অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଡାଇରିଆ (ତରଳଝାଡା) ପ୍ରତି ସତର୍କ ଓ ସଚେତନ ହୁଅନ୍ତୁ

ଡାଇରିଆ (ତରଳଝାଡା) ପ୍ରତି ସତର୍କ ଓ ସଚେତନ ହୁଅନ୍ତୁ

ଡାଇରିଆର ଲକ୍ଷଣ

ଦିନକୁ ୩ ଥର ବା ତାଠାରୁ ଅଧିକ ପତଳା ଝାଡା, ଦେହହାତ ଘୋଳାବିନ୍ଧା, ହାଲିଆ ଲାଗିବା ସହ ଜିଭ ଏବଂ ଓଠ ଶୁଖିଯିବା, ଅଧିକ ଶୋଷ ଲାଗିବା ଓ ପରିସ୍ରା କମ୍ ହେବା ।

ଡାଇରିଆର  ଗୁରୁତର ଲକ୍ଷଣ

ହାତ ଗୋଡ କାଲୁଆ ଲାଗିବା, ପରିସ୍ରା ବନ୍ଦ ହୋଇଯିବା, ବାଉଳି ଚାଉଳି ହେବା ଏବଂ ନିସ୍ତେଜ ହେବା । ଏଭଳି କ୍ଷେତ୍ରରେ ରୋଗୀକୁ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ ।

ଡାଇରିଆର ପ୍ରତିରୋଧ

  • ବାହାରେ ଝାଡା ନଯାଇ କେବଳ ପାଇଖାନା ବ୍ୟବହାର କରନ୍ତୁ । ପାଇଖାନା ଯିବା ସମୟରେ ଚପଲ ବ୍ୟବହାର କରନ୍ତୁ ।
  • ଶୌଚପରେ, ଖାଦ୍ୟ ପରଷିବା କିମ୍ବା ଖାଇବା ପୂର୍ବରୁ ହାତକୁ ଭଲଭାବରେ ସାବୁନ୍ ରେ ଧୁଅନ୍ତୁ ।
  • ନଇ, ଝରଣା, ଚୂଆ ବା ପୋଖରୀ ଆଦି ପାଣି ପିଆନ୍ତୁ ନାହିଁ । କେବଳ ଗଭୀର ନଳକୂଅ ପାଣି କିମ୍ବା ଫୁଟାପାଣି ପିଅନ୍ତୁ ।
  • ପିଇବାପାଣି ପାତ୍ରରେ ହାତ ନବୁଡାଇ ଡଙ୍କି ବ୍ୟବହାର କରନ୍ତୁ ।
  • ନଳକୂଅ ପାଣିରେ ଭାତ ପଖାଳନ୍ତୁ । କୂଅ, ନଳକୂଅ ପାଖରେ ବାସନକୁସନ ଧୁଅନ୍ତୁ ନାହିଁ କିମ୍ବା ଲୁଗାପଟା ସଫାକରନ୍ତୁ ନାହିଁ ।
  • ବାସି, ପଚାସଢା ବା ମାଛିବସା ଖାଦ୍ୟ ଖାଆନ୍ତୁ ନାହିଁ । ତଟକା ଓ ଗରମ ଖାଦ୍ୟ ଖାଆନ୍ତୁ ଓ ଖାଦ୍ୟକୁ ସର୍ବଦା ଘୋଡାଇ ରଖନ୍ତୁ ।

ଆଧାର

ଧରିତ୍ରୀ

Last Modified : 1/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate