ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଦୁଦୁରା ଏବଂ ଦାରୁହରିଦ୍ରା ଫୁଲର ଔଷଧୀୟ ଗୁଣ
ସେଆର କରନ୍ତୁ

ଦୁଦୁରା ଏବଂ ଦାରୁହରିଦ୍ରା ଫୁଲର ଔଷଧୀୟ ଗୁଣ

ଦୁଦୁରା ଏବଂ ଦାରୁହରିଦ୍ରା ଫୁଲ ଶରୀର ପାଇଁ ଲାଭଦାୟକ ବିଷୟରେ ସୂଚନା ।

ସ୍ଵାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଦୁଦୁରା

ଭଗବାନ ଶିବଙ୍କର ବହୁତ ପସନ୍ଦ ଦୁଦୁରା। ଭୋଳାନାଥଙ୍କୁ ଏହା ଅର୍ପଣ କରିବା ଦ୍ୱାରା ଦୁଃଖ କଷ୍ଟରୁ ମୁକ୍ତି ମିଳିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଶିବଙ୍କର ଏହି ପ୍ରିୟ ଜିନିଷ ଆପଣଙ୍କ ଭାଗ୍ୟ ଚମକାଇବା ନୁହେଁ ବରଂ ଶରୀରରୁ ଅନେକ ରୋଗ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା ଏହା ଶରୀରର କେଉଁ ରୋଗ ପାଇଁ ଉପକାରୀ..

  • ଆଜମା ରୋଗୀଙ୍କ ପାଇଁ ଦୁଦୁରା ବେଶ ଲାଭକାରୀ। ଏହାର ବ୍ୟବହାର ପାଇଁ ଦୁଦୁରା ସହିତ ଅପାମାର୍ଗ ଏବଂ ଜଓ୍ଵାସ ନାମକ ଆୟୁଦେର୍ବ ଚେରମୂଳି ସହିତ ଚୂର୍ଣ୍ଣ କରି ଖାଆନ୍ତୁ। ପ୍ରତିଦିନ ଏହାର ଗନ୍ଧ ଶୁଙ୍ଘିବା ଦ୍ୱାରା ମଧ୍ୟ ଏହି ସମସ୍ୟାର ଦୂର ହୋଇଯାଏ।
  • ଆଣ୍ଠୁଗଣ୍ଠି ଦରଜରୁ ମୁକ୍ତି ପାଇବାକୁ ହେଲେ ଦୁଦୁରା ବେଶ ଉପକାରୀ। ଏଥିପାଇଁ ଦୁଦୁରା ପତ୍ରରେ ଶିଳାଜିତ ମିଶାଇ ଏକ ଲେପ ଲଗାନ୍ତୁ।
  • ଭାଇରାଲ ଜ୍ୱରରୁ ମୁକ୍ତି ପାଇବା ପାଇଁ କଳା ଦୁଦୁରା ମଞ୍ଜିକୁ ଗୁଣ୍ଡ କରି ଦିନକୁ ଦୁଇରୁ ତିନି ଥର ଖାଆନ୍ତୁ। ଏହାକୁ ଖାଇବା ଦ୍ୱାରା ତାପମାତ୍ରା ସମାନ୍ୟ ହୋଇଥାଏ।
  • ଶରୀରରୁ ଦୁର୍ବଳତା କିମ୍ବା ଥକ୍କାପଣ ଦୂର କରିବା ପାଇଁ ଏହାର ମଞ୍ଜିକୁ ଅକଲକରା ଏବଂ ଲବଙ୍ଗ ସହିତ ମିଶାଇ ବଟିକା ପ୍ରସ୍ତୁତ କରିଦିଅନ୍ତୁ। ଏହାକୁ ପ୍ରତିଦି ନ ଗୋଟେ କିମ୍ବା ଦୁଇଟି ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ।
  • ଯେଉଁ ମହିଳାମାନଙ୍କର ଗର୍ଭ ବାରମ୍ବାର ରହୁନାହିଁ, ସେମାନେ ଏଥିରୁ ମୁକ୍ତି ପାଇଁ ପାଇଁ ଦୁଦୁରା ଫଳକୁ ଗୁଣ୍ଡ କରି ଚୂର୍ଣ୍ଣ  ପ୍ରସ୍ତୁତ କରିଦିଅନ୍ତୁ। ଏହାକୁ ଘିଅ ଏବଂ ମହୁ ସହିତ ମିଶାଇ ଖାଇବା ଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇପାରେ। ଏହାକୁ କରିବା ପୂର୍ବରୁ ଆୟୁବେର୍ଦ ଚିକିତ୍ସକଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ।
  • କାନରେ ଯନ୍ତ୍ରଣା ହେଲେ ଏହି ଗଛର ପତ୍ର ରସ ଫୁଟାଇ ଥଣ୍ଡା ହେବା ପରେ ପକାନ୍ତୁ। ଏଥିରୁ ଆରାମ ମିଳିଥାଏ।
  • ଏହାର ପତ୍ରର ରସ ମୁଣ୍ଡରେ ଲଗାଇବା ଦ୍ୱାରା ରୂପି ସମସ୍ୟା ଦୂର ହୋଇଥାଏ। କେବଳ ଏତିକି ନୁହେଁ, ଚନ୍ଦାପଣରୁ ମଧ୍ୟ ମୁକ୍ତି ମିଳିଥାଏ।
  • ଏହାର ଫଳକୁ ପୋଡି ବ୍ୟବହାର କରିବା ଦ୍ୱାରା ଥଣ୍ଡା, କାଶ ଇତ୍ୟାଦିରୁ ଆରାମ ମିଳିଥାଏ। ଏହା ଶରୀରରେ ଜମା ହୋଇଥିବା କଫକୁ ବାହାର କରିଦିଏ।

ସ୍ଵାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଦାରୁହରିଦ୍ରା

ଆଜିକାଲିର ପ୍ରଦୂଷଣ ଏବଂ ବିଷାକ୍ତ ଖାଦ୍ୟପଦାର୍ଥ ଯୋଗୁଁ ମଣିଷ ଶରୀରରେ ରୋଗର ମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏମିତିରେ ଆଜିକାଲି ଅନେକ ଲୋକଙ୍କୁ କ୍ୟାନସର ହେଉଥିବା ଖବର ଆମ ସାମ୍ନାକୁ ଆସୁଛି। ଯଦି ଆପଣ ଏହି ସମସ୍ୟାରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଦାରୁହରିଦ୍ରା ସେବନ ଆପଣଙ୍କ ଏଥିରେ ମୁକ୍ତି ଦେଇପାରିବ। ଆସନ୍ତୁ ଜାଣିନେବା ଏଥିରେ କ’ଣ ରହିଛି ଆୟୁର୍ବେଦୀୟ ଗୁଣ:

  • ଦାରୁହରିଦ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ରହିଛି। କ୍ୟାନସର ପୀଡିତ ବ୍ୟକ୍ତି ଏହା ସହ ହଳଦୀ ମିଶାଇ ଖାଇବା ଉଚିତ। ଖାଇବା ଦ୍ୱାରା ଅନେକ ମାତ୍ରାରେ କ୍ୟାନସରକୁ କମ୍‌ କରିପାରିବେ।
  • ବ୍ରଣ, ଘା’, ଅଲସରକୁ ଭଲ କରିବାକୁ ହେଲେ ଦାରୁହରିଦ୍ରା ବ୍ୟବହାର କରନ୍ତୁ। ଏହାର ଉପଚାର ପାଇଁ ଏହାକୁ ପେଷ୍ଟ କରି ତ୍ୱଚାରେ ଲଗାନ୍ତୁ।
  • ଜ୍ୱର ହୋଇଥିଲେ ଏହାର ଛେଲି ଏବଂ ଚେରକୁ ମିଶାଇ ଏକ ପ୍ରକାର କାଢା ପ୍ରସ୍ତୁତ କରି ଦୁଥର ପିଅନ୍ତୁ। ଖୁବଶୀଘ୍ର ଜ୍ୱରରୁ ଉପଶମ ମିଳିବ।
  • ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଇମ୍ପଫ୍ଲାମେଣ୍ଟାରୀ ଗୁଣ ରହିଛି। ଏହାକୁ ହଳଦୀ ସହିତ ମିଶାଇ ପ୍ରଭାବିତ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏହାର ବ୍ୟବହାର ମଧ୍ୟ ଗଣ୍ଠି ଦରଜ ଦୂର କରିଥାଏ।
  • ଲ୍ୟୁକୋରିଆ ଏବଂ ମେନୋରିଜିଆ ଭଳି ରୋଗ ସମସ୍ୟା ଦୂର କରିବା ପାଇଁ ଏହାର ରସ ପିଇବା ଲାଭକାରୀ ଅଟେ।
  • କାନବିନ୍ଧା ହେଲେ ଏହାର ରସର ଦୁଇ ଟୋପା କାନରେ ପକାନ୍ତୁ। ଏହାଦ୍ୱାରା ଆରାମ ମିଳିଥାଏ।
  • ଏହାର ସେବନ କରିବା ଦ୍ୱାରା ପେଟ ଜନିତ ସଂକ୍ରମଣରୁ ରକ୍ଷା ମିଳିଥାଏ। ତରଳ ଝାଡା ଏବଂ ଅନ୍ୟ ପେଟଜନିତ ସମସ୍ୟା ଦୂର ହୋଇଥାଏ।
  • କୋଷ୍ଠକାଠିନ୍ୟତା ରହିଥିଲେ, ଏହାର ଛେଲିକୁ ଗୁଣ୍ଡ କରି ପ୍ରତିଦିନ ଖାଇବା ଉଚିତ। ଏପରି ନିୟମିତ ସେବନ କଲେ ଏଥିରୁ ମୁକ୍ତି ମିଳିପାରିବ।
  • ଏହି ଗଛର ଫଳ ରକ୍ତରେ ଶର୍କରା କମ୍‌ କରିବାର କ୍ଷମତା ରଖିଥାଏ। ଏହାକୁ ଖାଇବା ଦ୍ୱାରା ଡାଇବେଟିସ ଭଳି ରୋଗରୁ ଉପଶମ ମିଳିଥାଏ।
  • ଏହାଛଡା ଆଖି ସଂକ୍ରମଣ ଦୂର କରିବା ପାଇଁ ଏହାର ବେଶ ପ୍ରଭାବ ରହିଛି। ଏଥିରୁ ବଞ୍ଚିବା ପାଇଁ ଦାରୁହରିଦ୍ରା ସହିତ ଲହୁଣୀ, ଦହି ମିଶାଇ ଆଖି ଚାରିପଟେ ଲଗାଇବା ଦ୍ୱାରା ଉପଶମ ମିଳିଥାଏ।

ଆଧାର – ଓଡିଆପୁଅ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top