ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଥଣ୍ତାକାଶର ସଫଳ ଚିକିତ୍ସା
ସେଆର କରନ୍ତୁ

ଥଣ୍ତାକାଶର ସଫଳ ଚିକିତ୍ସା

ଥଣ୍ତାକାଶର ସଫଳ ଚିକିତ୍ସା ସୂଚନା ।

ଥଣ୍ତାକାଶ

ଥଣ୍ତା ଏକ ଏମିତି ରୋଗ, ଯାହାକି ଛୋଟରୁ ବଡ଼ ସମସ୍ତଙ୍କ ପାଇଁ ଏକ ଜଣାଶୁଣା ରୋଗ।  କାଶ-ଥଣ୍ତା ହେଲେ ଏହା ଏକାସଙ୍ଗେ ନାକ, ଗଳା ଓ ଶ୍ୱାସ ଯନ୍ତ୍ରକୁ ପ୍ରଭାବିତ କରିଥାଏ। ଏହାର ସାଧାରଣ ଲକ୍ଷଣ କୁହାଯାଇପାରିବ- ନାକରୁ ପାଣି ବାହାରିବା, କଫ ଜମିବା, କାଶ ହେବା, ଆଖିରୁ ପାଣି ବାହାରିବା ଓ ମୁଣ୍ତ ବିନ୍ଧିବା। ତେବେ ସାମାନ୍ୟ ଲାଗୁଥିବା ଏହି ରୋଗଟି ଅଧିକ ଦିନ ରହିଲେ ସମସ୍ୟା ବଢ଼ିବାର ଆଶଙ୍କା ଥାଏ। ଏମିତିରେ ଦେଖିବାକୁ ଗଲେ, ସବୁ ରୋଗ ପାଇଁ ମେଡିକାଲ ସାଇନ୍ସରେ ଔଷଧ ରହିଛି। କିନ୍ତୁ କିଛି ପ୍ରାକୃତିକ ପଦାର୍ଥ ରହିଛି ଯାହାକୁ ଠିକ୍ ମାତ୍ରାରେ ଏବଂ ଠିକ୍ ଭାବେ ସେବନ କଲେ ମାତ୍ର ଏକ ସପ୍ତାହ ମଧ୍ୟରେ ଏଇ ସମସ୍ୟାରୁ ମୁକ୍ତି ମିଳିଥାଏ। ପ୍ରକୃତିଜାତ ଏହି ପଦାର୍ଥଟି ହେଉଛି-ମହୁ।  ମହୁରେ ଏକାସହ ଆପଣ ଆଣ୍ଟି-ବାୟୋଟିକ୍, ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ମାଇକ୍ରୋବିଅଲ୍ ଗୁଣ ପାଇବେ। ପ୍ରାକୃତିକ ଉପାୟରେ ମହୁ ଥଣ୍ତା କଫଜନିତ ସବୁ ପ୍ରକାର ସମସ୍ୟାର ଏକ ସଫଳ ଚିକିତ୍ସା କହିଲେ ଜମାରୁ ଭୁଲ୍ ହେବନି।

ଥଣ୍ତାକାଶର ଉପଚାର ପାଇଁ କେମିତି କରିବେ ମହୁର ପ୍ରୟୋଗ

ମହୁ ଓ ଡାଲଚିନି - ୧/୪ ଡାଲଚିନି ପାଉଡର ସହ ଗୋଟେ ଚାମଚ ମହୁ କୁ ମିଶାନ୍ତୁ। ଥଣ୍ତାକାଶରୁ ମୁକ୍ତି ପାଇବା ପାଇଁ ଦିନକୁ ଦୁଇ ଥର ଏହି ମିଶ୍ରଣକୁ ସେବନ କରନ୍ତୁ।

ମହୁ ଓ କଞ୍ଚା ପିଆଜ - ମହୁ ଏବଂ କଞ୍ଚା ପିଆଜର ମିଶ୍ରଣ ପାଇଁ ଆପଣଙ୍କୁ ଅନେକାଂଶରେ ଯନ୍ତ୍ରଣାରୁ ମୁକ୍ତି ଦେବ। ପିଆଜକୁ  ପତଳା ପତଳା ଗୋଲ୍ ଖଣ୍ତ କରନ୍ତୁ। ୟା ଉପରେ ମହୁ ଲଗାଇ ରାତି ସାରା ରଖିଦିଅନ୍ତୁ। ତା’ପର ଦିନ ସକାଳେ ଏହାକୁ ଖାଆନ୍ତୁ। ଏହି ପ୍ରକ୍ରିୟାକୁ ବାରମ୍ୱାର କରନ୍ତୁ ।

ମହୁ, ଲେମ୍ବୁ ଓ ଅଦା ମହୁ, ଲେମ୍ବୁ ଓ ଅଦାର ମିଶ୍ରଣକୁ ଠିକ୍ ଭାବେ ସେବନ କଲେ ଅଳ୍ପ କିଛି ସମୟରେ ଆପଣ ଥଣ୍ତାକାଶରୁ ନିଜକୁ ରିଲାକ୍ସ ଫିଲ୍ କରିବେ ।  ମହୁ ଓ ଲେମ୍ବୁର ରସକୁ ସମାନ୍ ମାତ୍ରାରେ ମିଶ୍ରଣ କରନ୍ତୁ । ଏବେ ଅଦା ପାଉଡର ଅଳ୍ପ ମାତ୍ରାରେ ଏଇ ରସ ସହ ମିଶାଇ ଦିନ ଭିତରେ ବାରମ୍ୱାର ସେବନ କରନ୍ତୁ।

ମହୁ ଓ ଡାଲଚିନି ଚା - ନାକରୁ ପାଣି ବାହାରୁଥିଲେ ହାଲଚିନି ଚା ସହିତ ମହୁ(ହନି)କୁ ମିଶାଇ ଆପଣ ପିଇ ପାରିବେ। ଡାଲଚିନି ଚାରେ ଦୁଇ ଚାମଚ ମହୁ ମିଶାଇ ପିଅନ୍ତୁ। କଫ ବାହାରୁଥିଲେ ଏଇ ଚା ଆପଣଙ୍କ ପାଇଁ ଲାଭପ୍ରଦ।

ମହୁ ଓ ଲେମ୍ବୁ ଚା - ଥଣ୍ତାକାଶ ପାଇଁ ଏହା ଏକ ଜଣାଶୁଣା ଉପଚାର। ଏଇ ଚା’କୁ ନିୟମିତ ପିଇଲେ ଥଣ୍ତାକାଶ ରୋଗ ପ୍ରତିରୋଧ ହୋଇଥାଏ। ଯଦି ଆପଣ ସକାଳ ବେଳା ଏହି ଲେମ୍ବୁ ଓ ମହୁ ଚା’ ପିଇବେ ତେବେ ଆପଣଙ୍କୁ ଅଧିକ ସୁଫଳ ମିଳିବ।

କଫ ମୁକ୍ତ

ବ୍ରୋଙ୍କାଇଟିସ୍‌ ସମସ୍ୟା ଥିଲେ ସବୁବେଳେ କଫ, ଥଣ୍ଡା ଲାଗି ରୁହେ। ଏହି ରୋଗରେ କଫକୁ ଦୂର କରିବା ହେଉଛି ପ୍ରଥମ ଆବଶ୍ୟକତା। ତେବେ କଫ ସମସ୍ୟା ଦୂର କରିବା ପାଇଁ ଡାକ୍ତରଙ୍କ ନିକଟକୁ ଯିବା ପୂର୍ବରୁ ଘରୋଇ ଚିକିତ୍ସାର ପ୍ରୟୋଗ ନିହାତି କରନ୍ତୁ। କେଉଁ ପ୍ରକାର ଘରୋଇ ଚିକିତ୍ସାର ପ୍ରୟୋଗ କଲେ ଆମେ କଫ ସମସ୍ୟାକୁ ଦୂର କରିବା ସହ ବ୍ରୋଙ୍କାଇଟିସ୍‌ ରୋଗର ଯନ୍ତ୍ରଣାରୁ ମୁକ୍ତି ପାଇ ପାରିବା ଜାଣନ୍ତୁ ସେ ସଂପର୍କରେ କିଛି ଟିପ୍ସ।

ଟିପ୍ସ

କ୍ଷୀରରେ ହଳଦୀ: ଏକ କପ କ୍ଷୀରରେ ଏକ ଚାମଚ ହଳଦୀ ଗୁଣ୍ଡ ଫୁଟାଇ ଦିନକୁ ୩ଥର ପିଅନ୍ତୁ। ଯଦି ଆପଣଙ୍କୁ ଗ୍ୟାଷ୍ଟ୍ରିକ୍‌, ଗଲବ୍ଲାଡର ଷ୍ଟୋନ୍‌ କିମ୍ବା ଜଣ୍ଡିସ୍‌ ସମସ୍ୟା ଥାଏ ତେବେ ଏହି ଉପଚାର ଆପଣାଇବେ ନାହିଁ।

ବଡ଼ ଦାନା ଲୁଣ: ଗାଧୋଇବା ବେଳେ ଗୋଟେ କୁଣ୍ଡ ଉଷୁମ ପାଣିରେ ଏକ ଗ୍ଲାସ୍‌ ବଡ଼ ଦାନା ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ପରେ ଏହି ପାଣିରେ ପ୍ରତିଦନି ଗାଧାନ୍ତୁ।

ପିଆଜ ରସ: ସକାଳ ଜଳଖିଆ ପୂର୍ବରୁ ଏକ ଚାମଚ ପିଆଜ ରସ ନିତିଦିନ ପିଅନ୍ତୁ। ନାକରୁ ପାଣି ବାହାରିବା ସମସ୍ୟା ଦୂର କରେ।

ଷ୍ଟିମ୍‌ ଥେରାପି: କିଛି ପାଣି ଫୁଟାଇ ସେଥିରେ ୟୁକାଲିପଟାସ ତେଲରୁ କିଛି ବୁନ୍ଦା ପକାନ୍ତୁ। ମୁଣ୍ଡରେ କପଡ଼ା ଘୋଡ଼ାଇ ଏହାର ଷ୍ଟିମ୍‌କୁ କିଛି ସମୟ ନିଅନ୍ତୁ। ଏହାକୁ ଷ୍ଟିମ୍‌ ଥେରାପି କୁହାଯାଏ। ୟୁକାଲି ପଟାସ ହେଉଛି ଏକ ଆଣ୍ଟିବ୍ୟାକ୍‌ଟେରିଆଲ। ଏହି ଥେରାପି ନେବା ଦ୍ୱାରା ଥଣ୍ଡାରୁ ହେଉଥିବା ନାକ ଜାମ ସମସ୍ୟା ବି ଦୂର ହୁଏ।

କ୍ଷୀର, ଅଦା ଓ ଲବଙ୍ଗ: କ୍ଷୀରରେ ଅଦା ଓ ଲବଙ୍ଗ ଫୁଟାଇ ଏହାକୁ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ। ଏହି ମିଶ୍ରଣରେ ଆଣ୍ଟିବାୟୋଟିକ୍‌ ଏବଂ ଆଣ୍ଟିଭାଇରାଲ ଏଜେଣ୍ଟ ରହିଛି।

ଡାଲଚିନି, ଅଦା ଓ ଲବଙ୍ଗ: ଗୋଟେ ଡାଲଚିନି ସହ, କିଛି ଅଦା ଗୁଣ୍ଡ ଓ ଦୁଇଟି ଲବଙ୍ଗ ଉଷୁମ୍ ପାଣିରେ ମିଶାଇ ସକାଳେ ତିନିରୁ ଚାରି ଦିନ ପିଅନ୍ତୁ।

କାଶଦୂର କରିବା ଡାଳିମ୍ବ

କାଶ ହେବାର ବିଭିନ୍ନ କାରଣ ରହିଛି । ସାମାନ୍ୟ ଥଣ୍ଡା ବା । ସର୍ଦ୍ଦି ହେଲେ କାଶ ସମସ୍ୟା ଦେଖାଦିଏ । ବେଳେ | ବେଳେ ଆଲର୍ଜି ଯୋଗୁ ମଧ୍ୟ କାସ ହୋଇଥାଏ । ଶୀତ ଋତୁରେ ଲୋକେ ବେଶୀ ଏହି ରୋଗରେ ପୀଡ଼ିତ । ହେଉଥିବା ଦେଖାଯାଏ । କିନ୍ତୁ ବହୁ ସମୟ ଧରି ଲାଗି ! ରହୁଥିବା ଶୁଖିଲା। କାଶ ଏକ ବଂଶାନୁକ୍ରମିକ ରୋଗ; ଯାହାକୁ ଉପଯୁକ୍ତ ସମୟରେ ହିଁ ଉପଶମ କରାଯିବା ।

ବର୍ତ୍ତମାନର ଆଧୁନିକ ଜୀବନଶୈଳୀ ଯୋଗୁ ସମ୍ପ୍ରତି ବହୁ ଲୋକ ମଧ୍ୟ ଏହି ରୋଗରେ ପୀଡ଼ିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଏଭଳି ରୋଗରେ ପୀଡ଼ିତ ଅବା ଲୋକେ ଚିକିତ୍ସାରେ ଡେରି କରିବା ଉଚିତ ନୁହେଁ । ଆବଶ୍ୟକ ସ୍ଥଳେ ଘରେ ମଧ୍ୟ ଉପଚାର କରାଯାଇପାରେ । ଏଥିପାଇଁ ରୋଗୀ ପ୍ରଚୁର ପରିମାଣରେ ଡାଳିମ୍ବା ଖାଆନ୍ତୁ । ଡାଳିମ୍ବା ଖାଇଲେ ଯେ ଖାଲି ଶରୀରରେ ରକ୍ତ ଏବଂ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ ତାହା ନୁହେଁ ଏହା ଅନ୍ୟ ବିଭିନ୍ନ ରୋଗ ଉପଶମ କରିପାରେ । ତନ୍ମଧ୍ୟରୁ ଶୁଖୁଲା। କାଶ ଅନ୍ୟତମ । ଡାଳିମ୍ବ ଚୋପା ଶୁଖୁଲା କାଶର ମହୋଷଧି। ଶୁଖିଲା। ଡାଲିସ୍ ଚୋପାର ଚୂର୍ଣ୍ଣକୁ ନିୟମିତ ସକାଳେ ଏବଂ ସନ୍ଧ୍ୟାରେ ସେବନ କରିବା ଦ୍ଵାରା ଖୁବ୍ ଆରାମ ମିଳିଥାଏ । ଚା’ କିମ୍ବା ଉଷୁମ ପାଣିରେ ମିଶାଇ ମଧ୍ୟ ଏହାକୁ ସେବନ କରିପାରିବେ । ୧୫ ଦିନ ପର୍ଯ୍ୟନ୍ତ ଏଭଳି କଲେ ରୋଗ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ ।

ସମ୍ପ୍ରତି ଚାଇନିଜ୍ ଖାଦ୍ୟ ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ । ବଢିଛି । ଏଭଳି ଖାଦ୍ୟକୁ ବେଶୀ ସମୟ ରାନ୍ଧିବାକୁ ପଡି ନ ଥାଏ । ଗରମ ତୈଳରେ ହାଲକା ଭାଜି ଦେଲେ ଏହି | ଭଳି ଖାଦ୍ୟ ପ୍ରସ୍ତୁତ ହୋଇଯାଏ । ମାତ୍ର ଏମିତି ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରିବା ସ୍ୱାସ୍ଥ୍ୟପକ୍ଷେ ହାନୀକାରକ ବୋଲି

ବୈଜ୍ଞାନିକମାନେ ମତ ଦିଅନ୍ତି ଖାଦ୍ୟକୁ ଭାଜିବା ବେଳେ ତୈଳର ଅତିକ୍ଷୁଦ୍ର କଣିକ । ବାୟୁମଣ୍ଡଳରେ ବିଚ୍ଛୁରିତ ହୋଇ ମିଶି ରହିଥାଏ । ଏହି ବାୟୁକୁ ଆଘ୍ରାଣ କରିବା ହାନୀକାରକ ବୋଲି ଟେକ୍ସାସ୍ ଟେକ୍ ବିଶ୍ଵବିଦ୍ୟାଳୟ ଏବଂ ଉଟା ବିଶ୍ଵବିଦ୍ୟାଳୟର ବୈଜ୍ଞାନିକ କହିଛନ୍ତି । ଏ ବିଷୟରେ ପରୀକ୍ଷା କରିବା ଲାଗି ବୈଜ୍ଞାନିକମାନେ ଏକ ପାତ୍ରରେ କିଛି ତୈଳ ଗରମ କରି ତନ୍ମଧ୍ୟରେ ଜଳ ସିଞ୍ଚନ କରିଥିଲେ । ଏହାଦ୍ଵାରା କିଭଳି ପ୍ରତିକ୍ରିୟା ସୃଷ୍ଟି ହେଉଥିଲା ତାହା ସେମାନେ ଅନୁଧ୍ୟାନ କରିଥିଲେ । ଜଳ ଗରମ ତୈଳରେ ପଡିବା ମାତ୍ରେ ତୈଳ ବିନ୍ଦୁ ବିସ୍ପୋରିତ ହୋଇଥଲା । ଫଳରେ ତୈଳର ଅତି କ୍ଷୁଦ୍ର କଣିକା ବାୟୁମଣ୍ଡଳକୁ ଛିଟ୍କି ପତିଆଲା । ଏହାର ଆକାର ଏତେ ଛୋଟ ଅଲା ଯେ ସେଠାରେ ଉପସ୍ଥିତ ବୈଜ୍ଞାନିକମାନେ ବାୟୁ ସହିତ ଏହି ତୈଳ କଣିକାକୁ ମଧ୍ୟ ପ୍ରଶ୍ଵାସରେ ଗ୍ରହଣ କରିଥିଲେ । ବୈଜ୍ଞାନିକମାନେ କହିଛନ୍ତି, ବିଶେଷକରି କୁକୁଡା ମାଂସ ଏବଂ ପନିପରିବାରେ ଜଳ ଅଂଶ ବେଶୀ ରହିଥୁବାରୁ ଏହାକୁ ନେଇ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ରନ୍ଧନ ସ୍ଥାନର ବାୟୁରେ ତୈଳ କଣିକା ଭରି ହୋଇଯାଏ । ଏହାକୁ ପ୍ରଶ୍ଵାସରେ ଗ୍ରହଣ କରିବା ଦ୍ଵାରା ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବାର ଆଶଙ୍କା ରହିଛି ।

କେବଳ ଆଘାତ ଲାଗିବା କିମ୍ବା ଭୁଲ୍ ଔଷଧ ସେବନ ଦ୍ଵାରା ମସ୍ତିଷ୍ଠର କ୍ଷତି ହୋଇନଥାଏ । ଦିନସାରା ଧାଦୌଡ ଭିତରେ ଆମେ ଅଜାଣତରେ ଏପରି କିଛି ଭୁଲ କରିବସୁ ଯାହା ମସ୍ତିଷ୍କାର କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରେ । ପର୍ଯ୍ୟାପ୍ତ ନିଦର ଅଭାବ: ଅତି କମରେ ୭ ଘଣ୍ଟା ଭଲରେ ନଶୋଇପାରିଲେ ମସ୍ତିଷ୍କକୁ ଆରାମ ମିଳେନାହିଁ । ତେଣୁ ଧୀରେ ଧୀରେ ଏହାର କାର୍ଯ୍ୟଦକ୍ଷତା କମ୍ ହୋଇଯାଏ ।

ନିଃସଙ୍ଗତା : ଅଧିକାଶ ସମଯ ଚୋର ଏକାକୀ ରହିବା ମଧ୍ୟ ମସ୍ତିଷ୍ଟ ପାଇଁ କ୍ଷତିକାରକ । ଏହା ଆଳାକାଇମର ହେବାର ଆଶଙ୍କା ବଢାଏ । |

ଜଙ୍କଫୁଡ଼୍ ଅଧିକ ଖାଇବା: ଏଥିରେ ସୋଡିୟମ ପ୍ରଚୁର ପରିମାଣରେ ଥାଏ ଯାହା ମସ୍ତିଷ୍କର ନ୍ୟୁରନ୍ ରିସେପ୍ଟେରଗୁଡିକ ଲାଗି କ୍ଷତିକାରକ । ଅତ୍ୟଧିକ ଜଙ୍କ ଫୁଡ ଖାଇଲେ ବିଭ୍ରାନ୍ତି, ମୁଣ୍ଡବ୍ୟଥା, ବାନ୍ତିହେବା ପରି ସମସ୍ୟା ଦେଖାଯାଏ ।

ଜୋର୍ ଗୀତ ଶୁଣିବା: କ୍ରମାଗତ ଭାବେ ଘଣ୍ଟାଧୁକ କାଳ ହେଡ୍‌ଫେନ୍ କିମ୍ବା ଇୟର ଫୋନ୍ ଲଗାଇ ଜୋର୍ ଶବ୍ଦରେ ଗୀତ ଶୁଣିବା ମଧ୍ୟ ମସ୍ତିଷ୍କର କୋଷ ପ୍ରତି କ୍ଷତିକାରକ । ଏହା ମଧ୍ୟ ଆଲଖିମର ରୋଗର କାରଣ ହୋଇପାରେ । ଅଳସୁଆମି: ନିୟମିତ ଭାବେ କୌଣସି ପ୍ରକାର ଶାରୀରିକ କାର୍ଯ୍ୟ ନକରିବା ଦ୍ଵାରା ଡାଇବେଟିସ୍, ହୃଦ୍‌ରୋଗ ତଥା ଉଚ୍ଚ ରକ୍ତଚାପ ଭଳି ସମସ୍ୟା ବଢିଯାଏ । ଏହା ମଧ୍ୟ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।

ଧୂମପାନ: ଏହା କରିବା ଦ୍ଵାରା ଶରୀରରେ ଏକାଧିକ କ୍ଷତିକାରକ ରସାୟନ କ୍ଷରଣ ହୋଇଥାଏ ଯାହା ରକ୍ତକୁ ବହଳିଆ କରିଦିଏ । ତେଣୁ ମସ୍ତିଷ୍ଠ ପର୍ଯ୍ୟନ୍ତ ଠିକ୍ ଭାବେ ରକ୍ତ ଯୋଗାଣ ହୋଇନପାରି କ୍ଷତି କରେ ।

ଆଧାର - ଓଡିଶା ରିପୋଟର

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top