অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମଦ ଓ ତମାଖୁର ବ୍ୟବହାର ବନ୍ଦ କରିବାକୁ ଯୁବକ ମାନଙ୍କୁ ଶିକ୍ଷା

ଉପକ୍ରମ

VChangeU ହେଉଛି ଏକ ହାଇଦ୍ରାବାଦ ଭିତ୍ତିକ ଏନଜିଓ ଯାହାକି ଯୁବନେତା ମାନଙ୍କୁ ସେମାନଙ୍କ ସ୍ଥାନୀୟ ସମସ୍ୟା ସମାଧାନ କରିବାକୁ ସଶକ୍ତ କରିଥାଏ । ସତ୍ୟତା, ଗଠନମୂଳକ,ଅଭିନବ ଉଦ୍ୟମ ଓ ସ୍ଵଚ୍ଛତା ର ମୂଲ୍ୟବୋଧ କୁ ଏହି ସଂଗଠନ କାର୍ଯ୍ୟ କରିଥାଏ । ଛୋଟ ଗୋଷ୍ଠୀ ର ଶକ୍ତିଶାଳୀ ଉଦ୍ୟମ ବଳରେ ସାରା ଦେଶରେ ଏହିଦଳ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ବୋଲି VChangeU ବିଶ୍ଵାସ କରେ ।

ମନରେ ଏହି ମହାନ ଲକ୍ଷ୍ୟ ନେଇ VChangeU ଦଳ ନିର୍ଦ୍ଧିଷ୍ଟ ଭାବରେ ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ଵ ଦେଇ କାର୍ଯ୍ୟ ଆରମ୍ଭ କରିଛି । ସଂସ୍ଥା ବିଶ୍ଵାସ କରେ ଯେ ସୁସ୍ଥ ଜୀବନଯାପନ ବ୍ୟକ୍ତି କୁ ତାର ନିଜସ୍ୱ ସୀମା ବାହାରେ ସମାଜକୁ ଉଭୟ ଶାରୀରିକ ଓ ଆର୍ଥିକ ଦୁଷ୍ଟିରୁ ସମୃଦ୍ଧ ଶାଳି କରିବାରେ ସାମର୍ଥ୍ୟ ଯୋଗାଇଥାଏ । ତା ଛଡା ଏହି ବିସ୍ତାରିତ ଚିନ୍ତାଧାରାକୁ ଆହୁରି ସୀମିତ ଓ ତୀକ୍ଷଣ କରିବାକୁ ଭାରତ ତଥା ସାରା ବିଶ୍ଵରେ ସାଧାରଣ ରୋଗ ଗୁଡିକର ମୁଖ୍ୟ କାରଣ ରୂପେ ମଦ ଓ ତମାଖୁ ର ବ୍ୟବହାର ରୋକିବାକୁ ଆମେ ସବୁଠାରୁ ଅଧିକ ପ୍ରାଧାନ୍ୟ ଦେଇଆସିଛୁ ।

ଏହି ଦୁଇଟି ମାରାତ୍ମକ ବିପଦ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ VChangeU ଟିମ ବିଦ୍ୟାଳୟ ଓ ଜନସାଧାରଣ ସଭାରେ ଲୋକଙ୍କ ପାଇଁ ଶିକ୍ଷଣୀୟ କାର୍ଯ୍ୟକ୍ରମ ଗୁଡିକର ଆୟୋଜନ କରିଛୁ । ଯେହେତୁ ତମ୍ବାଖୁ ଓ ମଦ କାରବାର ର ବ୍ୟପକତା ବିଶ୍ଵ ରେ ବୃଦ୍ଧି ପାଇଛି ଏବଂ ସାରା ବିଶ୍ଵର ଅର୍ଥନୀତି ରେ ଦୁଇଟି ଶକ୍ତିଶାଳୀ ଶିଳ୍ପ ଭାବରେ ଉଭା ହେଇଛି ଏହାକୁ ନିପାତ କରିବା ଆମ ପାଇଁ ସବୁଠୁ ବଡ ଆହ୍ଵାନ ବୋଲି VChangeU ସଂସ୍ଥା ମନେକରେ । ଯୁବକ ମାନଙ୍କୁ ଶିକ୍ଷା ଦାନ ଆକାରରେ ସଚେତନ କରି ଭବିଷ୍ୟତରେ ଏହାର ବ୍ୟବହାରକୁ ସଂପୂର୍ଣ୍ଣ ନିଷେଧ କରାଯାଇ ପାରିବ। VChangeU ର ପ୍ରତିଷ୍ଠାତ ଓ ସଭାପତି ବିଜୟ ଭାସ୍କର ଏହି ଦୁଇ ନିଶା ଦ୍ରବ୍ୟର ବ୍ୟବହାରକୁ “ଭୟାନକ ସ୍ଥିତି” ବୋଲି ବର୍ଣନା କରିଥାନ୍ତି ।

ନିକଟରେ ଏକ ସାକ୍ଷାତ କାରରେ ସେ ଆମକୁ ବୁଝାଇଥିଲେ ଯେ ସେ କାହିଁକି ଏ ଦୁଇଟି ନିଶାଦ୍ରବ୍ୟ କୁ ଗୁରୁତର ଭାବେ ନେଇଥାନ୍ତି। ଏବଂ ଏଭଳି କ୍ଷତି କାରକ ଦ୍ରବ୍ୟପ୍ରତି ସାରା ବିଶ୍ଵ ର ଦୃଷ୍ଟିକୋଣ ପରିବର୍ତନ କରିବାକୁ VChangeU କିଭଳି କାର୍ଯ୍ୟ କରିଆସିଛି ।

କେଉଁ ସମସ୍ୟାର ସମାଧାନ ଦିଗରେ VChangeU ସହାୟକ

ବିଶ୍ଵର ସବୁଠୁ ଭୟାନକ ପରିସ୍ଥିତି; ନିଶା ଆସକ୍ତି ର ସମାଧାନ ଦିଗରେ ଆମେ ଉଦ୍ୟମ କରିଆସିଛୁ । ସ୍କୁଲ ଓ କଲେଜ ରେ ଛାତ୍ରଛାତ୍ରୀ ଓ କମ୍ପାନୀ ଗୁଡିକରେ କର୍ମଚାରୀ ମାନଙ୍କ ନିକଟକୁ ଏହି ସମସ୍ୟାର ଭୟାବହତା ସମ୍ପର୍କରେ ତଥ୍ୟ ପହଞ୍ଚାଇ ଲୋକଙ୍କୁ ସଚେତନ କରିବାକୁ ଆମେ ଚେଷ୍ଟା ଜାରି ରଖିବୁ ।

ଯଦିଓ ଆମ ସଙ୍ଗଠନର ମୁଖ୍ୟ ସଦସ୍ୟ ମାନଙ୍କ ମଧ୍ୟରୁ କେହିହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ନୁହନ୍ତି ତଥାପି ସ୍ୱାସ୍ଥ୍ୟ ସେବାକୁ ଆମର ମୁଖ୍ୟ ଲକ୍ଷ୍ୟ ଭାବରେ ଗ୍ରହଣ କରିଛୁ ଏବଂ ଏ ପର୍ଯ୍ୟନ୍ତ ସଫଳତାର ସହ କାର୍ଯ୍ୟ କରି ପରିସ୍ଥିତି ରେ ପରିବର୍ତନ ଆଣି ପାରିଛୁ ।

ଉଦାହରଣ ସ୍ୱରୂପ ଆମର ବିଷୟ ବସ୍ତୁ “ତମାଖୁ ମୁକ୍ତ ବିଶ୍ଵ “ତମାଖୁ ନିୟନ୍ତ୍ରଣ ପାଇଁ ଏକ ଅଭିନବ ତଥା ଗଠନ ମୂଳକ ପଦକ୍ଷେପ କୁ ବୋଷ୍ଟନ ଠାରେ ଆୟୋଜିତ ୨୦୧୩ ଏସ॰ ଏନ॰ ଆର॰ଟି (ସୋସାଇଟି ଫର ରିସର୍ଚ ଅନ ନିକୋଟିନ ଆଣ୍ଡ ଟୋବାକ )ର ବାର୍ଷିକ ଅଧିବେଶନରେ ଏକ ପୋସ୍ଟର ଭାବରେ ଉପସ୍ଥାପନ କରାଯାଇଥିଲା। ଏହା ଆଗରୁ ଆମକୁ ୨୦୧୦ ମସିହା ରେ ମୁମ୍ବାଇ ଠାରେ ଅନୁଷ୍ଟିତ ଦ୍ଵିତୀୟ ରାଷ୍ଟ୍ରିୟ ସମ୍ମିଳନୀ ଏବଂ ୨୦୧୨ ରେ ସିଂଗାପୁର୍ ଠାରେ ଅନୁଷ୍ଠିତ୧୫ତମ ବିଶ୍ବ ସମ୍ମିଳନୀ ରେ ଆମେ ସ୍କୋଲାରଶିପ୍ ପ୍ରାପ୍ତ କରିଥିଲୁ।

ଆମେ ଭାବୁ ଯେ ନବନିବେଶ କେବଳ ବ୍ୟବସାୟ ପାଇଁ ଆବଶ୍ୟକ ନୁହେଁ ବରଂ ସାମାଜିକ କାରଣ ପାଇଁ ମଧ୍ୟ କିଛି ଲାଭ ସୃଷ୍ଟି କରିପାରେ ।

V ChangeUର ରଣନୀତିର ସଫଳତା ପଛର କାରଣ

 

ଟେକନୋଲଜି ଆମର ପ୍ରେରଣା ଏବଂ ଶକ୍ତି ଆଗକୁ ବଢି ସମାଜିକ ସମସ୍ୟା ର ସମାଧନ କରିବା। ଆମେ ରଚନାତ୍ମକ ଚିତ୍ର ଏବଂ ଆନିମେଟେଡ୍ ଚଳଚ୍ଚିତ୍ର ଦ୍ଵାରା ଛାତ୍ର ଏବଂ ଯୁବକ ମାନଙ୍କୁ ସକାରାତ୍ମକ ଭାବେ ଚିନ୍ତା କରିବାକୁ ପ୍ରୋତ୍ସାହିତ କରୁ ଯାହା ଆମକୁ ସେମାନଙ୍କୁ ତମ୍ବାଖୂ ଏବଂ ମଦ ଠାରୁ ଜୀବନ ସାରା ଦୂର ରଖିବାରେ ସାହାଯ୍ୟ କରେ।

ତମ୍ବାଖୂ ଏବଂ ମଦ ର ନିୟନ୍ତ୍ରଣ ପାଇଁ ନୀତି ଏବଂ ତାର ପରିଣାମ ଉପରେ ଗତ ତିନି ବର୍ଷ ର ଅନୁସନ୍ଧାନ ପରେ ଆମେ ଏକ ଅଭିନବ ରଣନୀତି ପ୍ରସ୍ତୁତ କରିଛୁ।

ଆମେ କେତୋଟି ତମ୍ବାଖୂ ଏବଂ ମଦ ବିରୋଧୀ ଚିତ୍ର, ଅଭିଯାନ ଏବଂ ଅଭିନବ ବିଚାର ଧାରା ବନେଇଛୁ ଯାହା ନୁଆ ପୀଢୀ କୁ ଅବଗତ ଏବଂ ଜାଗ୍ରତ କରିବ। ଆମେ ତମ୍ବାଖୂ ସମ୍ପର୍କ ଜାଗୃତି ପାଇଁ ଲାଇଭ୍ ଟୁ-ଡି ଏବଂ ଥ୍ରୀ-ଡି ଆନିମେଟେଡ୍ ଲଘୁ ଚଳଚ୍ଚିତ୍ର ନିର୍ମାଣ କରିଛୁ ଏବଂ ସେଇ ଗୁଡିକୁ ଆମେ ଅନ୍ୟାନ୍ୟ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ରେ ଦେଖାଉ।

ଆମେ ଅନ୍ୟାନ୍ୟ ସାମାଜିକ ସମସ୍ୟା ବିଷୟରେ ଜାଗୃତି ପାଇଁ ୩୦୦ରୁ ଊର୍ଦ୍ଧ୍ଵ ଡୋମେନ୍ ପଂଜିକୃତ ଏବଂ ଆୟୋଜିତ କରିଛୁ ଏବଂ ୧୫୦ ଉର୍ଧ୍ଵ ଫେସବୁକ୍ ଦ୍ଵାରା ସମର୍ଥିତ। ଆମେ ଏମିତି ଏହି ସବୁ ଦ୍ଵାରା ସମାଜ ର ମଂଗଳ ପାଇଁ ଆହୁରି ଅଭିନବ ଓ ରଚନାତ୍ମକ ମୁଳ କାର୍ଯ୍ୟ କରୁଥିବୁ।

କେଉଁ ପ୍ରକାରର ଆନ୍ଦୋଳନ ତମ୍ବାଖୂ ଏବଂ ମଦ ଦ୍ଵାରା ହେଉଥିବା ଅତ୍ୟାଚାରକୁ ରୋକିବାରେ ସକ୍ଷମ ହେବ

ବର୍ତ୍ତମାନ ଅଧା ରୁ ଅଧିକ ଅପରାଧ ଯଥା ହତ୍ୟା, ଦୁର୍ଘଟଣା ଜନିତ ମୃତ୍ୟୁ, ଶିଶୁ ନିର୍ଯାତନା ଏବଂ ଆତ୍ମହତ୍ୟା ପଛରେ ଥିବା କାରଣ ହେଉଛି ମଦ। ଆମ ପାଇଁ ଯିଏ ମଦ ପିଏ, ମଦ କିଣେ ସମସ୍ତେ ଦୋଷୀ ଏବଂ ଏମାନେ ଅପରାଧ, ଶିଶୁ ନିର୍ଯାତନା ଏବଂ ହିଂସା କୁ ସମର୍ଥନ କରନ୍ତି। ଏହି ସବୁକୁ ରୋକିବାର ଏକମାତ୍ର ଉପାୟ ହେଉଛି ଏହାକୁ ଏବେ ହେଉଥିବା ଘଟଣା ଓ ପ୍ରାକୃତିକ କାରଣ ସହିତ ଯୋଡିବା।

ଆମେ ତମ୍ବାଖୂ ଏବଂ ମଦ ଉପରେ ପ୍ରତିବନ୍ଧନକୁ ସମ୍ପୁର୍ଣ ଭାବେ ସମର୍ଥନ କରୁ। ନିକଟ ରେ ହୋଇଥିବା ଦିଲ୍ଲୀ ଗଣବଳାତ୍କାର ରେ ସମସ୍ତେ ବଳାତ୍କାରୀ ବିଷୟରେ ଚର୍ଚ୍ଚା କରୁଥିଲେ ହେଲେ କେହି ମଧ୍ୟ ମଦ ବିଷୟରେ ସମାଲୋଚନା କଲେ ନାହି। ସେମାନେ ଯାହା କରିଥିଲେ ମଦ ନିଶାରେ କରିଥିଲେ। ତା ସତ୍ତ୍ୱେ ମଦ୍ୟପାନ ନିୟନ୍ତ୍ରଣ ବିଷୟରେ କେହି କଥା ହେବାକୁ ଚାହୁଁ ନାହାନ୍ତି।

ତମ୍ବାଖୂ ବ୍ୟବସାୟ ର ଭୁମଣ୍ଡଳିକରଣ ଏବଂ ବିପଣନ ଏହାକୁ ନିୟନ୍ତ୍ରିତ କରିବାରେ ସବୁଠାରୁ ବଡ଼ ବାଧା ଉତ୍ପନ୍ନ କରେ। ତମ୍ବାଖୂ ଉଦ୍ୟୋଗ ଏକ ବିଶ୍ଵବିକ ବଳ ଅଟେ। କିନ୍ତୁ ତମ୍ବାଖୂର କୁପ୍ରଭାବକୁ ବ୍ୟକ୍ତିବିଶେଷ ଭାବେ ଚିନ୍ତା ନ କରି ଏହାର ପ୍ରାକୃତିକ ଏବଂ ଜନ ସାଧାରଣ ର ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ଉପରେ ଆମର ଧ୍ୟାନ କେନ୍ଦ୍ରିତ ଅଟେ। ଏହା ଜନସାଧାରଣ ର ସ୍ବାସ୍ଥ୍ୟ କୁ ଏକ ଅନ୍ତରାଷ୍ଟ୍ରୀୟ ସ୍ଥର କୁ ପହଂଚାଇବ ଏବଂ ଏହା ନିଜେ ଏକ ବିଶ୍ଵବିକ ବଳ ଭାବେ କାର୍ଯ୍ୟ କରିବ।

ମଦମୁକ୍ତ ଏବଂ ତମ୍ବାଖୂମୁକ୍ତ ଗାଁ ଏବଂ ଘର ନିର୍ମାଣ ଏହି ବସ୍ତୁ ଗୁଡିକର ନିୟନ୍ତ୍ରିତ କରିବାରେ ସହାୟକ ସାବ୍ୟସ୍ତ ହେବ କାରଣ ଗାଁ ମାନଂକରେ ସ୍ୱାସ୍ଥ୍ୟ ସେବା ସହର ଅପେକ୍ଷା ରେ କମ୍ ଥାଏ। ବହୁ କାର୍ଯ୍ୟକର୍ତା ମାନେ ସହର ମାନଂକରେ ଏହା ସମ୍ପର୍କରେ ଜ୍ଞାନ ବିସ୍ତାର କରୁଛନ୍ତି ଏବଂ ତାର ପରିଣାମ ମଧ୍ୟ ଦେଖିବାକୁ ମିଳୁଛି।

ସରକାର, ବର୍ତ୍ତମାନ ତମ୍ବାଖୂ ଜନିତ ରୋଗ ଯଥା କ୍ୟାନ୍ସର, ହୃଦଘାତ ଏବଂ ଯକୃତର ଉପଚାର ପାଇଁ ତିନି ଗୁଣ ଖର୍ଚ୍ଚ କରୁଛନ୍ତି. ଯଦି ତମ୍ବାଖୂ ଉପରେ ପ୍ରତିବନ୍ଧ ଲାଗେ ତେବେ ଏହି ରାଶିକୁ ପୋଷଣ ପିଡୀତ ଶିଶୁ ମାନଂକର ଉପଚାର ରେ ବ୍ୟବହାର କରାଯାଇ ପାରିବ।

ତମ୍ବାଖୂ ଏବଂ ମଦ ବହୁ ସାଂଘାତିକ ସ୍ୱାସ୍ଥ୍ୟ ସମସ୍ୟା ର ମୂଳ କାରଣ, ସରକାର କୁ ଏହା ଉପରେ କର ବଢାଇବା ଉଚିତ ଯାହା ଦ୍ଵାରା ବଢୁଥିବା ମେଡିକାଲ୍ ଖର୍ଚ୍ଚ ଉଠିପାରୁ ଏବଂ ଏହି ସବୁ ମାରାତ୍ମକ ପଦାର୍ଥ ଗୁଡିକ ର ବ୍ୟବହାର ନିୟନ୍ତ୍ରିତ ହେଉ।

ସରକାର ବହୁ ନିୟମ ଏବଂ ନିଷେଧାଜ୍ଞା କରିବା ସତ୍ଵେ ଏହି ସବୁ କଡାକଡି ଭାବେ ଲାଗୁ ହୋଉନାହିଁ। ବର୍ତ୍ତମାନ୍ ମଧ୍ୟ ନାବାଳିକ ମନେ ତମ୍ବାଖୂ ଏବଂ ମଦ କିଣି ପାରୁଛନ୍ତି। ଧୁମ୍ରପାନ ଏବେ ମଧ୍ୟ ଖୋଲାଖୋଲି ବହୁ ଜାଗାରେ ଦେଖିବାକୁ ମିଳୁଛି।

ଆମର ଆଗର ଉଦ୍ୟୋଗୀ ମାନଙ୍କ ପାଇଁ ବାର୍ତ୍ତା ଏହା ଯେ ଏକ ଲାଭଦାୟକ ଉଦ୍ୟମ କରିବେ ଏବଂ ସେହି ରାଶି ପରୋପକାର ରେ ବ୍ୟବହାର କରିବେ, ବିଳାସ ରେ ନୁହେଁ।

ସମସ୍ତଙ୍କର ସମାଜ ପ୍ରତି କିଛି ଅବଦାନ କରିବାର ଇଛା ଥାଏ କିନ୍ତୁ ତାଙ୍କର ବ୍ୟବସାୟୀକ ଏବଂ ବ୍ୟକ୍ତିଗତ ପ୍ରତିବନ୍ଧତା ସେମାନଙ୍କୁ ଏହା କରିବାକୁ ଦେଇ ନଥାଏ ବା ସେମାନେ କେଉଁଠୁ ଆରମ୍ଭ କରିବେ ତାହା ଜାଣି ପାରନ୍ତି ନାହିଁ। ଆମ ଦେଶର ସ୍ଵତନ୍ତ୍ରତା ଦିନରୁ ଏହା କେତେ କୋଟିପତି ଦେଖିଛି କିନ୍ତୁ ଗରିବ ଏବଂ ଧନୀମାନଙ୍କ ଭିତରେ ଥିବା ଫାଟ ବଢି ଚାଲିଛି। ଜଣେ କଫି ପାଇଁ ୫୦ ଟଙ୍କା ଖର୍ଚ୍ଚ କରିପାରୁଥିବା ବେଳେ ଆଉ ଜଣେ ଦିନକୁ ୫୦ଟଙ୍କା ରୋଜଗାର କରିପାରୁନାହି। ଆମକୁ ଏହି ଫାଟ ଭରିବାକୁ ହେବ। ପରିବର୍ତ୍ତନକୁ ସଦା ସର୍ବଦା ସ୍ଵାଗତ କରାଯାଏ ହେଲେ ସମଗ୍ର ଯୁବ ସମାଜକୁ ଏଥିପାଇଁ ଛିଡା ହେବା ଉଚିତ ଏବଂ ଏହାକୁ ସୁଧାରିବା ଉଚିତ।

ଆଧାର - ୟୌର ଷ୍ଟୋରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate