ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଗରମ ଦିନରେ ଖାଇବା ଏବଂ ପିଇବା ପ୍ରଣାଳୀ
ସେଆର କରନ୍ତୁ

ଗରମ ଦିନରେ ଖାଇବା ଏବଂ ପିଇବା ପ୍ରଣାଳୀ

ଗରମ ଦିନରେ ସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ପିଇବା ପ୍ରଣାଳୀ ସମ୍ବନ୍ଧରେ ସୂଚନା ।

ଖରାଦିନିଆ ଫଳ ରଖେ ସତେଜ

ଆମ୍ବ

ଆମ୍ବରେ ପ୍ରଚୁର ପରିମାଣରେ ଫାଇବାର, ଲୌହ, ସଲଫର, ଭିଟାମିନ୍ ଏ, ସି,ପୋଟାସିୟମ,କ୍ୟାଲସିୟମ, ଫୁସଫୁରସ୍ ଭଳି ମିନାରାଲ ରହିଛି ।

ଆମ୍ବରେ ରହୁଥିବା ଭିଟାମିନ୍ ଏ ଏବଂ ଫାଇବାରର ଗୁଣ ଶରୀରରେ କୋଲେଷ୍ଟରଲର ମାତ୍ରାକୁ କମ୍ କରିଥାଏ ।

ପୋଟାସିୟମ ହୃଦ୍ ସ୍ପନ୍ଦନ ଓ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

ଲିଚୁ

ଲିଚୁରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ସାଇଟ୍ରିକ୍ ଏସିଡ, ଫସଫରସ୍ ଏବଂ ଲୌହ ରହିଛି । ଏଥିରେ ଥିବା ପୋଷକ ତତ୍ତ୍ଵ ଏବଂ ଭିଟାମିନ୍ ହାଡକୁ ମଜଭୁତ କରିବା ସହ ଶରୀରକୁ କ୍ୟାନସର, ହୃଦ୍ ରୋଗ ଭଳି ବିଭିନ୍ନ ରୋଗରୁ ରକ୍ଷା କରେ । ଏହା ତ୍ଵଚାକୁ ସୁସ୍ଥା ରଖେ । ପିଲାଙ୍କ ଶରୀରକୁ ମଧ୍ୟ ବିକାଶ କରେ ।

ତାଳ

ଭିଟାମିନ୍ ଏ, ବି ଏବଂ ସି ତାଳରେ ପ୍ରଚୁର ମାତ୍ରାରେ ଭରପୂର ରହିଛି । ଏହାସହ ପୋଟାସିୟମ୍, କ୍ୟାଲିସିୟାମ୍ ଏବଂ ଫସଫୁରସ ଭଳି ଖଣିଜ ପଦାର୍ଥଏଥିରେ ରହିଛି। ଯାହା ଶରୀରକୁ ଥଣ୍ଡା ରଖିବା ସହ ପର୍ଯ୍ୟାପ୍ତ ମାତ୍ରାରେ ଜଳୀୟ ଅଂସ ଯୋଗାଏ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ ।

ପଣସ

ପଣସରେ ପ୍ରଚୁର ମାତ୍ରାରେ ଭିଟାମିନ୍ ସି ରହିଛି । ଯାହା ଶରୀରକୁ ସମସ୍ତ ପ୍ରକାରର ସଂକ୍ରାମକ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଏଥିରେ ଥିବା ଫାଇବର ପେଟକୁ ସଫା ରଖେ । ଏତଦ୍ ବ୍ୟତୀତ ପଣସରେ ପ୍ରଚୁର ମାତ୍ରାରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍, ମାଙ୍ଗାନିଜ୍ଏବଂ ଲୌହ ରହିଛି । ଏହା ରକ୍ତଚାପକୁ ନିୟନ୍ତ୍ରଣ କରେ ।

ଗରମ ଦିନରେ କେତେ ସ୍ୱାସ୍ଥ୍ୟକର ଛତୁଆ

ଗରମ ଦିନରେ ଖାଇବା ପିଇବାର ବିଶେଷ ଧ୍ୟାନ ରଖିବା ଉଚିତ କାରଣ ଏହା ଯେ କେବଳ ଆପଣଙ୍କଶରୀର ପାଇଁ ଭଲ ତା’ନୁହଁ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବାରୁ ମଧ୍ୟ ରକ୍ଷା କରିଥାଏ । ସମସ୍ତେ ଜାଣନ୍ତି ଗରମ ଦିନରେ ବହୁତ ଶୋଷ ଲାଗେ ଏବଂ ଏଥିପାଇଁ ଆମେ ପାଣି ଠାରୁ ଆରମ୍ଭ କରି ଜୁସ, ସରବତ ଆଦିର ବ୍ୟବହାର ଅଧିକ ପାରିମାଣରେ କରିଥାଉ ।

ଏମିତିରେ ଛତୁଆ ଆପଙ୍କ ପାଇଁ ଉତ୍ତମ ବିକଳ୍ପ ହୋଇପାରେ । କଳା ବୁଟରେ ତିଆରି ହୋଇଥିବା ଛତୁଆ ସବୁଠାରୁ ଅଧିକ ସରବତ ରୂପେ ବ୍ୟବହାର ହୋଇଥାଏ । ପ୍ରଧାନତଃ ବିହାର, ବଙ୍ଗଳା ଓ ଉତ୍ତରପ୍ରଦେଶରେ ରହୁଥିବା ପରିବାର ଏହାର ବହୁଳ ବ୍ୟବହାର କରନ୍ତି ।

ଲାଭ

  1. ଶ୍ରମିକଙ୍କ ପ୍ରଥମ ପସନ୍ଦ ଛତୁଆ -
  2. ଦିନସାରା କାମ କରୁଥିବା ଶ୍ରମିକଙ୍କ ପାଇଁ ଛତୁଆ ଠାରୁ ଭଲ ଆଉ କ’ଣ ହୋଇପାରେ । ଯେଉଁଠି ଗୋଟିଏ ପଟେ ଛତୁଆ ଖାଇବାରେ ସ୍ୱାଦ ଆଣେ ଅନ୍ୟପଟେ ଛତୁଆରେ ଢେର ସାରା ପ୍ରୋଟିନ ମଧ୍ୟ ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଛତୁଆ ଶସ୍ତା ହେବା ସହ ସବୁଠାରେ ଏହା ସହଜରେ ମିଳଯାଏ ।

  3. ପିଲାଙ୍କ ପାଇଁ କିପରି ଲାଭଦାୟକ -
  4. ଛତୁଆ ବଢୁଥିବା ଶିଶୁମାନଙ୍କ ପାଇଁ ବେଶ ଲାଭଦାୟକ । ଯଦି ଛତୁଆରେ ତିଆରି ଅଟାର ସ୍ୱାଦ ୨ ଗୁଣା କରିବା ପାଇଁ ଚାହୁଛନ୍ତି ତେବେ ଆପଣ ଗୁଡର ବ୍ୟବହାର କରିପାରିବେ । ଛତୁଆରେ ଥିବା ପ୍ରୋଟିନ, ଭିଟାମିନ ଏ, କାର୍ବୋହାଇଡ୍ରେଟ ଓ ମିନେରାଲସ ଶିଶୁମାନଙ୍କ ପାଇଁ ବେଶ ଭଲ ।

  5. ଛତୁଆରେ ତିଆରି ହେୁଥିବା ବ୍ୟଞ୍ଜନ -
  6. କେବଳ ଯେ ଛତୁଆରେ ସରବତ ତିଆରି ହୁଏ ତା’ନୁହଁ ଛତୁଆରେ ଅନେକ ପ୍ରକାରର ବ୍ୟଞ୍ଜନ ମଧ୍ୟ ତିଆରି ହୋଇପାରିବ । ବିହାରର ପୂର୍ବାଞ୍ଚଳରେ ଛତୁଆ ଭରା ହୋଇଥିବା ପରାଠା ବେଶ ସ୍ୱାଦିଷ୍ଟ ହୋଇଥାଏ ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top