ଥରେ ମଧୁମେହ ରୋଗ ଚିହ୍ନଟ ହେଲେ ଖାଦ୍ୟପେୟରେ କିଛିଟା ପରିବର୍ତ୍ତନ କରିବାକୁ ପଡିଥାଏ । ଏହି ରୋଗୀମାନେ ମଧ୍ୟ ସୁସ୍ଥ ଲୋକଙ୍କ ଭଳି ସମସ୍ତ ଖାଦ୍ୟ ଖାଇପାରିବେ । କିନ୍ତୁ ଖାଇବା ବେଳେ କିଛିଟା ଦିଗପ୍ରତି ନିଶ୍ଚିତ ରୂପେ ଧ୍ୟାନ ଦେବା ଆବଶ୍ୟକ ।
ଡାକ୍ତରୀ ଔଷଧ ଏବଂ ଖାଦ୍ୟପେୟରେ ନିୟନ୍ତ୍ରଣ କରିବା ସହିତ ସଠିକ୍ ଜୀବନଶୈଳୀ ଅତିବାହିତ କଲେ ମଧୁମେହ ରୋଗ ଆପେ ନିୟନ୍ତ୍ରଣରେ ରହିଥାଏ ।
ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ଡାକ୍ତର ବଟିକା କିମ୍ବା ଇନ୍ ସୁଲିନ ଇଞ୍ଜେକସନ ନେବାକୁ ପରାମର୍ଶ ଦେଇଥା’ନ୍ତି । ରକ୍ତରେ ଶର୍କରା ପରିମାଣ ଅଧିକ ଥିଲେ କିମ୍ବା ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଡାକ୍ତର ଇନସୁଲିନ ଇଞ୍ଜେକସନ ନେବାକୁ ପରାମର୍ଶ ଦେଇଥାନ୍ତି । ଯଦି ଆପଣ ଇନସୁଲିନ ଇଞ୍ଜେକସନ ନେଉଛନ୍ତି ତେବେ
ଦୀର୍ଘଦିନ ଧରି ମଧୁମେହ ରୋଗରେ ପୀଡିତ ହେବା ଫଳରେ କିମ୍ବା ଅନିୟନ୍ତ୍ରିତ ମଧୁମେହ କାରଣରୁ ଏହା ଧୀରେ ଧୀରେ ଆମ ଶରୀରର ରକ୍ତହୀନତା ଗୁଡିକୁ ପ୍ରଭାବିତ କରିଥାଏ । ଯେହେତୁ ରକ୍ତନଳୀ ଆମ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ସହ ଜଡିତ , ସେଥିପାଇଁ ମଧୁମେହ ରୋଗର କୁପ୍ରଭାବ ମୁଣ୍ଡଠାରୁ ଆରମ୍ଭ କରି ପାଦ ଯାଏଁ ସମସ୍ତ ଅଙ୍ଗ ଉପରେ ପଡିଥାଏ । ସେଥିପାଇଁ ଡାକ୍ତରଙ୍କ ପରାମର୍ଶରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ ।
୧. ରକ୍ତଚାପ ପରୀକ୍ଷା - ଡାକ୍ତରଙ୍କ ପାଖକୁ ଯିବା ବେଳେ ନିଶ୍ଚିତ ଭାବରେ ରକ୍ତଚାପ ପରୀକ୍ଷା କରାଇ ନିଅନ୍ତୁ ।
୨. ଏଚ୍ ବିଏୱାନସି ପରୀକ୍ଷା - ଡାକ୍ତରଙ୍କ ପରାମର୍ଶରେ ୩ ମାସରେ ଥରେ ଏଚ୍ ବିଏୱାନସି ପରୀକ୍ଷା କରାଇ ନିଅନ୍ତୁ ।
୩. ଚକ୍ଷୁ ପରୀକ୍ଷା – ବର୍ଷକୁ ଥରେ ଆଖିର ରକ୍ତନଳୀର ପରୀକ୍ଷା କରାଇ ନିଅନ୍ତୁ।
୪. ପାଦ ପରୀକ୍ଷା - ପ୍ରତିଦିନ ନିଜେ ନିଜର ପାଦ ଦ୍ଵାରା ଏବଂ ବର୍ଷକୁ ଥରେ ଡାକ୍ତରଙ୍କ ଦ୍ଵାରା ପାଦ ପରୀକ୍ଷା କରାନ୍ତୁ ।
୫. ବୃକକ୍ ପରୀକ୍ଷା - ଡାକ୍ତରଙ୍କ ପରାମର୍ଶରେ ବର୍ଷକୁ ଥରେ ବୃକକ୍ ପରୀକ୍ଷା କରାଇ ନିଅନ୍ତୁ ।
୬. ହୃତ୍ ପିଣ୍ଡ ପରୀକ୍ଷା - ବର୍ଷକୁ ଥରେ ହୃତ୍ ପିଣ୍ଡର ପରୀକ୍ଷା କରନ୍ତୁ । ମଧୁମେହ ରୋଗୀମାନେ ଏହିସବୁ ଛୋଟ ଛୋଟ କିନ୍ତୁ ଗୁରୁତ୍ଵପୂର୍ଣ୍ଣ ଦିଗପ୍ରତି ଯଥେଷ୍ଟ ମାତ୍ରାରେ ଧ୍ୟାନ ଦିଅନ୍ତୁ ଫଳରେ ଏହି ରୋଗକୁ ନିୟନ୍ତ୍ରଣରେ ରଖାଯାଇପାରିବ ।
ସଂଗୃହିତ: ଡାକ୍ତର ସମ୍ବିତ ଦାସ
Last Modified : 1/26/2020