অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଛଦ୍ମବେଶୀ ଉଦ୍ଭିଦ

ଟ୍ରାଇଫୋଲିଆଟା

ଦକ୍ଷିଣ  ଆମେରିକା (ଚିଲି ଓ ଆର୍ଜେଣ୍ଟିନା) ର ନାତିଶୀତୋଷ୍ଣ  ଜଳବାୟୁରେ  ଅତିସାଧାରଣ  ପ୍ରତୀୟମାନ  ଲତା  ବୋକ୍ୱିଲା  ଟ୍ରାଇଫୋଲିଆଟା   । ଏହି  ଲତାଟି  ଲାର୍ଡିଜାବାଲାସି  ବଂଶୀୟ  ବୋକ୍ୱିଲା   ନାମକ  ଶ୍ରେଣୀର  ଏକ  ମାତ୍ର  ସଦସ୍ୟ   । ସାଧାରଣ   ଲତାଟିଏ  ଭଳି  ଭୁଇଁରେ   ମାଡେ , କୌଣସି  ସାହାରା  ମିଳିଲେ  ଅନାୟାସରେ  ତା’  ଉପରକୁ  ଚଢିଯାଏ   ।

କିଛି  ବର୍ଷ  ତଳ  ପର୍ଯ୍ୟନ୍ତ  ଲତାଟି  ଅନ୍ୟାନ୍ୟ  ଜଙ୍ଗଲୀ  ଲତା  ଭଳି   ଥିଲା   ଅତି  ସାଧାରଣ  ପାଦପ   ମାତ୍ର   । କିନ୍ତୁ  ଚିଲିର  ନାତିଶୀତୋଷ୍ଣ  ଜଙ୍ଗଲରେ ନିଜର  ଜେନ  ଛାତ୍ର  ସହିତ  ଘୁରି  ବୁଲୁଥିବା  ବେଳେ  ଚମକି  ପଡନ୍ତି  ଉଦ୍ଭିଦବିତ୍  ‘ ଆର୍ଜେଣ୍ଟିନା  ଜିଆନୋଲି ’ । ଲତାଟିର  ଦୁଇ  କିସମର  ପତ୍ର  ତାଙ୍କୁ  ଆକର୍ଷିତ  ଥିଲା  । ଉଦ୍ଭିଦ  ଜଗତରେ  କୌଣସି  ପ୍ରଜାତିରେ  ଦୁଇ  କିସମ   ପତ୍ର  ଦେଖାଯିବାର   କୌଣସି   ବିଚିତ୍ରତା  ନାହିଁ   । କିନ୍ତୁ  ‘ ଜିଆନୋଲି ’ ଙ୍କ  ଆବିଷ୍କାର  ନିଆରା   । ସେ  ଲକ୍ଷ୍ୟ   କଲେ ଲତାଟି  ଯେତେବେଳେ  ଭୂମିରେ  ମାଡୁଛି , ତାର ପତ୍ରଗୁଡିକର  ଆକୃତି   ଅପେକ୍ଷାକୃତ  ଗୋଲାକୃତ ; କିନ୍ତୁ  ଗଛ   ଉପରକୁ   ଚଢିବା  ମାତ୍ରେ  ତା’ର  ପତ୍ରର  ଆକୃତି  ଆଶ୍ଚର୍ଯ୍ୟଜନକ  ଭାବେ   ପରିବର୍ତ୍ତିତ   ହୋଇ  ସାହାରା  ଦେଇଥିବା  ଗଛର   ପତ୍ରଗୁଡ଼ିକୁ  ନକଲ  କରୁଛି ; ଅର୍ଥାତ୍  ଲମ୍ବାଳିଆ  ହୋଇଯାଉଛି   । ବର୍ତ୍ତମାନ  ଲତାଟିରେ  ୨ ପ୍ରକାରର  ପତ୍ର ; ଭୂମିରେ  ଗୋଲାକୃତି  ଅଥଚ  ବୃକ୍ଷ  ପତ୍ରରାଜି  ଅନୁରୂପ  ଛନ୍ଦାବରଣରେ  ନିଜକୁ  ବଦଳାଇ  ନେଇଛି   ।

ଟ୍ରାଇଫୋଲିଆଟା ର ପରିବର୍ତ୍ତନ

ଏହି  ପର୍ଯ୍ୟବେକ୍ଷଣ  ‘ ଜିଆନୋଲି ’ଙ୍କୁ   ଗଭୀର  ପ୍ରଭାବିତ   କଲା  । ଭାବାନ୍ତର  ସୃଷ୍ଟି  ହେଲା  ତାଙ୍କର  । ସେ  ଲତାଟିର  ତୀକ୍ଷଣ  ଅନୁଶୀଳନ  କଲେ   । ଆଶ୍ଚର୍ଯ୍ୟଜନକ  ଭାବେ  ଦେଖିଲେ   ଯେ  ସାହାରା  ଦେଇଥିବା  ଗଛର  ପତ୍ର  ରାଜିକୁ  ଅନୁସରଣ  କରି   ଲତାଟି  ନିଜ  ପାଇଁ   ନିଛକ  ଛନ୍ଦାବରଣଟିଏ  ସୃଷ୍ଟି   କରୁଛି   । ଜୀବଜଗତ  ନିଜର  ପ୍ରତିରକ୍ଷା   ଅଥବା  ଶିକାରୀ / ଶିକାରର  ଦ୍ରୁଷ୍ଟି  ଆଢୁଆଳରେ  ରହିବା  ପାଇଁ  ନିଜର  ତ୍ଵଚାର  ରଙ୍ଗକୁ   ଛନ୍ଦାବରଣ  ରୂପେ  ବ୍ୟବହାର  କରିଥାନ୍ତି  । କିନ୍ତୁ   ତ୍ଵଚା   ପ୍ରାକୃତିକ   ଭାବେ  ପରିବେଶ  ସହିତ  ଖାପ  ଖାଇଲା  ଭଳି  ରଙ୍ଗ  ଧାରଣ  କରିଥାଏ , ଆଉ  କିଛି  ତ୍ଵଚା  ନିଜର  ଆବଶ୍ୟକତା   ଅନୁସାରେ  ରଙ୍ଗ  ବଦଳାଇବାର  କ୍ଷମତା  ଧାରଣ   କରିଥାନ୍ତି   । କିନ୍ତୁ   ବୃକ୍ଷଙ୍କ  କ୍ଷେତ୍ରରେ   ପୂର୍ବ  ବର୍ଣ୍ଣିତ   ଆକୃତିର   ପରିବର୍ତ୍ତନ   ଅକଳ୍ପନୀୟ   ।

ଜିଆନୋଲି  ପ୍ରବଳ  ଉତ୍ସାହର   ସହିତ  ଜଙ୍ଗଲରେ  ଘୂରି  ବୁଲିଲେ   । ଆଶ୍ଚର୍ଯ୍ୟର  ବିଷୟ , ସାହାରା  ଦେଉଥିବା  ବୃକ୍ଷର  ପରିବର୍ତ୍ତନ  ସହିତ  ଲତାଟିର  ପତ୍ର   ରାଜିରେ  ଅନୁରୂପ  ପରିବର୍ତ୍ତନ  ସମସାମୟିକ  ବିଜ୍ଞାନ  ପାଇଁ  ଏକ  ବିରାଟ  ଆହ୍ଵାନ  ଲତାଟିର  ପ୍ରତିଭାଶାଳୀ  ପତ୍ରଗୁଡିକ   ଚତୁଃପାର୍ଶ୍ଵର  ପତ୍ରରାଜି  ଅନୁରୂପ  ନିଜର  ଆକାର , ଆକୃତି , ରଙ୍ଗ  ସାଜସଜ୍ଜା  ଏପରିକି  ଶିରା  ପ୍ରଶିରାର  ଗଠନ  ବିନ୍ୟାସରେ   ପରିବର୍ତ୍ତନ  ଆଣି ଏକ  ନିଖୁଣ  ଛନ୍ଦାବରଣ  ସୃଷ୍ଟି  କରିପାରୁଛି   ।

ଉଦ୍ଭିଦ   କ୍ଷେତ୍ରରେ  ଏ  ଛନ୍ଦାବରଣର  ଉଦ୍ଦେଶ୍ୟ  ଏକ  ବିରାଟ  ପ୍ରଶ୍ନବାଚୀ ? ଏହା  କିପରି  ସମ୍ଭବ  ? ଜଙ୍ଗଲରେ  ପତ୍ରଭକ୍ଷୀ  କୀଟ  ପତଙ୍ଗଙ୍କ  ସଂଖ୍ୟା  ଅଗଣିତ   । ଲତାଗୁଡ଼ିକର  ପତ୍ର  ସମ୍ଭବତଃ  ସେମାନଙ୍କ  ପାଇଁ  ଖୁବ୍  ସ୍ଵାଦିଷ୍ଟ   । ଲତାଟି  ନିଜକୁ  ବୃକ୍ଷର  ପତ୍ରରାଜିର  ଅନୁରୂପ  ସଜାଇ  କୀଟପତଙ୍ଗଙ୍କ  ଦୃଷ୍ଟି  ଆଢୁଆଳରେ  ସୁରକ୍ଷିତ  ରହିପାରୁଛି   । ଅପରାନ୍ତରେ  ନିଜକୁ  ବଦଳାଇ  ଏକ  ଅଭକ୍ଷ  ଉଦ୍ଭିଦର  ଆକୃତିକୁ   ଆପଣାଇ , ଭକ୍ଷକମାନଙ୍କୁ  ନିରୁତ୍ସାହିତ  କରୁଛି   । ଏହି  ଛନ୍ଦାବରଣ   ପ୍ରକ୍ରିୟାକୁ  ଇଂଲିଶ୍ ରର   ‘ ଇଫାଯାଶଫକ୍ଷ ଖଶୟସଭଃ ’ ଅର୍ଥାତ୍  ନିଜର   ଭେକ  ବଦଳାଇ  ଏକ  ଅସହାୟ   ଉଦ୍ଭିଦ   ନିଜକୁ  ଅଖାଦ୍ୟ  ରୂପେ  ପ୍ରତିପାଦିତ   କରେ   ।

କାରଣ  ଯାହା  ହୋଇଥାଉନା କାହିଁକି   ଏହି  ଛନ୍ଦାବରଣ   ସଂପୃକ୍ତ  ଲତାଟି  ପାଇଁ   ଲାଭଦାୟକ   । ଜିଓନାଲିଙ୍କ  ରିପୋର୍ଟ  ମୁତାବକ   ଲତାଟି  ଭୂମି  ଉପର  ଅପେକ୍ଷା  ବୃକ୍ଷ  ଉପରେ  ଅଧିକ  ସୁରକ୍ଷିତ   ।

କୌଣସି  ଉଦ୍ଭିଦ  ତା’ର  ପଡୋଶୀ   ଉଦ୍ଭିଦର   ନକଲ   କରିବା  ଏହା  ପୂର୍ବରୁ   ବିଜ୍ଞାନ  ପାଇଁ  ଏକ  ଅଜ୍ଞାତ  ତଥ୍ୟ  ଥିଲା   । କିନ୍ତୁ  ଏହି  ରିପୋର୍ଟରେ   ବୋକ୍ୱିଲା ଲତା  ଅନ୍ୟୁନ  ୮ଟି  ମୂଳ  ଆକୃତିରେ  ନିଜକୁ  ପରିବର୍ତ୍ତିତ  କରିପାରେ   ବୋଲି  କୁହାଯାଇଛି   । ସବୁଠାରୁ  ଆଶ୍ଚର୍ଯ୍ୟର   ବିଷୟ  ଆଖି , ନାକ , ପାଟି କି  ମସ୍ତିଷ୍କ   ନଥିବା  ଏକ  ଉଦ୍ଭିଦ  କିପରି  ନିଜର  ପଡୋଶୀକୁ   ଦେଖିପାରେ ?  ସମ୍ଭବତଃ  ବୋକ୍ୱିଲା  ପଡୋଶୀ  ଉଦ୍ଭିଦର  ବାସ୍ନା  ବାରିପାରେ  କିମ୍ବା  ତା’ର  ରାସାଯନିକ  ଆଣବିକ  ପରିଚୟ  ଚିହ୍ନିପାରେ   ।  କିନ୍ତୁ  ମସ୍ତିଷ୍କ  କିମ୍ବା  ସ୍ନାୟୁତନ୍ତ୍ର  ନ ଥାଇ   ମଧ୍ୟ   ଏହା   ନିଜକୁ  କିପରି   ପରିବର୍ତ୍ତନ   କରାଯାଇପାରେ   ତାହା  ବିଜ୍ଞାନ  ସମ୍ମୁଖରେ   ଏବେ ବି  ଏକ  ଦୁର୍ବୋଧ୍ୟ  ତଥ୍ୟ   । ଉଦ୍ଭିଦଙ୍କର   ପରସ୍ପର  ସହିତ  ଭାବ  ବିନିମୟର    କୌଣସି  ଏକ  ଗୁପ୍ତା  ତଥା   ଅଦ୍ୟାବଧି  ଦୁର୍ବୋଧ୍ୟ   ମାଧ୍ୟମ  ରହିଛି   । ଯଦି ‘ ବୋକ୍ୱିଲା ’ ଏହା  କରିପାରେ , ତେବେ  ଅନ୍ୟ  ଉଦ୍ଭିଦ  ନିଜ  ନିଜ  ଭିତରେ  ଭାବର  ଆଦାନପ୍ରଦାନ  କାହିଁକି  କରୁ ନ  ଥିବେ ? ଏହି  କ୍ଷୁଦ୍ର  ଲତାଟିଏ  ବିରାଟ  ରହସ୍ୟକୁ  ନିଜ  ଭିତରେ  ଲୁଚାଇ  ରଖିଛି   । ଏହି  ସମ୍ଭାବନା  ଆମକୁ  ହୁଏତ   ଚେତେଇ  ଦେଉଛି  ଉଦ୍ଭିଦଜଗତ  ଓ  ମଣିଷ  ଭିତରେ  ଏକ  ଅବୋଧ୍ୟ   ଦୂରତା  ଏବେବି   ରହିଛି   । ମଣିଷ କ’ଣ  କେବେ  ଏ  ଦୂରତାକୁ  ଲଂଘି  ପାରିବ   ?

ସଂଗୃହିତ : ଡ. ନୀରନ୍ଦ୍ର  ଚନ୍ଦ୍ର  ରାଉତ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate