କେତେ ସମୟ ଅନ୍ତରରେ ଗର୍ଭ ଧାରଣ
ମୁଖବନ୍ଧ
ଭାରତରେ ପ୍ରତି ବର୍ଷ ହଜାର ଶିଶୁ ନିଜର ପଞ୍ଚମ ଜନ୍ମଦିନ ପାଳନ କରିବା ପୂର୍ବରୁ ଏମିତି ସବୁ କାରଣରୁ ମୃତ୍ୟୁବରଣ କରନ୍ତି ଯେଉଁଥିରୁ କି ସେମାନଙ୍କୁ ବଞ୍ଚାଯାଇପାରିଥାନ୍ତା । ଏଥି ମଧ୍ୟରୁ ଅଧିକାଂଶ ମୃତ୍ୟୁ କେବଳ ୫ଟି କାରଣରୁ ହିଁ ହୋଇଥାଏ, ଯଥା: - ନିମୋନିଆ, ତରଳ ଝାଡା, ମିଳିମିଳା, ମ୍ୟାଲେରିଆ ଓ ପୁଷ୍ଟିହୀନତା ।
ଏହି ବ୍ୟତୀତ ଜୀବନ ଥିବା ଲକ୍ଷ ଲକ୍ଷ ଶିଶୁ ଦୁର୍ବଳତାର ସହ ବଞ୍ଚନ୍ତି ଓ କେବେ ବି ନିଜ କ୍ଷମତାର ସମ୍ପୂର୍ଣ୍ଣ ବିକାଶ କରିପାରନ୍ତି ନାହିଁ । ଶୈଶବରେ ଏହି ୫ଟି କାରଣ ଜନିତ ମୃତ୍ୟୁରୁ ଶିଶୁଙ୍କ ବଞ୍ଚାଇବା ଏବଂ ଏହାର ଚିକିତ୍ସା କରିବାର ଜ୍ଞାନ ଓ ସାଧନ ଦୁଇଟା ଯାକ ହିଁ ଗଚ୍ଛିତ ଅଛି । ଶିଶୁଙ୍କ ମୃତ୍ୟୁ ଓ ରୋଗର ବଞ୍ଚାଇବା ତଥା ମହିଳାମାନଙ୍କ ଗର୍ଭାବସ୍ଥା ଓ ପ୍ରସବ ପାଇଁ ସୁରକ୍ଷା ଦେବା ବିଷୟରେ କେତେକ ଅତ୍ୟନ୍ତ ଜରୁରୀ କଥା ବର୍ଣ୍ଣନା କରାଯାଇଛି । ସିଧା ଏବଂ ସରଲ ଭାଷାରେ ଦିଆଯାଇଥିବା ଏହି ବାର୍ତ୍ତାକୁ ପ୍ରତ୍ୟେକ ବ୍ୟକ୍ତି ଆପଣେଇ ପାରିବେ ।
କେତେ ସମୟ ଅନ୍ତରରେ ଗର୍ଭ ଧାରଣ
କ’ଣ ଆପଣ ଜାଣନ୍ତି କି ?
ଅଧିକ ଥର, କମ୍ ବ୍ୟବଧାନରେ ବାରମ୍ବାର ଗର୍ଭ ଧାରଣ କିମ୍ବା କିଶୋରାବସ୍ଥାରେ ବା ୩୫ ବର୍ଷରୁ ଅଧିକ ବୟସରେ ମା’ ହେବା ମହିଳାମାନଙ୍କ ଜୀବନ ପାଇଁ ବିପଦ ସୃଷ୍ଟି କରିଥାଏ । ପ୍ରାୟ ଏକ ତୃତୀୟାଂଶ ଶିଶୁ ଏହି କାରଣରୁ ମୃତ୍ୟୁବରଣ କରିଥାନ୍ତି ।
ମହିଳା ଏବଂ ଶିଶୁମାନଙ୍କର ସ୍ୱାସ୍ଥ୍ୟ ସୁଧାରିବା ପାଇଁ ସବୁଠାରୁ ସୁବିଧାଜନକ ଉପାୟ ମଧ୍ୟରେ ପରିବାର ନିୟୋଜନ ଅନ୍ୟତମ ପରିବାର ନିୟୋଜନରୁ ବହୁତ ମା’ ଓ ଶିଶୁଙ୍କ ମୃତ୍ୟୁ ଓ ଅକ୍ଷମ ହେବାରୁ ରକ୍ଷା କରାଯାଇପାରୁଛି ।
ମୁଖ୍ୟ ସୂଚନା
- ୧୮ ବର୍ଷ ବୟସ ପୂର୍ବରୁ ବା ୩୫ ବର୍ଷ ବୟସ ପରେ ଗର୍ଭଧାରଣ କଲେ ମା’ ଏବଂ ତାର ଶିଶୁର ସ୍ୱାସ୍ଥ୍ୟ ପାଇଁ ବିପଦ ବହୁତ ବଢିଯାଏ । ଏଥିପାଇଁ ଭାରତ ସରକାର ଆଇନଗତ ବିବାହ ପାଇଁ ଝିଅଟିର ବୟସ ଅତି କମ୍ ରେ ୧୮ ବର୍ଷ ରହିବା ଦରକାର ବୋଲି ସ୍ଥିର କରିଛନ୍ତି ।
- ମା’ ଓ ଶିଶୁଙ୍କୁ ପାଇଁ ୨ଟି ଶିଶୁଙ୍କ ମଧ୍ୟରେ ଜନ୍ମର ବ୍ୟବଧାନ ଅତି କମ୍ ରେ ୨ ବର୍ଷ ରଖିଯିବା ଉଚିତ୍ ।
- ଚାରି ଥର ମା’ ହେବା ପରେ ଗର୍ଭାବସ୍ଥା ଓ ପ୍ରସବ ଯୋଗୁଁ ମା’ର ସ୍ୱାସ୍ଥ୍ୟ ପାଇଁ ବିପଦ ବଢିଯାଏ ।
- କେତେବେଳେ ଶିଶୁ ଜନ୍ମ କରିବା ଉଚିତ୍, କେତୋଟି ଶିଶୁ ଜନ୍ମ କରିବା ଦରକାର, ଦୁଇ ଶିଶୁଙ୍କ ମଧ୍ୟରେ ଜନ୍ମର ବ୍ୟବଧାନ କେଟ ରହିବା ଦରକାର ଓ କେବେ ଶିଶୁ ଜନ୍ମ ବନ୍ଦ କରିବା ଦରକାର ତାହା ପରିବାର ନିଯୋଜନ ସେବାର ସାହାଯ୍ୟ ନେଇ ଲୋକମାନେ ନିର୍ଣ୍ଣୟ କରିବା ଦରକାର । ଗର୍ଭଧାରଣ ନ କରିବା ପାଇଁ ମଧ୍ୟ ଅନେକ ସୁରକ୍ଷିତ ଉପାୟମାନ ଅଛି ।
- ପରିବାର ନିୟୋଜନ ଉଭୟ ପୁରୁଷ ଓ ମହିଳା ଦୁହିଁଙ୍କର ବାୟିତ୍ଵ ଅଟେ ଏବଂ ପତ୍ୟେକ ବ୍ୟକ୍ତି ଏହା ଯୋଗୁଁ ସେମାନଙ୍କର ସ୍ୱାସ୍ଥ୍ୟକ୍ଷେତ୍ରର ହେଉଥିବା ଲାଭ ବିଷୟରେ ଜାଣିବା ଉଚିତ୍ ।
ଆଧାର - ୟୁନିସେଫ
Last Modified : 1/26/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.