ୍ଥାରେ କାମ କରିବା ସମ୍ଭବ ହେବ । ଦକ୍ଷତା ବଢିବା ସହିତ ବେତନହୀର ମଧ୍ୟ ସେହି ଅନୁସାରେ ବଢିଚାଲିବ ।

ଆଧାର: ସ୍ୱାସ୍ଥ୍ୟ ବ୍ୟୁରୋ

Last Modified : 6/25/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate