অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ

ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ

ଦୁର୍ଘଟଣା

ଦୁର୍ଘଟଣା  ସ୍ଥାନ , କାଳ  ଓ  ପାତ୍ର ଦେଖି  ଆସି  ନଥାଏ । ଏହା  ସର୍ବଦା  ଆକସ୍ମିକ । ପୂର୍ବ  ପ୍ରସ୍ତୁତି  ଓ  ସଚେତନତା  ଦ୍ଵାରା  ହିଁ  ଦୁର୍ଘଟଣାକୁ  ଏଡାଇ  ଦେଇ  ହୁଏ  ବା  ଦୁର୍ଘଟଣାର   ପରବର୍ତ୍ତୀ  ପୀଡାକୁ  ଯଥାଶୀଘ୍ର   ଲାଘବ  କରିହୁଏ । ଦେଶରେ  ବର୍ଷକୁ  ଦେଢ  ଲକ୍ଷ  ଲୋକ  ସଡକ  ଦୁର୍ଘଟଣାର  ପ୍ରାଣ  ହରାଉଥିବା  ବେଳେ  ଅର୍ଦ୍ଧାଧିକ   ଲୋକ  ପ୍ରାଥମିକ  ଚିକିତ୍ସା  ମିଳିବାରେ  ବିଳମ୍ବ  ହେତୁ  ପ୍ରାଣ  ହରାଇଥାନ୍ତି । ତେବେ  ଏହି  ସମୟରେ  କେତେକ  କଥା  ଜାଣିଥିଲେ , ଜୀବନକୁ  ମୃତ୍ୟୁ  କବଳରୁ   ରୋକି  ହୋଇଥାଏ ।

ପ୍ରତିଶୋଧକ

  • ଦୁର୍ଘଟଣାସ୍ଥଳରେ  ଥିଲେ  ବା  ନିଜେ  ଦୁର୍ଘଟଣାଗ୍ରସ୍ତ   ହୋଇଥିଲେ , ପ୍ରଥମେ  ନିଜକୁ   ସୁରକ୍ଷିତ  ମଣିବା  ପରେ  ଅନ୍ୟକୁ   ସାହାଯ୍ୟ   କରିବାକୁ  ଚେଷ୍ଟା  କରନ୍ତୁ   ।
  • ଟ୍ରାଫିକକୁ  ନିୟନ୍ତ୍ରଣ  କରି  ଦୁର୍ଘଟଣାଗ୍ରସ୍ତ   ଲୋକକୁ  ରାସ୍ତାକଡକୁ  ନେଇ  ଆସନ୍ତୁ   ।
  • ଶରୀରର  ରକ୍ତ  ବାହାରୁଥିବା  ସ୍ଥାନରେ  କପଡା  ଗୁଡାଇ  ସଙ୍ଗେ  ସଙ୍ଗେ   ବାନ୍ଧି  ଦିଅନ୍ତୁ  । ଅତ୍ୟଧିକ  ରକ୍ତଶାବ  ଯୋଗୁଁ  ମଧ୍ୟ  ପୀଡିତ  ଲୋକଟି  ମୃତ୍ୟୁମୁଖରେ   ପଡିପାରେ    ।
  • ପୀଡିତ  ଲୋକକୁ  ଆଶ୍ଵାସନା   ଦେଇ  ମନୋବଳ  ଦୃଢ   କରାନ୍ତୁ  । ବେଳେ ବେଳେ  କିଛି  ହୋଇ  ନଥିଲେ  ବି  ଭୟଭୀତ  ହୋଇ  ହୃଦ୍ ଘାତର  ପ୍ରାଣହାନୀ   ଘଟିପାରେ  ।
  • ବେହୋସ  ହୋଇଯାଇଥିଲେ ମୁହଁରେ  ସାମାନ୍ୟ  ପାଣି  ଛିଞ୍ଚିବା   ସହ  କାନ ଓ  ପାଟିରେ  ଫୁକାନ୍ତୁ   । ତଥାପି  ହୋସ  ନଆସିଲେ , ଆପଣଙ୍କ  ଦୁଇ  ପାପୁଲିକୁ  ଛନ୍ଦି  ପୀଡିତର  ଛାତିରେ  ସାମାନ୍ୟ  ଚାପ  ସୃଷ୍ଟି  କଲେ  ଚେତା  ଫେରିଆସିବ   ।
  • ଏହା  ମଧ୍ୟରେ  ଆମ୍ବୁଲାନ୍ସ  ଓ ପୁଲିସକୁ  ଟୋଲ  ଫ୍ରି  ନମ୍ବର ୧୦୮ ଓ  ୧୦୦ ରେ  ଦୁର୍ଘଟଣାସ୍ଥଳର  ସ୍ଥାନ ଓ  କ୍ଷୟକ୍ଷତି  ସମ୍ପର୍କରେ  କୁହନ୍ତୁ   ।
  • ଦୁର୍ଘଟଣାଗ୍ରସ୍ତଙ୍କ   ପରିଚୟ  ଜାଣିବାକୁ  ଚେଷ୍ଟା  କରି   ଘରକୁ   ଖବରଟି  ଜଣାନ୍ତୁ
  • ସରକାରୀ  ଗାଡି  ଆସିବା  ଡେରି  ହେଲେ  ଅପେକ୍ଷା  ନକରି  ବେସରକାରୀ  ଗାଡିରେ  ଡାକ୍ତରଖାନା  ଆଣିବାକୁ   ଚେଷ୍ଟା  କରନ୍ତୁ   ।
  • ଭାଙ୍ଗି  ଯାଇଥିବା  ଶରୀର  ସହିତ  ଯୋଡି  ରଖନ୍ତୁ   । ନଚେତ  ଶିରଗୁଡିକ  ଛିଡିଗଲେ  ଅଙ୍ଗଟି  ଯୋଡାଯିବାରେ  ସମସ୍ୟା  ଉପୁଜିପାରେ    ।
  • ମସ୍ତିସ୍କ  ବା  ଶରୀରର  ଆଭ୍ୟନ୍ତରୀଣ  ଅଙ୍ଗରେ  ଆଘାତ  ହୋଇଥିଲେ   ଲୋକକୁ  ମୁହଁ  ତଳକୁ  କରି  ଶୁଆଇ  ଦିଅନ୍ତୁ   । ରକ୍ତ  ଜମାଟ  ନବାନ୍ଧି  ବାହାରିଯିବ   । ମସ୍ତିସ୍କରେ  ରକ୍ତ  ଜମାଟ  ବାନ୍ଧିଗଲେ  ପୀଡିତ  ଲୋକ  କୋମାକୁ   ଚାଲିଯିବାର  ସମ୍ଭାବନା  ଥାଏ   ।
  • ସମ୍ପୂର୍ଣ୍ଣ  କଟିଯାଇଥିବା  ଅଙ୍ଗକୁ  ମଧ୍ୟ  ଲୋକଟି  ସହିତ  ଡାକ୍ତରଖାନା  ପଠାନ୍ତୁ  ।
  • ରାସ୍ତାରୁ  ସମ୍ଭବପର  ଜିନିଷ  ହଟାଇ  ଦେଇ  ରାସ୍ତା  ଅବରୋଧକୁ  ସ୍ଵାଭାବିକ  କରନ୍ତୁ   ।
  • ପାଇଥିବା  ଜିନିଷକୁ  ପୁଲିସକୁ  ହସ୍ତାନ୍ତର  କରି  ସହଯୋଗ  କରନ୍ତୁ   ।
  • ସର୍ବଦା  ନିଜର  ପରିଚୟ   ପତ୍ର  ସହିତ  ଫୋନ  ନମ୍ବର  ଲେଖି  ପାଖରେ  ରଖନ୍ତୁ   ।
  • ଭାଙ୍ଗି  ଯାଇଥିବା  ଅଙ୍ଗକୁ  କୌଣସି  ପରିସ୍ଥିତିରେ  ଝୁଲାଇ  ରଖନ୍ତୁ  ନାହିଁ  ।
  • କିଏ  ମୃତ  ଓ  ଜୀବିତ  ନବିଚାରି  ଯଥାଶୀଘ୍ର  ଡାକ୍ତରଖାନା  ପଠାନ୍ତୁ  ।
  • ପରିଚୟ  ପତ୍ରରେ  ବ୍ଲଡଗ୍ରୁପ  ଲେଖିବାକୁ   ଭୁଲନ୍ତୁ  ନାହିଁ   ।
  • ଦୁର୍ଘଟଣାଗ୍ରସ୍ତ  ଲୋକକୁ   ଚାରିପଟୁ  ଘେରି  ରହି  ମୁକ୍ତ  ପବନ   ଆସିବାରେ  ବାଧା  ସୃଷ୍ଟି  କରନ୍ତୁନି  ।
  • ଅସହାୟତାର  ସୁଯୋଗ  ନେଇ  ଲୁଟପାଟ  ପରି  ବିବେକହୀନ  କାମ  କରନ୍ତୁ  ନାହିଁ   ।
  • ଦୁର୍ଘଟଣା  ଘଟାଇଥିବା  ଲୋକଙ୍କୁ  ଆକ୍ରମଣ  ନକରି  ତାଙ୍କୁ  ପୁଲିସ   ଜିମା  ଦିଅନ୍ତୁ   ।
  • ଆବଶ୍ୟକ   ନଥିଲେ  ମୋବାଇଲ  ସୁଇଚ ଅଫ  କରି  ରଖନ୍ତୁ   ନାହିଁ  । ଏଥିଯୋଗୁଁ  ଆପଣଙ୍କ  ପରିଚୟ  ଓ  ଘରକୁ  ଖବର   ଦେବାରେ  ବିଳମ୍ବ   ହୋଇପାରେ   ।

ଆଧାର – ସ୍ୱାସ୍ଥ୍ୟ ବ୍ୟୁରୋ

Last Modified : 9/30/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate